ପ୍ରଥମ ସନ୍ଦିଗ୍ଧ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ପରେ, ସମସ୍ତ ରାଜ୍ୟକୁ ମାର୍ଗଦର୍ଶିକା ଜାରି କଲା କେନ୍ଦ୍ର
ନୂଆଦିଲ୍ଲୀ/ଭୁବନେଶ୍ୱର,୦୯-୦୯-୨୦୨୪(ପିପିଏସ) : ଦେଶରେ ପ୍ରଥମ ସନ୍ଦିଗ୍ଧ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହେବା ପରେ କେନ୍ଦ୍ର ସରକାରଙ୍କ ଚେତା ପଶିଛି । ୧୫ ଦିନ ତଳେ ପଡ଼ୋଶୀ ପାକିସ୍ତାନରେ ଏକାଧିକ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ହେଁ ଭାରତ ସରକାରଙ୍କ ପକ୍ଷରୁ କୌଣସି ଆଗୁଆ ପଦକ୍ଷେପ ନିଆଯାଇ ନ ଥିଲା। ଏବେ ସନ୍ଦିଗ୍ଧ ଆକ୍ରାନ୍ତ ଚିହ୍ନଟ ହେବା ପରେ କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ ସତର୍କ କରାଇବା ସହିତ ମାର୍ଗଦର୍ଶିକା ଜାରି କରିଛି। […]
ଏସିଆନ ଚାମ୍ପିୟନ୍ସ ଟ୍ରଫି : ଭାରତୀୟ ହକି ଟିମର କ୍ରମାଗତ ଦ୍ୱିତୀୟ ବିଜୟ
ନୂଆଦିଲ୍ଲୀ/ଭୁବନେଶ୍ୱର,୦୯-୦୯-୨୦୨୪(ପିପିଏସ) : ଏସିଆନ ଚାମ୍ପିୟନ୍ସ ଟ୍ରଫିରେ ଭାରତୀୟ ହକି ଟିମର ବିଜୟ ଧାରା ଜାରି ରହିଛି । ପ୍ରଥମ ମ୍ୟାଚ୍ରେ ଚାଇନାକୁ ମାତ ଦେଇଥିବା ହକି ଟିମ ଆଜି ଜାପାନକୁ ଏକତରଫା ଭାବେ ୫-୧ ଗୋଲରେ ହରାଇଛି । ଆଜିର ମ୍ୟାଚ୍ରେ ଭାରତୀୟ ହକି ଟିମ ଆରମ୍ଭରୁ ହିଁ ନିଜ ଦବଦବା ଦେଖାଇଥିଲା। ପ୍ରଥମ ୨ ମିନିଟରେ ୨ଟି ଗୋଲ ସ୍କୋର କରି ଦଳ ଅଗ୍ରଣୀ ହାସଲ କରିଥିଲା। ଦ୍ୱିତୀୟ କ୍ୱାର୍ଟରର ଦ୍ୱିତୀୟ ମିନିଟରେ ଦଳ ଆଉ […]
ଝରିଗାଁ ବ୍ଲକରେ ଝାଡ଼ାବାନ୍ତି : ୩ ମୃତ ୧୫ ଆକ୍ରାନ୍ତ
ନବରଙ୍ଗପୁର/ଭୁବନେଶ୍ୱର,୦୯-୦୯-୨୦୨୪(ପିପିଏସ) : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ ଚେପଟିଅମ୍ବା ଗ୍ରାମରେ ବ୍ୟାପିଛି ଝାଡ଼ାବାନ୍ତି । ଝାଡ଼ାବାନ୍ତିରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୫ରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି । ଗାଁରେ ମେଡିକାଲ ଟିମ୍ ପହଞ୍ଚି ଲୋକମାନଙ୍କର ଚିକିତ୍ସା ଜାରି ରଖିଛନ୍ତି । କିଛି ଦିନ ପୂର୍ବରୁ ଝାଡ଼ାବାନ୍ତିରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଜି ସକାଳେ ଜଣଙ୍କର ମୃତ୍ୟୁ ଘଟିଛି । ମୃତ ଜଣକ ହେଉଛନ୍ତି ଝରିଗାଁ ବ୍ଲକ ଚେପଟିଆମ୍ବା ଗ୍ରାମର ମଧୁ […]
ଯୁକ୍ତ ଦୁଇ ପରୀକ୍ଷା : ନଭେମ୍ବର ୧୫ ସୁଦ୍ଧା ସିସିଟିଭି ନ ଲଗାଇଲେ ବାତିଲ ହେବ ପରୀକ୍ଷା କେନ୍ଦ୍ର ମାନ୍ୟତା
