ଓଡିଶା
ବିଡିଏକୁ ବିଏସ୍ଏବିଟି ବୋଝ
ଆୟ ପାଇଁ ବାଟ ବନ୍ଦ ରଖିଛନ୍ତି ଅଧିକାରୀ ଭୁବନେଶ୍ୱର: ବିଶ୍ବସ୍ତରୀୟ ବରମୁଣ୍ଡା ବସ୍ଷ୍ଟାଣ୍ଡ ବା ବିଏସ୍ଏବିଟି ପୁଣି ଥରେ ଚର୍ଚ୍ଚାକୁ ଆସିଛି। ୧୮୦ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ କରି ବିଡିଏ ଏହାକୁ ନିର୍ମାଣ କଲା। ରକ୍ଷଣାବେକ୍ଷଣ ପାଇଁ ବର୍ଷକୁ ଏବେ ୧କୋଟି ୨୦ ଲକ୍ଷ ଖର୍ଚ୍ଚ କରୁଛି। ହେଲେ ଏଥିରୁ ୧ଟଙ୍କା ୨୦ ପଇସା ବି ଆସୁନି। ଯେଉଁଥିରୁ ରୋଜଗାର ହୋଇଥାନ୍ତା ବା ଯେତିକି ଖର୍ଚ୍ଚ ହେଉଛି ତାହା ଉଠି ଯାଇଥାନ୍ତା, ତାହାର ବ୍ୟବସ୍ଥା କରୁନାହିଁ। […]
କଳଙ୍କ ଲଗାଇଲା ଆଦର୍ଶ ଥାନା
ଭୁବନେଶ୍ୱର,୨୦-୦୯-୨୦୨୪(ପିପିଏସ) : କମିସନରେଟ୍ ପୁଲିସ ଅଧିନ ଭରତପୁର ଥାନା ଘଟଣାରେ ମେଜରଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଘଟଣାକୁ ନେଇ ଏବେ ତେଜିଛି ରାଜନୀତି | ବିରୋଧୀ ରାଜ୍ୟ ସରକାରଙ୍କୁ କଡା ଟାର୍ଗେଟ କରିଥିବାବେଳେ ରାଜ୍ୟ ସରକାର କହିଛନ୍ତି ଯେ ଭରତପୁର ଥାନାରେ ସେନା ଅଧିକାରୀ ଓ ତାଙ୍କ ସହିତ ଥିବା ଜଣେ ମହିଳାଙ୍କୁ ଅସଦାଚରଣ ତଥା ଆକ୍ରମଣ ଅଭିଯୋଗକୁ ସରକାର ଅତ୍ୟନ୍ତ ଗୁରୁତର ଭାବେ ଗ୍ରହଣ କରିଛନ୍ତି। ଘଟଣା ସରକାରଙ୍କ ଦୃଷ୍ଟିକୁ ଆସିବା ମାତ୍ରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ସହିତ […]
କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଶାରଦୀୟ ଦୁର୍ଗାପୂଜା ପ୍ରସ୍ତୁତି ବୈଠକ
କଟକ,୨୦-୦୯-୨୦୨୪(ପିପିଏସ) : ଆସନ୍ତା ପାର୍ବଣ ଉପଲକ୍ଷେ କଟକ ସାରଳା ଭବନ ଠାରେ କଟକ ଜିଲ୍ଲା ପ୍ରଶାସନ ଦ୍ୱାରା ଆୟୋଜିତ ” ଶାରଦୀୟ ଦୁର୍ଗାପୂଜା ପ୍ରସ୍ତୁତି ବୈଠକ- ୨୦୨୪ “ଉକ୍ତ ବୈଠକରେ କଟକ ଲୋକସଭା ସାଂସଦ ଶ୍ରୀଯୁକ୍ତ ଭର୍ତ୍ତୃହରି ମହତାବ,ମାନ୍ୟବର ଚୌଦ୍ବାର କଟକ ବିଧାୟକ, କଟକ ଜିଲ୍ଲାପାଳ, କଟକ ମହାନଗର ନିଗମ ର ମାନ୍ୟବର ମେୟର ସୁଭାଷ ଚନ୍ଦ୍ର ସିଂହ, କଟକ ମହାନଗର ଏବଂ କଟକ ପୂର୍ବଞ୍ଚଳ ଶାନ୍ତି କମିଟି ର ସଭାପତି, ସମ୍ପାଦକ ଓ ସଦସ୍ୟବୃନ୍ଦ, କଟକ […]
ମିଛି ମିଛିକା ଫାଶୀ ଖେଳ : ଭଉଣୀ ଆଗରେ ଚାଲିଗଲା ଭାଇର ଜୀବନ !
