1 min read

ରାଜଧାନୀର ବିଗିଡ଼ିବାରେ ଲାଗିଛି ଟ୍ରାଫିକ୍‌ ସମସ୍ୟା

ଭୁବନେଶ୍ବର,୨୬ -୦୮-୨୪ (ପିପିଏସ) : ରାଜଧାନୀରେ ଟ୍ରାଫିକ୍‌ ପରିଚାଳନାକୁ ବ୍ୟବସ୍ଥିତ କରିବାକୁ ନିୟମିତ ଭାବେ ନୂଆ ଯୋଜନା କରାଯାଉଛି । ଟ୍ରାଫିକ୍‌ ପୋଷ୍ଟଠାରୁ ଆରମ୍ଭ କରି ସିଗ୍‌ନାଲ ପର୍ଯ୍ୟନ୍ତ ଭିତ୍ତିଭୂମିର ନବୀକରଣ କରାଯାଉଛି, ଅମାନିଆଙ୍କୁ ସାବାଡ୍‌ କରିବାକୁ ପଦକ୍ଷେପ ଗ୍ରହଣ କରାଯାଉଛି । ମାତ୍ର ରାଜଧାନୀର ଟ୍ରାଫିକ୍‌ ସମସ୍ୟାରେ ସୁଧାରଆସୁନାହିଁ । ବରଂ ଦିନକୁ ଦିନ ବିଗିଡ଼ିବାରେ ଲାଗିଛି । ଅସ୍ଥିର ନେତୃତ୍ବ ଏହାର ମୁଖ୍ୟ କାରଣ ବୋଲି ଅଭିଯୋଗ ହେଉଛି । ରାଜ୍ୟ ରାଜଧାନୀରେ ଟ୍ରାଫିକ୍‌ […]

1 min read

ମହାନଦୀବିହାରରେ ଗୁରୁକୃପା ମହୋତ୍ସବ

କଟକ,୨୬-୦୮-୨୪ (ପିପିଏସ) : ମହାପୁରୁଷ ସଦଗୁରୁ ବାବା ବୈକୁଣ୍ଠନାଥ ବ୍ରହ୍ମଚାରୀଙ୍କର କୃପାପାତ୍ର ଶିଷ୍ୟ ବାବାଜୀ ଅମୃତାନନ୍ଦ ଦାସ ମହାରାଜଙ୍କ ପୁଣ୍ୟ ସ୍ୱନକ୍ଷତ୍ର ଦିବସ ଅବସରରେ ୪୭ନଂ ୱାର୍ଡ଼ସ୍ଥିତ ମହାନଦୀବିହାର ଜଗନ୍ନାଥ ମନ୍ଦିର ପରିସରରେ ଗୁରୁକୃପା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଗୁରୁପୂଜା ଓ ପ୍ରାର୍ଥନା ସଭା, ସାମୁହିକ ଗୀତାପାଠ, ସନ୍ଥ ପୂଜନ-ଆଶ୍ରୀବଚନ ଏବଂ ପରେ ପରେ ବିିଶିଷ୍ଟ ବ୍ୟକ୍ତିମାନଙ୍କୁ ବୈକୁଣ୍ଠ ସେବା ସମ୍ମାନ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳ, […]

1 min read

ବିଜେପି ସଦସ୍ୟତା ଅଭିଯାନ କର୍ମଶାଳା : ଯୋଗଦେଲେ ସାଂସଦ ଭର୍ତ୍ତୃହରି ମହତାବ

କଟକ, ୨୬ -୦୮-୨୪ (ପିପିଏସ) : କଟକ ଜିଲ୍ଲା ବିଜେପି ସଦସ୍ୟତା ଅଭିଯାନ କର୍ମଶାଳା ଆଜି କଟକ ସଦର ଜରିପଡ଼ା ସ୍ଥିତ ଡିଭାଇନ୍ ପ୍ୟାଲେସ ଠାରେ ବିଜେପି ଜିଲ୍ଲା ସଭାପତି ରାମନାରାୟଣ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ କଟକ ଲୋକସଭା ସାଂସଦ ଭର୍ତ୍ତୃହରି ମହତାବ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଆଗାମୀ ଦିନରେ ହେବାକୁ ଥିବା ସଦସ୍ୟତା ଅଭିଯାନ ବିଷୟରେ ଆଲୋକପାତ କରିଥିଲେ । ଆସନ୍ତା ସେପ୍ଟେମ୍ବର ମାସରେ ଆରମ୍ଭ ହେବାକୁ ଥିବା ଏହି […]

