କୁଳ ଖାଉଛି କଳାହାଣ୍ଡିର ୬୩ରୁ ଊର୍ଦ୍ଧ୍ବ ଗାଁ; ବର୍ଷା ଆସିଲେ ଭୟଭୀତ କଳାହାଣ୍ଡି ଜିଲ୍ଲା

0
ChatGPT Image Jul 23, 2026, 05_27_04 PM

ଭବାନୀପାଟଣା, ୨୩/୭: କଳାହାଣ୍ଡି ଜିଲ୍ଲାରେ ବର୍ଷା ଆସିଲେ ଲୋକଙ୍କ ନଦୀ କୁଳିଆ ଗାଁ କଥା ମନେପଡେ । ରାଜନେତାଙ୍କ ଠାରୁ ପ୍ରଶାସନ ପର୍ଯ୍ୟନ୍ତ ସମସ୍ତେ ନଦୀ କୂଳ ଆଡିବନ୍ଧ ପାଇଁ ଆଶ୍ୱାସନା ଓ ପ୍ରତିଶ୍ରୁତି ଦିଅନ୍ତି କିନ୍ତୁ ବର୍ଷା ପରେ ଭୁଲିଯାନ୍ତି। ପ୍ରାୟ ୬୩ରୁ ଊର୍ଦ୍ଧ୍ବ ଗାଁର କୂଳ ଖାଉଥିବା ଯୋଗୁଁ ସେମାନଙ୍କ ସ୍ଥିତି ହରାଇବା ଆଶଙ୍କା ରହିଛି ।

ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, କଳାହାଣ୍ଡି ଜିଲ୍ଲାର ଉଦନ୍ତୀ ନଦୀ କୂଳରେ ଥିବା ଗୋଲାମୁଣ୍ଡା ବ୍ଲକର ମାନଝରୀ, ଲେତେର, ଚପରିଆ, ମହାଲିଙ୍ଗ, କେଗାଁ , ସିନାପାଲି, ଗଞ୍ଜିଆପଡା, ସାଲେଗା, ବରଫା, ଭବାନୀପାଟଣା ବ୍ଲକର ଅଜରାୟି, ପାଇକପଡା, ତୁର୍କେଲ, ଟେପାସି ଗ୍ରାମବାସୀମାନେ ନଦୀରେ ବନ୍ୟା ଯୋଗୁଁ କୂଳ ଲଂଘିଲେ ଗାଁକୁ ପାଣି ମାଡିଯାଏ ।

prajatantra

ସେହିପରି ଶଗଡା ନଦୀ ଯୋଗୁଁ ମିଚାସୁଲା, ରାନୀଗୁଡା, ଗବରା, ସାନଫୁଣ୍ଡା, ଲବଣୀପୁର, କରାଟିକଲି, ଖଇରମାଲ, ଭଟ୍ଟାଗୁଡା, ବରଗାଁ , ଚନ୍ଦୋପଲା, ନାନ୍ଦୋଲ ଗ୍ରାମ ଗୁଡିକରେ ଶଗଡାନଦୀ ବନ୍ୟା ଜଳ ଗାଁ ଭିତରକୁ ମାଡି ଆସିଥାଏ । ତେଲନଦୀ ଯୋଗୁଁ କାଙ୍କରୀ, ଛିଲପା, କୁଟୃ, କନାଗାଁ ଥନଟ, ଚିଲଚିଲା, ଖମାରହଲଦି, ବେହେରାଗୁଡା, ତରଞ୍ଜା, ପଞ୍ଜିଆ, ଲଗୁରଭଟ୍ଟା, ତେଲିପଲାସ, ପଣ୍ଡକୁଲ, କୁମ୍ଭାରୀ, ଆଟିଗାଁ , ଖରଙ୍ଗ, ବୋରଗୁଡା, ତଲମଲା,ଚିଲଗାଁ , ମାକରଶୋଲା, କେନ୍ଦୁପାଟି, କରମାଟ, କାର୍ଲି, ବିଲେଇକାନି, ଫଠମୁଣ୍ଡା, ଫରଙ୍ଗ, ମାନକେଡିପଡା, ମାଖଲା, ଡ଼ଙ୍ଗରିଗୁଡା, ଚହଗାଁ , ଖୋଲଣ୍ଡି, ଠେମରା, ତେନ୍ତୁଲିପଡା, ତୁର୍ପି, ପଡିଆଗାଁ , ଗୁର୍ଜିମୁଣ୍ଡା, ମାଲପଡା, ସେଁପୁର, ଗୋଡତଲା, ଟିମନଭାଡି ଆଦି ଗାଁ ଲୋକେ ବର୍ଷା ଦିନ ଆସିଲେ ତେଲନଦୀର ବନ୍ୟା ଜଳ ନେଇ ଆତଙ୍କିତ ହୋଇଥାନ୍ତି ।

