1 min read

‘ମନ୍ କି ବାତ୍’ରେ କଳାହାଣ୍ଡିର ଯୁବଚାଷୀ କୃଷ୍ଣଚନ୍ଦ୍ର ନାଗ

ଧର୍ମଗଡ଼/ଭୁବନେଶ୍ୱର ୨୯-୧୨-୨୦୨୪ (ପିପିଏସ ) : ଆଜିର ଆଧୁନିକ ଯୁଗରେ ଯୁବ ଗୋଷ୍ଠୀ ଚାଷ ପ୍ରତି ଆଗ୍ରହ ପ୍ରକାଶ କରୁନଥିବା ବେଳେ  କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକର ଜଣେ ଯୁବଚାଷୀ ଟମାଟୋ ଚାଷ କରି ନିଜେ ସ୍ୱାବଳମ୍ବୀ ହେବା ସହିତ ଅଞ୍ଚଳର ୧୫୦ରୁ ଊର୍ଦ୍ଧ୍ବ ଲୋକଙ୍କୁ ନିଜ ବଗିଚାରେ କାମ ଯୋଗଇ ଦେଇ ସ୍ବାବଳମ୍ବୀ ହେବାର ରାସ୍ତା ଦେଖାଇଛନ୍ତି। ତାଙ୍କର ଏହି ପ୍ରୟାସକୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମନ୍ କି ବାତ୍ କାର୍ଯ୍ୟକ୍ରମରେ ସ୍ଥାନ କହିଛନ୍ତି। […]

1 min read

ଚାକିରି ନୁହେଁ, ନିଯୁକ୍ତିଦାତା ହେବାକୁ ପଡ଼ିବ: ଧର୍ମେନ୍ଦ୍ର

ଜଟଣୀ/ଭୁବନେଶ୍ୱର ୨୯-୧୨-୨୦୨୪ (ପିପିଏସ ) : ଆଇଆଇଟି ଭୁବନେଶ୍ୱରକୁ ଗବେଷଣା ଓ ସୃଜନଶୀଳତାର ପେଣ୍ଠସ୍ଥଳୀ କରିବାକୁ ହେବ। ତେବେ ଯାଇ ଭାରତର ଅର୍ଥନୀତି ୫ରୁ ୭ଟ୍ରିଲିୟନ ଆମେରିକୀୟ ଡଲାର ହେବାର ଲକ୍ଷ୍ୟ ପୂରଣ ହୋଇପାରିବ। ଏହାଦ୍ୱାରା ଆଇଆଇଟି ଛାତ୍ରଛାତ୍ରୀମାନେ ବିକଶିତ ଓଡ଼ିଶା ଏବଂ ବିକଶିତ ଭାରତ ଗଠନରେ ନିଜର ଦାୟିତ୍ୱ ନିର୍ବାହ କରିପାରିବେ। ଆଇଆଇଟି ଭୁବନେଶ୍ୱରର ଛାତ୍ରଛାତ୍ରୀମାନେ ୨୦୩୬ ସୁଦ୍ଧା ଓଡ଼ିଶା ତଥା ୨୦୪୭ ସୁଦ୍ଧା ଦେଶର ଅଭିବୃଦ୍ଧି ପ୍ରକ୍ରିୟାକୁ ବଢ଼ାଇବା ପାଇଁ ଷ୍ଟାର୍ଟଅପ୍ ଏବଂ ଉଦ୍ୟୋଗୀ […]

