1 min read

ସ୍ମିତାରାଣୀ ହତ୍ୟାକାଣ୍ଡ ଫାଇଲ୍ ଖୋଲିବ: ମନ୍ତ୍ରୀ

ଯାଜପୁର/ଭୁବନେଶ୍ୱର,୧୦-୦୯-୨୦୨୪(ପିପିଏସ): ଧର୍ମଶାଳା ବ୍ଲକ୍ ହରିଦାସପୁର ପଞ୍ଚାୟତର ବହୁଚର୍ଚ୍ଚିତ ପିଇଓ ସ୍ମିତାରାଣୀ ବିଶ୍ବାଳଙ୍କ ହତ୍ୟାକାଣ୍ଡ ଫାଇଲ୍ ପୁଣି ଖୋଲିବ।  ଆଜି ଏହି ପ୍ରସଙ୍ଗରେ କିଛି ବିଜେପି ନେତା ଆଇନମନ୍ତ୍ରୀଙ୍କୁ ଭେଟି ଏହାର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି। ମନ୍ତ୍ରୀ ମଧ୍ୟ ଏହି ଘଟଣାର ତଦନ୍ତ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ମନ୍ତ୍ରୀଙ୍କ ପ୍ରତିଶ୍ରୁତି ପରେ ଏବେ ଏହି ଘଟଣାରେ ସଂପୃକ୍ତ ଅଭିଯୁକ୍ତଙ୍କ ମନରେ ଛନକା ପଶିଛି।  ଆଜି ବିଜେପିର ଓବିସି ମୋର୍ଚ୍ଚା ସଂଯୋଜକ ରାକେଶ ନାୟକ, ଜିଲ୍ଲା ଓବିସି […]

1 min read

ନନ୍ଦନବିହାର ଅବହେଳିତ କାହିଁକି ?

ଭୁବନେଶ୍ୱର/୧୦-୦୯-୨୦୨୪(ପିପିଏସ): ବର୍ଷା ଜଳ ଯନ୍ତ୍ରଣାରୁ ଆଜି ପର୍ଯ୍ୟନ୍ତ ମୁକୁଳିପାରି ନାହାନ୍ତି। ଏଣେ ଅସ୍ତବ୍ୟସ୍ତ କଲାଣି ଅଳିଆ ଯନ୍ତ୍ରଣା। ଦିନେ କି ସପ୍ତାହେ ନୁହେଁ, ବର୍ଷ ବର୍ଷ ଧରି ଅଳିଆ ଆବର୍ଜନା ଦୁର୍ଗନ୍ଧରେ ଘାଣ୍ଟି ହେଉଛନ୍ତି। ପ୍ରଶାସନକୁ ଯେତେ ନିବେଦନ କଲେ ମଧ୍ୟ କେହି ଶୁଣୁନାହାନ୍ତି। ଜନପ୍ରତିନିଧିଙ୍କ ପାଖରେ ଏମାନଙ୍କ ଦୁର୍ଗନ୍ଧ ପହଞ୍ଚୁ ନାହିଁ କି ‌ଅଳିଆ ଆବର୍ଜନା ଗଦା କରୁଥିବା ବି‌ଏମ୍‌ସିର ଏଥିପ୍ରତି ନିଘା ନାହିଁ। ସ୍ଥିତି ଏମିତି ହେଲାଣି ଯେ ଅଳିଆ ଗଦା ନିକଟରେ ରହିଥିବା […]

