ପ୍ରମୁଖ ଖବର
କଂଗ୍ରେସ ସାରା ଦେଶବାସୀଙ୍କୁ କ୍ଷମା ମାଗୁ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର ୨୪-୧୨-୨୦୨୪ (ପିପିଏସ) : ବାବା ସାହେବ ଆମ୍ବେଦକର ପ୍ରସଙ୍ଗକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପ୍ରେସ୍ମିଟ୍ । କଂଗ୍ରେସ ସରକାରଙ୍କ ସମୟରେ ନେହୁରୁ ବାବା ସାହେବ ଆମ୍ବେଦକରଙ୍କୁ ଅସମ୍ମାନ କରିଥିବା କଥା କହିଲେ ମୁଖ୍ୟମନ୍ତ୍ରୀ । ଗୃହମନ୍ତ୍ରୀ ଅମିତ ଶାହ ରାଜ୍ୟସଭାରେ ଦେଇଥିବା ମନ୍ତବ୍ୟକୁ ନେଇ ଏବେ ରାଜନୈତିକ ତୁମ୍ବି ତୋଫାନ ଲାଗି ରହିଛି । ଏବେ ଅମିତ ଶାହଙ୍କୁ କ୍ଷମା ପ୍ରାର୍ଥନା କରିବାକୁ ଦାବି କରିଛି । ତେବେ ଅମିତ ଶାହ ନୁହେଁ ବରଂ […]
କେବେ ମିଳିବ ଶୁଦ୍ଧ ପାନୀୟ ଜଳ
:-ମେଗା ପାନୀୟ ଜଳ ପ୍ରକଳ୍ପରେ କେବେ ମିଳିବ ପାଣି ? :-ପାଣି ପାଈଁ ଆଉଟୁ ପାଉଟୁ ୨ଟି ବ୍ଲକର ୧ଲକ୍ଷରୁ ଉର୍ଦ୍ଧ ଲୋକ :-ନେତା ଙ୍କ ପ୍ରତିଶ୍ରୁତି କେବେ ହେବ ପୂରଣ ? ଅସ୍ତରଙ୍ଗ/ଭୁବନେଶ୍ୱର ୨୨-୧୨-୨୦୨୪ (ପିପିଏସ) : ଲୁଣି ଓ ଖାରି ପାଣି ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ପୁରୀ ଜିଲ୍ଲା କାକଟପୁର ଓ ଅସ୍ତରଙ୍ଗ ବ୍ଲକର ୧ଲକ୍ଷରୁ ଉର୍ଦ୍ଧ ଲୋକ।ଖରା ଦିନେ ଆସିଲେ ମାଇଲି ମାଇଲି ବାଟ ଚାଲିବାକୁ ପଡୁଛି। ନଚେତ କିଣା ପାଣି ଶୋଷ […]
ଭୟମୁକ୍ତ ଓ ବିକଶିତ ଅଞ୍ଚଳ ହେବ ଆଠଗଡ଼- ଧର୍ମେନ୍ଦ୍ର ପ୍ରଧାନ
ଆଠଗଡ଼ରେ ଦଳର ମିଶ୍ରଣ ପର୍ବ ସମାରୋହରେ କେନ୍ଦ୍ରମନ୍ତ୍ରୀ •ବିଜେପି ସରକାରରେ ଆଇନ କେଉଁ ବିଧାୟକଙ୍କ ନିର୍ଦ୍ଦେଶରେ ଚାଲିବ ନାହିଁ, ନ୍ୟାୟ ଗରିବ ଲୋକଙ୍କ ପାଇଁ ରହିବ •ବ୍ୟାଙ୍କରୁ ଋଣ ନିଆଯାଇ ଆଠଗଡରେ କେନାଲ ଖୋଳା ହେଲା, ଚାଷୀଙ୍କ ଜମିକୁ ପାଣି ମାଡିଲା ନାହିଁ •କ୍ୟାପିଟାଲ ଜୋନ୍ ରିଙ୍ଗ ରୋଡ ପ୍ରକଳ୍ପ ଦ୍ୱାରା ଆଠଗଡ ଅଧିକ ଲାଭ ପାଇବ କଟକ/ଆଠଗଡ଼,୨୨-୧୨-୨୦୨୪ (ପିପିଏସ) : ସମ୍ବଲପୁର, କଟକ, ଢେଙ୍କାନାଳ, ବାଙ୍କୀ, ଜଗତସିଂହପୁରର ସଡକ ଭିତ୍ତିଭୂମି ସୁଦୃଢ ହେବ ଚଷା ଚାଷୀର […]
