1 min read

ଭିଜନ୍ ୨୦୩୬ ଓ ୨୦୪୭ ପାଇଁ ବ୍ଲୁପ୍ରିଣ୍ଟ

ବିଭିନ୍ନ କ୍ଷେତ୍ରରେ ଅଧିକ ପୁଞ୍ଜି ବିନିଯୋଗ କରି ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ଭୁବନେଶ୍ୱର /୨୦-୦୮-୨୪ (ପିପିଏସ ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ସମସ୍ତ ବିଭାଗୀୟ ସଚିବମାନଙ୍କୁ ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରି ଯୋଜନା ଖର୍ଚ୍ଚ ବୃଦ୍ଧି କରିବାକୁ ପରାମର୍ଶ ଦେଇଛନ୍ତି। ଏହାସହିତ ବିଭିନ୍ନ କ୍ଷେତ୍ରରେ ଅଧିକ ପୁଞ୍ଜି ବିନିଯୋଗ କରି ଅଭିବୃଦ୍ଧି ତ୍ୱରାନ୍ୱିତ କରିବାକୁ ସେ ପରାମର୍ଶ ଦେଇଥିଲେ। ସେ କହିଥିଲେ ଯେ ଅଭିବୃଦ୍ଧି ତ୍ୱରାନ୍ୱିତ ହେଲେ […]

1 min read

ଦୁନିଆ ଦେଖିବ ୟୁଭିଙ୍କ ବାୟୋପିକ୍‌

ମୁମ୍ବାଇ /ଭୁବନେଶ୍ୱର,୨୦-୮-୨୪(ପିପିଏସ): ତାରକା କ୍ରିକେଟର ତଥା କର୍କଟ ଭଳି ରୋଗକୁ ପରାସ୍ତ କରିଥିବା ଯୁବରାଜ ସିଂହଙ୍କ କାହାଣୀ ଏବେ ବଡ଼ ପରଦାକୁ ଆସିବ। ତାଙ୍କ ବାୟୋପିକ୍‌ ଘୋଷଣା କରାଯାଇଛି। ଏହି ବାୟୋପିକ୍‌କୁ ଟି-ସିରିଜ୍‌ ବ୍ୟାନରରେ ନିର୍ମାଣ କରାଯିବ। ଭୂଷଣ କୁମାର ଓ ରବି ଭଗଚାନ୍ଦକା ଏହାର ପ୍ରଯୋଜନା ଭାର ବହନ କରିବେ। ଭୂଷଣ କୁମାର ଓ ରବି ଭଗଚାନ୍ଦକା ମିଳିତ ଭାବେ ଯୁବରାଜ ସିଂହଙ୍କ ଜୀବନ କାହାଣୀକୁ ଦର୍ଶକଙ୍କ ସାମ୍ନାକୁ ଆଣିବେ। ତେବେ ଏହି ବାୟୋପିକ୍‌ର ଟାଇଟଲ […]

1 min read

ବନ୍ଧାହେଲେ ହେଲେ ଅଭିନେତା ସମ୍ରାଟ ମୁଖାର୍ଜୀ

କୋଲକାତା/ଭୁବନେଶ୍ୱର,୨୦-୮-୨୪(ପିପିଏସ): ଟଲିଉଡ଼ ଅଭିନେତା ସମ୍ରାଟ ମୁଖାର୍ଜୀଙ୍କୁ ଗିରଫ କରିଛି ପୁଲିସ। ସେ ତାଙ୍କ କାର୍‌ରେ ଜଣେ ମୋଟରସାଇକେଲ ଆରୋହୀଙ୍କୁ ଧକ୍କା ଦେଇଥିବା ଅଭିଯୋଗ ହୋଇଛି। କୋଲକାତା ପୁଲିସ ମଙ୍ଗଳବାର ଅଭିନେତାଙ୍କୁ ଗିରଫ କରିଛି। ପୁଲିସ ସୂଚନା ମୁତାବକ, ଅଭିନେତାଙ୍କୁ ଗିରଫ କରାଯାଇଛି ଏବଂ ଏବେ ତାଙ୍କର ଡକ୍ତରୀ ପରୀକ୍ଷା କରାଯିବ। ମାମଲାର ତଦନ୍ତ ଚାଲିଛି। ସୂଚନା ଅନୁଯାୟୀ, ସୋମବାର ବିଳମ୍ବିତ ରାତିରେ କଲକାତାର ବେହାଲା ଅଞ୍ଚଳରେ ଏହି ଘଟଣା ଘଟିଛି।ଅଭିନେତାଙ୍କ କାର୍‌ ଧକ୍କାରେ ବେହାଲାର ବିଦ୍ୟାସାଗର କଲୋନୀ […]