1 min read

ପାର୍ବଣ ଆରମ୍ଭରୁ ଅନ୍ଧାରରେ ଝୁଣ୍ଟୁଛନ୍ତି ଉପକଣ୍ଠବାସୀ

ଭୁବନେଶ୍ୱର,୧୦-୦୯-୨୦୨୪(ପିପିଏସ) : ପାର୍ବଣ ଆସିଗଲାଣି। ସଦ୍ୟ ଗଣେଶ ପୂଜା ସରିଥିବାବେଳେ ଆଉ କିଛିଦିନରେ ଦଶହରା ପାଇଁ ସହର ଉତ୍ସବମୁଖର ହୋଇ ଉଠିବ। ଦଶହରା ପାଇଁ ଲୋକଙ୍କ ଗହଳି ଯେତିକି ବଢ଼ିବ, ଅସାମାଜିକ ତତ୍ତ୍ବଙ୍କର ଆତଙ୍କ ବି ସେତିକି ବଢ଼ିବ। ହେଲେ ସମ୍ପ୍ରସାରିତ ସ‌ହର ଆଉ ଉପକଣ୍ଠର ରାସ୍ତାଗୁଡିକରେ ଏବେ ଅନ୍ଧାର ରାଜୁତି କରୁଛି। ଅନ୍ଧାର ଯୋଗୁଁ ସଞ୍ଜ ନଇଁଲେ ଲୋକେ ଘରୁ ଗୋଡ଼ କାଢ଼ିବାକୁ ଭୟ କରୁଥିବା ବେଳେ ଅପରାଧୀମାନେ ଆତଙ୍କ ରଚୁଛନ୍ତି। ଆଲୋକ ବ୍ୟବସ୍ଥା ନ […]

1 min read

ବନ୍ୟାଞ୍ଚଳକୁ ଚିକିତ୍ସା ପାଇଁ ଟ୍ରାକ୍ଟର ଯୋଗେ ଗଲେ ଡାକ୍ତରୀ ଟିମ୍‌

ମାଲକାନଗିରି/ଭୁବନେଶ୍ୱର,୧୦-୦୯-୨୦୨୪(ପିପିଏସ) : ମାଲକାନଗିରି ଜିଲ୍ଲାରେ ଲଗାଣ ବର୍ଷା ବନ୍ୟା ପରିସ୍ଥିତି ସୃଷ୍ଟି କରିବା ସହ ଚାରିଆଡେ ଜଳମଗ୍ନ ହୋଇଯାଇଛି। ଏଥିରେ ବିଶେଷ ଭାବେ ମାଲକାନଗିରି, ମାଥିଲି, କାଲିମେଳା ଏବଂ ପଡ଼ିଆ ବ୍ଲକ କ୍ଷତିଗ୍ରସ୍ତ ହୋଇଛି। ମାଥିଲି ବ୍ଲକର ଟେମରୁପାଲ୍ଲୀ ଅଂଚଳରେ ବନ୍ୟା ଜଳ ବଢିଯିବାରୁ ସେହି ଅଂଚଳରେ ରୋଗରେ ଯନ୍ତ୍ରଣା ପାଉଥିବା ଲୋକେ ମେଡିକାଲ ଆସିପାରୁନଥିଲେ। ଏହି ଖବର କ୍ୟାଙ୍ଗ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରର ଡାକ୍ତର ଶୁଣିବା ପରେ ତୁରନ୍ତ ସେହି ଅଂଚଳକୁ ଗସ୍ତ କରିବାକୁ ମନସ୍ଥ […]

1 min read

ସାଉଦି ଆରବରେ  ଫସିଲେ ୬ ଓଡ଼ିଆଙ୍କ ସମେତ ୮ ଜଣ

ଭୁବନେଶ୍ୱର,୧୦-୦୯-୨୦୨୪(ପିପିଏସ) : ବିଜେପି ରାଷ୍ଟ୍ରୀୟ ଉପସଭାପତି ତଥା କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ସାଉଦି ଆରବରେ ଫସିଥିବା ୬ ଜଣ ଓଡିଆଙ୍କ ସମେତ ୮ ଜଣ ଯୁବକଙ୍କୁ ଉଦ୍ଧାର କରି ଭାରତ ଫେରାଇ ଆଣିବା ପାଇଁ ଭାରତୀୟ ରାଷ୍ଟ୍ରଦୂତଙ୍କୁ ହସ୍ତକ୍ଷେପ କରିବାକୁ ଏକ ଚିଠି ଲେଖି ନିବେଦନ କରିଛନ୍ତି। କେନ୍ଦ୍ରାପଡା ଜିଲ୍ଲାର ଭୁଇଁପୁରର ବଳରାମ ସାହୁ, ରାଜନଗରର କ୍ଷୀରୋଦ ନାରାୟଣ ପାତ୍ର, ଖୋର୍ଦ୍ଧା ଜିଲ୍ଲା ଦାମୋଦରପୁର ଗ୍ରାମର ବନମାଳୀ ଖୁଣ୍ଟିଆ, ପଞ୍ଚୁଗାଁର ରଞ୍ଜିତ ବାରିକ, ଅସୁରିପାଟଣା ଗ୍ରାମର […]

