ଓଡିଶା
ଗରମପାଣି ଫିଙ୍ଗିଲେ ହାବିଲଦାର : ଗୁରୁତର କନେଷ୍ଟବଳ ମେଡିକାଲରେ ଭର୍ତ୍ତି
ମୟୁରଭଞ୍ଜ/ଭୁବନେଶ୍ବର,୨୬ -୦୮-୨୪ (ପିପିଏସ) : ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଅଗ୍ନିଶମ କାର୍ଯ୍ୟାଳୟରେ ଘଟିଛି ଅଘଟଣ । ଅଗ୍ନିଶମ ବାହିନୀରେ କାର୍ଯ୍ୟରତ କନଷ୍ଟେବଲ ଉପରକୁ ଗରମ ପାଣି ଫିଙ୍ଗିଦେଲେ ହାବିଲଦାର। କାର୍ଯ୍ୟରତ କନଷ୍ଟେବଲ ଦୁଷ୍ମନ୍ତ ଦେହୁରୀଙ୍କୁ ବାରିପଦା ପିଆରଏମ୍ ମେଡିକାଲରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ଦୁଷ୍ମନ୍ତ ବିଳମ୍ବରେ ଅଫିସ ଆସିଥିଲେ। କାହିଁକି ଅଫିସ ବିଳମ୍ବରେ ଆସିଲ ବୋଲି ହାବିଲଦାର ନୂତନ ମଲ୍ଲିକ ଦ୍କଷ୍ମନ୍ତଙ୍କୁ ଗାଳିଗୁଲଜ କରିଥିଲେ । ଏହି କଥାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା […]
ଶ୍ରୀକୃଷ୍ଣ ମୟ ଆଜି ଏ ସାରା ଜଗତ : ଦ୍ୱାରକାଧୀଶ ମନ୍ଦିରରେ ପାଳିତ ହେଉଛି ୫୨୫୧ ତମ ଜନ୍ମାଷ୍ଟମୀ ଉତ୍ସବ
କଟକ ବ୍ୟୁରୋ/ପୁରୀ//ଭୁବନେଶ୍ବର,୨୬ -୦୮-୨୪ (ପିପିଏସ) : ଆଜି ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥି । ପବିତ୍ର ଜନ୍ମାଷ୍ଟମୀ ତଥା ମହାପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମ ଉତ୍ସବ। ଆଜି ସାରା ଦେଶରେ ବିଶେଷ କରି ବୈଷ୍ଣବ ଧର୍ମାବଲମ୍ବୀ ଶ୍ରଦ୍ଧାଳୁମାନେ ବେଶ ଉତ୍ସାହର ସହ ପାଳିବେ ନନ୍ଦଲାଲାଙ୍କ ଜନ୍ମୋତ୍ସବ। ମଥୁରା ଓ ବୃନ୍ଦାବନରେ ଭକ୍ତିମୟ ପରିବେଶରେ ମହାପ୍ରଭୁଙ୍କ ଆବାହନ କରାଯିବ। ଏହି ଅବସରରେ ପୁରୀ ଶ୍ରୀମନ୍ଦିରରେ ମଧ୍ୟ ଅନୁଷ୍ଠିତ ହେବ ଶ୍ରୀକୃଷ୍ଣଙ୍କ ଜନ୍ମ ନୀତି। ସଂନ୍ଧ୍ୟାଧୂପ ଶେଷ ହେବା ପରେ […]
ଦୁର୍ଗମ ଝିରିପାଣିରେ ଝାଡ଼ାବାନ୍ତି : ଶତାଧିକ ଗୁରୁତର ମାନଙ୍କ ମଧ୍ୟରୁ ୫ ମୃତ
