ନୀତୀଶଙ୍କୁ ‘ତାଲିକା’ ଦେଖାଇ ଘେରିଲେ ତେଜସ୍ୱୀ
ପାଟନା/ଭୁବନେଶ୍ୱର ୧୮-୦୮-୨୪(ପିପିଏସ): ବିହାରରେ ବିରୋଧୀ ଦଳର ନେତା ତେଜସ୍ୱୀ ଯାଦବ ସମ୍ପ୍ରତି ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଲଗାତାର ଟାର୍ଗେଟ କରୁଛନ୍ତି। ରାଜ୍ୟରେ ଘଟୁଥିବା ଅପରାଧ ସମ୍ପର୍କରେ ସେ ବିଜେପି-ଜେଡିୟୁ ସରକାର ଉପରେ ପ୍ରଶ୍ନ ଉଠାଉଛନ୍ତି। ସେ ରବିବାର ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ନୀତୀଶ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି।ତେଜସ୍ୱୀ ପୋଷ୍ଟ କରି ପଚାରିଛନ୍ତି, ଆପଣ ସିଏମ୍ ନୀତୀଶ କୁମାର ପ୍ରତିଦିନ ଶହ ଶହ ମୃତଦେହ ଉପରେ ପଡ଼ିଥିବା ଏବଂ ବିହାରରେ ବ୍ରିଜ୍ ଭୁଶୁଡ଼ି ପଡ଼ିଥିବା […]
କେନ୍ଦ୍ର ମନ୍ତ୍ରୀଙ୍କୁ ଫେରାଦ ହେଲେ ସରପଞ୍ଚ
ଟିଟିଲାଗଡ଼/ଭୁବନେଶ୍ୱର ୧୮-୦୮-୨୪(ପିପିଏସ): ଗଣତାନ୍ତ୍ରିକ ପଦ୍ଧତିରେ ସାଂସଦ, ବିଧାୟକଙ୍କ ଭଳି ଜନତାଙ୍କ ଦ୍ୱାରା ପ୍ରତ୍ୟକ୍ଷ ଭାବରେ ନିର୍ବାଚିତ ହେଉଥିବା ସରପଞ୍ଚ ନିଜ ପଦ ରକ୍ଷା ପାଇଁ ମୁଣ୍ଡିଆ ମାରିବାକୁ ପଡୁଛି l ବଲାଙ୍ଗୀର ଜିଲା ତୁରେକେଲା ବ୍ଲକରେ ଏଭଳି ଏକ ଦୁର୍ଭାଗ୍ୟଜନକ ଘଟଣା ସାମ୍ନାକୁ ଆସି ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି l ଏହାକୁ ନେଇ ରାଜ୍ୟରେ ସରପଞ୍ଚଙ୍କ ମହଲରେ ଉଦବେଗ ପ୍ରକାଶ ପାଇଛି l ରାଜ୍ୟ ସରପଞ୍ଚ ସଂଘ ପକ୍ଷରୁ କାର୍ଯ୍ୟକାରୀ ସଭାପତି ବୀରବର ସାହୁ, କଳାହାଣ୍ଡି ଜିଲା […]
ଆଇଏମ ଏର କ୍ଯାଣ୍ଡେଲ ଶୋଭାଯାତ୍ରା।
ରାଉରକେଲା/୧୮-୦୮-୨୪(ପିପିଏସ): କୋଲକତା ହୋଇଥିବା ମହିଳା ଡ଼ାକ୍ତରଙ୍କ ହତ୍ୟାର ପ୍ରତିବାଦରେ ଭାରତୀୟ ମେଡିକାଲ ସଂଘ (ଆଇଏମ ଏ) ରାଉରକେଲା ପକ୍ଷରୁ ତୀବ୍ର ପ୍ରତିବାଦ ପ୍ରଦର୍ଶନ କରାଯାଇଛି। ମହିଳା ଶାଖାର ସଭାପତି ପୂର୍ଣ୍ଣିମା ଦତ୍ତଙ୍କ ନେତୃତ୍ୱରେ ଆଇଏମ ଏ ରାଉରକେଲା ଶାଖାର ସଭାପତି ଡ଼ାକ୍ତର ସତ୍ୟ ରଂଜନ ଦାସ୍, ସାଧାରଣ ସଂପାଦକ ଡାକ୍ତର ଦେବେନ୍ଦ୍ର ସେଠୀଙ୍କ ନେତୃତ୍ୱରେ ଡ଼ାକ୍ତର ଏଵଂ ସ୍ଵାସ୍ଥ୍ୟ କର୍ମଚାରୀ ମାନେ ସଂଧ୍ୟାରେ ହାଇଟେକ୍ ମେଡିକାଲ୍ ନିକଟରୁ ଏକ କ୍ଯାଣ୍ଡେଲ ଶୋଭାଯାତ୍ରାରେ ବାହାରି ବିରଜା ପାଲି କୋଟ […]
ଦକ୍ଷିଣ ଲେବାନନ ଉପରେ ଇସ୍ରାଏଲର ବଡ଼ ଆକ୍ରମଣ