ଭୁବନେଶ୍ୱର,୦୯-୦୯-୨୦୨୪(ପିପିଏସ) : ଆସନ୍ତା ନଭେମ୍ବର ୧୫ ତାରିଖ ସୁଦ୍ଧା ଯୁକ୍ତ ଦୁଇ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଇ ବାକୁ ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ଚିଠି ଲେଖିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ। ଏଥିସହ ପୂର୍ବରୁ ପରୀକ୍ଷା କେନ୍ଦ୍ର ଗୁଡ଼ିକରେ ଲାଗିଥିବା ସିସିଟିଭି ସବୁ କିଭଳି କାର୍ଯ୍ୟକ୍ଷମ ହେଉଛି ତା’ ରିପୋର୍ଟ ବି ଦେବାକୁ ମଧ୍ୟ ଚିଠିରେ ଉଲ୍ଲେଖ କରାଯାଇଛି। ୨୦୨୫ରେ ହେବାକୁ ଥିବା ଯୁକ୍ତ ଦୁଇ ପ୍ରାକ୍ଟିକାଲ ଓ ଥିଓରୀ ପରୀକ୍ଷା ପାଇଁ ପ୍ରସ୍ତୁତି […]
ଡିଜେ-ମୁକ୍ତ ରୋଷଣୀ, ନିଶା-ମୁକ୍ତ ଭାସାଣୀ ଓ ପଲିଥିନ-ମୁକ୍ତ ପୂଜାର ଆହ୍ୱାନ
କଟକ,୦୯-୦୯-୨୦୨୪(ପିପିଏସ) : ଅକ୍ଟୋବର ୯ ମହାଷଷ୍ଠୀରୁ ଦୁର୍ଗାପୂଜା ଆରମ୍ଭ ହୋଇ ୧୪ରେ ଭାସାଣୀ ଉତ୍ସବ ଅନୁଷ୍ଠିତ ହେବ ଏବଂ ନିଶା-ମୁକ୍ତ ଭାସାଣୀ, ଡିଜେ-ମୁକ୍ତ ରୋଷଣୀ ଓ ପଲିଥିନ-ମୁକ୍ତ ପୂଜା ପାଳନ କରିବାକୁ କଟକ ମହାନଗର ଶାନ୍ତି କମିଟିର ମହାସଭାରେ ନିଷ୍ପତ୍ତି ଗ୍ରହଣ କରାଯାଇଛି | ଏହି ଉପଲକ୍ଷେ ସି.ଡ଼ି.ଏ. ସେକ୍ଟର-୬ସ୍ଥିତ ୱିଣ୍ଡସର ପ୍ଲେସଠାରେ ଅନୁଷ୍ଠିତ ମହାସଭାରେ ସଭାପତି ଶ୍ରୀ ଦେବେନ୍ଦ୍ରନାଥ ସାହୁ ଅଧ୍ୟକ୍ଷତା କରିଥିଲେ | ପ୍ରାରମ୍ଭରେ ଅତିଥିମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ଜ୍ୱଳନ କରାଯିବା ସହ “ବନ୍ଦେ […]
ପାୱାର ହାଉସରେ ପଶିଲା ବନ୍ୟା ଜଳ, ବିଦ୍ୟୁତ ଉତ୍ପାଦନ ବନ୍ଦ : ବିପଦ ସଂକେତ ଉପରେ ମାଛକୁଣ୍ଡ ଡ୍ୟାମ
କୋରାପୁଟ/ଭୁବନେଶ୍ୱର,୦୯-୦୯-୨୦୨୪(ପିପିଏସ) : କୋରାପୁଟ ଜିଲ୍ଲା ଲମତାପୁଟରେ ଥିବା ମାଛକୁଣ୍ଡ ପାୱାର ହାଉସରେ ପଶିଯାଇଛି ବନ୍ୟା ଜଳ। ଫଳରେ ପ୍ରକଳ୍ପରେ ବିଦ୍ୟୁତ ଉତ୍ପାଦନ ବନ୍ଦ ହୋଇଛି । ବିଦ୍ୟୁତ ଉତ୍ପାଦନ ବନ୍ଦ ନେଇ ବିଦ୍ୟୁତ ପ୍ରକଳ୍ପ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ମାଛକୁଣ୍ଡ ପାୱାର ହାଉସରୁ ଦୈନିକ ୮୦ ମେଗାୱଟ ବିଦ୍ୟୁତ ଉତ୍ପାଦନ ହୁଏ । ଏହା ଆଜି ବନ୍ଦ ହେବା ପରେ ବିଦ୍ୟୁତ୍ ସେବା ପ୍ରଭାବିତ ହେବା ଆଶଙ୍କା ଦେଖାଦେଇଛି । ମାଛକୁଣ୍ଡ ପାୱାର ହାଉସରେ […]
ଲଗାଣ ବର୍ଷାରେ ବଢୁଛି କୋଲାବ ନଦୀର ଜଳସ୍ତର : ଅନେକ ଗାଁ ଜଳବନ୍ଦୀ
କୋରାପୁଟ/ଭୁବନେଶ୍ୱର,୦୯-୦୯-୨୦୨୪(ପିପିଏସ) : ଲଗାଣ ବର୍ଷା ଯୋଗୁ ମାଲକାନଗିରି ଭଳି କୋରାପୁଟ ଜିଲ୍ଲାରେ ମଧ୍ୟ ଗତକାଲିଠୁ ଜଳ ପ୍ରଳୟ ସ୍ଥିତି ଉପୁଜିଛି । କୋଲାବ ନଦୀ ଫୁଲୁଥିବାରୁ କିଛି ତଳିଆ ଅଞ୍ଚଳରେ ପାଣି ପଶିଛି । ଦୀଗାପୁରଠାରେ ଥିବା ବ୍ରିଜ୍ ଉପରେ ପାଣି ଚାଲୁଛି । ଫଳରେ କୁନ୍ଦୁରା ଦୀଗାପୁରଠାରୁ ଘୁମରକୁ ଯାତାୟାତ ବାଧାପ୍ରାପ୍ତ ହୋଇଛି । ଲଗାଣ ବର୍ଷା ଯୋଗୁ ମାଛକୁଣ୍ଡ ଜଳ ବିଦ୍ୟୁତ ପ୍ରକଳ୍ପରେ ବଢିଛି ଜଳସ୍ତର। ଫଳରେ ଜଲାପୁଟ ଡ୍ୟାମର ୨ଟି ଓ ସ୍ପିଲୱେ […]