ଝାରସୁଗୁଡ଼ା/ଭୁବନେଶ୍ୱର,୨୦-୦୯-୨୦୨୪(ପିପିଏସ) : ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଥାନା ଲମ୍ଟିବାହାଲ କ୍ୟାମ୍ପସ ଛକ ଠାରେ ଘଟିଛି ଏକ ଅଭାବନୀୟ ଘଟଣା । ଭାଇ ଭଉଣୀ ଝଗଡ଼ାରେ ମିଛି ମିଛିକା ଫାଶୀ ଖେଳରେ ଚାଲି ଯାଇଛି ଭାଇର ଜୀବନ । ଅନ୍ୟପଟେ ପୁତ୍ରର ମୃତ୍ୟୁ ପରେ, ଆତ୍ମହତ୍ଯା କରିଦେଲେ ବାପା। ଏଭଳି ଘଟଣା ଏବେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି। ଲମ୍ଟିବାହାଲ କ୍ୟାମ୍ପସ ଛକ ପାଖରେ ରହୁଥିବା ଝସକେତନ ସିଂହଙ୍କ ଝିଅ ଓ ପୁଅ ରୋହନ ସିଂହଙ୍କ […]
ଅପରାଧିକ ମାମଲା ରୁଜୁ କଲା କ୍ରାଇମବ୍ରାଞ୍ଚ : ଗିରଫ ହୋଇ ପାରନ୍ତି ନିଲମ୍ବିତ ଥାନା ଅଧିକାରୀ ଦୀନକୃଷ୍ଣ ମିଶ୍ର ଓ ୪ ପୁଲିସ କର୍ମଚାରୀ
ଭୁବନେଶ୍ୱର,୨୦-୦୯-୨୦୨୪(ପିପିଏସ) : ଭୁବନେଶ୍ୱର ସ୍ଥିତ ଭରତପୁର ଥାନାରେ ମେଜର ଗୁରୁବଂଶ ସିଂହ ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଓ ଦୁର୍ବ୍ୟବହାର ମାମଲାରେ ନିଲମ୍ବିତ ଥାନା ଅଧିକାରୀ ଦିନକୃଷ୍ଣ ମିଶ୍ର ଓ ଅନ୍ୟ ୪ଜଣ ପୁଲିସ କର୍ମଚାରୀଙ୍କ ନାଁରେ ଅପରାଧିକ ମାମଲା ରୁଜୁ ହୋଇଛି । ମେଜରଙ୍କ ଲଖିତ ଅଭିଯୋଗ ପରେ କ୍ରାଇମବ୍ରାଞ୍ଚ ଏହି ମାମଲା ରୁଜୁ କରିଛି। କ୍ରାଇମବ୍ରାଞ୍ଚ କେସ୍ ନଂ ୧୧/୨୦୨୪ରେ ଅପରାଧିକ ମାମଲା ରୁଜୁ କରିଥିବା ଜଣାଯାଇଛି। କିଛି ଦିନ ପୂର୍ବରୁ ଏହି ଘଟଣାର […]
ବିପଦରେ ଗନ୍ଧମାର୍ଦନର ଔଷଧୀୟ ଗଛ
ସମ୍ବଲପୁର/ଭୁବନେଶ୍ୱର ୧୯-୦୯-୨୦୨୪(ପିପିଏସ): ବରଗଡ଼ ଏବଂ ବଲାଙ୍ଗୀର ମଧ୍ୟସ୍ଥଳରେ ରହିଛି ଔଷଧୀୟ ଗଛର ପାହାଡ଼ ଗନ୍ଧମାର୍ଦନ। ଏହା କେବଳ ପଶ୍ଚିମ ଓଡ଼ିଶା ନୁହେଁ ସମଗ୍ର ଦେଶ ପାଇଁ ବଡ଼ ଅବଦାନ। ସ୍ଥାନୀୟ ବୈଦ୍ୟମାନଙ୍କ ଅନୁସାରେ ଏଠାରେ ସମୁଦାୟ ୨ ହଜାରରୁ ଅଧିକ ପ୍ରଜାତିର ଗଛ ମଧ୍ୟରୁ ୩୦୦ ପ୍ରଜାତିର ବ୍ୟବହାରଯୋଗ୍ୟ ଔଷଧୀୟ ଗଛ ରହିଛି। ଏଥିରୁ ୫୮ ପ୍ରଜାତିର ଔଷଧୀୟ ଗଛ ଲୋପ ପାଇବା ଆରମ୍ଭ ହେଲାଣି। ଜଳବାୟୁ ପରିବର୍ତ୍ତନ, ଜଙ୍ଗଲପୋଡ଼ି ସହିତ ଔଷଧ ପ୍ରସ୍ତୁତ ଉଦେଶ୍ୟରେ ସବୁ […]
ସଂକଳ୍ପପତ୍ର ଆମପାଇଁ ଧର୍ମଗ୍ରନ୍ଥ:ମୁଖ୍ୟମନ୍ତ୍ରୀ
ପୁରୀ/ଭୁବନେଶ୍ୱର,୧୯-୦୯-୨୦୨୪(ପିପିଏସ): ରାଜ୍ୟରେ ବିଜେପି ସରକାର ଯାହା ପ୍ରତିଶ୍ରୁତି ଦେଇଥିଲେ ତାହା ପୂରଣ କରିଛନ୍ତି। କଥାକୁ କାର୍ଯ୍ୟରେ କରି ଦେଖାଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସରକାରଙ୍କୁ ୧୦୦ ଦିନ ପୂରଣ ହୋଇଛି। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ବିଜେପି ସରକାରଙ୍କ ୧୦୦ ଦିନର ହିସାବ ଦେଇଛନ୍ତି। ଏନେଇ ପୁରୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଜୁନ୍ ୧୨ରେ ସରକାର ଶପଥ ନେଲେ। ୧୩ ଜୁନ୍ରେ ଶ୍ରୀମନ୍ଦିରର ଚାରି ଦ୍ବାରା ଖୋଲାଗଲା। ରତ୍ନଭଣ୍ଡାର ଖୋଲି ଗଣତି […]
