ଓଡିଶା
ଏବେବି ମାନବିକତା ବଞ୍ଚିଛି !
ଫୁଲବାଣୀ :୧୨-୦୮-୨୪ (ପିପିଏସ ): ଦୁର୍ଘଟଣା ରେ ଆହତ ବ୍ୟକ୍ତିଙ୍କୁ ଚିକିତ୍ସା କରାଇ ଜୀବନ ବଞ୍ଚାଇବା ସହ ମାନବିକତାର ପରିଚୟ ଦେଇଛନ୍ତି ବିଏଏସଏଫ ଯବାନ। ଏଭଳି ଦୃଶ୍ୟ ଦେଖୁବାକୁ ମିଳିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ବାଳନ୍ଦାପାଡା ଅଞ୍ଚଳରେ। ସୂଚନା ଅନୁସାରେ ବାଳନ୍ଦାପଡା ପଞ୍ଚାୟତ ବାଘଡଙ୍ଗୁରି ଗାଁର ଚିତ୍ତ ନାୟକ ନାମକ ଜଣେ ବ୍ୟକ୍ତି ଏକ ବାଇକରେ ବାଳନ୍ଦାପଡା ବଜାରରୁ ନିଜ ଗାଁ ବାଘଡଙ୍ଗୁରିକୁ ଫେରୁଥିବା ସମୟରେ ବଣିଆସାହି ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ବାଇକ […]
ପ୍ୟାରିସ ପାରା ଅଲିମ୍ପିକ୍ସ ପୂର୍ବରୁ ଭାରତକୁ ଶକ୍ତ ଧକ୍କା : ଆଣ୍ଟି ଡୋପିଂ ନିୟମ ଉଲ୍ଲଘଂନ ଅଭିଯୋଗରେ ପ୍ରମୋଦ ନିଲମ୍ବିତ
ନୂଆଦିଲ୍ଲୀ/ଭୁବନେଶ୍ୱର,୧୩/୮/୨୪(ପିପିଏସ) : ପାରା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତ୍ ନିଲମ୍ବିତ । ୧୮ ମାସ ପାଇଁ ନିଲମ୍ବିତ କରିଛି ବିଶ୍ୱ ବ୍ୟାଡମିଣ୍ଟନ ଫେଡେରେସନ । ଆଣ୍ଟି ଡୋପିଂ ନିୟମ ଉଲ୍ଲଘଂନ ଅଭିଯୋଗରେ ପ୍ରମୋଦଙ୍କୁ ନିଲମ୍ବିତ କରାଯାଇଥିବା ସୂଚନା ମିଳିଛି । ଫଳରେ ୨୦୨୪ ପ୍ୟାରିସ ଅଲିମ୍ପିକ୍ସରେ ଭାଗ ନେଇପାରିବେନି ପ୍ରମୋଦ । ୨୦୨୦ ଟୋକିଓ ଅଲିମ୍ପିକ୍ସରେ ପ୍ରମୋଦ ସ୍ୱର୍ଣ୍ଣ ଜିତି ଦେଶ ପାଇଁ ଗୌରବ ଆଣିଥିଲେ ।ଓଡ଼ିଶାର ଗର୍ବ ତଥା ପ୍ରଥମ ଓ ଖେଳାଳି ଭାବରେ ଭାରତର […]
ବନ୍ଧାହେଲେ ତାରା ପ୍ରସାଦ : କଳାଧନ ଦେଖାଇଲା ଜେଲ୍ କୁ ରାସ୍ତା
*ସୌଖୀନ ଦାମୀ କାର୍ ଚଢ଼ୁଥିଲେ*ରଖିଥିଲେ ବିପୁଳ ସୁନା ଅଳଙ୍କାର*ଦାମୀ ଆପାର୍ଟମେଣ୍ଟରେ ଫ୍ଲାଟ୍ ସାଙ୍ଗକୁ ଏକାଧିକ ପ୍ଲଟ୍*୩୭୦ ଗ୍ରାମ ହୀରା ସହିତ ୭ ଦେଶର ବିଦେଶୀ ମୁଦ୍ରାଭୁବନେଶ୍ୱର,୧୩/୮/୨୪(ପିପିଏସ) : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇଛନ୍ତି ପୂର୍ତ୍ତ ବିଭାଗର ପୂର୍ବତନ ମୁଖ୍ୟଯନ୍ତ୍ରୀ ତାରା ପ୍ରସାଦ ମିଶ୍ର । ସୋମବାର ତାରାଙ୍କ ବିଭିନ୍ନ ବାସଭବନରେ ଚଢାଉ କରିଥିଲା ଭିଜିଲାନ୍ସ ଟିମ୍ । ଏହି ସମୟରେ ୧୦ଟି ଫ୍ଲାଟ, ୭ଟି ପ୍ଲଟ୍, ଅଢେଇ କେଜି ପାଖାପାଖି ସୁନା ଠାବ […]
ପରଲୋକରେ ଗୋପାଳ ସାହୁ : ୨୩ ବର୍ଷ ଧରି କଂସ ଭୂମିକାରେ ଅଭିନୟ କରିଥିଲେ