1 min read

ବଜ୍ରପାତ ନେଲା ୨ଚାଷୀଙ୍କ ଜୀବନ

ବୈଶିଙ୍ଗା/ଭୁବନେଶ୍ୱର,୧୦-୦୯-୨୦୨୪(ପିପିଏସ) : ମୟୂରଭଂଜ ଜିଲ୍ଲା ବେତନଟୀ ବ୍ଲକ ଅଧୀନ ଖଡ଼ିଶୋଳ ପଞ୍ଚାୟତର ଡ଼ୁମାପଦା ଗାଁରେ କ୍ଷେତରେ କାମ କରୁଥିବା ବେଳେ ମଙ୍ଗଳବାର ବଜ୍ରପାତରେ ଦୁଇଜଣ ଭାଗ ଚାଷୀଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଉଛନ୍ତି ବେତନଟୀ ଥାନା ଅଧୀନ ଭୁଡୁରୁବଣି ଗାଁର ସ୍ବର୍ଗତ ଅନୁକୂଳ ମହାନ୍ତଙ୍କ ପୁଅ ଗୋବିନ୍ଦ(୫୨) ଏବଂ ଶଙ୍ଖଯୋଡ଼ ଗ୍ରାମର ରାମ ହାଁସଦାଙ୍କ ପୁଅ ଶିବ ହାଁସଦା(୩୦)l ଗୋବିନ୍ଦ ଏବଂ ଶିବ ଡ଼ୁମାପଦା ଗ୍ରାମର ଉମେଶଚନ୍ଦ୍ର ମହାନ୍ତଙ୍କ ବିଲକୁ ଭାଗ ସୂତ୍ରରେ ନେଇ ଚାଷ କରୁଥିଲେl […]

1 min read

ଲଗାଣ ବର୍ଷାରେ ଧୋଇଗଲା ସୋଲାର ଜଳ ପ୍ରକଳ୍ପ : ନିମ୍ନମାନର କାର୍ଯ୍ୟ ଅଭିଯୋଗ

ମାଲକାନଗିରି/ଭୁବନେଶ୍ୱର,୧୦-୦୯-୨୦୨୪(ପିପିଏସ) : ମାଲକାନଗିରି ସ୍ୱାଭିମାନ ଅଞ୍ଚଳ ରେ ଓ ଟି ଏଲ୍ ପି ପ୍ଲସ ପକ୍ଷରୁ ବିକାଶମୂଳକ କାର୍ଯ୍ୟ କୁ ତ୍ଵରାନିତ କରିବା ପାଇଁ ‘ବିକାଶ’ ସଂସ୍ଥା ସହ 2021-22 ମସିହାରେ ଚୁକ୍ତିନାମା କରାଯାଇଥିଲା। ଆର୍ଥିକ ବର୍ଷ 2023-24 ରେ ଦୋରାଗୁଡା ପଞ୍ଚାୟତର ତାଟମାନଗୁଡା ଠାରେ ୬ଲକ୍ଷ ଟଙ୍କା ବ୍ୟୟରେ ଚାଷୀ ମାନଙ୍କ ଜମିରେ ଜଲସେଚନ ସୁବିଧା ନିମନ୍ତେ ଅଟକଳ କରାଯାଇ ଏକ ସୋଲାର ପ୍ରକଳ୍ପ କରାଯାଇଥିଲା। କିନ୍ତୁ ନିମ୍ନ ମାନର କାର୍ଯ୍ୟ ହେତୁ ସୋମବାର ଲଗାଣ […]

