ବ୍ରହ୍ମପୁର ଇସ୍କନ୍ ମନ୍ଦିରରେ ରାମ ନବମୀ ପାଳିତ|
ଲାଞ୍ଜିପଲ୍ଲୀ ସ୍ଥିତ ଇସ୍କନ୍ ବ୍ରହ୍ମପୁର, ହରେକୃଷ୍ଣ ମନ୍ଦିରରେ ଶ୍ରୀ ରାମ ନବମୀ ମହୋତ୍ସବ ଖୁବ୍ ଆଡ଼ମ୍ବର ସହକାରେ ପାଳିତ ହୋଇଯାଇଛି । ଏହି ଅବସରରେ ମଧୁର ଭଜନ ଓ କୀର୍ତ୍ତନ ହେବା ସହ ମନ୍ଦିରର ଅଧ୍ୟକ୍ଷ ଶ୍ରୀମାନ୍ ପଞ୍ଚରତ୍ନ ଦାସଜୀ ମହାରାଜଙ୍କ ଦ୍ଵାରା ଶ୍ରୀରାମଚନ୍ଦ୍ରଙ୍କ ଅପୂର୍ବ ଦିବ୍ୟ ଲୀଳା କଥା ପ୍ରବଚନ ହୋଇଥିଲା । ଶେଷରେ ଭୋଗ ଆରତୀ ଅନୁଷ୍ଠିତ ହେବା ସହ ପ୍ରାୟ ୩ ହଜାରରୁ ଉର୍ଦ୍ଧ୍ବ ଭକ୍ତଙ୍କୁ ନିଶୁଳ୍କ ପ୍ରସାଦ ବିତରଣ କରାଯାଇଥିଲା ।କାର୍ଯ୍ୟକ୍ରମର ସଫଳ ପରିଚାଳନା ଲାଗି ମନ୍ଦିରର ଅଧ୍ୟକ୍ଷ ସମସ୍ତ ଅନ୍ତେବାସୀ ଭକ୍ତ ତଥା ସମସ୍ତ ସ୍ବେଚ୍ଛାସେବୀ ଭକ୍ତଙ୍କୁ ଆନ୍ତରିକ ସାଧୁବାଦ ଜଣାଇଛନ୍ତି ।

