ଓଡିଶା
ଗଣେଷ ପୂଜାରେ ଅଘଟଣ : ସ୍କୁଲରେ ମହୁମାଛି ଆକ୍ରମଣ, ୩ ଛାତ୍ରୀ ଆହତ
କଟକ,୦୭-୦୯-୨୦୨୪(ପିପିଏସ) : ସ୍କୁଲ ପରିସରରେ ମହୁମାଛି ଆକ୍ରମଣରେ ୩ ଛାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି । କଟକ ଜିଲ୍ଲା ବାଙ୍କୀ ବ୍ଲକ ଅନ୍ତର୍ଗତ ବରହମପୁରା ରଘୁନାଥ ଦେବତା ଉଚ୍ଚ ବିଦ୍ୟାଳୟରେ ଛାତ୍ରୀମାନଙ୍କୁ ମହୁମାଛି ଆକ୍ରମଣ କରିଥିବା ଜଣାପଡ଼ିଛି। ଗଣେଶ ପୂଜାରେ ବିଦ୍ୟାଳୟ ପରିସରରେ ଛାତ୍ରୀମାନେ ବାଣ ଫୁଟାଉଥିଲେ। ବାଣ ଫୁଟାଇବାବେଳେ ମହୁମାଛି ସେମାନଙ୍କୁ ଆକ୍ରମଣ କରିଥିଲା। ବାଣ ଶବ୍ଦରେ ନିକଟସ୍ଥ ଏକ ଗଛରୁ ମହୁମାଛି ହଠାତ ଚାଲି ଆସିଥିଲେ ଏବଂ ଛାତ୍ରୀମାନଙ୍କୁ ଆକ୍ରମଣ କରିଥିଲେ। ମହୁମାଛିଙ୍କ […]
ଲକ୍ଷାଧିକ ନଗଦ ଟଙ୍କା ସହ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଏମଭିଆଇ
ଭୁବନେଶ୍ୱର ୦୭-୦୯-୨୦୨୪(ପିପିଏସ) : ଲକ୍ଷାଧିକ ଟଙ୍କା ସହ ଏମଭିଆଇଙ୍କୁ ଧରିଲା ଭିଜିଲାନ୍ସ । ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା ଏମଭିଆଇ ବିଜୟ ବେହୁରିଆ । ନୂଆପଡ଼ାରୁ ଭୁବନେଶ୍ବର ଆସୁଥିବା ବେଳେ ଖୋର୍ଦ୍ଧା ଠାରେ ମାଡ଼ିବସିଲା ଭିଜିଲାନ୍ସ । ଧରାପଡ଼ିଥିବା ଟଙ୍କା ପିସି ଆକାରରେ ଆଦାୟ ହୋଇଥିବା ସନ୍ଦେହ। ଧରାପଡ଼ିବା ପରେ ଏମଭିଆଇଙ୍କ ୫ଟି ସ୍ଥାନରେ ଚଢ଼ାଉ କରୁଛି ଭିଜିଲାନ୍ସ।
ସାଉଦି ଆରବରେ ଫସିଲେ ଓଡ଼ିଆ ଶ୍ରମିକ : ଉଦ୍ଧାର ଲାଗି ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ
ଭୁବନେଶ୍ୱର ୦୭-୦୯-୨୦୨୪(ପିପିଏସ) : ପେଟ ପାଟଣା ପାଇଁ କାମ କରିବାକୁ ସାଉଦି ଆରବରେ ପଳାଇଥିଲେ। ଏକ ଘରୋଇ କମ୍ପାନୀରେ ପାଣି ପାଇପରେ କାମ କରୁଥିଲେ। କିଛି ଦିନ କମ୍ପାନୀରେ କାମ କରିବା ପରେ ଏବେ କମ୍ପାନୀ କାମ ଦେଉନାହିଁ କି ସେମାନଙ୍କୁ ଦରମା ମଧ୍ୟ ଦେଉନାହିଁ। ଶ୍ରମିକମାନେ ଘରକୁ ଫେରିବାକୁ ସେମାନଙ୍କ ପାଖର ଆର୍ଥିକ ସମ୍ବଳ ନାହିଁ। ଏପରି ସ୍ଥିତିରେ ଏବେ ହାତରେ ଟଙ୍କା ନ ଥିବାରୁ ଅତି ଦୟନୀୟ ଭାବେ ଜୀବନ କାଟୁଛନ୍ତି ଓଡ଼ିଆ ଶ୍ରମିକ। […]
ଜଙ୍ଗଲ ମନ୍ତ୍ରୀଙ୍କ ଅଗଣାରେ ଢମଣା
ଭୁବନେଶ୍ୱର ୦୭-୦୯-୨୦୨୪(ପିପିଏସ) : ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କ ବାସଭବନରେ ବାହାରିଲା ସାପ । ଭୁବନେଶ୍ୱର ୟୁନିଟ୍-୬ରେ ଥିବା ଜଙ୍ଗଲ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆଙ୍କୁ ଆବଣ୍ଟିତ ନୂଆ ସରକାରୀ ବାସଭବନରେ ଏବେ ନବୀକରଣ କାମ ଚାଲୁଥିବା ବେଳେ ସେଠାରୁ ଏକ ସାପ ଉଦ୍ଧାର ହୋଇଛି। କ୍ୱାର୍ଟର୍ସ ଭିତରେ ଥିବା କର୍ମଚାରୀ ମାନେ କବାଟ ଖୋଲିବା ବେଳକୁ ଏକ ବଡ ସାପ କବାଟ ପାଖରେ ଦେଖି ଭୟଭୀତ ହୋଇ ଯାଇଥିଲେ। ପରେ ସ୍ନେକ୍ ହେଲ୍ପଲାଇନକୁ ଖବର ଦିଆଯାଇଥିଲା। […]