1 min read

ସାଲିଆ ସାହିରେ ପୁଣି ଚଢ଼ାଉ : ଚୋରା ଦେଶୀ ମଦ ଭାଟି ଠାବ

ଭୁବନେଶ୍ବର,୨୬ -୦୮-୨୪ (ପିପିଏସ) : ଗଞ୍ଜାମ ମଦମୃତ୍ୟୁ ପରଠାରୁ ଅବକାରୀ ବିଭାଗର ନିଦ ଭାଙ୍ଗିଛି । ରାଜଧାନୀ ଭୁବନେଶ୍ୱରରେ ଲଗାତର ଚଢ଼ାଉ ଜାରି ରହିଛି । ସୋମବାର କମିଶନରେଟ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ବେଆଇନ ଭାବେ ଦେଶୀ ମଦ ବ୍ରିକି କରୁଥିବା ବେଳେ ଦେଶୀ ମଦ ଜବତ କରିଛି । ଆଉ ଏକ ଚୋରା ଦେଶୀ ମଦ ଭାଟି ଠାବ କରାଯାଇଛି । ବିପୁଳ ପୋଚ ନଷ୍ଟ କରାଯାଇଛି । ଶନିବାର ୩ଟି ମଦ […]

1 min read

ଗୋରୁ ଓ ଛେଳି ପଲ ଉପରେ ମାଡ଼ିଗଲା ମାଲବାହୀ ଟ୍ରେନ

କୋରାପୁଟ/ଭୁବନେଶ୍ବର,୨୬ -୦୮-୨୪ (ପିପିଏସ) : କୋରାପୁଟ ଜିଲ୍ଲା ଭେଜା ଷ୍ଟେସନ ନିକଟରେ ଗୋରୁ ଓ ଛେଳି ପଲ ଉପରେ ମାଡ଼ିଗଲା ମାଲବାହୀ ଟ୍ରେନ। ଟ୍ରେନ୍ ଧକ୍କାରେ ୧୫ ଛେଳି ସହିତ ୬ ଗୋରୁଙ୍କ ମୃତ୍ୟୁ ଘଟିଛି । ସୋମବାର ସକାଳେ ଭେଜା ଷ୍ଟେସନ ନିକଟରେ ଛେଳି ଓ ଗୋରୁ ପଲ ରେଳ ଧାରଣା ପାର ହେଉଥିଲେ। ଏହି ସମୟରେ ମାଲବାହୀ ଟ୍ରେନ ଆସିଯାଇଥିଲା । ଟ୍ରେନଟି ଗାଈ ଓ ଛେଳିଙ୍କ ଉପରେ ମାଡ଼ି ଯାଇଥିଲା । କ୍ଷତିଗ୍ରସ୍ତ […]