ବଢ଼ିଲା ଖୁରାନିଆଙ୍କ କାର୍ଯ୍ୟକାଳ
ଭୁବନେଶ୍ୱର ୧୯-୦୯-୨୦୨୪(ପିପିଏସ) : ରାଜ୍ୟ ସରକାର ୧୯୯୦ ବ୍ୟାଚ୍ର ଆଇପିଏସ୍ ଅଧିକାରୀ ଯୋଗେଶ ବାହାଦୂର ଖୁରାନିଆଙ୍କ କାର୍ଯ୍ୟକାଳ ବଢ଼ାଇଛନ୍ତି। ମୋହନ ସରକାରଙ୍କ ଦ୍ବାରା କାର୍ଯ୍ୟକାଳ ଅବଧି ବଢ଼ାଯିବା ପରେ ୱାଇବି ଖୁରାନିଆ ୨୦୨୬ ଅଗଷ୍ଟ ୧୬ ତାରିଖ ଯାଏଁ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିବେ। ସୂଚନାଯୋଗ୍ୟ, ଯୋଗେଶ ବାହାଦୁର ଖୁରାନିଆ ଗତ ଅଗଷ୍ଟ ୧୬ ତାରିଖ ଦିନ ୩୮ତମ ପୁଲିସ ଡିଜି ଭାବେ ଦାୟିତ୍ବଗ୍ରହଣ କରିଥିଲେ। ସେ ବକ୍ସିବଜାରସ୍ଥିତ ରାଜ୍ୟ ପୁଲିସ ମୁଖ୍ୟାଳୟରେ ଡିଜି […]
ସୁଭଦ୍ରା ଯୋଜନା ନାଁରେ ଯନ୍ତ୍ରଣା
ଝରିଗାଁ/ଭୁବନେଶ୍ୱର ୧୯-୦୯-୨୦୨୪(ପିପିଏସ) : ରାଜ୍ୟ ସରକାର ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ‘ସୁଭଦ୍ରା’ ଯୋଜନା ଆରମ୍ଭ କରିଛନ୍ତି। ସରକାର ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ଏହି ଯୋଜନାରେ ସାମିଲ ହିତାଧିକାରୀମାନଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କରିବା ପାଇଁ ସ୍ଥିର କରିଛନ୍ତି। ନିଶ୍ଚିତ ଭାବେ ଏହା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ। ତେବେ ସୁଭଦ୍ରା ଯୋଜନାର ଲାଭ ଉଠାଇବା ପାଇଁ ମହିଳାମାନଙ୍କୁ ଏବେ ଆଧାର ସଂଶୋଧନ ଓ ଆଧାର ସହ ଫୋନ ନମ୍ବର ସଂଯୋଗ କରିବା ପାଇଁ […]
ମଙ୍କିପକ୍ସ ପାଇଁ ଗାଇଡଲାଇନ ଜାରି
ଭୁବନେଶ୍ବର,୧୯-୦୯-୨୦୨୪(ପିପିଏସ) : ମଙ୍କିପକ୍ସ ପାଇଁ ଗାଇଡଲାଇନ ଜାରି କରାଯାଇଛି । ସବୁ ଜିଲ୍ଲା ପାଇଁ ଏହି ଗାଇଡଲାଇନ ଜାରି ହୋଇଛି । ବିମାନ ବନ୍ଦର,ପୋର୍ଟ କର୍ତ୍ତୃପକ୍ଷଙ୍କ ପାଇଁ ମଧ୍ୟ ଗାଇଡଲାଇନ ଜାରି କରାଯାଇଛି । ଭାରତରେ ମଙ୍କିପକ୍ସ ସଂଖ୍ୟା ବହୁତ କମ ଅଛି । ଯେଉଁମାନେ ଇଣ୍ଟରନ୍ୟାସନାଲ ଟ୍ରାଭେଲ କରୁଛନ୍ତି ଏବଂ ମଙ୍କିପକ୍ସ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନଙ୍କୁ ଆଇସୋଲେଟ କରି ସେମାନଙ୍କର ନମୁନା ପରୀକ୍ଷା ପାଇଁ କୁହାଯାଇଛି। ସେମାନେ ଏନେଇ ସେଲ୍ଫ ଡିକ୍ଲାରେସନ ଫର୍ମ ଦେବେ […]