ବର୍ଷାରେ ବେହାଲ ମାଲକାନଗିରି : ବାହ୍ୟ ଜଗତରୁ ବିଛିନ୍ନ ଅନେକ ଅଞ୍ଚଳ
ମାଲକାନଗିରି/ଭୁବନେଶ୍ୱର,୦୯-୦୯-୨୦୨୪(ପିପିଏସ) : ଲଗାଣ ବର୍ଷା ଯୋଗୁ ବେହାଲ ହୋଇପଡ଼ିଛି ମାଲକାନଗିରି । ଜିଲ୍ଲାର ଅନେକ ଅଞ୍ଚଳରେ ବର୍ଷା ପାଣି ଜମି ରହିଛି । ପୋଟେରୁ ପୋଲ ଉପରେ ୫ରୁ୬ଫୁଟ୍ ବନ୍ୟା ପାଣି ଯାଉଛି । ସୁଅ ପ୍ରଖର ଥିବାରୁ ଲୋକେମାନେ ଯିବାଆସିବା କରିବା ସମ୍ଭବପର ହୋଇପାରୁ ନାହିଁ । ଯାହାଫଳରେ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଛିା ରାସ୍ତାର ଉଭୟ ପାର୍ଶ୍ୱରେ ଅନେକ ଯାନବାହନ ଅଟକି ରହିଛି । ସେହିପରି କାଲିମେଳାରୁ ମୋଟୁକୁ ମଧ୍ୟ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି । […]
ରାସ୍ତା କଡ଼ରେ ଠିଆ ହୋଇଥିବା ଟ୍ରକକୁ ଧକ୍କା ଦେଲେ ବାଇକ୍ ଆରୋହୀ : ୨ ମୃତ
ଭଦ୍ରକ/ଭୁବନେଶ୍ୱର,୦୯-୦୯-୨୦୨୪(ପିପିଏସ) : ରଙ୍ଗ ରୁଟ୍ରେ ଆସି ରାସ୍ତା କଡ଼ରେ ଠିଆ ହୋଇଥିବା ଟ୍ରକକୁ ଧକ୍କା ଦେଲେ ବାଇକ୍ ଆରୋହୀ । ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଭଦ୍ରକ ଜିଲ୍ଲା ଟାଉନଥାନା ଅନ୍ତର୍ଗତ ବନ୍ତ ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି। ମୃତକ ଦ୍ୱୟ ହେଲେ ପଥରାଆଡିର ଶିବସୁନ୍ଦର ମହାପାତ୍ର ଓ ବାରିକପୁରର ସୌରଭ ମିଶ୍ର । ଅନ୍ୟ ଜଣେ ଆହତଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି […]
ମଧ୍ୟାହ୍ନରେ ପୁରୀ ଅତିକ୍ରମ କରିବ ଗଭୀର ଅବପାତ : ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା
ଭୁବନେଶ୍ୱର,୦୯-୦୯-୨୦୨୪(ପିପିଏସ) : ପଶ୍ଚିମ କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହୋଇଥିବା ଅବପାତଟି ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହୋଇଛି । ଏହା ଘଣ୍ଟା ପ୍ରତି ୭ କିମି ବେଗରେ ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି। ଏହା ପୁରୀଠାରୁ ୧୧୦ କିମି ଦୂର କେନ୍ଦ୍ରୀଭୂତ ହୋଇଛି । ଆଜି ମଧ୍ୟାହ୍ନ ସମୟରେ ପୁରୀ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି। ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି । […]