କନ୍ଧମାଳ/ଭୁବନେଶ୍ବର,୨୬ -୦୮-୨୪ (ପିପିଏସ) : କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକ୍ର ଦୁର୍ଗମ ଝିରିପାଣି ପଞ୍ଚାୟତରେ ଏକ ଭୋଜିରେ ଖାଇବା ଏବଂ ଦୂଷିତ ପାଣି ପିଇବା କାରଣରୁ ବରଗାଁ, ନାଲକୁଟି, ପୁଡ଼େଣିଗାଁ, କୁନାବାଡ଼ା ଓ ବୁଡ଼େପଦରରେ ଝାଡ଼ାବାନ୍ତି ବ୍ୟାପିଥିଲା। ସପ୍ତାହକ ଭିତରେ ଏଠାରୁ ଶତାଧିକ ଆକ୍ରାନ୍ତ ହୋଇଥିଲେ। ଗତ ତିନିଦିନ ମଧ୍ୟରେ ବରଗାଁର ମୁଶ୍ରୀ ମାଝି (୫୨), ଟାପଡ଼ି ମାଝିଙ୍କ ୫୦ ବର୍ଷୀୟ ପତ୍ନୀ, ନଲକୁଟି ଗ୍ରାମର ଅମିତ ମାଝି (୩୫), ଅମିତଙ୍କ ମା’ ବିଙ୍ଗିଟି ମାଝି (୫୦) […]
ଝାଡ଼ାବାନ୍ତିରେ ୨୦ରୁ ଉର୍ଦ୍ଧ୍ବ ମୃତ୍ୟୁ : ଅଖାଦ୍ୟ ଶୁଖିଲା ମାଂସ ମୁଖ୍ୟ କାରଣ
*ଅଖାଦ୍ୟ ଛାଡ଼ି ପାରିନାହାନ୍ତି ଜିଲ୍ଲାର ଅଧିକାଂଶ ଲୋକ*ଗାଈ,ମଇଁଷିଙ୍କ ଶୁଖିଲା ପଚାମାଂସ ଖାଇବାର ପାର୍ଶ୍ବ ପ୍ରତିକ୍ରିୟା*ଶିକ୍ଷା ଏବଂ ସଚେତନତା ଅଭାବ ଯୋଗୁଁ ଜଟିଳ ହୋଇଛି ପରିସ୍ଥିତି ରାୟଗଡ଼ା/ଭୁବନେଶ୍ବର,୨୬-୦୮-୨୪ (ପିପିଏସ) : ସ୍ବାସ୍ଥ୍ୟ ବିଭାଗର ନିଦ ହଜାଇ ଦେଇଛି ଝାଡ଼ାବାନ୍ତି । ରାୟଗଡ଼ା ଜିଲ୍ଲାରେ ଗୋଟିଏ ବ୍ଲକ୍ରୁ ଅନ୍ୟ ବ୍ଲକ୍କୁ ବ୍ୟାପୁଛି । ଗତ ଦୁଇ ମାସ ମଧ୍ୟରେ ୨୦ରୁ ଉର୍ଦ୍ଧ୍ବ ଆକ୍ରାନ୍ତ ପ୍ରାଣ ହରାଇ ସାରିଲେଣି । ବହୁ ସଂଖ୍ୟାରେ ଲୋକ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି […]
ଭିତରକନିକାକୁ ପଲିଥିନ୍ ବିପଦ
କୁମ୍ଭୀର ମୃତ୍ୟୁ ପରେ ମଧ୍ୟ ନିଷ୍କ୍ରିୟତା ରାଜନଗର/ଭୁବନେଶ୍ବର,୨୫-୦୮-୨୪ (ପିପିଏସ) : ବିଶ୍ବପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନର ଜୈବ ବିବିଧତାକୁ ପ୍ରଭାବିତ କରୁଛି ପଲିଥିନ୍ । ଜଙ୍ଗଲଠୁ ଆରମ୍ଭ କରି ଭିତରକନିକା ଭିତରେ ଓ ବାହାରେ ପ୍ରବାହିତ ନଦୀ, ନାଳ ଓ ସମୁଦ୍ରରେ ପ୍ଲାଷ୍ଟିକ୍ ଓ ପଲିଥିନ୍ ଭାସୁଛି । ଏହି ପଲିଥିନ୍ ଜୀବଜନ୍ତୁଙ୍କ ଜୀବନ ନେଉଛି । ଏଠାରେ ମୃତ୍ୟୁବରଣ କରୁଥିବା ବାର୍ହା ଓ ହରିଣଙ୍କ ଶବ ବ୍ୟବଚ୍ଛେଦ ବେଳେ ସେମାନଙ୍କ ପେଟରୁ ପଲିଥିନ୍ ମିଳୁଛି । […]
