ଓଡିଶା
ଅବକାରୀ ସ୍କାନରରେ ବେଆଇନ୍ ମଦ ଦୋକାନ
ଭୁବନେଶ୍ୱର,୧୩/୮/୨୪(ପିପିଏସ) : ରାଜଧାନୀରେ ଚାଲିଥିବା ବେଆଇନ୍ ମଦ ଦୋକାନ ଉପରେ ରହିବ କଡ଼ା ନଜର । ବିଳମ୍ବିତ ରାତି ପର୍ଯ୍ୟନ୍ତ ଖୋଲା ରହୁଥିବା ଠିପି ଖୋଲା ମଦ ଦୋକାନ ଏବେ ସ୍କାନରେ ଅଛନ୍ତି। ମଦ ଦୋକାନଗୁଡିକ ଉପରେ ନଜର ରଖିବାକୁ ଜିଲ୍ଲା ଅବକାରୀ ଅଧୀକ୍ଷକ ନିର୍ଦ୍ଦେଶ ଜାରି କରିଛନ୍ତି। ନିୟମ ଉଲ୍ଲଂଘନ କଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ। ରାଜଧାନୀରେ କିଛି ଠିପି ଖୋଲା ବେଆଇନ୍ ମଦ ଦୋକାନ ଓ ବାର୍ ନିୟମ ଉଲ୍ଲଂଘନ କରି ବିଳମ୍ବିତ ରାତି […]
କଟକରେ ଘରେ ଘରେ ତ୍ରିରଙ୍ଗା ରାଲିକୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା
କଟକ: ୧୩-୦୮-୨୪(ପିପିଏସ ): ଜାତୀୟତାର ପ୍ରତୀକ ତ୍ରିରଙ୍ଗାକୁ ସମ୍ମାନ ଜଣାଇ ଦେଶବ୍ୟାପୀ ଚାଲିଥିବା ଘରେ ଘରେ ତ୍ରିରଙ୍ଗା କାର୍ଯ୍ୟକ୍ରମର ଅଂଶସ୍ୱରୂପ ଆଜି କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ ତ୍ରିରଙ୍ଗା ରାଲିକୁ ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ, ବିଭିନ୍ନ କାର୍ଯ୍ୟାଳୟର କର୍ମଚାରୀ ଓ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ନେଇ ଆୟୋଜିତ ଏହି ବିଶାଳ ରାଲି […]
ମହିଳା ରୋଗୀଙ୍କୁ ଦୁଷ୍କର୍ମ ଅଭିଯୋଗ : ସମ୍ପର୍କୀୟଙ୍କ ମାଡ଼ରେ ଗୁରୁତର ଡାକ୍ତର ଆଇସିୟୁରେ ଭର୍ତ୍ତି
କଟକ,୧୩/୮/୨୪(ପିପିଏସ) : କଟକସ୍ଥିତ ଏସସିବି ମେଡିକାଲରୁ ମଙ୍ଗଳବାର ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ୨ ଜଣ ରୋଗୀଙ୍କୁ ଡାକ୍ତର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । କାର୍ଡିଓଲୋଜୀ ବିଭାଗର ଜଣେ ଡାକ୍ତର ଦୁଷ୍କର୍ମ କରିଥିବା ନେଇ ମଙ୍ଗଳାବାଗ ଥାନାରେ ଲିଖିତ ଅଭିଯୋଗ ହୋଇଛି । ସୂଚନା ଅନୁସାରେ, ଶୁକ୍ରବାର କଟକ ଏସସିବିରେ ଦୁଇଜଣ ରୋଗୀ କାର୍ଡିଓଲୋଜି ବିଭାଗକୁ ଆସିଥିଲେ। ଡାକ୍ତର ସେମାନଙ୍କୁ ଇସିଜି କରିବାକୁ କହିବା ସହ ରବିବାର ଆସିବାକୁ ପରାମର୍ଶ ଦେଇଥିଲେ। ରବିବାର […]
ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ନାଁରେ ହତ୍ୟା ମାମଲା