1 min read

ଏମକେସିଜିରୁ ୪ ଡାକ୍ତର ବହିଷ୍କୃତ

ପିଜି ଛାତ୍ରଙ୍କୁ ହଷ୍ଟେଲରେ ଆକ୍ରମଣ ଘଟଣା ବ୍ରହ୍ମପୁର/ଭୁବନେଶ୍ୱର ୨୯-୧୨-୨୦୨୪ (ପିପିଏସ ) : ବ୍ରହ୍ମପୁର ଏମକେସିଜିରୁ ୪ଜଣ ଡାକ୍ତର ବହିଷ୍କୃତ ହୋଇଥିବା ଜଣାଯାଇଛି। ଏନେଇ ଡିଏମଇଟିଙ୍କ ନିର୍ଦ୍ଦେଶରେ ବିଧିବଦ୍ଧ ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲରେ ଶିଶୁରୋଗ ବିଭାଗର ପିଜି ଛାତ୍ରଙ୍କୁ ହଷ୍ଟେଲରେ ଆକ୍ରମଣ ଘଟଣାରେ ଉପରୋକ୍ତ ଚାରିଜଣ ଚୁକ୍ତିଭିତ୍ତିକ ଡାକ୍ତରଙ୍କୁ ଚାକିରିରୁ ବହିଷ୍କାର କରାଯାଇଥିବା ବେଳେ ଜଣେ ପିଜି (୨ୟ ବର୍ଷ)ଅର୍ଥପେଡିକ ଡାକ୍ତର ପ୍ରିୟଜିତ ସାହୁଙ୍କୁ ୬ମାସ ଯାଏ ହଷ୍ଟେଲ […]

1 min read

କେନ୍ଦୁଝର କାରାଗାରରୁ କଏଦୀ ଚମ୍ପଟ

କେନ୍ଦୁଝର/ଭୁବନେଶ୍ୱର ୨୯-୧୨-୨୦୨୪ (ପିପିଏସ ) : ଦୀର୍ଘଦିନରୁ ସୁଯୋଗ ଖୋଜୁଥିଲା କଏଦୀ। ଗତକାଲି ଏହି ଅବସର ମିଳିବା ପରେ ଜେଲର ବିରାଟ କାନ୍ଥ ଡ଼େଇଁ ଖସିଯାଇଛି। କେନ୍ଦୁଝର ଜିଲ୍ଲା ମୁଖ୍ୟ କାରାଗାରରୁ କଅଦୀ ଚମ୍ପଟ ହେବା ନେଇ ଥାନାରେ ଅଭିଯୋଗ ହୋଇଛିl କଏଦୀର ନାମ ହେଲା ପରେଶ ମୁଣ୍ଡା। ଜେଲ କର୍ତ୍ତୁପକ୍ଷଙ୍କ ଏତଲା ଆଧାରରେ କେନ୍ଦୁଝର ଟାଉନ ଥାନା ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।ସୂଚନା ଅନୁସାରେ ପରେଶ ମୁଣ୍ଡା ଏକ ହତ୍ୟା ମାମଲାରେ […]

1 min read

ଟ୍ରାଙ୍କୁଲାଇଜ ହେଲା ‘ଜୀନତ’

ବାରିପଦା/ଭୁବନେଶ୍ୱର ୨୯-୧୨-୨୦୨୪ (ପିପିଏସ ) : ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟରୁ ଖସି ଯାଇ ଝାଡ଼ଖଣ୍ଡ ଦେଇ ପଶ୍ଚିମବଙ୍ଗରେ ପହଞ୍ଚି ଥିବା ୩ ବର୍ଷର ବାଘୁଣୀ ‘ଜୀନତ’ ରବିବାର ଟ୍ରାଙ୍କୁଲାଇଜ ହୋଇଛି। ପଶ୍ଚିମବଙ୍ଗର ବାଙ୍କୁଡ଼ା ଜିଲ୍ଲାରେ ବନ ବିଭାଗ ଟ୍ରାଙ୍କୁଲାଇଜ୍‌ କରିବାରେ ସଫଳ ହୋଇଛି। ଏନେଇ ବନ୍ୟପ୍ରାଣୀ ଆରସିସିଏଫ୍‌ ପ୍ରକାଶ ଚାନ୍ଦ ଗୋଗିନେନୀ ସୂଚନା ଦେଇଛନ୍ତି। ବାଘୁଣୀ ଜୀନତଙ୍କୁ ଆଲିପୁରସ୍ଥିତ ଚିଡ଼ିଆଖାନାକୁ ନିଆଯାଇ ସ୍ବାସ୍ଥ୍ୟ ପରୀକ୍ଷା କରାଯିବ। ସେଠାରେ ସଂପୂର୍ଣ୍ଣ ରୂପେ ପ୍ରକ୍ରିୟା ଶେଷ ହେଲା […]

