୧୧କେଭି ତାର ଛିଡି ଯିବାରୁ ସଂପୂର୍ଣ୍ଣ ଜଳିଗଲେ ଚାଷୀ

କ୍ଷତିପୂରଣ ଦାବୀରେ ରାସ୍ତାରୋକ

ଭଦ୍ରକ,୨୭-୧୨-୨୦୨୪ (ପିପିଏସ) : ଭଦ୍ରକ ଜିଲ୍ଲା ଚାନ୍ଦବାଲି ଠାରେ ଚାଷୀଙ୍କ ଧାନ କ୍ଷେତ ଉପରେ ଯାଇଥିବା ୧୧ କେଭି ତାର ଛିଡି ପଡିବାରୁ ନିଜ ବିଲକୁ ଧାନ ଆଣିବା ପାଇଁ ଯାଇଥିବା ଚାନ୍ଦବାଲି ଏନଏସି ଅଧୀନସ୍ଥ ବାଲିଗାଁ ନରିସଂପୁରର ଚାଷୀ ପ୍ରମୋଦ ଦାସଙ୍କ ମୃତ୍ୟ ଘଟିଛି । ସମ୍ପୃକ୍ତ ଚାଷୀ ଧାନ ସଂଗ୍ରହ କରୁଥିବା ସମୟରେ ଅଚାନକ ୧୧କେଭି ତାର ଟି ଚାଷୀ ଉପରେ ଖସି ପଡିଥିଲା । ଫଳରେ ଚାଷୀଟି ବିଦ୍ୟୁତ ଆଘାତ ପାଇ ସମ୍ପୂର୍ଣ ଜଳିଯାଇଥିଲା । ପରେ ସ୍ଥାନୀୟ ଲୋକେ ଟାଟା ପାୱାର କୁ ଖବର ଦେବା ପରେ ବିଦ୍ୟୁତ ସରବରାହ ବନ୍ଦ କରାଯାଇଥିଲା । ଏବଂ ଦମକଳ ବାହିନୀକୁ ଖବର ଦିଆଯାଇଥିଲେ ମଧ୍ୟ ପହଂଚିଲାବେଳକୁ ଚାଷୀଟି ସଂପୂର୍ଣ୍ଣ ଜଳିଯାଇଥିଲା ।ପରେ କ୍ଷତିପୂରଣ ଦାବୀ ନେଇ ସ୍ଥାନୀୟ ବାସୀ ବିଜୁଳି ବିଭାଗ କାର୍ଯ୍ୟାଳୟ ଆଗରେ ପ୍ରତିବାଦ କରିବା ସହ ଚାନ୍ଦବାଲି ମୁଖ୍ୟରାସ୍ତା କୁ ବନ୍ଦ କରିଥିଲେ । ମୃତ ଚାଷୀଙ୍କ ପରିବାରକୁ କ୍ଷତି ପୂରଣ ସହ ଅନ୍ୟ ଚାଷୀଙ୍କ ପ୍ରାୟ ୨ ଏକରରୁ ଉର୍ଦ୍ଧ୍ୱ ଫସଲ ନଷ୍ଟ ନେଇ ବିଜୁଳି ବିଭାଗ କୁ ଦାୟୀ କରାଯାଇଛି । ବିଜୁଳି ବିଭାଗର ଖାମ ଖିଆଲି ନୀତି ପାଇଁ ଜଣେ ଚାଷୀଙ୍କ ଜୀବନ ଯାଇଥିବାରୁ ତୁରନ୍ତ ନୂଆ ତାର ଓ ଖୁଂଟ ପରିବର୍ତନ ପାଇଁ ମଧ୍ୟ୍ୟ ଦାବୀ କରିଛନ୍ତି ସ୍ଥାନୀୟ ବାସୀ

Leave A Reply

Your email address will not be published.