ଢାକା/ଭୁବନେଶ୍ୱର:୧୩-୦୮-୨୪(ପିପିଏସ ): ଦେଶରୁ ବିତାଡ଼ିତ ହୋଇଥିବା ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ନାଁରେ ହତ୍ୟା ମାମଲା ରୁଜୁ ହୋଇଛି। ଗତ ମାସରେ ହୋଇଥିବା ହିଂସାକାଣ୍ଡରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁକୁ ନେଇ ଶେଖ୍ ହସିନା ଏବଂ ଅନ୍ୟ ୬ ଜଣଙ୍କ ବିରୋଧରେ ଏକ ହତ୍ୟା ମାମଲା ରୁଜୁ ହୋଇଛି। ମଙ୍ଗଳବାର ଗଣମାଧ୍ୟମ ରିପୋର୍ଟରୁ ଏହି ଖବର ସାମ୍ନାକୁ ଆସିଛି। ବାଂଲାଦେଶରେ ହିଂସା ଏବଂ ସରକାର ଭାଙ୍ଗିବା ପରେ ଶେଖ୍ ହସିନାଙ୍କ ବିରୋଧରେ ଏହା ପ୍ରଥମ ମାମଲା। ବାଂଲାଦେଶୀ […]
ଲୋକଙ୍କ ମତାମତ ପରେ ସାର୍ବଜନୀନ ହେବ ‘ସୁଭଦ୍ରା’ ଏସଓପି – ଉପମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧୩/୮/୨୪(ପିପିଏସ) : ସୁଭଦ୍ରା ଯୋଜନା ଏସଓପି ନେଇ ମୁହଁ ଖୋଲିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା l ସାଧାରଣ ଲୋକଙ୍କ ମତାମତ ପରେ ସୁଭଦ୍ରା ଏସଓପି ସାର୍ବଜନୀନ ହେବ । ଯୋଜନାରେ କିଏ ଉପକୃତ ହେବେ ଓ କିଏ ପାଇବେନି ତାର ସ୍ପଷ୍ଟ ଚିତ୍ର ରହିବ। ତେବେ ଆସନ୍ତା ସେପ୍ଟେମ୍ବର ୧୭ରେ ସୁଭଦ୍ରା ଯୋଜନା ରାଜ୍ୟରେ ଲାଗୁ ହେବ ବୋଲି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ । ସୁଭଦ୍ରା ଯୋଜନା ନେଇ ଲୋକଙ୍କ ମଧ୍ୟରେ ନାହିଁ ନଥିବା ଉତ୍କଣ୍ଠା ରହିଛି। […]
ଆରଜି ମେଡିକାଲ କଲେଜର ଦୁଷ୍କର୍ମ ଓ ହତ୍ୟା ମାମଲା: ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଲେ କୋଲକାତା ହାଇକୋର୍ଟ
କୋଲକାତା/ଭୁବନେଶ୍ୱର: ୧୩-୦୮-୨୪(ପିପିଏସ ): କୋଲକାତାର ଆରଜି ମେଡିକାଲ କଲେଜର ଜଣେ ପ୍ରଶିକ୍ଷଣର୍ଥୀ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି କୋଲକାତା ହାଇକୋର୍ଟ। ତୁରନ୍ତ ସମସ୍ତ କାଗଜପତ୍ର ସିବିଆଇକୁ ହସ୍ତାନ୍ତର କରିବାକୁ ହାଇକୋର୍ଟ ରାଜ୍ୟ ପୁଲିସକୁ କହିଛନ୍ତି। ସେପଟେ ମେଡିକାଲ କଲେଜର ପ୍ରିନ୍ସିପାଲଙ୍କୁ ଅନ୍ୟ ଏକ କଲେଜର ପ୍ରିନ୍ସିପାଲ କରିବା ପାଇଁ ପଶ୍ଚିମବଙ୍ଗ ସରକାରଙ୍କ ନିଷ୍ପତ୍ତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି ହାଇକୋର୍ଟ।କଲିକତା ହାଇକୋର୍ଟ ମେଡିକାଲ କଲେଜର ପ୍ରିନ୍ସିପାଲଙ୍କୁ ନିଜେ ଛୁଟିରେ ଯିବାକୁ କହିଛନ୍ତି, […]
ହତ୍ୟାକାଣ୍ଡ ପଛରେ କିଏ ? : ଖୋଲିବ ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାର ଗୁମର