1 min read

ଡିସେମ୍ବର ୩୧, ଜାନୁଆରି ୧ରେ କେବଳ ସିଂହଦ୍ବାର ଦେଇ ଭକ୍ତଙ୍କ ପ୍ରବେଶକୁ ଅନୁମତି

ପୁରୀ/ଭୁବନେଶ୍ୱର ୨୯-୧୨-୨୦୨୪ (ପିପିଏସ ) : ଦୁଇ ଦିନ ପରେ କ୍ୟାଲେଣ୍ଡର ବର୍ଷ-୨୦୨୪ ବିଦାୟ ନେବ। ନୂଆବର୍ଷ-୨୦୨୫ ଆସିବ। ନୂଆବର୍ଷ ପାଇଁ ଯୁବପିଢ଼ି ଉତ୍ସାହିତ ଦେଖାଯାଇଛନ୍ତି। ମନ୍ଦିର, ପର୍ଯ୍ୟଟନ ସ୍ଥଳୀ, ହୋଟେଲ, ରେଷ୍ଟୁରାଣ୍ଟ, ପାର୍କ ଆଦି ସ୍ଥଳରେ ମଧ୍ୟ ପ୍ରସ୍ତୁତି କରାଯାଇଛି। ପୁରୀ ଶ୍ରୀମନ୍ଦିରରେ ମଧ୍ୟ ଲକ୍ଷାଧିକ ଭକ୍ତଙ୍କର ସମାଗମକୁ ଦୃଷ୍ଟିରେ ରଖି ପ୍ରସ୍ତୁତି ଚାଲିଛି। ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ୨୦୨୪ ଡିସେମ୍ବର ୩୧ (ମଙ୍ଗଳବାର) ଓ ୨୦୨୫ ଜାନୁଆରି ୧ (ବୁଧବାର) ଦିନ ସାଧାରଣ […]

1 min read

ଗଜପତିରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟି ଆଲୋଚନା କଲେ ମୁଖ୍ୟମନ୍ତ୍ରୀ

ପାରଳାଖେମୁଣ୍ଡି/ଭୁବନେଶ୍ୱର ୨୯-୧୨-୨୦୨୪ (ପିପିଏସ ) : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଆଜି ଦିନିକିଆ  ଗଜପତି ଜିଲ୍ଲା ଗସ୍ତ କରି କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟିଛନ୍ତି। ଗଜପତି ଜିଲ୍ଲାର ଗୋଷାଣୀ ବ୍ଲକ୍ ଅନ୍ତର୍ଗତ ଉପଲଡ଼ା ଓ ଗୁରାଣ୍ଡି ଗ୍ରାମ ଚାଷୀଙ୍କୁ ଭେଟି ଅଦିନିଆ ବର୍ଷାରେ ନଷ୍ଟ ହୋଇଥିବା ଫସଲ ସଂପର୍କରେ ଆଲୋଚନା କରିବା ସହ କ୍ଷୟକ୍ଷତି ଆକଳନ କରିଛନ୍ତି। ଫସଲ ବୀମା ଯୋଜନାରେ ଲୋକମାନଙ୍କୁ ପଞ୍ଜୀକରଣ କରିବା ପାଇଁ ଅନୁରୋଧ […]