ସରକାରୀ ଯାନ ଚାଳନା ତାଲିମ କେନ୍ଦ୍ର ବୃଦ୍ଧି ହେବ:ପରିବହନ ମନ୍ତ୍ରୀ
ବ୍ରହ୍ମପୁର/ଭୁବନେଶ୍ୱର/୨୫-୦୮-୨୪ (ପିପିଏସ): ଗଞ୍ଜାମ ଜିଲା ବ୍ରହ୍ମପୁରରେ ଥିବା ସରକାରୀ ଯାନଚାଳନା ପ୍ରଶିକ୍ଷଣ କେନ୍ଦ୍ର ପ୍ରଥମ ବର୍ଷ ପୂରା କରିଛି। ଏହି ଅବସରରେ ପାଲୁର ହିଲ୍ସ ସ୍ଥିତ ତାଲିମ ପ୍ରତିଷ୍ଠାନରେ ଆୟୋଜିତ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଯୋଗ ଦେଇଥିଲେ। ମନ୍ତ୍ରୀ ଶ୍ରୀ ଜେନା କହିଥିଲେ ଯେ ସଡ଼କ ଦୁର୍ଘଟଣା ହ୍ରାସ କରିବା ଉପରେ ବିଭାଗ ପ୍ରାଥମିକତା ଦେଉଛି। ଏ ଦିଗରେ ସୁବାହକ ପ୍ରଶିକ୍ଷଣ ମହତ୍ୱପୂର୍ଣ୍ଣ ଭୂମିକା […]
ଘରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ !
ଭୁବନେଶ୍ବର/ବାସୁଦେବପୁର /୨୫-୦୮-୨୪ (ପିପିଏସ): ବାସୁଦେବପୁର ବ୍ଲକ ନାଇକାଣିଡିହ ଥାନା ଅନ୍ତର୍ଗତ ବାଲିମେଦ ପଞ୍ଚାୟତ ଛତ୍ରପଦା ଗ୍ରାମରେ ଅଗ୍ନିକାଣ୍ଡରେ ଜଣେ ବ୍ୟକ୍ତିଙ୍କ ଘର ଜଳିଯାଇଛି। ତେବେ କେହି ଦୁର୍ବୃତ୍ତ ଘରେ ନିଆଁ ଲଗାଇ ଦେଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ସୂଚନା ଅନୁସାରେ, ରବିବାର ଭୋର ପ୍ରାୟ ସାଢ଼େ ୩ଟା ସମୟରେ ସିମିଳା ମଳିକଙ୍କ ଚାଳଛପର ଘରେ ନିଆଁ ଲାଗିଯାଇଥିଲା। ଖବରପାଇ ଦମକଳବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲା। ମାତ୍ର ସେତେବେଳକୁ ସବୁ ପୋଡି […]
ପିପିଲିରେ ବାର୍ଡ ଫ୍ଲୁ: ୫ ହଜାର କୁକୁଡ଼ା ମରାଗଲା
ଭୁବନେଶ୍ବର,୨୫-୦୮-୨୪ (ପିପିଏସ):ପୁରୀ ଜିଲ୍ଲା ପିପିଲି ଅଞ୍ଚଳରେ ବାର୍ଡ ଫ୍ଲୁ ପଜିଟିଭ୍ ଚିହ୍ନଟ ପରେ ଆଲର୍ଟରେ ପ୍ରାଣୀ ସଂପଦ ବିଭାଗ। ସଂକ୍ରମଣ ରୋକିବାକୁ ଆରମ୍ଭ ହୋଇଛି କୁକୁଡ଼ା ମରା ଅଭିଯାନ। ଗତକାଲି ସଂଧ୍ୟାରୁ ଆଜି ପର୍ଯ୍ୟନ୍ତ ପିପିଲି ଆବଲପୁର ଗାଁରୁ ପ୍ରାୟ ୫ ହଜାର କୁକୁଡ଼ା ମରାଯାଇଥିଲା ବେଳେ ପୂରା ଅଞ୍ଚଳରୁ ବିଭିନ୍ନ ବ୍ରଏଲର ଫାର୍ମରେ ଥିବା ପ୍ରାୟ ୨୦ ହଜାରରୁ ଅଧିକ କୁକୁଡ଼ା ମାରିବାକୁ ଲକ୍ଷ୍ୟ ରଖାଯାଇଛି। କିଲିଂ ଅପରେସନ୍ ସହ ସାନିଟେସନ୍ ଉପରେ ମଧ୍ୟ ବିଶେଷ […]