ଭୁବନେଶ୍ୱର,୧୩/୮/୨୪(ପିପିଏସ) : ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲା ପୁଣି ଖୋଲିବାକୁ ଯାଉଛନ୍ତି ଭାଜପା ସରକାର। ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଏ ନେଇ ଜାତୀୟ ଗଣମାଧ୍ୟମକୁସାକ୍ଷାତକାର ବେଳେ ସୂଚନା ଦେଇଛନ୍ତି। ଆଇନ ମନ୍ତ୍ରୀ କହିଛନ୍ତି, ଖୁବ୍ଶୀଘ୍ର ଏହି ମାମଲା ରିଓପନ୍ କରାଯିବ। ନବ ଦାସ ବିଜେଡି ନେତା ହେଲେ ମଧ୍ୟ ସେ ଜଣେ ମନ୍ତ୍ରୀ ଥିଲେ। ଆଉ ସ୍ପଷ୍ଟ ଦିବାଲୋକରେ ଜଣେ ମନ୍ତ୍ରୀଙ୍କ ହତ୍ୟାକୁ କେବେ ବି ହାଲକା ଭାବେ ଗ୍ରହଣ କରାଯାଇ ପାରିବ ନାହିଁ। […]
ବୁଡ଼ିଲା ରାଜସ୍ଥାନ
*ଟ୍ରେନ ଓ ବିମାନସେବା ପ୍ରଭାବିତ*ଆଇଏମଡି ପକ୍ଷରୁ ଦିଲ୍ଲୀ ପାଇଁ ୟେଲୋ ଆଲର୍ଟ ଜୟପୁର/ଭୁବନେଶ୍ୱର:୧୩-୦୮-୨୪(ପିପିଏସ ): ରାଜସ୍ଥାନରେ ଶନିବାରଠାରୁ ପ୍ରବଳ ବର୍ଷା ଲାଗି ରହିଥିବାବେଳେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷାଜନିତ ଘଟଣାରେ ୨୦ ଜଣଙ୍କର ପ୍ରାଣହାନି ଘଟିଛି। ବର୍ଷା ଯୋଗୁଁ ଜୟପୁର, କରାଉଲି, ସଓନ୍ବାଇ ମାଧୋପୁର ଏବଂ ଦୌସା ଭଳି ଜିଲାର ଅଧିକାଂଶ ସ୍ଥାନ ଜଳମଗ୍ନ ହୋଇପଡିଛି। ଏହି ପରିପ୍ରେକ୍ଷୀରେ ଏହି ଜିଲାଗୁଡିକରେ ସୋମବାର ସବୁ ସ୍କୁଲକୁ ବନ୍ଦ ଘୋଷଣା କରାଯାଇଛି। ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର ଅଧିକାଂଶ […]
ଆଗେଇ ଚାଲିଛି “ଭଗିଆ ଭାରିଜା”
*ପସନ୍ଦ କରୁଛନ୍ତି ଦର୍ଶକ*ଓଡ଼ିଆ ଚଳଚିତ୍ର ଜଗତକୁ ଆଉପାଦେ ଆଗକୁ ନେବାପାଇଁ ହେବ ସହାୟକ | ଭୁବନେଶ୍ବର:୧୩-୦୮-୨୪(ପିପିଏସ ) ଓଡ଼ିଶାର ୩୦ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି ବହୁ ପ୍ରତୀକ୍ଷିତ ଓଡ଼ିଆ ସିନେମା ‘ଭଗିଆ ଭାରିଯା’।ଭୁବନେଶ୍ୱରରେ ସମୁଦାୟ ୬ଟି ସୋ’ରେ ପ୍ରଦର୍ଶନ ଜାରି ରଖିଥିବା ବେଳେ ସ୍ଥାନୀୟ ମହାରାଜା ହଲରେ ଏହାର ପ୍ରିମିୟର ସୋ’ ଅନୁଷ୍ଠିତ ହୋଇଯାଇଛି। ପ୍ରିମିୟର ସୋ’ ରେ ନିଜର ପ୍ରିୟ ତାରକାଙ୍କୁ ପାଖରେ ଦେଖିବାକୁ ଦର୍ଶକଙ୍କ ଭିଡ କହିଲେ ନସରେ । ଚଳଚ୍ଚିତ୍ରର କଳାକାର ଓ […]
୧୦ କୋଟି କରଜ ପାଇଁ ଜୀବନ ହାରିଲେ ଦମ୍ପତି
ଆତ୍ମହତ୍ୟା ପୂର୍ବରୁ ସେଲ୍ଫି ଉଠାଇଲେ, ଚିଠି ଲେଖିଲେ… ନୂଆଦିଲ୍ଲୀ/ଭୁବନେଶ୍ୱର : ୧୩-୦୮-୨୪ (ପିପିଏସ ): କରଜ କାରଣରୁ ଚିନ୍ତିତ ରହି ଉତ୍ତର ପ୍ରଦେଶର ସହାରନପୁରରେ ଜଣେ ଯୁବ ବ୍ୟବସାୟୀ ନିଜ ପତ୍ନୀଙ୍କ ସହ ସୋମବାର ଗଙ୍ଗା ନଦୀକୁ ଡେଇଁ ଆତ୍ମହତ୍ୟା କରି ଥିବା ଖବର ମିଳିଛି । ୩୫ ବର୍ଷୀୟ ସୌରଭ ଓ ତାଙ୍କ ପତ୍ନୀ ମୋନା ହାଥୀପୁଲରେ ନଦୀକୁ ଡେଇଁବା ପୂର୍ବରୁ ସେଲଫି ନେବା ପରେ ଫଟୋକୁ ନିଜ ପରିବାର ସଦସ୍ୟଙ୍କ ନିକଟକୁ ଶେୟାର କରିଥିଲେ […]