ପ୍ରମୁଖ ଖବର
ରାୟଗଡ଼ା ରେଳ ଡିଭିଜନ୍ରୁ ଯାତାୟାତ, ପରିବହନ ସଂଯୋଗରେ ଉନ୍ନତି ଆଶା
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡିଶାର ରାୟଗଡ଼ା ରେଳ ମଣ୍ଡଳ ପାଇଁ ମଧ୍ୟ ଶିଳାନ୍ୟାସ କରିବେ। ରାୟାଗଡ଼ା ରେଳ ମଣ୍ଡଳ ମୁଖ୍ୟାଳୟ ଭବନର ନିର୍ମାଣ ପାଇଁ ପ୍ରକଳ୍ପର ଆନୁମାନିକ ମୂଲ୍ୟ ୧୦୭ କୋଟି ଟଙ୍କା। ଭୁବନେଶ୍ୱର ୦୪-୦୧-୨୦୨୫ (ପିପିଏସ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୬ ତାରିଖ ଦିନ ପୂର୍ବାହ୍ନ ୧୧ଟାରେ ରାୟଗଡ଼ା ରେଳ ମଣ୍ଡଳ ପାଇଁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ରେଳ ଭିତ୍ତିଭୂମି ପ୍ରକଳ୍ପର ଉଦଘାଟନ୍ କରିବାର […]
ଆକର୍ଷଣୀୟ ଭାବେ ପରିଚାଳିତ ହେଉ ଉତ୍କର୍ଷ ଓଡ଼ିଶା: ମୁଖ୍ୟମନ୍ତ୍ରୀ
ଜାନୁଆରି ୨୭ ତାରିଖରେ ସିଆଇଆଇ ପକ୍ଷରୁ ଏହାର ନ୍ୟାସନାଲ ଏକଜିକ୍ୟୁଟିଭ୍ କାଉନସିଲ୍ର ବୈଠକ ଅନୁଷ୍ଠିତ ହେବ। ୨୮ ତାରିଖ ଦିନ ପ୍ରଧାନମନ୍ତ୍ରୀ ଆସି ଉପସ୍ଥିତ ଶିଳ୍ପପତି ଓ ପୁଞ୍ଜିନିବେଶକାରୀମାନଙ୍କୁ ଉଦବୋଧନ ଦେବେ। ଭୁବନେଶ୍ୱର ୦୪-୦୧-୨୦୨୫ (ପିପିଏସ) : ଉତ୍କର୍ଷ ଓଡ଼ିଶା କାର୍ଯ୍ୟକ୍ରମ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଆଜି ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିକଟରେ ଶିଳ୍ପ ବିଭାଗର ପ୍ରମୁଖ ସଚିବ ପ୍ରସ୍ତୁତି ସମ୍ପର୍କରେ ଏକ ବିସ୍ତୃତ ଉପସ୍ଥାପନ କରି ଜଣାଇଛନ୍ତି। ସମସ୍ତ କାର୍ଯ୍ୟକ୍ରମକୁ ତୃଟିଶୂନ୍ୟ ଭାବରେ […]
ମାର୍ଚ୍ଚ ୩୦ରେ ଆବେଦନ କଲେ ମଧ୍ୟ ଏକାଥରେ ସୁଭଦ୍ରାର ଦୁଇଟି କିସ୍ତି ମିଳିବ
ଜାନୁଆରି ୧୫ ତାରିଖ ପରେ ସୁଭଦ୍ରା ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ମିଳିବ। ତେବେ ନିର୍ଦ୍ଦଷ୍ଟ କେତେ ତାରିଖରେ ଟଙ୍କା ମିଳିବ, ସେନେଇ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କୌଣସି ସୂଚନା ଦେଇନାହାନ୍ତି। ସେ ଆହୁରି କହିଛନ୍ତି, ମାର୍ଚ୍ଚ ୩୦ରେ ଆବେଦନ କଲେ ମଧ୍ୟ ଏକା ଥରେ ଦୁଇଟି କିସ୍ତି ମିଳିବ । ଭୁବନେଶ୍ୱର ୦୪-୦୧-୨୦୨୫ (ପିପିଏସ) : ଜାନୁଆରି ୧୫ ତାରିଖ ପରେ ସୁଭଦ୍ରା ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ମିଳିବ। ତେବେ ନିର୍ଦ୍ଦଷ୍ଟ […]
ସୁରକ୍ଷା ମାଗିଲେ ୬ ବଡ଼ କମ୍ପାନି