ବନ୍ୟା ଜଳ ଏହି ଗାଁ ଗୁଡିକର ଜମି ଗୁଡିକୁ ପାଣି ମାଡି ଯାଇଥାଏ । ଏଥିଯୋଗୁଁ ଜମି ଗୁଡିକ ମାଟି ଧସେଇ ଚାଲିଛି । କମଲ ନଦୀ ଯୋଗୁଁ ଜୟପାଟଣା ବ୍ଲକର ରସଡୁମେର ଗାଁରେ ବନ୍ୟା ଜଳ ମାଡି ଯାଇଥାଏ । ବର୍ଷା ଦିନେ ଇନ୍ଦ୍ରାବତୀର ନିଷ୍କାସିତ ଜଳ, ନାଳ ମାନଙ୍କ ସଂଯୋଗ ଯୋଗୁଁ ହାତୀ ନଦୀରେ ଅତ୍ୟଧିକ ଜଳ ପ୍ରବାହିତ ଯୋଗୁଁ କୂଳ ଖାଇବାରେ ଲାଗିଛି ।

ପ୍ରତିବର୍ଷ କୂଳ ଖାଇବା ଯୋଗୁଁ ନଦୀତଟବାସୀ ଆତଙ୍କିତ ହେବାରେ ଲାଗିଛନ୍ତି । ସେହିପରି ହାତୀ ନଦୀ ଯୋଗୁଁ ଜିଲାର କଲମପୁର ବ୍ଲକର ଖଣ୍ଡିଡଙ୍ଗରିଗୁଡା, ବିରିପୁର, ମାଟିଖାଲ, ବାଲିଛଡା, କର୍ଲାପଡା, କର୍ମେଲି, ପରୁଆଗୁଡା, ଚୁରାଗାଁ, ଟେମରା, ବଙ୍କାପଲା, ଜୁନାଗଡ ବ୍ଲକର ଦାସିଗାଁ , ଚିଲଗୁଡା, ‌କୋଳିଗାଁ,କୋଟେନ, ବଣିଜରା, ମାଟିଗାଁ , ବରଗାଁ, ପଲାସ, ବଲଦିଆମାଲ, ବାଗଡୁଙ୍ଗରି, ସାହାଜକନା, ମିଚାଗାଁ, ମସିଗାଁ, ଭଇଁରିଗୁଡା, ମୁର୍ଲାପଦର, ଚିଙ୍ଗୁଡିସର ଓ ପାଣିଗାଁ ସମେତ ୨୫ରୁ ଉର୍ଦ୍ଧ୍ବ ଗାଁର କୁଳ ଖାଉଥିବା ଯୋଗୁଁ ପ୍ରତିବର୍ଷ ମାଟି ଧୋ‌ଇ ନେଉଥିବା ଯୋଗୁଁ କ୍ଷତିଗ୍ରସ୍ତ ‌ହେବାରେ ଲାଗିଛି । କଲମପୁର ବ୍ଲକର କର୍ମେଲି,ବାଲିଛଡା ଗ୍ରାମ କୂଳ ଖାଇ ଯିବା‌ ଯୋଗୁଁ ଅସ୍ଥିତ୍ବ ହରାଇବାରେ ଲାଗିଛି । ବର୍ଷା ଦିନେ ବନ୍ୟା ସମୟରେ ଏହି ଗାଁ ଗୁଡିକରେ ଲୋକେ ଭୟଭିତ ହୋଇ ରହିଥାନ୍ତି । ଏହି ଗାଁର ଚାଷ ଜମି ଗୁଡିକ ବନ୍ୟାଜଳ ଧୋଇ ନେଉଥିବା ଯୋଗୁଁ ଚାଷଜମି ହ୍ରାସ ପାଇବାରେ ଲାଗିଛି । ଆଗାମୀ ଦିନରେ ଜିଲାର ବହୁ ଗ୍ରାମ ନଦୀ ଗର୍ଭରେ ବିଲୀନ ହେବାର ସମ୍ଭାବନା ରହିଛି । ତେଣୁ ରାଜ୍ୟ ସରକାର ଏନେଇ ଏକ ଠୋସ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି ।

ChatGPT Image Jul 23, 2026, 05_27_04 PM

Leave a Reply

Your email address will not be published. Required fields are marked *

You may have missed