ବେରୁତ/ଭୁବନେଶ୍ୱର ୧୭-୦୮-୨୪(ପିପିଏସ): ଇସ୍ରାଏଲ ସେନା ଦକ୍ଷିଣ ଲେବାନନରେ ବଡ଼ ଧରଣର ଆକ୍ରମଣ କରିଛି। ଆଜି ସକାଳେ ଇସ୍ରାଏଲ ପକ୍ଷରୁ ଏହି ଆକ୍ରମଣ କରାଯାଇଥିବା କୁହାଯାଉଛି। ଏହି ଆକ୍ରମଣରେ ୧୦ ଜଣ ସିରିଆ ନାଗରିକଙ୍କ ମୃତ୍ୟୁ ଘଟିଛି ଓ ଆହୁରି ଅନେକ ଲୋକ ଆହତ ହୋଇଥିବା କୁହାଯାଉଛି। ତେବେ ଆହତଙ୍କ ପ୍ରକୃତ ସଂଖ୍ୟା ଜଣାପଡ଼ିନାହିଁ। ଆହତଙ୍କ ଚିକିତ୍ସା କରାଯାଉଥିବା ଲେବନାନର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି ।ହମାସ ଦକ୍ଷିଣ ଇସ୍ରାଏଲ ଉପରେ ଆକ୍ରମଣ କରିବାର ଗୋଟିଏ ଦିନ ପରେ […]
ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ଅସିତ୍ ତ୍ରିପାଠୀ
ଭୁବନେଶ୍ବର/୧୭-୦୮-୨୪(ପିପିଏସ): ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ପଦରୁ ଅସିତ୍ ତ୍ରିପାଠୀ ଇସ୍ତଫା ଦେଇଛନ୍ତି। ରାଜ୍ୟ ଯୋଜନା ଓ ସଂଯୋଜନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ପଶ୍ଚିମଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଶ୍ରୀ ତ୍ରିପାଠୀଙ୍କ ଇସ୍ତଫାକୁ ଆଜି ଅପରାହ୍ନରୁ ରାଜ୍ୟ ସରକାର ଗ୍ରହଣ କରିଛନ୍ତି । ସେ ୨୦୨୦ ମସିହାରୁ ଏହି ଦାୟିତ୍ୱରେ ଥିଲେ। ହେଲେ ନୂଆ ସରକାର ଗଠନ ହେବା ପରେ ଅସିତ ତ୍ରିପାଠୀଙ୍କ ଇସ୍ତଫାକୁ ନେଇ ଚର୍ଚ୍ଚା ହେଉଥିଲା। ଏହାସହ ପୂର୍ବରୁ ଥିବା […]
ଇଞ୍ଜିନିୟରଙ୍କୁ ହତ୍ୟାକଲେ ଦୁର୍ବୁତ୍ତ
ସୁଲତାନପୁର/ଭୁବନେଶ୍ୱର ୧୭-୦୮-୨୪(ପିପିଏସ) : ଉତ୍ତର ପ୍ରଦେଶର ସୁଲତାନପୁରରେ ଜଳ ନିଗମର ଜଣେ ଇଞ୍ଜିନୟରଙ୍କୁ ଦିନ ଦ଼୍ବିପ୍ରହରରେ ହତ୍ୟା କରାଯାଇଛି । ଘରେ ପଶି ଦୁର୍ବୃତ୍ତମାନେ ତାଙ୍କୁ ହତ୍ୟା କରିଛନ୍ତି । କୋଟୱାଲି ନାଗରର ଭିନୋଭାପୁରୀ ଅଞ୍ଚଳରେ ଏହି ଘଟଣା ଘଟିଛି। ଇଞ୍ଜିନିୟରଙ୍କ ଡ୍ରାଇଭର ଏନେଇ ଲୋକଙ୍କୁ ଚିତ୍କାରକରି ଡାକିବା ପରେ, ନିକଟସ୍ଥ ଲୋକମାନେ ସେଠାରେ ପହଞ୍ଚି ଗୁରୁତର ଆହତ ଅବସ୍ଥାରେ ତାଙ୍କୁ ସରକାରୀ ମେଡିକାଲ କଲେଜକୁ ନେଇଥିଲେ । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା […]
ପୋଲାଭରମ ପ୍ରକଳ୍ପ ବିବାଦ:ଆନ୍ଦୋଳନରେ ସାମିଲି ହେଲା କଂଗ୍ରେସ
କେନ୍ଦ୍ର ଓ ରାଜ୍ୟ ସରକାର ଉପରେ ବର୍ଷିଲେ କଂଗ୍ରେସ ସାଂସଦ, ବିଧାୟକ ମାଲକାନଗିରି/ଭୁବନେଶ୍ୱର ୧୭-୦୮-୨୪(ପିପିଏସ): ବାଦବିବାଦ ଭିତରେ ଛନ୍ଦି ହୋଇ ରହିଥିବା ଆନ୍ଧ୍ରପ୍ରଦେଶର ପୋଲାଭରମ ପ୍ରକଳ୍ପକୁ ନେଇ ରାଜନୀତି ସରଗରମ ହୋଇ ରହିଛି। ପୋଲାଭରମ ପ୍ରକଳ୍ପକୁ ବିରୋଧ କରି ବିଜେଡି ପ୍ରଥମରୁ ହିଁ ସ୍ବରତ୍ତୋଳନ କରିଆସୁଥିବା ବେଳେ ଏବେ କଂଗ୍ରେସ ଏହି ଆନ୍ଦୋଳନରେ ସାମିଲ ହୋଇଛି। ଆଜି କଂଗ୍ରେସର ବିଧାୟକ ଦଳର ନେତା ପଟାଙ୍ଗି ବିଧାୟକ ରାମ କାଡାମଙ୍କ ନେତୃତ୍ବରେ କୋରାପୁଟ ସାଂସଦ ସପ୍ତଗିରି ଉଲାକା, ରାୟଗଡ଼ା […]
