ଓଡିଶା
ଓସିଏ ପଦ ଛାଡିଲେ ବବି ଦାସ
୪୫ ଦିନ ଭିତରେ ଓସିଏକୁ ମିଳିବ ନୂଆ ସଭାପତି: ସଂଜୟ ବେହେରା କଟକ/ଭୁବନେଶ୍ୱର ୨୯-୧୨-୨୦୨୪ (ପିପିଏସ ) : ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ (ଓସିଏ)ର ସଭାପତି ପଦ ଛାଡ଼ିଛନ୍ତି ପ୍ରଣବ ପ୍ରକାଶ ଦାସ (ବବି)। ଏନେଇ ଓସିଏ ସଂପାଦକ ସଂଜୟ ବେହେରା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଶ୍ରୀ ବେହେରା କହିଛନ୍ତି ଯେ, ବ୍ୟକ୍ତିଗତ କାରଣ ଦର୍ଶାଇ ବବି ଦାସ ସଭାପତି ପବରୁ ଇସ୍ତଫା ଦେଇଛନ୍ତି। ଆଗାମୀ ୪୫ ଦନି ଭିତରେ ନୂଆ ସଭାପତି ପାଇଁ ନିର୍ବାଚନ ହେବ। ସୂଚନାଯୋଗ୍ୟ, […]
ଅଙ୍ଗନବାଡି କେନ୍ଦ୍ର ଉପରେ ମହଙ୍ଗା ମାଡ଼
:-ଅପପୁଷ୍ଟି ମୁକାବିଲା ଯୋଜନା ବାଟବଣା :-ଅଣ୍ଡା ଗୋଟାକୁ ୮ଟଙ୍କା, ମିଳୁଛି ୫ଟଙ୍କା, ଡାଲି ଦର ଛୁଇଁଲାଣି ଦୁଇ ଶତକ ଅସ୍ତରଙ୍ଗ/ଭୁବନେଶ୍ୱର ୨୮-୧୨-୨୦୨୪(ପିପିଏସ) : ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଞ୍ଚଳରେ ଅଣ୍ଡା ଦର ହୁ ହୁ ହୋଇ ବଢ଼ି ଚାଲିବା ସହ ଡାଲି ଦର କ୍ରମାଗତ ଭାବେ ବଢିଛି। ଏହାର ସିଧା ସଳଖ ପ୍ରଭାବ ପଡିଛି ସରକାର ଙ୍କ ପକ୍ଷରୁ ଚାଲିଥିବା ସମ୍ବନୀତ ଶିଶୁବିକାଶ ଯୋଜନା ଉପରେ। ଶିଶୁ, ଗର୍ଭବତୀ ମହିଳା, ପ୍ରସୂତି ଓ କିଶୋରୀଙ୍କ ଲାଗି […]
ପାନ ଗଛରେ ପୋକ ;ଚାଷୀ ହତାଶ
:-କାଳ ସାଜିଲା ଲଗାଣ ବର୍ଷା :-ଅମଳ ହ୍ରାସ, କାଁ ଭାଁ ବିକ୍ରି :-ପାନ କଡା ପିଛା ୩୦ରୁ ୪୦ଟଙ୍କା ଅସ୍ତରଙ୍ଗ,୨୮-୧୨-୨୦୨୪(ପିପିଏସ) : ଅଦିନିଆ ବର୍ଷା ଚାଷୀଙ୍କ ଚିନ୍ତା ବଢ଼ାଇ ଦେଇଛି। କେବଳ ଧାନ ଫସଲ ନୁହେଁ ପରିବା ଫସଲ ସହ ପାନ ଚାଷୀଙ୍କର ମଧ୍ୟ ବହୁ କ୍ଷତି ହୋଇଛି। ଶୀତଋତୁରେ ପୁରୀ ଜିଲ୍ଲା ଅସ୍ତରଙ୍ଗ ଅଞ୍ଚଳରେ ପାନର ଉତ୍ପାଦନ ଯଥେଷ୍ଟ ହ୍ରାସ ପାଇଛି। କହିବାକୁ ଗଲେ ବଜାରରୁ ପାନ ଆଗ ଅପେକ୍ଷା କମିଯାଇଛି। ସାଧାରଣତଃ ଶୀତ ଦିନେ […]
ବଢିବ ବ୍ଲକ ସଂଖ୍ୟା !