ମୋଦୀଙ୍କୁ କୁଏତର ସର୍ବୋଚ୍ଚ ସମ୍ମାନ
ନୂଆଦିଲ୍ଲୀ/ଭୁବନେଶ୍ୱର୨୨-୧୨-୨୦୨୪(ପିପିଏସ): ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କୁଏତ ଗସ୍ତର ଶେଷ ଦିନରେ ତାଙ୍କୁ କୁଏତର ସର୍ବୋଚ୍ଚ ସମ୍ମାନ ‘ଅର୍ଡର ଅଫ୍ ମୁବାରକ୍ ଅଲ୍ କବୀରପ୍ରଦାନ କରାଯାଇଛି ।ରବିବାର କୁଏତର ବାୟାନ୍ ପ୍ୟାଲେସରେ ତାଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା।ଏହାପରେ କୁଏତ୍ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଏହାର ସର୍ବୋଚ୍ଚ ସମ୍ମାନ ଅର୍ଡର ଅଫ୍ ମୁବାରକ୍ ଅଲ୍ କବୀରରେ ସମ୍ମାନିତ କରିଥିଲେ।ବାୟାନ୍ ପ୍ୟାଲେସ କୁଏତରେ ଶକ୍ତିର ପ୍ରତୀକ ଏବଂ ଅନେକ ଦେଶର ଦୂତାବାସ ମଧ୍ୟ ଏଠାରେ ଅଛି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଦିଆଯାଇଥିବା ଏହା ହେଉଛି ୨୦ତମ ଅନ୍ତର୍ଜାତୀୟ ସମ୍ମାନ ଏହା ବିଦେଶୀ ରାଷ୍ଟ୍ରମୁଖ୍ୟ ଏବଂ ବିଦେଶୀ ରାଜ ପରିବାରର ସଦସ୍ୟମାନଙ୍କୁ ପ୍ରଦାନ କରାଯାଏ ।ପୂର୍ବରୁ ବିଲ୍ କ୍ଲିଣ୍ଟନ୍, ପ୍ରିନ୍ସ ଚାର୍ଲ୍ସ ଓ ଜର୍ଜ ବୁଶଙ୍କ ଭଳି ବିଦେଶୀ ନେତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି।ଭାରତ ସରକାର ଉପସାଗରୀୟ ଦେଶଗୁଡ଼ିକ ସହ ସମ୍ପର୍କକୁ ସୁଦୃଢ଼ କରିବା ଦିଗରେ କାର୍ଯ୍ୟ କରୁଛନ୍ତି। ଭାରତ-କୁଏତ ସମ୍ପର୍କକୁ ବିଶେଷ କରି ବାଣିଜ୍ୟ, ପୁଞ୍ଜିନିବେଶ ଏବଂ ଶକ୍ତି କ୍ଷେତ୍ରରେ ଏକ ନୂତନ ଗତି ପ୍ରଦାନ ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀମୋଦୀ କୁଏତର ଅମୀର ଶେଖ୍ ମେଶାଲ ଅଲ-ଅହମ୍ମଦ ଅଲ-ଜାବେର ଅଲ୍-ସବାଙ୍କ ସହ ଆଲୋଚନା କରିଛନ୍ତି।
ଜବରଦଖଲରେ ଭରି ହୋଇଗଲାଣି ଭୁବନେଶ୍ବର