ଗିରଫ ହେଲେ ଲୁଟେରା ଗ୍ୟାଙ୍ଗ : ଭୁବନେଶ୍ୱରରେ ବୁକିଂକରି ଢେଙ୍କାନାଳରେ ଲୁଟି ଥିଲେ କାର୍
ଢେଙ୍କାନାଳ/ଭୁବନେଶ୍ୱର,୦୭-୦୯-୨୦୨୪(ପିପିଏସ) : ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ପୋଲିସକୁ ମିଳିଛି ବଡ଼ ସଫଳତା l ଲୁଟେରା ଗ୍ୟାଙ୍ଗର ଦୁଇ ଜଣଙ୍କୁ ଗିରଫ କରିବା ସହିତ ଲୁଟ ହୋଇଥିବା କାର କୁ ଜବତକରି ମାଲିକଙ୍କୁ ହସ୍ତାନ୍ତର କରିଛି l ଗିରଫ କାର୍ ଲୁଟେରାମାନେ ଭୁବନେଶ୍ୱର କଳିଙ୍ଗ ନଗର ଅଞ୍ଚଳର ବୋଲି ଜଣାପଡ଼ିଛି। ଗତ ୧୩ ତାରିଖରେ ଭୁବନେଶ୍ୱର ଏମ୍ସ ନିକଟସ୍ଥ କୋଳଥିଆରୁ ଉବେର ବୁକିଂ ପାଇଥିଲେ ବଳରାମ ପ୍ରଧାନ। ୩ ଜଣ ଯୁବକ ଢେଙ୍କାନାଳ ଜିଲ୍ଲା ରାଧାଦେଈପୁର ଯିବା […]
ଉପମୁଖ୍ୟମନ୍ତ୍ରୀ କଲେ ବଡ଼ ଘୋଷଣା : ଶେଷ ହିତାଧିକାରୀ ପର୍ଯ୍ୟନ୍ତ ଚାଲିବ ସୁଭଦ୍ରା ପଞ୍ଜୀକରଣ
ଭୁବନେଶ୍ୱର ୦୭-୦୯-୨୦୨୪(ପିପିଏସ) : ସୁଭଦ୍ରା ଯୋଜନା ସମ୍ପର୍କରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏକ ବଡ଼ ଘୋଷଣା କରିଛନ୍ତି । ଶନିବାର ସୁଭଦ୍ରା ରଥର ଶୁଭାରମ୍ଭ କାର୍ଯ୍ୟକ୍ରମରେ ସାମିଲ ହୋଇ ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ଶେଷ ହିତାଧିକାରୀ ପର୍ଯ୍ୟନ୍ତ ସୁଭଦ୍ରା ପଞ୍ଜୀକରଣ ଚାଲିବ। ଧୈର୍ଯ୍ୟ ରଖନ୍ତୁ, ଖୁବ୍ଶୀଘ୍ର ସୁଭଦ୍ରା ଯୋଜନା ସମସ୍ତଙ୍କ ପାଖରେ ପହଞ୍ଚିବ । ଏହାର କୌଣସି ସୀମା ନାହିଁ, ଶେଷ ହିତାଧିକାରୀ ଯାଏ ପଞ୍ଜୀକରଣ ଚାଲିବ। ଏଥିପାଇଁ ଗହଳି ନ କରି ଅପେକ୍ଷା କରନ୍ତୁ ବୋଲି ଉପମୁଖ୍ୟମନ୍ତ୍ରୀ […]
‘ସୁଭଦ୍ରା’ ସଚେତନତା ରଥର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର ୦୭-୦୯-୨୦୨୪(ପିପିଏସ) : ଭୁବନେଶ୍ୱରସ୍ଥିତ ଗାନ୍ଧୀମାର୍ଗରେ ଶନିବାର ‘ସୁଭଦ୍ରା’ ସଚେତନତା ରଥର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ସୁଭଦ୍ରା ଯୋଜନାର ଅସ୍ମିତାର ପରିଚୟ ହେବ। ପ୍ରତି ମହିଳାଙ୍କ ସ୍ବପ୍ନ ପୂରଣ କରିବା ଆମ ସରକାରଙ୍କ ଲକ୍ଷ୍ୟ । ମହିଳାଙ୍କ ଆକାଂକ୍ଷା ପୂରଣ କରିବାରେ ଏହି ଯୋଜନା ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ପ୍ରତି ଅଞ୍ଚଳକୁ ଯିବ ସଚେତନତା ରଥ। ମା, ଭଉଣୀଙ୍କୁ ସଚେତନ କରିବ। ପ୍ରଥମେ […]
ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗ : ଜେଲ୍ ଅଧୀକ୍ଷକଙ୍କୁ ବାନ୍ଧିଲା ଭିଜିଲାନ୍ସ
କେନ୍ଦୁଝର/ଭୁବନେଶ୍ୱର ୦୭-୦୯-୨୦୨୪(ପିପିଏସ) : ଝାରପଡା ଜେଲର ପୂର୍ବତନ ସୁପରିଟେଣ୍ଡେଣ୍ଟ ତଥା କେନ୍ଦୁଝର ଜେଲର ବର୍ତ୍ତମାନ ସୁପରିଟେଣ୍ଡେଣ୍ଟ ଭାବେ କାର୍ଯ୍ୟରତ ସତ୍ୟ ପ୍ରକାଶ ସ୍ବାଇଁଙ୍କୁ ଭିଜିଲାନ୍ସ ଗିରଫ କରିଛି । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ନେଇ ଜେଲ ସୁପରିଟେଣ୍ଡେଣ୍ଟ ସତ୍ୟପ୍ରକାଶଙ୍କ ନାଁରେ ଭୁବନେଶ୍ୱର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ଏକ ମାମଲା ହୋଇଥିଲା। କୋର୍ଟଙ୍କ ନିର୍ଦ୍ଦେଶ ପରେ ଭିଜିଲାନ୍ସ ପକ୍ଷରୁ ଶୁକ୍ରବାର ଏକକାଳୀନ ୭ଟି ସ୍ଥାନରେ ଚଢାଉ କରାଯାଇଥିଲା । କେନ୍ଦୁଝରରେ ଥିବା ଅଫିସ ସହ ସରକାରୀ ବାସଭବନ, […]
ରତ୍ନଭଣ୍ଡାର ପାଇଁ ତିଆରି ହେବ ହାଇସିକ୍ୟୁରିଟି ଭଲ୍ଟ
ଭୁବନେଶ୍ୱର ୦୬-୦୯-୨୦୨୪(ପିପିଏସ): ଶ୍ରୀମନ୍ଦିରର ରତ୍ନଭଣ୍ଡାରରେ ଥିବା ଧନ ସମ୍ପତ୍ତିର ସୁରକ୍ଷା ଏକ ବଡ଼ ପ୍ରସଙ୍ଗ ହୋଇରହିଥିବା ବେଳେ ତାହାର ସ୍ଥାୟୀ ସମାଧାନ କରିବା ଲାଗି ଉଦ୍ୟମ ଆରମ୍ଭ ହୋଇଛି। ରତ୍ନଭଣ୍ଡାରର ଅଳଙ୍କାରଗୁଡ଼ିକର ସୁରକ୍ଷାକୁ ସୁନିଶ୍ଚିତ କରିବା ଲାଗି ଏକ ହାଇସିକ୍ୟୁରିଟି ଭଲ୍ଟ ତିଆରି କରାଯିବ। ଉଭୟ ବାହାର ଓ ଭିତର ଭଣ୍ଡାରରେ ଏହି ଭଲ୍ଟ ତିଆରି କରାଯିବ। ସେଥିରେ ସିନ୍ଦୁକରେ ଥିବା ରତ୍ନଗୁଡ଼ିକୁ ରଖିବାର ବ୍ୟବସ୍ଥା କରାଯିବ। ଏହି ବ୍ୟବସ୍ଥା ଦ୍ବାରା ରତ୍ନଭଣ୍ଡାର ଚାବି ହଜିବା ଭଳି […]
୯୩୦ ଛାତ୍ରଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର
ମାଲକାନଗିରି/ଭୁବନେଶ୍ୱର ୦୬-୦୯-୨୦୨୪(ପିପିଏସ): ମାଲକାନଗିରିସ୍ଥିତ ବାଳିକା ଉଚ୍ଚ ବିଦ୍ୟାଳୟରେ ଜିଲ୍ଲାସ୍ତରୀୟ ଗୁରୁଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ୯୩୦ ଛାତ୍ରଛାତ୍ରୀ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଛନ୍ତି। ଜିଲ୍ଲା ଶିକ୍ଷାଧିକାରୀ ବିଶ୍ୱନାଥ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାଲକାନଗିରି ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ଯୋଗ ଦେଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନ, ଜିଲ୍ଲା ପରିଷଦ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ନରେଶ ଚନ୍ଦ୍ର ଶବର, ଜିଲ୍ଲା ମଙ୍ଗଳ ଅଧିକାରୀ […]