1 min read

ରାତି ଅଧରେ ବୁଲିଲା ଖଣ୍ଡା : ଜଣେ ମୃତ ୨ ଗୁରୁତର

ବଲାଙ୍ଗୀର/ଭୁବନେଶ୍ୱର,୧୦-୦୯-୨୦୨୪(ପିପିଏସ) : ପୂର୍ବ ଶତ୍ରୁତାର ଭୟଙ୍କର ପରିଣତି । ପଡ଼ୋଶୀଙ୍କ ଖଣ୍ଡା ଚୋଟରେ ଚାଲିଗଲା ଜଣେ ଯୁବକଙ୍କ ଜୀବନ। ଅନ୍ୟ ୨ ଜଣ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ମାଲଗୋଦାମ ପଡ଼ାରେ । ମୃତକ ହେଲେ ନିରଜ ହରପାଲ। ଅନ୍ୟ ୨ ଜଣଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି । ଅଭିଯୋଗ ଅନୁସାରେ, ଗତକାଲି ରାତି ପ୍ରାୟ ୧୧ଟା ସମୟରେ ନିରଜ ଓ ତାଙ୍କର ଦୁଇ ସାଙ୍ଗଙ୍କ ସହିତ ପାନ ଦୋକାନକୁ ଯାଇଥିଲେ। […]

1 min read

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଦନ୍ତାର ମୃତ୍ୟୁ

ସୁନ୍ଦରଗଡ଼/ଭୁବନେଶ୍ୱର,୧୦-୦୯-୨୦୨୪(ପିପିଏସ) : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଏକ ଦନ୍ତା ହାତୀଟିର ମୃତ୍ୟୁ ଘଟିଛି। ସୁନ୍ଦରଗଡ଼ ଜିଲ୍ଲା ଲାଠିକଟା ବ୍ଲକ ବଲାଣୀ ପଞ୍ଚାୟତ ନୂଆଗାଁ ନିକଟ ଜଙ୍ଗଲରେ ଏହି ଘଟଣା ଘଟିଛି। ବନ ବିଭାଗର କର୍ମଚାରୀ ପହଞ୍ଚି ହାତୀଟି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି। ଗତକାଲି ରାତିରେ ହାତୀଟି ଖାଦ୍ୟ ଅନ୍ୱେଷଣରେ ଆସିଥିଲା। ଏହି ସମୟରେ ନୂଆଗାଁ ନିକଟ ଜଙ୍ଗଲ ଦେଇ ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ହାତୀଟି ଆସିଯାଇଥିଲା। ଘଟଣାସ୍ଥଳରେ ତାର ମୃତ୍ୟୁ […]

1 min read

ବର୍ଷାଜନିତ କ୍ଷୟକ୍ଷତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୦୯-୦୯-୨୦୨୪(ପିପିଏସ) : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କର ଦୁଇଦିନିଆ ସମ୍ବଲପୁର ଗସ୍ତରୁ ଫେରିବା ବେଳେ ସମ୍ବଲପୁରଠାରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସହ କୋରାପୁଟ ଓ ମାଲକାନଗିରି ଜିଲାରେ ପ୍ରବଳ ବର୍ଷାଜନିତ କ୍ଷୟକ୍ଷତି ନେଇ ଆଲୋଚନା କରିଛନ୍ତି। ଏଥି ସହିତ ମୁଖ୍ୟମନ୍ତ୍ରୀ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଉପକୂଳବର୍ତ୍ତୀ ଅଞ୍ଚଳରେ ସମ୍ଭାବ୍ୟ ବର୍ଷା ପାଇଁ ନିଆଯାଇଥିବା ସତର୍କତାମୂଳକ ପଦକ୍ଷେପ ବାବଦରେ ମଧ୍ୟ ଆଲୋଚନା କରିଥିଲେ। କୋରାପୁଟ ଓ ମାଲକାନଗିରିର ବହୁସ୍ଥାନରେ […]