ଆବଶ୍ୟକ ୧୦ ହଜାର ଫୋର୍ସ; ଖୋଲିବ ୪ ଓଆଇଏସ୍ଏଫ୍ ବାଟାଲିୟନ୍ କଟକ,୦୪-୦୧-୨୦୨୫ (ପିପିଏସ) : ଓଡ଼ିଶାରେ ୬ଟି ବଡ଼ କମ୍ପାନି ନିଜ ସଂସ୍ଥାର ସୁରକ୍ଷା ପାଇଁ ସରକାରଙ୍କ ନିକଟରେ ଆବେଦନ କରିଛନ୍ତି। ଏଥିପାଇଁ ପାଖାପାଖି ୧୦ ହଜାର ପୁଲିସ ଫୋର୍ସର ଆବଶ୍ୟକତା ରହିଛି। ଓଡ଼ିଶା ପୁଲିସ୍ର ଓଆଇଏସ୍ଏଫ୍(ଓଡ଼ିଶା ଇଣ୍ଡଷ୍ଟ୍ରିଆଲ୍ ସିକ୍ୟୁରିଟି ଫୋର୍ସ) ଘରୋଇ କମ୍ପାନିଗୁଡ଼ିକୁ ସୁରକ୍ଷା ଯୋଗାଉଥିବା ବେଳେ ଏବେ ଓଆଇଏସ୍ଏଫ୍ ନିକଟରେ ମାତ୍ର ଗୋଟିଏ ବାଟାଲିୟନ (୧୩୯୦ ଫୋର୍ସ) ରହିଛି। ଏହି ବାଟାଲିୟନର ସମସ୍ତ ପୁଲିସ […]
ପାସ୍ପୋର୍ଟ ପାଇଁ ଆପରାଧିକ ମାମଲା ବାଧକ ନୁହେଁ:ହାଇକୋର୍ଟ
କଟକ,୦୩-୦୧-୨୦୨୫(ପିପିଏସ) : ଜଣେ ବ୍ୟକ୍ତିଙ୍କ ବିରୋଧରେ କେବଳ ମାତ୍ର ଆପରାଧିକ ମାମଲା ବିଚାରାଧୀନ ଥିବା କାରଣରୁ ତାଙ୍କ ପାସ୍ପୋର୍ଟ ଅବରୋଧ ବା ବାଜ୍ୟାପ୍ତି କରାଯାଇ ପାରିବ ନାହିଁ ବୋଲି ହାଇକୋର୍ଟ ରାୟ ଦେଇଛନ୍ତି। ଜଣେ ବ୍ୟକ୍ତିଙ୍କ ପାସ୍ପୋର୍ଟ ବାଜ୍ୟାପ୍ତି ନେଇ ପାସ୍ପୋର୍ଟ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶକୁ ହାଇକୋର୍ଟ ରଦ୍ଦ କରିଛନ୍ତି। ହାଇକୋର୍ଟଙ୍କ ରାୟରେ ଉଲ୍ଲେଖ କରାଯାଇଛି ଯେ ଆପରାଧିକ ମାମଲା ବିଚାରାଧୀନ ଥିବା କାରଣରୁ ପାସପୋର୍ଟ ପ୍ରଦାନ ବା ନବୀକରଣ କରିବା ପ୍ରସଂଗରେ ଆଇନରେ କୌଣସି କଟକଣା ନାହିଁ। […]
କଟକରେ ମୁମ୍ବାଇର ନକଲି ଇଲିସି
‘ଇଲିସି’ କହି ଦୁଇଗୁଣା ମୂଲ୍ୟରେ ‘ତୁମ୍ବା’ ବିକ୍ରି କଟକ,୦୩-୦୧-୨୦୨୫(ବି.ଏନ .ଓ ) : ନକଲି ଖାଦ୍ୟ ସାମଗ୍ରୀ କାରବାରକୁ ନେଇ ବଦନାମ ହୋଇଥିବା କଟକ ସହରରେ ଏବେ ସବୁଠାରୁ ଦାମିକିଆ ମାଛ ‘ଇଲିସି’ର ନକଲି କାରବାର ଗ୍ରାହକଙ୍କ ପାଇଁ ଉଦବେଗର କାରଣ ହୋଇଛି। ଅବିକଳ ଇଲିସି ମାଛ ଭଳି ଦେଖିବାକୁ ‘ତୁମ୍ବା’କୁ ଇଲିସି ମୂଲ୍ୟରେ ବିକ୍ରି କରାଯାଉଛି। ମୁମ୍ବାଇରୁ ଆମଦାନୀ ହେଉଥିବା ଏହି ମାଛକୁ ପାଖାପାଖି କେଜି ପିଛା ୨ ହଜାର ଟଙ୍କା ମୂଲ୍ୟରେ ବିକ୍ରି କରାଯାଉଛି। […]
୩ବର୍ଷ ପାଇଁ ଜାତୀୟ ଖୋ ଖୋ ଟିମ୍ର ପ୍ରାୟୋଜକ ହେବେ ଓଡ଼ିଶା ସରକାର
ଦେଶର ‘ଖୋ ଖୋ’ ଖେଳ ପାଇଁ ଆସିଛି ଏକ ସୁବର୍ଣ୍ଣ ସମୟ। ଓଡ଼ିଶା ସରକାର ଏହି ଖେଳକୁ ଯୋଗାଇ ଦେବେ ପ୍ରୋତ୍ସାହନ। ପୂର୍ବରୁ ଜାତୀୟ ହକି ଖେଳକୁ ଓଡିଶା ସ୍ପନସର୍ କରିଥିବା ବେଳେ, ଏବେ ଖୋ ଖୋ ଖେଳକୁ ପ୍ରୋତ୍ସାହନ ଦେବାକୁ ଆଗେଇ ଆସିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଭୁବନେଶ୍ୱର ୦୩-୦୧-୨୦୨୫(ପିପିଏସ) : ଦେଶର ‘ଖୋ ଖୋ’ ଖେଳ ପାଇଁ ଆସିଛି ଏକ ସୁବର୍ଣ୍ଣ ସମୟ। ଓଡ଼ିଶା ସରକାର ଏହି ଖେଳକୁ ଯୋଗାଇ ଦେବେ ପ୍ରୋତ୍ସାହନ। […]
