ମଧ୍ୟାହ୍ନ ଭୋଜନରେ ସାମିଲ ହେବେ ନବମ-ଦଶମ ଶ୍ରେଣୀର ଛାତ୍ରଛାତ୍ରୀ
1 min read

ମଧ୍ୟାହ୍ନ ଭୋଜନରେ ସାମିଲ ହେବେ ନବମ-ଦଶମ ଶ୍ରେଣୀର ଛାତ୍ରଛାତ୍ରୀ

କଟକ ୧୧-୦୨-୨୦୨୫(ପିପିଏସ ) : ବିଦ୍ୟାଳୟରେ ମଧ୍ୟାହ୍‌ଣ ଭୋଜନ ନେଇ ରାଜ୍ୟ ସରକାର ମଙ୍ଗଳବାର ବଡ଼ ନିଷ୍ପତ୍ତି ନେଇଛନ୍ତି। ଏଣିକି ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ମଧ୍ୟାହ୍‌ଣ ଭୋଜନ କରିବେ। ଏପର୍ଯ୍ୟନ୍ତ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ମଧ୍ୟାହ୍‌ଣ ଭୋଜନ କରୁଥିଲେ। କିନ୍ତୁ ଆଗାମୀ ଦିନରେ ନବମ ଓ ଦଶମ ଶ୍ରେଣୀର ପିଲାଙ୍କୁ ମଧ୍ୟ ଏହି ଯୋଜନାରେ ସାମିଲ କରାଯିବ। କଟକରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଏହି ବଡ଼ ଘୋଷଣା କରିଛନ୍ତି।

Leave a Reply

Your email address will not be published. Required fields are marked *