1 min read

ଆଳୁ ପରେ ବଢ଼ିଲା ପିଆଜ ଦର : ଖାଉଟି ମୁଣ୍ଡରେ ଚଡ଼କ

ଭୁବନେଶ୍ୱର,୨୦-୮-୨୪(ପିପିଏସ) : ରାଜ୍ୟରେ ଆଳୁ ଦର ବୃଦ୍ଧି ପରେ ଏବେ ଉପର ମୁହାଁ ହୋଇଛି ପିଆଜ । କିଛି ଦିନ ମଧ୍ୟରେ ପିଆଜ ଦର ୧୦ ଟଙ୍କା ବୃଦ୍ଧି ପାଇଥିବା ଜଣାପଡିଛି । ଏବେ ବଜାରରେ ପିଆଜ କିଲୋ ପ୍ରତି ୫୦ଟଙ୍କାରେ ବିକ୍ରି ହେଉଛି । ନାସିକରୁ ରାଜ୍ୟକୁ ପିଆଜ କମ ପରିମାଣରେ ଆସୁଥିବାରୁ ଦର ବୃଦ୍ଧି ହେଉଥିବା ବ୍ୟବସାୟୀ କହିଛନ୍ତି । ଆଗକୁ ଆମଦାନୀ କମିଲେ ଆହୁରି ଦର ବୃଦ୍ଧି ହୋଇପାରେ ବୋଲି ବ୍ୟବସାୟୀ ଆଶଙ୍କା […]

1 min read

କଲିକତା ଘଟଣାକୁ ନେଇ ଗର୍ଜିଲା ବିଜେପି ମହିଳା ମୋର୍ଚ୍ଚା : ମମତା ବାନାର୍ଜୀଙ୍କ କୁଶପୁତ୍ତଳିକା ଦାହ

ସମ୍ବଲପୁର, ୨୦-୮-୨୪(ପିପିଏସ) : ସମଗ୍ର ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା କଲିକତାର ଡା.ମୋୖମିତା ଦେବନାଥଙ୍କ ବଳତ୍କାର ଓ ଜଘନ୍ଯ ହତ୍ୟାର ଦୃଢ ପ୍ରତିବାଦରେ ସମଗ୍ର ଦେଶରେ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି । ଏହି ମର୍ମରେ ଆଜି ସମ୍ବଲପୁର ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଏକ ବିକ୍ଷୋଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ସ୍ଥାନୀୟ ଗୋଲ ବଜାର ଛକରେ ମହିଳା ମୋର୍ଚ୍ଚା ର କର୍ମୀମାନେ ସଂଗଠିତ ହୋଇ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ସୁଶ୍ରୀ ମମତା ବାନାର୍ଜୀଙ୍କ ବିରୁଦ୍ଧରେ […]

1 min read

ଟ୍ରେନରେ ଆସୁଛି ୪୮ ହଜାର କ୍ବିଣ୍ଟାଲ ଆଳୁ : ଯୋଗାଣ ମନ୍ତ୍ରୀ

*୩ ଦିନ ମଧ୍ୟରେ ଶେଷ ହୋଇଯିବ ଗଚ୍ଛିତ ଆଳୁ*ବ୍ୟାପକ ଆଳୁ ରଖିଥିଲେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ ଭୁବନେଶ୍ୱର,୨୦-୮-୨୪(ପିପିଏସ) : ରାଜ୍ୟରେ ପୁଣି ଆଳୁ ସଙ୍କଟ ଦେଖା ଦେଇପାରେ। ଏନେଇ ରାଜ୍ୟ ବ୍ୟବସାୟୀ ମହାସଂଘ ସାଧାରଣ ସମ୍ପାଦକ ସୁଧାକର ପଣ୍ଡା ସୋମବାର ସୂଚନା ଦେବା ପରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ପ୍ରତିକ୍ରିୟା ଆସିଛି । ମନ୍ତ୍ରୀ କହିଛନ୍ତି, ଟ୍ରେନରେ ପାଖାପାଖି ୪୮ ହଜାର କ୍ବିଣ୍ଟାଲ ଆଳୁ ଆସିବ। ୫ ଦିନ ଭିତରେ ୨ଟି ଆଳୁ ଟ୍ରେନ ଓଡ଼ିଶା […]

1 min read

ଟି-ସେତୁ ଆଲୋକୀକରଣ ଉଦଘାଟନ ସହିତ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ

କଟକ,୨୦-୮-୨୪(ପିପିଏସ) : କଟକ ଜିଲ୍ଲା ବଡ଼ମ୍ବା ବ୍ଲକର ପ୍ରସିଦ୍ଧ ଶୈବପୀଠ ସିଂହନାଥ ନିକଟ ଟି-ସେତୁ ଆଲୋକୀକରଣ ଉଦଘାଟନ ସହିତ ବ୍ଲକର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ସାଂସଦ ଭର୍ତ୍ତୃହରି ମହତାବ ଏବଂ ବଡ଼ମ୍ବା ବିଧାୟକ ବିଜୟ କୁମାର ଦଳବେହେରା l ଏହି କ୍ରମରେ ବଡ଼ମ୍ବା ଡାକ୍ତରଖାନାରେ ୩କୋଟି ୨୬ଲକ୍ଷ ଟଙ୍କା ବ୍ୟୟରେ ଷ୍ଟାଫ କ୍ୱାଟର୍ସ ନିର୍ମାଣପାଇଁ ଶିଳାନ୍ୟାସ କରିବା ସହିତ ଖାଲି ଥିବା ଡାକ୍ତର ଓ ଅନ୍ୟାନ୍ୟ ପଦବୀ ଗୁଡ଼ିକ ଯଥାଶୀଘ୍ର ପୂରଣ କରାଯିବ ବୋଲି ସାଂସଦ […]

