ପୁରାତନ ଛାତ୍ରଛାତ୍ରୀ ଙ୍କ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ। 

 ଚାରିଛକ,( ପି ପି ଏସ) ଆଜି ପବିତ୍ର ରାମନବମୀରେ ନିମାପଡ଼ା ସ୍ଥିତ ପ୍ରାକଟିସିଂ ସରକାରୀ ଉନ୍ନୀତ ବିଦ୍ୟାଳୟରେ ୨୦୯୮-୯୯ ମସିହା ରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ ମାନଙ୍କ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଛାତ୍ର ଛାତ୍ରୀ ମାନେ ଯୋଗଦେବା ସହିତ ସେତେବେଳର ଶିକ୍ଷକ – ଶିକ୍ଷୟତ୍ରୀ ମାନଙ୍କୁ ନିମନ୍ତ୍ରିତ କରିବା ସହିତ ବର୍ତ୍ତମାନର ଶିକ୍ଷକ – ଶିକ୍ଷୟତ୍ରୀ ମାନଙ୍କୁ ଉତ୍ତରୀୟ ଓ ଫୁଲତୋଡ଼ା ଦେଇ ସମ୍ମାନିତ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ପୂର୍ବତନ ପ୍ରଧାନ ଶିକ୍ଷକ ସୁରେନ୍ଦ୍ରନାଥ ପରିଡା ସଭାରେ ସଭାପତିତ୍ୱ କରିଥିବା ବେଳେ କଲ୍ୟାଣୀ ସିନ୍ନା, ପ୍ରମିଳା ଦେବୀ, ଦୁଖୀ ଦେବୀ , ବିଳାସିନୀ କର, ରାଜଲକ୍ଷ୍ମୀ ମହାନ୍ତି, ରଞ୍ଜୁବାଳା ମହାପାତ୍ର, ବାମଚରଣ ଦାଶ, ଉଷାରାଣୀ ମିଶ୍ର, ପ୍ରମୋଦ ମୋହିନୀ ଦାଶ, ସୁକାନ୍ତି ଦେଇ, ନିର୍ମଳ ମିଶ୍ର, ତ୍ରିଲିପ୍ତା ମିଶ୍ର, ସ୍ନେହମୟୀ ସ୍ୱାଇଁ, ମହେଶ୍ୱରୀ ଦାଶ,କ୍ଷଣପ୍ରଭା ପାତ୍ର ଓ ଇପ୍ସିତା ପ୍ରିୟଦର୍ଶିନୀ ଙ୍କୁ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମ କୁ ପ୍ରଦୀପ୍ତ ସ୍ୱାଇଁ ଓ ଜଗତ ଜୀବନ ମଲ୍ଲିକ ସଂଯୋଜନା କରିଥିଲେ ।

Leave A Reply

Your email address will not be published.