କାବ୍ୟପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳି

– ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୋକବ୍ୟକ୍ତ କରି କହିଛନ୍ତି ଯେ ଶ୍ରୀ ରମାକାନ୍ତ ରଥ ଜୀଙ୍କର କାବ୍ୟ, ବିଶେଷକରି ତାଙ୍କର କବିତା, ସମାଜର ସମସ୍ତ ବର୍ଗ ଭିତରେ ଆଦୃତି ଲାଭ କରି ପାରିଛି । ସେ ଜଣେ ପ୍ରଭାବୀ ପ୍ରଶାସକ ଏବଂ ବିଦ୍ୱାନ ଥିଲେ । ତାଙ୍କର କାର୍ଯ୍ୟ, ବିଶେଷକରି କବିତା, ସମାଜର ସମସ୍ତ ବର୍ଗ ମଧ୍ୟରେ ଆଦୃତ । ତାଙ୍କର ବିୟୋଗରେ ମୁଁ ଦୁଃଖୀ । ତାଙ୍କର ପରିବାରବର୍ଗ ଓ ସମର୍ଥକମାନଙ୍କ ପ୍ରତି ମୋର ପ୍ରାର୍ଥନା ରହିଛି । ଏମ୍ ଶାନ୍ତି ।
–ରାଜ୍ୟପାଳ ଡ. ହରିବାବୁ କୁମ୍ଭପତି ପୂର୍ବତନ ପ୍ରଶାସନିକ ଅଧୁକାରୀ ତଥା ସାହିତ୍ୟିକ ପଦ୍ମଭୂଷଣ ରମାକାନ୍ତ ରଥଙ୍କ ବିୟୋଗରେ ଦୁଃଖପ୍ରକାଶ କରି ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗ ପ୍ରତି ସମବେଦନା ଜଣାଇଛନ୍ତି।
-ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ‘ଏକ୍ସ’ରେ ଲେଖିଛନ୍ତି ପଦ୍ମଭୂଷଣ ପୁରସ୍କାରପ୍ରାପ୍ତ ରମାକାନ୍ତ ରଥଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖତ। ପ୍ରଶାସନିକ ସେବା ସହ ସାହିତ୍ୟ ଜଗତରେ ଅବଦାନ ପାଇଁ ସେ ସ୍ମରଣୀୟ ରହିବେ । ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଶେଷକୃତ୍ୟ ସମ୍ପନ୍ନ ହେବ । ସ୍ୱର୍ଗତ ରଥଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଉଛି ।
-କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲେଖିଛନ୍ତି , ଓଡ଼ିଶାର ଖ୍ୟାତନାମା କବି ତଥା ପଦ୍ମଭୂଷଣ ପୁରସ୍କାର ପ୍ରାପ୍ତ ରମାକାନ୍ତ ରଥଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖୁତ ଓ ମର୍ମାହତ । କବିତା ମାଧ୍ୟମରେ ଓଡ଼ିଆ ସାହିତ୍ୟ ଜଗତକୁ ସୁସମୃଦ୍ଧ କରିବାରେ ତାଙ୍କର ଯୋଗଦାନ ଅକଳ୍ପନୀୟ। କେନ୍ଦ୍ର ସାହିତ୍ୟ ପୁରସ୍କାର ତଥା ଅନେକ ସମ୍ମାନର ସେ ଅଧିକାରୀ । ତାଙ୍କର କାଳଜୟୀ କବିତା ଗୁଡିକ ପାଇଁ ସେ ଓଡ଼ିଆ ଜନମାନସରେ ଚିର ସ୍ମରଣୀୟ ହୋଇ ରହିବେ
–ସାଂସଦ ତଥା ପ୍ରଜାତନ୍ତ୍ର ପ୍ରଚାର ସମିତିର ଅଧ୍ୟକ୍ଷ ଭର୍ତ୍ତୃହରି ମହତାବ ଶୋକବାର୍ତ୍ତାରେ କହିଛନ୍ତି, ସରସ୍ୱତୀ ସମ୍ମାନପ୍ରାପ୍ତ ପ୍ରସିଦ୍ଧ କବି
ପଦ୍ମଭୂଷଣ ରମାକାନ୍ତ ରଥଙ୍କ ତିରୋଧାନ କେବଳ ଓଡ଼ିଆ ସାହିତ୍ୟ ଜଗତପାଇଁ ନୁହେଁ, ଭାରତୀୟ ସାହିତ୍ୟ ପାଇଁ ଏକ ଅପୂରଣୀୟ କ୍ଷତି । ଜଣେ ସଫଳ ପ୍ରଶାସକ ଓ ପ୍ରଚଣ୍ଡ ଓଡ଼ିଆତ୍ୱର ଏହି କବି କେବଳ ଓଡ଼ିଆ ଭାଷା ସାହିତ୍ୟ ମଧ୍ୟରେ ସୀମିତ ନଥିଲେ, ତାଙ୍କର ଦୀପ୍ତି ସମଗ୍ର ବିଶ୍ୱକୁ ପ୍ରଭାବିତ କରିଥିଲା । ତାଙ୍କ ବିୟୋଗରେ ସମଗ୍ର ଜାତି ମର୍ମାହତ । ଅମର ଆତ୍ମାର ସଦ୍ଗତି ପ୍ରାର୍ଥନାକରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଉଛି ।
-ପଦ୍ମଭୂଷଣ ପ୍ରତିଭା ରାୟ ଶୋକପ୍ରକାଶ କରି କହିଛନ୍ତି ଯେ କବି ରମାକାନ୍ତ ଯେମିତି ହୃଦୟଗ୍ରାହୀ କବି ଥିଲେ ସେମିତି ମିଷ୍ଟ ମଣିଷ ମଧ୍ୟ ଥିଲେ । ସେ ତାଙ୍କ କାଳଜୟୀ କବିତା ମାଧ୍ୟମରେ ଚିରକାଳ ବଞ୍ଚି ରହିବେ । ‘ଶ୍ରୀରାଧା’ ଓ ‘ସପ୍ତମ ଋତୁ’ର କବି ତଥା ଭାରତୀୟ ସାହିତ୍ୟର ଜଣେ ଅବିସ୍ମରଣୀୟ କାବ୍ୟପୁରୁଷଙ୍କର ଦେହାନ୍ତ ହୋଇଛି । ସେ ବହୁଦିନ ଧରି ଅସୁସ୍ଥ ଥିବା ଖବର ଜଣାଥିଲେ ବି ତାଙ୍କ ମୃତ୍ୟୁ ଶକ୍ତ ଆଘାତ ଦେଇଛି । ଜୀବନ ମୃତ୍ୟୁ, ପ୍ରେମ ବିରହ, ମିଳନ ଶୋକ ଓ ଅତୀତ ଭବିଷ୍ୟତର ନାଡ଼ି ନକ୍ଷତ୍ର ଚିହ୍ନାଇ ଦେଉଥିବା କବି ଥିଲେ ରମାକାନ୍ତ ରଥ । କେବଳ ଭାରତରେ ନୁହେଁ, ଭାରତ ବାହାରେମଧ୍ୟ ସେ ଥିଲେ ଜଣେ ଅବିସ୍ମରଣୀୟ କବି ।