ବରଗଡ଼,୧୩/୮/୨୪(ପିପିଏସ) : ବିଶ୍ୱ ପ୍ରସିଦ୍ଧ ସର୍ବ ବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାର ପୂର୍ବତନ କଂସ ମହାରାଜ ଗୋପାଳ ସାହୁଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ହୋଇଥିଲା। ଏକ ଘରୋଇ ହସ୍ପିଟାଲରେ ପରଲୋକ ଘଟିଥିବା ଜଣାଯାଇଛି। ୨୩ ବର୍ଷ ଧରି ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରିଥିଲେ ଗୋପାଳ। ବରଗଡ଼ ଜିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ କାଇଁଶିର ଗ୍ରାମର ସେ ବାସିନ୍ଦା ଥିଲେ । ଝାରସୁଗୁଡ଼ାରେ ରହୁଥିବା ସାନପୁଅଙ୍କ ଘରେ ଗୋପାଳ […]
ଦୋବଲ ବଜାରକୁ ଜବରଦଖଲ ମୁକ୍ତ କରିବାକୁ ପ୍ରଶାସନର ନିଷ୍ପତି : ୧୪ ବଦଳରେ ୧୬ ତାରିଖରେ ହେବ ଉଚ୍ଛେଦ
ଭଦ୍ରକ,୧୩/୮/୨୪(ପିପିଏସ) : ଭଦ୍ରକ,୧୩/୮/୨୪(ପିପିଏସ) : ଭଦ୍ରକ ଜିଲ୍ଲା ଧାମନଗର ତହସିଲ ପକ୍ଷରୁ ନିକଟରେ ଧାମନଗର ହାଟଛକକୁ ଜବରଦଖଲ ମୁକ୍ତ କରିଥିବାବେଳେ ଏବେ ଦୋବଲ ବଜାରକୁ ଜବରଦଖଲ ମୁକ୍ତ କରିବା ପାଇଁ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ଚଳିତମାସ ୧୪ ତାରିଖରେ ମୁସ୍ତାଫାପୁର ପଂଚାୟତର ଦୋବଲ ବଜାର ଓ ରାସ୍ତା ମାପ ପାଇଁ ଜବରଦଖଲ ସ୍ଥାନମାନଙ୍କରେ ନୋଟିସ୍ ଜାରି କରାଯାଇଥିଲା । ମାପ ପରେ ଚିହ୍ନଟ ସରକାରୀ ଜାଗା ଉଚ୍ଛେଦ ପରେ ରାସ୍ତା ସଂପ୍ରସାରଣ କରାଯିବ […]
ବାବା ଆଖଣ୍ଡଳମଣିଙ୍କୁ ଦର୍ଶନ କଲେ ନୂତନ ଜିଲାପାଳ
ଭଦ୍ରକ,୧୩/୮/୨୪(ପିପିଏସ) : ଭଦ୍ରକ ନୂତନ ଜିଲାପାଳ ଭାବେ ଯୋଗ ଦେଇଥିବା ଦିଲ୍ଲୀପ ରାଉତରାୟ କାର୍ଯ୍ୟଭାର ଗ୍ରହଣ କରିବା ପୂର୍ବରୁ ଆଜି ଆରଡିପୀଠକୁ ଆସି ବାବା ଆଖଣ୍ଡଳମଣିଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିôଥଲେ । ପରେ ଜିଲାପାଳ ଶ୍ରୀ ରାଉତରାୟ ମନ୍ଦିର ବେଢା ପରିକ୍ରମା କରିବା ସହ ସେବାୟତମାନଙ୍କ ସହ ପୀଠର ବିକାଶ ଓ ଉନ୍ନୟନ କାର୍ଯ୍ୟ ବାବଦରେ ଆଲୋଚନା କରିଥିଲେ । ଜିଲାପାଳଙ୍କୁ ମନ୍ଦିର ପ୍ରଶାସନ ଓ ସେବାୟତ ଟ୍ରଷ୍ଟବୋର୍ଡଙ୍କ ପକ୍ଷରୁ ବାବାଙ୍କ ତୈଳ ଫଟୋଚିତ୍ର […]
କ୍ୟାମେରା ଦେଲା ସୂଚନା : ୩ ଶିକାରୀ ଗିରଫ