୭୫କିମି ଦୂରରେ ବସବାସ କରନ୍ତି ବୈପାରୀଗୁଡ଼ା ବ୍ଲକ୍ର ଏହି ଗାଁର ଲୋକେ ଭୁବନେଶ୍ୱର ୨୮-୧୨-୨୦୨୪(ପିପିଏସ) : ଜନସାଧାରଣଙ୍କ ନିକଟରେ ସୁଶାସନ ବ୍ୟବସ୍ଥା ପହଞ୍ଚାଇବାକୁ ହେଲେ ସ୍ଥାନୀୟ ଶାସନ ବ୍ୟବସ୍ଥାକୁ ଅତି ସରଳ କରିବାକୁ ପଡ଼ିବ। ଘର ଠାରୁ କମ୍ ଦୂରତାରେ ପଞ୍ଚାୟତ ଓ ବ୍ଲକ କାର୍ଯ୍ୟାଳୟ ରହିଲେ ଲୋକେ ସୁବିଧା ପାଇପାରିବେ। କିନ୍ତୁ ରାଜ୍ୟରେ ଅନେକ ଗାଁର ଲୋକେ ନିଜ ବ୍ଲକ ମୁଖ୍ୟାଳୟକୁ ପହଞ୍ଚିବା ପାଇଁ ୭୫କିମି ଦୂର ପର୍ଯ୍ୟନ୍ତ ରାସ୍ତା ଅତିକ୍ରମ କରୁଛନ୍ତି।ରାଜ୍ୟରେ ୧୯୮୪ ମସିହାରେ […]
ଓଡ଼ିଶାର ପ୍ରତିଭାବାନ ଲୋକଙ୍କୁ ନେଇ ଜ୍ଞାନ ତିଆରି କରିବା: ଧର୍ମେନ୍ଦ୍ର
ଭୁବନେଶ୍ୱର ୨୮-୧୨-୨୦୨୪(ପିପିଏସ) : ଆଇଆଇଟି, ଭୁବନେଶ୍ୱରକୁ ଟିଚିଂ, ରିସର୍ଚ୍ଚ ଓ ଇନୋଭେସନର ପେଣ୍ଠସ୍ଥଳି କରିବାକୁ ହେବ। ତେବେ ଯାଇ ଭାରତର ଅର୍ଥନୀତି ୫ ରୁ ୭ ଟ୍ରିଲିୟନ ଆମେରିକୀୟ ଡଲାର ହେବାର ଲକ୍ଷ୍ୟ ପୂରଣ ହୋଇପାରିବ। ଏହା ଦ୍ୱାରା ଆଇଆଇଟି ଛାତ୍ରଛାତ୍ରୀମାନେ ବିକଶିତ ଓଡ଼ିଶା ଏବଂ ବିକଶିତ ଭାରତ ଗଠନରେ ନିଜର ଦାୟିତ୍ୱ ନିର୍ବାହ କରିପାରିବେ ବୋଲି ଶନିବାର ଆଇଆଇଟି, ଭୁବନେଶ୍ୱରର ଦ୍ୱାଦଶ ଓ ତ୍ରୟୋଦଶ ମିଳିତ ସମାବର୍ତ୍ତନ ସମାରୋହରେ ଯୋଗଦେଇ କହିଛନ୍ତି କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର […]
ଟେଣ୍ଡରରେ ସୀମିତ ମଶାଣି
ରାସ୍ତା କଡ଼ରେ କୁଢ଼କୁଢ଼ କୁକୁରଙ୍କ ଶବ ଭୁବନେଶ୍ୱର ୨୮-୧୨-୨୦୨୪(ପିପିଏସ) : ଗୋଟିଏ କି ଦୁଇଟି ନୁହେଁ, ବରଂ କୁଢ଼କୁଢ଼ କୁକୁରଙ୍କ ଶବ। କିଛି ପଚି ଗଲାଣି, ଆଉ କିଛି ସଦ୍ୟ। ସାରା ଅଞ୍ଚଳ ଦୁର୍ଗନ୍ଧରେ ଭର୍ତ୍ତି। କେଉଁ ଜନଗହଳିରୁ ଦୂରରେ ନୁହେଁ, ବରଂ ଅତ୍ୟାଧୁନିକ ବରମୁଣ୍ଡା ବସ୍ଷ୍ଟାଣ୍ଡ ‘ବିଏସ୍ଏବିଟି’ ଠାରୁ ଶହେ ମିଟର ଦୂର ରାଜରାସ୍ତା କଡ଼ରେ ଏଭଳି ସ୍ଥିତି। ବରମୁଣ୍ଡା ବସ୍ଷ୍ଟାଣ୍ଡରୁ ଖଣ୍ଡଗିରି ଲମ୍ବିଥିବା ରାଜପଥର ସର୍ଭିସ୍ ରୋଡ୍ରେ ଟିସୁ କଲ୍ଚର ପରୀକ୍ଷାଗାର ପାଖ ପ୍ରାକୃତିକ […]
ବର୍ଷା କ୍ଷୟକ୍ଷତି ଆକଳନ କରିବେ ମୁଖ୍ୟମନ୍ତ୍ରୀ-ଉପମୁଖ୍ୟମନ୍ତ୍ରୀ