ଭୁବନେଶ୍ୱର ୨୨-୧୨-୨୦୨୪ (ପିପିଏସ) : ଜବରଦଖଲରେ ଭର୍ତ୍ତି ଭୁବନେଶ୍ବର। ସରକାରୀ ଜାଗାରେ ନିର୍ମାଣ ହୋଇଛି ବହୁତଳ ପ୍ରାସାଦ। ଯିଏ ଯେଉଁଠି ପାରୁଛି ଘର ତିଆରି କରୁଛି। ପ୍ରଥମେ ବାଡ଼ ଘେରାଇ ବାଉଁଶ ପଲା, ପରେ କଂକ୍ରିଟ୍ ନିର୍ମାଣ। ସହର ଛାତି ଉପରେ ମୂଲ୍ୟବାନ୍ ଜମି ହଡ଼ପ କରିବାରେ ଏହା ଏକ ସାଧାରଣ କଥା ପାଲଟିଛି। ଜବରଦଖଲ ରୋକିବା ପାଇଁ କୋଟି କୋଟି ବ୍ୟୟରେ ଯେଉଁ ବ୍ୟବସ୍ଥା ହୋଇଛି ତାହା ଯେ ଫେଲ୍ ମାରିଛି ତାହା ନୁହେଁ। ଯେଉଁ […]
ସାମ୍ବାଦିକ ସୁରକ୍ଷା ଅଧିନିୟମ ଆଣିବା ପାଇଁ ପ୍ରତିଶୃତି ଦେଲେ କେନ୍ଦ୍ରମନ୍ତ୍ରୀ
ଭୁବନେଶ୍ୱର ୨୨-୧୨-୨୦୨୪ (ପିପିଏସ) : ଓଡ଼ିଶାରେ ସାମ୍ବାଦିକମାନେ ଖବର ପ୍ରସାରଣ ସହ ବିଭିନ୍ନ କାର୍ଯ୍ୟରେ ଗୁରୁ ଦାୟିତ୍ୱ ନିର୍ବାହ କରୁଛନ୍ତି। ଓଡ଼ିଶାର ଅଧିକାରରେ ସାମ୍ବାଦିକ ବନ୍ଧୁମାନଙ୍କର ବି ଦାୟିତ୍ୱ ଅଛି। ଏହି ସାମ୍ବାଦିକ ବନ୍ଧୁମାନଙ୍କର ସୁରକ୍ଷା, ଅଧିକାର ଓ ସୁବିଧା ପାଇଁ ସାମ୍ବାଦିକ ସୁରକ୍ଷା ଅଧିନିୟମ ଆଣିବା ସହ ସେମାନଙ୍କୁ ବିଧିବିଦ୍ଧ ଭାବରେ ମାନ୍ୟତା ପ୍ରଦାନ କରିବା ତଥା ପେନସନ ବ୍ୟବସ୍ଥା କରିବା ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର […]
ନୂଆବର୍ଷରୁ ଆରମ୍ଭ ହେବ ମହାପ୍ରଭୁଙ୍କ ଧାଡ଼ି ଦର୍ଶନ :ଆଇନ୍ ମନ୍ତ୍ରୀ
ପୁରୀ/ଭୁବନେଶ୍ୱର ୨୨-୧୨-୨୦୨୪ (ପିପିଏସ) : ୨୦୨୫ ଜାନୁଆରି ୧ ତାରିଖରୁ ଆରମ୍ଭ ହେବ ମହାପ୍ରଭୁଙ୍କ ଧାଡ଼ି ଦର୍ଶନ। ଏଥିପାଇଁ ଡିସେମ୍ବର ୩୦ ଓ ୩୧ ତାରିଖରେ ଟ୍ରାଏଲ କରାଯିବ। ଆଜି ଏନେଇ ସୂଚନା ଦେଇଛନ୍ତି ଆଇନ୍ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ପୃଥ୍ବୀରାଜ ହରିଚନ୍ଦନ ଆହୁରି କହିଛନ୍ତି, ଡିସେମ୍ବର୨୭ ଏବଂ ୨୮ ତାରିଖ ସୁଦ୍ଧା ପରିବର୍ତ୍ତନ ପ୍ରକ୍ରିୟା ଶେଷ ହୋଇଯିବ। ପରୀକ୍ଷାମୂଳକ ଭାବେ ଡିସେମ୍ବର ୩୦ ଓ ୩୧ ତାରିଖରେ ଧାଡ଼ି ଦର୍ଶନ ହେବ। ଜାନୁଆରି ୧ତାରିଖରୁ ନିୟମିତ […]
ପୁଣି ହୋଇପାରେ ବର୍ଷା: ବଢ଼ିଲା ଚାଷୀଙ୍କ ଚିନ୍ତା