1 min read

ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କଲେ ସାଂସଦ ଭର୍ତ୍ତୃହରି ମହତାବ

*ବଦଳିବ କାନପୁର ସ୍ୱାସ୍ଥ୍ୟକେନ୍ଦ୍ର ରୂପରେଖ *ନରସିଂହପୁର ମେଡିକାଲରେ ହେବ ଷ୍ଟାଫ କ୍ୱାଟର୍ସକଟକ ,୨୦-୮-୨୪(ପିପିଏସ) : କଟକ ଜିଲ୍ଲା ବଡମ୍ବା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କାନପୁର ମେଡିକାଲରେ ନୂତନ ପ୍ରସୂତି ଗୃହ ଓ ଅନ୍ତେବାସୀ ପ୍ରକୋଷ୍ଠର ଶୁଭ ଉଦଘାଟନ ସହିତ ନରସିଂହପୁର ମେଡିକାଲର ଷ୍ଟାଫ କ୍ୱାଟର୍ସର ଶିଳାନ୍ୟାସ ହୋଇଯାଇଛି l କାନପୁର ମେଡିକାଲତର ଆୟୋଜିତ ଏକ କାର୍ଯ୍ୟକ୍ରମରେ ସାଂସଦ ଭର୍ତ୍ତୃହରି ମହତାବ, ବିଧାୟକ ବିଜୟ କୁମାର ଦଳବେହେରା, ବ୍ଲକ ଅଧ୍ୟକ୍ଷା ସସ୍ମିତା ଜେନା, କାନପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର […]

1 min read

୨୧ ଭାରତ ବନ୍ଦ କୁ ସମର୍ଥନ କରିବ ଏସସିଏସଟି ଯୁଗ୍ମ କ୍ରିୟାନୁଷ୍ଠାନ କମିଟି

ବଲାଙ୍ଗୀର,୨୦-୮-୨୪(ପିପିଏସ) : ଆସନ୍ତା 21ରେ ଭାରତ ବନ୍ଦକୁ, ଟିଟିଲାଗଡ଼ ଏସସିଏସଟି ଯୁଗ୍ମ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସମର୍ଥନ କରାଯିବ l ଏନେଇ ସୋମବାର ସନ୍ଧ୍ୟାରେ ସ୍ଥାନୀୟ ଆଦିବାସୀ ଭବନ ପରିସରରେ ଯୁଗ୍ମ କମିଟି ପକ୍ଷରୁ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦିଆଯାଇଛି l ସୁପ୍ରିମକୋର୍ଟଙ୍କ ଏସସିଏସଟି ଆରକ୍ଷଣ ସଂକ୍ରାନ୍ତ ନିର୍ଣ୍ଣୟ ଜାତି ଜାତି ମଧ୍ୟରେ ବିଭେଦ ସୃଷ୍ଟି କରିବ l ଏସସିଏସଟି ବର୍ଗ ସଂରକ୍ଷଣରେ କ୍ରିମି ଲେୟାର ଲାଗୁ କରାଯିବାକୁ ଯୁଗ୍ମ କମିଟି ନେତା […]

1 min read

ରାକ୍ଷୀରେ ଅଘଟଣ : ଭଉଣୀକୁ ଛୁରୀ ଭୁସି ହତ୍ୟା କଲା ଭାଇ

ବ୍ରହ୍ମପୁର,୧୯-୮-୨୪(ପିପିଏସ) : ବ୍ରହ୍ମପୁର ବଡବଜାର ଥାନା ଅଞ୍ଚଳରେ ଘଟିଛି ଚାଞ୍ଚଲ୍ୟକର ହତ୍ଯାକାଣ୍ଡ। ରାକ୍ଷୀ ପୂର୍ଣ୍ଣିମାରେ ଭଉଣୀକୁ ଛୁରା ମାଡ଼ କରି ହତ୍ୟା କରିଛି ଭାଇ । ମୃତକ ହେଲେ ୧୩ ବର୍ଷୀୟା ପ୍ରଜକ୍ତା ପାଣିଗ୍ରାହୀ । ନିମଖଣ୍ଡି ଲୋଚପଡା ଅଞ୍ଚଳରେ ତାଙ୍କର ଘର। ବଡ଼ବଜାର ଜଗନ୍ନାଥ ବିହାରରେ ସପ୍ତମ ଲେନରେ ଥିବା ବଡବାପା ଘରକୁ ଆସିଥିଲେ । ହଠାତ୍ କୌଣସି କାରଣକୁ ନେଇ ସମ୍ପର୍କୀୟ ଭାଇ ଆଶୁତୋଷ ପାଣିଗ୍ରାହୀ ଭଉଣୀ ପ୍ରଜକ୍ତାକୁ ଛୁରାମାଡ଼ କରିଥିଲେ। ପରେ ଆୟୁଷ୍ମାନ […]