1 min read

ଗରମପାଣି ଫିଙ୍ଗିଲେ ହାବିଲଦାର : ଗୁରୁତର କନେଷ୍ଟବଳ ମେଡିକାଲରେ ଭର୍ତ୍ତି

ମୟୁରଭଞ୍ଜ/ଭୁବନେଶ୍ବର,୨୬ -୦୮-୨୪ (ପିପିଏସ) : ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଅଗ୍ନିଶମ କାର୍ଯ୍ୟାଳୟରେ ଘଟିଛି ଅଘଟଣ । ଅଗ୍ନିଶମ ବାହିନୀରେ କାର୍ଯ୍ୟରତ କନଷ୍ଟେବଲ ଉପରକୁ ଗରମ ପାଣି ଫିଙ୍ଗିଦେଲେ ହାବିଲଦାର। କାର୍ଯ୍ୟରତ କନଷ୍ଟେବଲ ଦୁଷ୍ମନ୍ତ ଦେହୁରୀଙ୍କୁ ବାରିପଦା ପିଆରଏମ୍ ମେଡିକାଲରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ଦୁଷ୍ମନ୍ତ ବିଳମ୍ବରେ ଅଫିସ ଆସିଥିଲେ। କାହିଁକି ଅଫିସ ବିଳମ୍ବରେ ଆସିଲ ବୋଲି ହାବିଲଦାର ନୂତନ ମଲ୍ଲିକ ଦ୍କଷ୍ମନ୍ତଙ୍କୁ ଗାଳିଗୁଲଜ କରିଥିଲେ । ଏହି କଥାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା […]

1 min read

ଶ୍ରୀକୃଷ୍ଣ ମୟ ଆଜି ଏ ସାରା ଜଗତ : ଦ୍ୱାରକାଧୀଶ ମନ୍ଦିରରେ ପାଳିତ ହେଉଛି ୫୨୫୧ ତମ ଜନ୍ମାଷ୍ଟମୀ ଉତ୍ସବ

କଟକ ବ୍ୟୁରୋ/ପୁରୀ//ଭୁବନେଶ୍ବର,୨୬ -୦୮-୨୪ (ପିପିଏସ) : ଆଜି ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥି । ପବିତ୍ର ଜନ୍ମାଷ୍ଟମୀ ତଥା ମହାପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମ ଉତ୍ସବ। ଆଜି ସାରା ଦେଶରେ ବିଶେଷ କରି ବୈଷ୍ଣବ ଧର୍ମାବଲମ୍ବୀ ଶ୍ରଦ୍ଧାଳୁମାନେ ବେଶ ଉତ୍ସାହର ସହ ପାଳିବେ ନନ୍ଦଲାଲାଙ୍କ ଜନ୍ମୋତ୍ସବ। ମଥୁରା ଓ ବୃନ୍ଦାବନରେ ଭକ୍ତିମୟ ପରିବେଶରେ ମହାପ୍ରଭୁଙ୍କ ଆବାହନ କରାଯିବ। ଏହି ଅବସରରେ ପୁରୀ ଶ୍ରୀମନ୍ଦିରରେ ମଧ୍ୟ ଅନୁଷ୍ଠିତ ହେବ ଶ୍ରୀକୃଷ୍ଣଙ୍କ ଜନ୍ମ ନୀତି। ସଂନ୍ଧ୍ୟାଧୂପ ଶେଷ ହେବା ପରେ […]

1 min read

ଦୁର୍ଗମ ଝିରିପାଣିରେ ଝାଡ଼ାବାନ୍ତି : ଶତାଧିକ ଗୁରୁତର ମାନଙ୍କ ମଧ୍ୟରୁ ୫ ମୃତ

କନ୍ଧମାଳ/ଭୁବନେଶ୍ବର,୨୬ -୦୮-୨୪ (ପିପିଏସ) : କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକ୍‌ର ଦୁର୍ଗମ ଝିରିପାଣି ପଞ୍ଚାୟତରେ ଏକ ଭୋଜିରେ ଖାଇବା ଏବଂ ଦୂଷିତ ପାଣି ପିଇବା କାରଣରୁ ବରଗାଁ, ନାଲକୁଟି, ପୁଡ଼େଣିଗାଁ, କୁନାବାଡ଼ା ଓ ବୁଡ଼େପଦରରେ ଝାଡ଼ାବାନ୍ତି ବ୍ୟାପିଥିଲା। ସପ୍ତାହକ ଭିତରେ ଏଠାରୁ ଶତାଧିକ ଆକ୍ରାନ୍ତ ହୋଇଥିଲେ। ଗତ ତିନିଦିନ ମଧ୍ୟରେ ବରଗାଁର ମୁଶ୍ରୀ ମାଝି (୫୨), ଟାପଡ଼ି ମାଝିଙ୍କ ୫୦ ବର୍ଷୀୟ ପତ୍ନୀ, ନଲକୁଟି ଗ୍ରାମର ଅମିତ ମାଝି (୩୫), ଅମିତଙ୍କ ମା’ ବିଙ୍ଗିଟି ମାଝି (୫୦) […]

1 min read

ଝାଡ଼ାବାନ୍ତିରେ ୨୦ରୁ ଉର୍ଦ୍ଧ୍ବ ମୃତ୍ୟୁ : ଅଖାଦ୍ୟ ଶୁଖିଲା ମାଂସ ମୁଖ୍ୟ କାରଣ

*ଅଖାଦ୍ୟ ଛାଡ଼ି ପାରିନାହାନ୍ତି ଜିଲ୍ଲାର ଅଧିକାଂଶ ଲୋକ*ଗାଈ,ମଇଁଷିଙ୍କ ଶୁଖିଲା ପଚାମାଂସ ଖାଇବାର ପାର୍ଶ୍ବ ପ୍ରତିକ୍ରିୟା*ଶିକ୍ଷା ଏବଂ ସଚେତନତା ଅଭାବ ଯୋଗୁଁ ଜଟିଳ ହୋଇଛି ପରିସ୍ଥିତି ରାୟଗଡ଼ା/ଭୁବନେଶ୍ବର,୨୬-୦୮-୨୪ (ପିପିଏସ) : ସ୍ବାସ୍ଥ୍ୟ ବିଭାଗର ନିଦ ହଜାଇ ଦେଇଛି ଝାଡ଼ାବାନ୍ତି । ରାୟଗଡ଼ା ଜିଲ୍ଲାରେ ଗୋଟିଏ ବ୍ଲକ୍‌ରୁ ଅନ୍ୟ ବ୍ଲକ୍‌କୁ ବ୍ୟାପୁଛି । ଗତ ଦୁଇ ମାସ ମଧ୍ୟରେ ୨୦ରୁ ଉର୍ଦ୍ଧ୍ବ ଆକ୍ରାନ୍ତ ପ୍ରାଣ ହରାଇ ସାରିଲେଣି । ବହୁ ସଂଖ୍ୟାରେ ଲୋକ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି […]

1 min read

ଭିତରକନିକାକୁ ପଲିଥିନ୍‌ ବିପଦ

କୁମ୍ଭୀର ମୃତ୍ୟୁ ପରେ ମଧ୍ୟ ନିଷ୍କ୍ରିୟତା ରାଜନଗର/ଭୁବନେଶ୍ବର,୨୫-୦୮-୨୪ (ପିପିଏସ) : ବିଶ୍ବପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନର ଜୈବ ବିବିଧତାକୁ ପ୍ରଭାବିତ କରୁଛି ପଲିଥିନ୍‌ । ଜଙ୍ଗଲଠୁ ଆରମ୍ଭ କରି ଭିତରକନିକା ଭିତରେ ଓ ବାହାରେ ପ୍ରବାହିତ ନଦୀ, ନାଳ ଓ ସମୁଦ୍ରରେ ପ୍ଲାଷ୍ଟିକ୍‌ ଓ ପଲିଥିନ୍‌ ଭାସୁଛି । ଏହି ପଲିଥିନ୍‌ ଜୀବଜନ୍ତୁଙ୍କ ଜୀବନ ନେଉଛି । ଏଠାରେ ମୃତ୍ୟୁବରଣ କରୁଥିବା ବାର୍‌ହା ଓ ହରିଣଙ୍କ ଶବ ବ୍ୟବଚ୍ଛେଦ ବେଳେ ସେମାନଙ୍କ ପେଟରୁ ପଲିଥିନ୍‌ ମିଳୁଛି । […]