ମୟୁରଭଞ୍ଜ,୧୩/୮/୨୪(ପିପିଏସ) : ମୟୁରଭଞ୍ଜ ଜିଲ୍ଲା ଶିମିଳିପାଳ ଅଭୟାରଣ୍ୟରେ ବେଆଇନ ଭାବରେ ଶିକାର କରିବା ଅଭିଯୋଗରେ ୩ ଶିକାରୀଙ୍କୁ ଗିରଫ କରିଛି ବନ ବିଭାଗ l ଶିମିଳିପାଳର ଅଭୟାରଣ୍ୟର ପିଠାବଟା ରେଞ୍ଜରେ ଲାଗିଥିବା କ୍ୟାମେରାରେ କଏଦ ହୋଇଛି ଶିକାରୀଙ୍କ ଫଟୋ l ଏହି ଫଟୋ କୁ ଆଧାର କରି, ବନ୍ୟଜନ୍ତୁ ସୁରକ୍ଷା ଆଇନ ୧୯୭୨ର ବିଭିନ୍ନ ଧାରା ଅନୁଯାୟୀ ତିନି ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଗିରଫ ୩ ଅଭିଯୁକ୍ତ ହେଲେ ଶ୍ରୀମତ ମାଝି, କାରୁ ହାଂସଦା ଓ […]
ପୂଜା ଖେଡକରଙ୍କୁ ଆଶ୍ଵସ୍ତି; ଗିରଫଦାରୀ ଉପରେ ଲାଗିଲା ରୋକ୍
ନୂଆଦିଲ୍ଲୀ/ଭୁବନେଶ୍ୱର,୧୨/୮/୨୪ (ପିପିଏସ) : ଜାଲିଆତି ଓ ବେଆଇନ ଭାବେ ଅନ୍ୟାନ୍ୟ ପଛୁଆ ବର୍ଗ(ଓବିସି) ତଥା ଦିବ୍ୟାଙ୍ଗ କୋଟାର ଲାଭ ଉଠାଇଥିବା ଅଭିଯୁକ୍ତ ପୂର୍ବତନ ଟ୍ରେନି ଆଇଏଏସ୍ ଅଧିକାରୀ ପୂଜା ଖେଡକରଙ୍କୁ ବଡ଼ ଆଶ୍ଵସ୍ତି ମିଳିଛି । ଅଗଷ୍ଟ ୨୧ ପର୍ଯ୍ୟନ୍ତ ତାଙ୍କ ଗିରଫଦାରୀ ଉପରେ ରୋକ୍ ଲଗାଇଛନ୍ତି ଦିଲ୍ଲୀ ହାଇକୋର୍ଟ। ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ଖେଡକରଙ୍କ ଅଗ୍ରୀମ ଜାମିନ ଆବେଦନ ଉପରେ ଦିଲ୍ଲୀ ପୁଲିସ ଏବଂ ୟୁପିଏସସିକୁ ନୋଟିସ ଜାରି କରି ଜବାବ ମାଗିଛନ୍ତି। ଖେଡକରଙ୍କ ଅଗ୍ରୀମ […]
ମହିଳାଙ୍କୁ ଟାଣିନେଲା କୁମ୍ଭୀର
ପଟ୍ଟାମୁଣ୍ଡାଇ,୧୨/୮/୨୪ (ପିପିଏସ) : କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଂଚଳରେ ମହିଳାଙ୍କୁ ଟାଣିନେଲା କୁମ୍ଭୀର l ଅଳପୁଅ ଗାଁରେ ଘଟିଛି ଏହି ଦୁଃଖଦ ଘଟଣା l ମହିଳା ଜଣଙ୍କ ହେଲେ ମଞ୍ଜୁଲତା ଭଞ୍ଜ l ବ୍ରାହ୍ମଣୀ ନଦୀ କୂଳରେ ବାସନ ମାଜିବା ସମୟରେ ନଦୀ ଭିତରକୁ ଟାଣିନେଲା କୁମ୍ଭୀର l ନଦୀ କୂଳରେ ବାଲଟି, ଚପଲ ଓ ବାସନ ପଡିଛି l ନଦୀ କୂଳରେ ପଡିଛି କୁମ୍ଭୀର ର ପଦଚିହ୍ନ l ଟର୍ଚ୍ଚ ଲାଇଟ ଓ ଠେଙ୍ଗା ଧରି […]
ଭାସିଗଲା ଡ୍ୟାମ୍ ଗେଟ୍ : ଆଲର୍ଟ ଜାରି କଲେ ରାଜ୍ୟ ସରକାର
ନୂଆଦିଲ୍ଲୀ/ଭୁବନେଶ୍ୱର,୧୨/୮/୨୪ (ପିପିଏସ) : ବର୍ଷାଜଳ ନିଷ୍କାସିନ ସମୟରେ କର୍ଣ୍ଣାଟକର ତୁଙ୍ଗଭଦ୍ରା ଡ୍ୟାମ୍ ର ଏକ ଗେଟ୍ ପାଣି ସୁଅରେ ଭାସି ଯାଇଛି। ଗତରାତିରେ ପାଣି ନିଷ୍କାସନ ସମୟରେ ପାଣିର ପ୍ରଖର ସ୍ରୋତରେ ଚେନ ଲିଙ୍କ ଭାଙ୍ଗି ଗେଟ୍ ଭାସିଯାଇଥିବା ଜଣା ପଡିଛି। ଏହାକୁ ଦୃଷ୍ଟିରେ ରଖି ଡ୍ୟାମ୍ ଡାଉନ ଷ୍ଟ୍ରିମ ଅଞ୍ଚଳକୁ ପ୍ରଶାସନ ପକ୍ଷରୁ ବନ୍ୟା ସତର୍କ ସୂଚନା ଜାରି କରାଯାଇଥିଲା ବେଳେ ଗୋଟିଏ ଗେଟ୍ ଉପରୁ ଚାପ ହ୍ରାସ କରିବାକୁ ସମସ୍ତ ୫ ଟି ଗେଟ୍ […]