ଅଦିନିଆ ବର୍ଷାରେ ଫସଲ କ୍ଷୟକ୍ଷତି ଯୋଗୁଁ ଚାଷୀକୁଳ ଚିନ୍ତାରେ ପଡ଼ିଛନ୍ତି। ରାଜ୍ୟ ସରକାର ଚାଷୀମାନଙ୍କୁ କ୍ଷତିପୂରଣ ଦେବାକୁ ଘୋଷଣା କରିଛନ୍ତି। ଏହା ବ୍ୟତୀତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜିଲ୍ଲା ଗସ୍ତ କରି କ୍ଷୟକ୍ଷତି ଆକଳନ କରିବେ ବୋଲି ଜଣାପଡ଼ିଛି। ଭୁବନେଶ୍ୱର ୨୮-୧୨-୨୦୨୪(ପିପିଏସ) : ରାଜ୍ୟରେ ଗତ ୨୦ ତାରିଖ ଠାରୁ ୨୮ ତାରିଖ ମଧ୍ୟରେ ବର୍ଷା ଯୋଗୁଁ ଫସଲ କ୍ଷୟକ୍ଷତି ହୋଇଛି। ଅଦିନିଆ ବର୍ଷାରେ ଫସଲ କ୍ଷୟକ୍ଷତି ଯୋଗୁଁ ଚାଷୀକୁଳ ଚିନ୍ତାରେ ପଡ଼ିଛନ୍ତି। ରାଜ୍ୟ ସରକାର […]
ଭୁବନେଶ୍ବରରେ ସିରିଜ ଦୁର୍ଘଟଣା
ଏକାଧିକ ବ୍ୟକ୍ତି ଆହତ, ଚାପା ଉତ୍ତେଜନା ଜାରି ଭୁବନେଶ୍ୱର ୨୮-୧୨-୨୦୨୪(ପିପିଏସ) : ରାଜଧାନୀ ଭୁବନେଶ୍ବରରେ ସିରିଜ୍ ଦୁର୍ଘଟଣା ଘଟିଛି। ଜାଭିଅର ଛକ ନିକଟରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ସାଲିଆସାହି ରାସ୍ତାରେ ତଥା ଏକ କଲେଜ ସାମ୍ନାରେ ୪ଟି କାର୍, ଏକ ଭ୍ୟାନ୍ ଓ ଗୋଟିଏ ଯାତ୍ରୀବାହୀ ଅଟୋ ଦୁର୍ଘଟଣାର ସାମ୍ନା କରିଛି। ପ୍ରାୟ ୧୦ ଜଣ ଲୋକ ଏହି ଦୁର୍ଘଟଣାର ଶିକାର ହୋଇଛନ୍ତି। ଏଥିରୁ ୨ ଜଣଙ୍କର ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଡାକ୍ତରଖାନାରେ […]
ବରଗଡ଼ ଧନୁଯାତ୍ରା
ଐତିହ୍ୟ ମାନ୍ୟତା ପାଇଁ ବିଶେଷଜ୍ଞ କମିଟି ଗଠନ ବରଗଡ଼/ଭୁବନେଶ୍ୱର ୨୮-୧୨-୨୦୨୪(ପିପିଏସ) : ଆଉ ମାତ୍ର ୫ ଦିନ ପରେ ବରଗଡ଼ର ପ୍ରସିଦ୍ଧ ଧନୁଯାତ୍ରା ଆରମ୍ଭ ହୋଇଯିବ। ଆସନ୍ତା ୩ ତାରିଖ ଠାରୁ ଆରମ୍ଭ ହେବାକୁ ଥିବା ଏହି ୧୧ ଦିବସୀୟ ଯାତ୍ରା ପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି। ମୁକ୍ତାକାଶ ରଂଗମଞ୍ଚ ପୁଣି ଥରେ ମହାରାଜ କଂସଙ୍କ ସଂଳାପରେ ଗଗନ ପବନ ପ୍ରକମ୍ପିତ ହେବ। ବରଗଡ଼ରେ ମହାରାଜ କଂସଙ୍କ ରାଜୁତି ଚାଲିବ। ଏହି ଯାତ୍ରାକୁ ଅଧିକ ପ୍ରଚାର ପ୍ରସାର […]
ଧାନ ବ୍ୟତୀତ ଅନ୍ୟ ଫସଲ କ୍ଷତି ପାଇଁ ମଧ୍ୟ କ୍ଷତିପୂରଣ ଦିଆଯିବ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର ୨୮-୧୨-୨୦୨୪(ପିପିଏସ) : ବର୍ଷାରେ ଫସଲ କ୍ଷୟକ୍ଷତିର ସାମ୍ନା କରିଥିବା ଚାଷୀଙ୍କ ପାଇଁ ରାଜ୍ୟ ସରକାର ଖୁସି ଖବର ଦେଇଛନ୍ତି। ଚାଷୀଙ୍କୁ କ୍ଷୟକ୍ଷତି ସହାୟତା ମିଳିବ ବୋଲି ରାଜ୍ୟ ସରକାର ବଡ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି ଅଦିନିଆ ବର୍ଷାରେ ହେକ୍ଟର ହେକ୍ଟର ଚାଷ ଜମୀ ନଷ୍ଟ ହୋଇଛି। ଅମଳ ସମୟରେ ଅଦିନିଆ ବର୍ଷା ସୁନାର ଫସଲକୁ ନଷ୍ଟ କରିଦେଇଛି। ଏହାକୁ ନେଇ ଚାଷୀମାନେ ଚିନ୍ତାରେ ପଡିଛନ୍ତି। ସେମାନେ କେମିତି ଋଣ ପରିଷୋଧ କରିବେ […]
