ରଥ ଯାତ୍ରା
ଶ୍ରୀମନ୍ଦିର ଉପରେ ପୁଣି ଡ୍ରୋନ୍ ଉଡ଼ାଣ, ଜଣେ ଯୁବକ ଅଟକ
ପୁରୀ, ୧୦୲୭(ରୁଦ୍ର): ରଥଯାତ୍ରାକୁ ଆଉ ମାତ୍ର କିଛି ଦିନ ବାକି ଥିବାବେଳେ ଶ୍ରୀଜଗନ୍ନାଥ ମନ୍ଦିରର ସୁରକ୍ଷାକୁ ନେଇ ପୁଣି ଥରେ ପ୍ରଶ୍ନ ଉଠିଛି। ସୋମବାର ଭୋର ସମୟରେ ଶ୍ରୀମନ୍ଦିରର ନୀଳଚକ୍ର ନିକଟରେ ଏକ ଡ୍ରୋନ୍ ଉଡୁଥିବା ଦେଖାଯିବା ପରେ ସୁରକ୍ଷା ଏଜେନ୍ସିମାନେ ତୁରନ୍ତ ସକ୍ରିୟ ହୋଇଥିଲେ। ସୂଚନା ପାଇବା ପରେ ପୁଲିସ ତତ୍ପରତାର ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ମାଟିମଣ୍ଡପ ସାହି ଅଞ୍ଚଳରୁ ଡ୍ରୋନ୍ ଉଡ଼ାଉଥିବା ଜଣେ ଯୁବକଙ୍କୁ ଅଟକ ରଖିଛି। ତାଙ୍କଠାରୁ ବ୍ୟବହୃତ ଡ୍ରୋନ୍କୁ ମଧ୍ୟ […]
ରଥଯାତ୍ରା ପାଇଁ ଗଡ଼ିବ ସ୍ଵତନ୍ତ୍ର ରେଳ: ରେଳ ମନ୍ତ୍ରୀ
ଭୁବନେଶ୍ୱର, ୬।୭(ଉଦୟ): ରଥଯାତ୍ରାକୁ ଆଉ ଅଧିକ ସୁବିଧାଜନକ ଓ ସୁରକ୍ଷିତ କରିବା ପାଇଁ ଭାରତୀୟ ରେଳପଥ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଚଳିତ ବର୍ଷ ପୁରୀକୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଆଗମନକୁ ଦୃଷ୍ଟିରେ ରଖି ମୋଟ ପ୍ରାୟ ୧୧୦୦ଟି ଟ୍ରେନ୍ ଚଳାଚଳ କରିବାର ଯୋଜନା ରହିଛି। ଏଥିମଧ୍ୟରୁ ପ୍ରାୟ ୩୦୦ଟି ସ୍ୱତନ୍ତ୍ର ସ୍ପେଶାଲ୍ ଟ୍ରେନ୍ ଥିବାବେଳେ, ପ୍ରାୟ ୮୦୦ଟି ରଥଯାତ୍ରାକୁ କେନ୍ଦ୍ର କରି ବିଶେଷ ବ୍ୟବସ୍ଥାରେ ଚଳାଚଳ କରିବ। ଏହି ପଦକ୍ଷେପ ଯୋଗୁଁ ଭକ୍ତମାନେ ଯାତାୟାତରେ ଅନେକ […]