ଭୁବନେଶ୍ୱର ୨୨-୧୨-୨୦୨୪ (ପିପିଏସ) : ଗତ ୧୭ ତାରିଖ ଠାରୁ ୨୧ ତାରିଖ ଯାଏଁ ରାଜ୍ୟର ଅଧିକାଂଶ ସ୍ଥାନରେ ହୋଇଥିବା ବର୍ଷାକୁ ନେଇ ଚାଷୀକୁଳ ହଇରାଣ ହୋଇଥିବା ବେଳେ ପୁଣି ଥରେ ସେମାନେ ସମାନପ୍ରକାରର ପରସ୍ଥିତିର ସାମ୍ନା କରିବାକୁ ପଡ଼ିପାରନ୍ତି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଅନୁସାରେ ଆସନ୍ତା ୨୪ ତାରିଖ ଠାରୁ ଦୁଇଦିନ ଯାଏଁ ରାଜ୍ୟରେ ପୁଣି ବର୍ଷା ସହ ଘନ କୁହୁଡ଼ି ହୋଇପାରେ। ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ପଶ୍ଚିମା ଝଡ଼ […]
ଭୁଶୁଡ଼ିବା ସ୍ଥିତିରେ ସେନ୍ସସ୍ କଲୋନି କ୍ବାର୍ଟର୍ସ
ଭୁବନେଶ୍ୱର ୨୨-୧୨-୨୦୨୪ (ପିପିଏସ) : ୨୪ନମ୍ବର ୱାର୍ଡ ଅନ୍ତର୍ଗତ ସେନ୍ସସ୍ କଲୋନିରେ ଥିବା କ୍ବାର୍ଟର୍ସଗୁଡ଼ିକ ରକ୍ଷାଣାବେକ୍ଷଣ ଅଭାବରୁ ଭୁଶୁଡ଼ିପଡ଼ିବା ସ୍ଥିତିରେ ରହିଛି। ଅଧିକାଂଶ ବାହାର କାନ୍ଥରେ ଗଛ ଉଠି ବଡ଼ବଡ଼ ଫାଟ ସୃଷ୍ଟି କରିଛି। ଫଳରେ ଏହା ଭିତରେ ରହୁଥିବା ଲୋକେ ଅତଙ୍କିତ ହୋଇପଡ଼ିଛନ୍ତି। କ୍ବାର୍ଟର୍ସ ଭିତରେ ପ୍ଲାଷ୍ଟର୍ ଖସିବା ସହିତ କାନ୍ଥରେ ପାଣି ଜମୁଛି। କ୍ବାର୍ଟର୍ସଗୁଡ଼ିକର ଆଗପଟକୁ ଚୂନ ବୋଳି ଚକାଚକ୍ କରାଯାଉଛି, ମାତ୍ର କାନ୍ଥ ଫାଟକୁ ମରାମତି କରାଯାଉ ନଥିବା ଅଭିଯୋଗ ହୋଇଛି। କେନ୍ଦ୍ରୀୟ […]
ତାଗିଦା ପରେ ତତ୍ପରତା: ପଥ ଉତ୍ସବ ପ୍ରସ୍ତୁତି ଶେଷ
ଭୁବନେଶ୍ୱର ୨୧-୧୨-୨୦୨୪ ( ପିପିଏସ ) : ସରକାରଙ୍କ ତାଗିଦା ପରେ ଚେତିଛି ବିଏମ୍ସି। ଜାନୁଆରି ୮ରୁ ୧୦ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ହେବାକୁ ଥିବା ୧୮ତମ ପ୍ରବାସୀ ଭାରତୀୟ ଦିବସ ଅବ୍ୟବହିତ ପୂର୍ବରୁ ବିଏମ୍ସି ପକ୍ଷରୁ ବ୍ୟାପକ ଆୟୋଜନ କରାଯାଉଛି। ଆଜି ବିଏମ୍ସିରେ ଏ ନେଇ ସ୍ବତନ୍ତ୍ର କର୍ପୋରେସନ ବୈଠକରେ ଏହା ଉପରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି। ପ୍ରବାସୀ ଭାରତୀୟ ଦିବସ ଅବସରରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, କେନ୍ଦ୍ର ମନ୍ତ୍ରିମଣ୍ଡଳରବହୁ ସଦସ୍ୟ, ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ […]