୮୫ଟି ନୂତନ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବା ପ୍ରସ୍ତାବକୁ ମିଳିଲା କ୍ୟାବିନେଟ୍ ମଞ୍ଜୁରୀ
1 min read

୮୫ଟି ନୂତନ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବା ପ୍ରସ୍ତାବକୁ ମିଳିଲା କ୍ୟାବିନେଟ୍ ମଞ୍ଜୁରୀ

ନୂଆଦିଲ୍ଲୀ/ଭୁବନେଶ୍ୱର ୦୬-୧୨-୨୦୨୪(ପିପିଏସ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି କେନ୍ଦ୍ରୀୟ ବିଦ୍ୟାଳୟ ଯୋଜନା ଅଧୀନରେ ୮୫ଟି ନୂତନ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବା ଏବଂ ବର୍ତ୍ତମାନର କେଭି ଶିବମୋଗାର ସମ୍ପ୍ରସାରଣକୁ ଅନୁମୋଦନ କରିଛି।୨୦୨୫-୨୬ରୁ ଆଠ ବର୍ଷ ମଧ୍ୟରେ ୮୫ଟି ନୂତନ କେଭି ପ୍ରତିଷ୍ଠା ଏବଂ ଗୋଟିଏ କେଭିର ସମ୍ପ୍ରସାରଣ ପାଇଁ ମୋଟ ଆନୁମାନିକ ପାଣ୍ଠିର ଆବଶ୍ୟକତା ହେଉଛି ୫୮୭୨.୦୮ କୋଟି ଟଙ୍କା। ଏଥିରେ ୨୮୬୨.୭୧ କୋଟି ଟଙ୍କାର ପୁଞ୍ଜି ବ୍ୟୟ ଉପାଦାନ ଏବଂ ୩୦୦୯.୩୭ କୋଟି ଟଙ୍କାର ପରିଚାଳନାଗତ ବ୍ୟୟ ଅନ୍ତର୍ଭୁକ୍ତ। ବର୍ତ୍ତମାନ ସୁଦ୍ଧା, ୧ ହଜାର ୨୫୬ଟି କେନ୍ଦ୍ରୀୟ ବିଦ୍ୟାଳୟ କାର୍ଯ୍ୟକ୍ଷମ ଅଛି, ଯେଉଁଥିରେ ୩ଟି ମସ୍କୋ, କାଠମାଣ୍ଡୁ ଏବଂ ତେହେରାନରେ ରହିଛି ଏବଂ ମୋଟ ୧୩.୫୬ ଲକ୍ଷ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ନୂଆ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବା ଦ୍ୱାରା ୮୨ ହଜାର ୫୬୦ ଛାତ୍ରଛାତ୍ରୀ ଉପକୃତ ହେବେ ଓ ସମୁଦାୟ ୫ ହଜାର ୩୮୮ ପ୍ରତ୍ୟକ୍ଷ ସ୍ଥାୟୀ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।

Leave a Reply

Your email address will not be published. Required fields are marked *