ଦୋଛକିରେ ମେହେବୁବା ମୁଫତି
ଶ୍ରୀନଗର/ଭୁବନେଶ୍ୱର ୧୭-୦୮-୨୪(ପିପିଏସ): ଜମ୍ମୁ ଓ କଶ୍ମୀରରୁ ଧାରା ୩୭୦ ହଟିବା ପରେ ଅନେକ ସ୍ଥାନୀୟ ନେତାଙ୍କୁ ଗୃହବନ୍ଦୀ କରାଯାଇଥିଲା। ଏଥିରେ ଫାରୁକ୍ ଅବଦୁଲ୍ଲା, ଓମାର ଅବଦୁଲ୍ଲା ଓ ମେହବୁବା ମୁଫତି ମଧ୍ୟ ସାମିଲ ଥିଲେ। ମୁକୁଳିବା ପରେ ଉଭୟ ଓମାର ଓ ମେହବୁବା ମୁଫତି ଜମ୍ମୁ-କଶ୍ମୀରକୁ ପୁଣି ଥରେ ରାଜ୍ୟ ରେ ପରିଣତ ନ କରିବା ପର୍ଯ୍ୟନ୍ତ ବିଧାନସଭା ନିର୍ବାଚନ ଲଢ଼ିବେ ନାହିଁ ବୋଲି ଘୋଷଣା କରିଥିଲେ। କୌଣସି ବନ୍ଦ କୋଠରୀରେ ନୁହେଁ ବରଂ ଜନସାଧାରଣଙ୍କ ଆଗରେ […]
କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କ ନାଁରେ ରୁଜୁହେବ ମାମଲା
ଅନୁମତି ଦେଲେ ରାଜ୍ୟପାଳ ଆଇନ ଜାଲରେ ଛନ୍ଦିହେଲେ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟା ବାଙ୍ଗାଲୋର/ଭୁବନେଶ୍ୱର/ ୧୭-୦୮-୨୪(ପିପିଏସ): ଆଇନ ଜାଲରେ ଛନ୍ଦି ହେଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କ ନାଁରେ ରୁଜୁହେବ ମାମଲା ମୁଖ୍ୟମନ୍ତ୍ରୀ ସିଦ୍ଦରମେୟା। ଜମି ଦୁର୍ନୀତି ଅଭିଯୋଗରେ ତାଙ୍କ ନାମରେ ରୁଜୁ ହେବ ମାମଲା। ଏଥିପାଇଁ ଅନୁମତି ଦେଇଛନ୍ତି ରାଜ୍ୟପାଳ ଥାବର ଚନ୍ଦ ଗେହଲତ।ମହୀଶୂର ସହରାଞ୍ଚଳ ଉନ୍ନୟନ କର୍ତ୍ତୃପକ୍ଷ(ଏମୟୁଡିଏ) ଜମି ଆବଣ୍ଟନ ଦୁର୍ନୀତିରେ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟା ଜଡ଼ିତ ଥିବା ନେଇ ଜଣେ ସୂଚନା ଅଧିକାର କର୍ମୀ ଟି.ଜେ. ଆବ୍ରାହମଙ୍କ ପକ୍ଷରୁ ଅଭିଯୋଗ […]
ରାସନ କାର୍ଡ ହିତାଧିକାରୀଙ୍କୁ ଚାଉଳ ସହ ମିଳିବ ଗହମ
ଭୁବନେଶ୍ୱର/ ୧୭-୦୮-୨୪(ପିପିଏସ): ହିତାଧିକାରୀଙ୍କୁ ମିଳୁଥିବା ଚାଉଳର ୨୦ ପ୍ରତିଶତ ଗହମ ଦେବାକୁ କେନ୍ଦ୍ର ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ ନିକଟରେ ଦାବି କରାଯାଇଥିବା କହିଛନ୍ତି ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ପୁଣି ଥରେ ରାସନ କାର୍ଡ ହିତାଧିକାରୀଙ୍କୁ ଚାଉଳ ସହ ମିଳିବ ଗହମ। ହିତାଧିକାରୀଙ୍କୁ ମିଳୁଥିବା ଚାଉଳର ୨୦ ପ୍ରତିଶତ ଗହମ ଦେବାକୁ କେନ୍ଦ୍ର ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ ନିକଟରେ ଦାବି କରାଯାଇଥିବା କହିଛନ୍ତି ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି […]