ସ୍ମାର୍ଟସିଟିର ଅସଜଡ଼ା ପାର୍କିଂ ବ୍ୟବସ୍ଥା: ୪୦ କୋଟିର ମଲ୍ଟି କାର୍ ପାର୍କିଂ ପ୍ରକଳ୍ପ କାମରେ ଆସୁନି
ଭୁବନେଶ୍ବର/ରାଉରକେଲା/୨୫-୦୮-୨୪ (ପିପିଏସ): ସ୍ମାର୍ଟସିଟିରେ ପାର୍କିଂ ସମସ୍ୟା ଉଦ୍ବେଗଜନକ ସ୍ଥିତିରେ ପହଞ୍ଚିଲାଣି। ବିଶେଷକରି ବୀର୍ସା ଛକରୁ ଉଦିତନଗର ଆମ୍ବେଦକର ଛକ ପର୍ଯ୍ୟନ୍ତ, ପାର୍କିଂସ୍ଥାନର ଘୋର୍ ଅଭାବ। ଫଳରେ ଗ୍ରାହକ ଓ ଦୋକାନି ଯାବତୀୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ପାର୍କିଂର ଅଭାବ ଯୋଗୁଁ ଲୋକେ ରାସ୍ତା ଉପରେ ଗାଡ଼ି ପାର୍କିଂ ରଖୁଛନ୍ତି। ଏଥିପାଇଁ ଗମନାଗମନ ବ୍ୟାପକମାତ୍ରାରେ ବାଧାପ୍ରାପ୍ତ ହେବାସହ ଟ୍ରାଫିକ୍ ସମସ୍ୟା ସୀମା ଟପିଲାଣି। ଏହି ସମସ୍ୟାର ସମାଧାନ ପାଇଁ କିନ୍ତୁ ରାଉରକେଲା ପ୍ରଶାସନ ପକ୍ଷରୁ ବିହିତ ପଦକ୍ଷେପ ନିଆଯାଉନି। […]
ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ: ସହରାଞ୍ଚଳରେ ଏସ୍ସି, ଏସ୍ଟି ବ୍ୟକ୍ତି ଜମି ବିକିପାରିବେ
ବାଟ ଫିଟାଇବେ ତହସିଲଦାରଆବାସଯୋଗ୍ୟ ବୋଲି ରିପୋର୍ଟ ଦେବେ କଟକ/୨୫-୦୮-୨୪ (ପିପିଏସ): ସହରାଞ୍ଚଳରେ ଅନୁସୂଚିତ ଜାତି (ଏସ୍ସି) ଓ ଅନୁସୂଚିତ ଜନଜାତି (ଏସଟି) ବର୍ଗର ବ୍ୟକ୍ତିଙ୍କ ନାଁରେ ଥିବା ଘରବାଡ଼ି ଜମି ଆଉ କୃଷି ଉପଯୋଗୀ ନୁହେଁ, ଆବାସିକ ଉଦ୍ଦେଶ୍ୟରେ ବ୍ୟବହାରଯୋଗ୍ୟ ବୋଲି ତହସିଲଦାର ରିପୋର୍ଟ ଦେବେ, ତାହାହେଲେ ଏହାର ବିକ୍ରି କ୍ଷେତ୍ରରେ ଆଉ କୌଣସି ପ୍ରତିବନ୍ଧକ ରହିବନାହିଁ। ସବ୍ ରେଜିଷ୍ଟ୍ରାର ଏ କ୍ଷେତ୍ରରେ ଆଉ ମନା କରି ପାରିବେନାହିଁ। ଏସ୍ସି-ଏସ୍ଟି ବର୍ଗର ବ୍ୟକ୍ତି ଅନ୍ୟ ବର୍ଗର ବ୍ୟକ୍ତିଙ୍କୁ […]