ନବମ ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ
କଟକ ତା ୦୩-୦୧-୨୦୨୫(ପିପିଏସ) : ଜିଲ୍ଲା ପରିଷଦ ସଭାପତି କିଶୋର ଚନ୍ଦ୍ର ମିଶ୍ରଙ୍କ ଅଧ୍ୟକ୍ଷତାରେ ଆଜି କଟକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ନବମ ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଯୋଗଦେଇ ମାନ୍ୟବର ସାଂସଦ ଭର୍ତ୍ତୃହରି ମହତାବ ଜିଲ୍ଲାରେ ବିଭିନ୍ନ ଜନହିତକର କାର୍ଯ୍ୟଗୁଡିକୁ ତ୍ୱରାନ୍ୱିତ କରାଯିବା ଉପରେ ଗୁରୁତ୍ୱ ଦେଇଥିôଲେ । ବୈଠକର ଆରମ୍ଭରେ ଗତ ଅଷ୍ଟମ ଜିଲ୍ଲା ପରିଷଦ ବୈଠକରେ ଉତଥାପିତ ସମସ୍ୟାର ସମାଧାନ ଓ ପ୍ରସ୍ତାବିତ କାର୍ଯ୍ୟର ସ୍ଥିତି ଅଗ୍ରଗତି ଉପରେ […]
୮୦ ବର୍ଷରୁ ବୟସ ଅଧିକ ହୋଇଥିଲେ ବାର୍ଦ୍ଧକ୍ୟ ଭତ୍ତା ମିଳିବ ୩୫୦୦ ଟଙ୍କା
ରାଜ୍ୟ ସରକାର ପୁଣି ଏକ ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କରିବାକୁ ଯାଉଛନ୍ତି। ରାଜ୍ୟର ୮୦ ବର୍ଷ କିମ୍ବା ତାଠାରୁ ଅଧିକ ବୟସ୍କ ବୃଦ୍ଧ ଓ ବୃଦ୍ଧାଙ୍କୁ ମାସିକ ୩୫୦୦ ଟଙ୍କା ଭତ୍ତା ଦେବେ। ଭୁବନେଶ୍ୱର ୦୩-୦୧-୨୦୨୫(ପିପିଏସ) : ରାଜ୍ୟ ସରକାର ପୁଣି ଏକ ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କରିବାକୁ ଯାଉଛନ୍ତି। ରାଜ୍ୟର ୮୦ ବର୍ଷ କିମ୍ବା ତାଠାରୁ ଅଧିକ ବୟସ୍କ ବୃଦ୍ଧ ଓ ବୃଦ୍ଧାଙ୍କୁ ମାସିକ ୩୫୦୦ ଟଙ୍କା ଭତ୍ତା ଦେବେ। ଏଥି ସହିତ ୮୦ ପ୍ରତିଶତ […]
ଶପଥ ଗ୍ରହଣ କଲେ ଓଡ଼ିଶାର ନୂଆ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପତି
ଓଡ଼ିଶାର ୨୭ତମ ରାଜ୍ୟପାଳଭାବେ ଡକ୍ଟର ହରିବାବୁ କମ୍ଭମପତି ଆଜି ଶପଥ ଗ୍ରହଣ କରିଛନ୍ତି। ରାଜଭବନର ନୂଆ ଅଭିଷେକ ହଲ୍ରେ ଆୟୋଜିତ କାର୍ଯ୍ୟକ୍ରମରେ ଓଡ଼ିଶା ଉଚ୍ଚ ନ୍ୟାୟଳୟର ମୁଖ୍ୟ ବିଚାରପତି ଚକ୍ରଧାରୀ ଶରନ୍ ସିଂହ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଭୁବନେଶ୍ୱର ୦୩-୦୧-୨୦୨୫(ପିପିଏସ) : ଓଡ଼ିଶାର ୨୭ତମ ରାଜ୍ୟପାଳଭାବେ ଡକ୍ଟର ହରିବାବୁ କମ୍ଭମପତି ଆଜି ଶପଥ ଗ୍ରହଣ କରିଛନ୍ତି। ରାଜଭବନର ନୂଆ ଅଭିଷେକ ହଲ୍ରେ ଆୟୋଜିତ କାର୍ଯ୍ୟକ୍ରମରେ ଓଡ଼ିଶା ଉଚ୍ଚ ନ୍ୟାୟଳୟର ମୁଖ୍ୟ ବିଚାରପତି […]
