ପାଣିପାଗ
ଗଜପତିରେ ଅଭାବୀ ବର୍ଷା : ଚିନ୍ତାରେ ରହିଛନ୍ତି ଚାଷୀ
ପାରଳାଖେମୁଣ୍ଡି,ଭୁବନେଶ୍ୱର ୧୬-୧୦-୨୦୨୪(ପିପିଏସ) : ଗଜପତି ଜିଲାରେ ଅଭାବୀ ବର୍ଷା ଯୋଗୁ ଚିନ୍ତାରେ ରହିଛନ୍ତି ଚାଷୀ। କ୍ଷେତରେ ଧାନ ଗର୍ଭରେ ଥିବା ବେଳେ ଆଉ କିଛି ଧାନ ଗଛ ଅଳ୍ପ ଅଳ୍ପ ଧାନ ଛାଡୁଛି। ଏହି ସମୟରେ ବହୁ ପରିମାଣର ପାଣିର ଆବଶ୍ୟକତା ରହିଛି । ହେଲେ ବର୍ଷା ଅଭାବ ଯୋଗୁ ଜଳାଶୟ ଗୁଡିକ ଶୁଖିବାରେ ଲାଗିଛି । ଏପରି ସ୍ଥଳେ ଚାଷୀ ଦିନ ଓ ରାତି କ୍ଷେତକୁ ପାଣି ଯୋଗାଇବାକୁ ପାଣି ଉତ୍ସ ଥିବା ସ୍ଥାନରୁ ପାଣି […]
ମୌସୁମୀ ଓଡ଼ିଶା ଛାଡ଼ିବା ବିଳମ୍ବ ହେବ
ଭୁବନେଶ୍ୱର, ୦୭-୧୦-୨୦୨୪ (ପିପିଏସ) : ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲାରେ ପାଗ ମେଘୁଆ ସହ କିଛି ସ୍ଥାନରେ ବର୍ଷା ହୋଇଛି। ଗଞ୍ଜାମର ଆସ୍କାଠାରୁ କଟକ ପର୍ଯ୍ୟନ୍ତ ଘଡ଼ଘଡ଼ି ସହ ବର୍ଷା ଲାଗିରହିଛି। ସୋମବାର ମଧ୍ୟ ଏଭଳି ସ୍ଥିତି ଲାଗି ରହିପାରେ। ବଙ୍ଗୋପସାଗରୀୟ ପବନ ସହ ଉତ୍ତର ଭାରତରୁ ଆସୁଥିବା ଶୁଷ୍କ ପବନ ମିଶିବାରୁ ବାୟୁମଣ୍ଡଳ ଅସ୍ଥିର ହେବା ସହ ବର୍ଷା ହେଉଛି। ମଙ୍ଗଳବାରଠାରୁ ଏହି ବର୍ଷା ଛତିଶଗଡ଼କୁ ମୁହାଁଇବ। ଆସନ୍ତା ୧୨ ତାରିଖ ବେଳକୁ ପବନର ଦିଗ ପରିବର୍ତ୍ତନ […]
୪ରେ ବଙ୍ଗୋପସାଗରରେ ଲଘୁଚାପ
ଭୁବନେଶ୍ୱର ୦୩-୧୦-୨୦୨୪ (ପିପିଏସ) : ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଦକ୍ଷିଣ ପୂର୍ବ ବାଂଲାଦେଶ ଉପରେ ସକ୍ରିୟ ଥିବା ଘୂର୍ଣ୍ଣିବଳୟ ଧୀରେ ଧୀରେ ପଶ୍ଚିମ ଉତ୍ତର-ପଶ୍ଚିମ ଦିଗରେ ଗତି କରି ଉତ୍ତର ବଙ୍ଗୋପସାଗର ନିକଟସ୍ଥ ପଶ୍ଚିମବଙ୍ଗ ଓ ଓଡ଼ିଶା ଉପକୂଳ ନିକଟରେ ଆସନ୍ତା ୪ ତାରିଖରେ ଲଘୁଚାପର ରୂପ ନେବ। ତେବେ ଏହା ଅଧିକ ଘନୀଭୂତ ହେବାର ଆଶଙ୍କା କମ୍ ରହିଛି। ଲଘୁଚାପ ରୂପରେ ଏହା ଉପକୂଳ ଅତିକ୍ରମ କରିବ। ତେଣୁ ଓଡ଼ିଶା ଉପରେ କୌଣସି […]
ପୁରୀରେ ପ୍ରବଳ ବର୍ଷା; ଅସ୍ତବ୍ୟସ୍ତ ଜନଜୀବନ
ଭୁବନେଶ୍ୱର ୨୭-୦୯-୨୦୨୪(ପିପିଏସ) : ପୁରୀରେ ପ୍ରବଳ ବର୍ଷା ଯୋଗୁ ବଡ଼ଦାଣ୍ଡରେ ଜମିଲା ଆଣ୍ଠୁଏ ଉଚ୍ଚର ପାଣି । ଏବେ ବି ପୁରୀରେ ବର୍ଷା ଜାରି ରହିଛି । ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ମାର୍କେଟ ଛକ, ବଡ଼ଶଙ୍ଖ, ଭିଆଇପି ରୋଡ୍, ଫାୟାର ଷ୍ଟେସନ ସମ୍ମୁଖ, ଅବକାଶ ଲେନ, ଗଜପତି ନଗର, ସୁଦର୍ଶନ ନଗର, ମାଟିଆପଡ଼ା ଆଦି ଅଞ୍ଚଳରେ ପାଣି ଜମିଛି । ସେହିପରି ଗୁଣ୍ଡିଚା ମନ୍ଦିର ଆଖପାଖ ଅଞ୍ଚଳରେ ବି ପାଣି ଜମିଛି । ଫଳରେ […]
ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା
ଭୁବନେଶ୍ୱର ୨୬-୦୯-୨୦୨୪(ପିପିଏସ) : ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଲାଗି ରହିଛି । କେତେକ ଅଞ୍ଚଳରେ କମରୁ ମଧ୍ୟମ ବର୍ଷା ହେଉଥିବାବେଳେ ଅନ୍ୟ କିଛି ସ୍ଥାନରେ ଲଗାତାର ପ୍ରବଳ ବର୍ଷା ଜାରି ରହିଛି। ତେବେ ଟ୍ୱିନ୍ ସିଟି କଟକ ଏବଂ ଭୁବନେଶ୍ୱର ସମେତ ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଜାରି ରହିଛି । ଗୁରୁବାର ବର୍ଷାର ପରିମାଣ ବୃଦ୍ଧି ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଉତ୍ତର ଓଡ଼ିଶାକୁ […]
ଆସନ୍ତା ୨୪ ଘଣ୍ଟାରେ ପ୍ରବଳ ବର୍ଷିବ : ଜାଣନ୍ତୁ ଦୁଇଦିନ ପର୍ଯ୍ୟନ୍ତ କେଉଁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା
ଭୁବନେଶ୍ୱର ୧୫-୦୯-୨୦୨୪(ପିପିଏସ) : ଝାଡ଼ଖଣ୍ଡ ଏବଂ ଉତ୍ତର ଛତିଶଗଡ଼ ମୁହାଁ ଗଭୀର ଅବପାତ l ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତଟି ଏବେ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ରହିଛି । ଏହା ପଶ୍ଚିମ ଦିଗକୁ ଧୀରେ ଧୀରେ ଗତି କରୁଛି। ଗଭୀର ଅବପାତ ଭାବେ ଏହାର ତୀବ୍ରତା ଆଜି ସନ୍ଧ୍ୟା ପର୍ଯ୍ୟନ୍ତ ରହିବ। ତା’ ପରବର୍ତ୍ତୀ ୪୮ ଘଣ୍ଟାରେ ଧୀରେ ଧୀରେ ଦୁର୍ବଳ ହୋଇ ଏହା ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ଅବପାତରେ ପରିଣତ ହୋଇ […]
ଭୀଷଣ ବର୍ଷା ନେଇ ମୟୂରଭଞ୍ଜ ଜିଲ୍ଲାକୁ ରେଡ ଆଲର୍ଟ
ଭୀଷଣ ବର୍ଷା ନେଇ ମୟୂରଭଞ୍ଜ ଜିଲ୍ଲାକୁ ରେଡ ଆଲର୍ଟ ଜାରି ହୋଇଛି। ମୟୂରଭଂଜ ଜିଲ୍ଲାରେ ୨୦୦ ମିମିରୁ ଅଧିକ ବର୍ଷା ସମ୍ଭାବନା ରହିଛି। ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ବାଲେଶ୍ବର, ଭଦ୍ରକ ଏବଂ କେନ୍ଦୁଝରକୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି। ଭୁବନେଶ୍ବର,୧୩-୦୯-୨୦୨୪ (ପିପିଏସ) : ଲଘୁଚାପ ଓ୍ବେଲମାର୍କ ଲୋପ୍ରେସରରେ ପରିଣତ ହୋଇଛି। ଏହା ଦକ୍ଷିଣ ପୂର୍ବ ବାଂଲାଦେଶ ଏହାର ଆଖପାଖରେ କେନ୍ଦ୍ରୀଭୂତ ହୋଇଛି। ଫଳରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅବପାତର ରୂପ ନେବ। ଉତ୍ତର […]