1 min read

ଓସିଏ ପଦ ଛାଡିଲେ ବବି ଦାସ

୪୫ ଦିନ ଭିତରେ ଓସିଏକୁ ମିଳିବ ନୂଆ ସଭାପତି: ସଂଜୟ ବେହେରା କଟକ/ଭୁବନେଶ୍ୱର ୨୯-୧୨-୨୦୨୪ (ପିପିଏସ ) : ଓଡ଼ିଶା କ୍ରିକେଟ୍‌ ଆସୋସିଏସନ୍‌ (ଓସିଏ)ର ସଭାପତି ପଦ ଛାଡ଼ିଛନ୍ତି ପ୍ରଣବ ପ୍ରକାଶ ଦାସ (ବବି)। ଏନେଇ ଓସିଏ ସଂପାଦକ ସଂଜୟ ବେହେରା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଶ୍ରୀ ବେହେରା କହିଛନ୍ତି ଯେ, ବ୍ୟକ୍ତିଗତ କାରଣ ଦର୍ଶାଇ ବବି ଦାସ ସଭାପତି ପବରୁ ଇସ୍ତଫା ଦେଇଛନ୍ତି। ଆଗାମୀ ୪୫ ଦନି ଭିତରେ ନୂଆ ସଭାପତି ପାଇଁ ନିର୍ବାଚନ ହେବ। ସୂଚନାଯୋଗ୍ୟ, […]

1 min read

ଅଙ୍ଗନବାଡି କେନ୍ଦ୍ର ଉପରେ ମହଙ୍ଗା ମାଡ଼ 

:-ଅପପୁଷ୍ଟି ମୁକାବିଲା ଯୋଜନା ବାଟବଣା  :-ଅଣ୍ଡା ଗୋଟାକୁ ୮ଟଙ୍କା, ମିଳୁଛି ୫ଟଙ୍କା, ଡାଲି ଦର ଛୁଇଁଲାଣି ଦୁଇ ଶତକ ଅସ୍ତରଙ୍ଗ/ଭୁବନେଶ୍ୱର ୨୮-୧୨-୨୦୨୪(ପିପିଏସ) : ପୁରୀ ଜିଲ୍ଲା ଅସ୍ତରଙ୍ଗ  ବ୍ଲକ ଅଞ୍ଚଳରେ ଅଣ୍ଡା ଦର ହୁ ହୁ ହୋଇ ବଢ଼ି ଚାଲିବା ସହ ଡାଲି ଦର କ୍ରମାଗତ ଭାବେ ବଢିଛି। ଏହାର ସିଧା ସଳଖ ପ୍ରଭାବ ପଡିଛି ସରକାର ଙ୍କ ପକ୍ଷରୁ ଚାଲିଥିବା ସମ୍ବନୀତ ଶିଶୁବିକାଶ ଯୋଜନା ଉପରେ। ଶିଶୁ, ଗର୍ଭବତୀ ମହିଳା, ପ୍ରସୂତି ଓ କିଶୋରୀଙ୍କ ଲାଗି […]

1 min read

ପାନ ଗଛରେ ପୋକ ;ଚାଷୀ ହତାଶ 

:-କାଳ ସାଜିଲା ଲଗାଣ ବର୍ଷା  :-ଅମଳ ହ୍ରାସ, କାଁ ଭାଁ ବିକ୍ରି  :-ପାନ କଡା ପିଛା ୩୦ରୁ ୪୦ଟଙ୍କା  ଅସ୍ତରଙ୍ଗ,୨୮-୧୨-୨୦୨୪(ପିପିଏସ) : ଅଦିନିଆ ବର୍ଷା ଚାଷୀଙ୍କ ଚିନ୍ତା ବଢ଼ାଇ ଦେଇଛି। କେବଳ ଧାନ ଫସଲ ନୁହେଁ ପରିବା ଫସଲ ସହ ପାନ ଚାଷୀଙ୍କର ମଧ୍ୟ ବହୁ କ୍ଷତି ହୋଇଛି। ଶୀତଋତୁରେ ପୁରୀ ଜିଲ୍ଲା ଅସ୍ତରଙ୍ଗ ଅଞ୍ଚଳରେ ପାନର ଉତ୍ପାଦନ ଯଥେଷ୍ଟ ହ୍ରାସ ପାଇଛି। କହିବାକୁ ଗଲେ ବଜାରରୁ ପାନ ଆଗ ଅପେକ୍ଷା କମିଯାଇଛି। ସାଧାରଣତଃ ଶୀତ ଦିନେ […]