ମୟୂରଭଞ୍ଜ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ : ଆସନ୍ତାକାଲି ସମସ୍ତ ସ୍କୁଲ ଛୁଟି
ବାରିପଦା/ଭୁବନେଶ୍ୱର,୧୩-୦୯-୨୦୨୪ (ପିପିଏସ) : ମୟୂରଭଞ୍ଜ ଜିଲ୍ଲାରେ ଆସନ୍ତାକାଲି ବନ୍ଦ ରହିବ ସମସ୍ତ ସ୍କୁଲ୍। ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ୍ଗୁଡ଼ିକୁ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ। ଆସନ୍ତାକାଲି ମୟୂରଭଞ୍ଜ ଜିଲ୍ଲାର କିଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ବେଳେ କିଛି ସ୍ଥାନରେ ଅତି ଭୀଷଣ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଯାଇଛି। ଏହାକୁ ଦୃଷ୍ଟି ରଖି ଜିଲ୍ଲାପାଳ ଜିଲ୍ଲାର ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରିଛନ୍ତି। ଦକ୍ଷିଣପୂର୍ବ […]
ଲଗାଣ ବର୍ଷାରେ ମାଲକାନଗିରି ଜିଲ୍ଲାର ସ୍ଥିତି ସଙ୍ଗିନ
ଗତ ଦୁଇ ଦିନ ଧରି ଲଗାଣ ବର୍ଷାରେ ମାଲକାନଗିରି ଜିଲ୍ଲାର ସ୍ଥିତି ସଙ୍ଗିନ ହୋଇପଡିଛି। ବୁଡିଛି ଜାତୀୟ ରାଜପଥର ସମସ୍ତ ପୋଲ। ପୋଲ ଉପରେ ୮ରୁ ୧୦ ଫୁଟର ପାଣି ବୋହୁଛି। ମାଲକାନଗିରି ଜିଲ୍ଲାର ସମସ୍ତ ବ୍ଲକକୁ ଯାତାୟତ ଠପ ହୋଇଯାଇଛି । ମାଲକାନଗିରି/ଭୁବନେଶ୍ୱର,୦୯-୦୯-୨୦୨୪(ପିପିଏସ) : ଗତ ଦୁଇ ଦିନ ଧରି ଲଗାଣ ବର୍ଷାରେ ମାଲକାନଗିରି ଜିଲ୍ଲାର ସ୍ଥିତି ସଙ୍ଗିନ ହୋଇପଡିଛି। ବୁଡିଛି ଜାତୀୟ ରାଜପଥର ସମସ୍ତ ପୋଲ। ପୋଲ ଉପରେ ୮ରୁ ୧୦ ଫୁଟର ପାଣି […]
ବର୍ଷାରେ ବେହାଲ ଜନଜୀବନ…
ଲାଞ୍ଜିଗଡ଼/ଭୁବନେଶ୍ୱର,୦୯-୦୯-୨୦୨୪(ପିପିଏସ) : ରବିବାରଠାରୁ ଆରମ୍ଭ ହୋଇଥିବା ଲଗାଣ ବର୍ଷା ଛାଡିବାର ନାଁ ଧରୁନି। ୨୪ ଘଣ୍ଟାରୁ ଅଧିକ ସମୟ ଧରି ହେଉଥିବା ଲଘୁଚାପଜନିତ ଲଗାଣ ବର୍ଷାରେ କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଅଞ୍ଚଳରେ ଜନଜୀବନ ବେହାଲ ହୋଇପଡ଼ିଛି। ବିଭିନ୍ନ ଖାଲୁଆ ସ୍ଥାନଗୁଡ଼ିକରେ ପାଣି ଜମିବା ସହିତ ଘରଗୁଡିକରେ ମଧ୍ୟ ବର୍ଷା ପାଣି ପଶିଯାଇଥିବା ଦେଖିବାକୁ ମିଳିଛି। ବ୍ଲକର ବାତେଲିମା ପଞ୍ଚାୟତ ଚଣାଲିମା ଗାଁରେ ବର୍ଷାପାଣି ପଶିଯିବାରୁ ଲୋକେ ସଂପୂର୍ଣ୍ଣ ଭାବେ ଜଳବନ୍ଦୀ ହୋଇ ରହିଛନ୍ତି। ଲୋକଙ୍କ ଘରେ […]