ହିଂସାର ପଥ ଛାଡି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୁଅ:ଖୁରାନିଆ

ଭୁବନେଶ୍ୱର ୨୧-୧୧-୨୦୨୪ (ପିପିଏସ) : ମାଲକାନଗିରିରେ ମାଓବାଦୀ ଏବଂ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଥିବା ଘଟଣାରେ ଜଣେ ଯବାନ ଆହତ ହୋଇଥିବା ବେଳେ ଜଣେ ମାଓବାଦୀ ନିହତ ହୋଇଛନ୍ତି ।  ଏହି ଅପରେସନରେ ସୁରକ୍ଷାବଳକୁ ବହୁ ସଫଳତା ମିଳିଛି। ଅନେକ ମାଓ ସାମଗ୍ରୀ ଜବତ ହୋଇଛି ବୋଲି ଡିଜିପି ୱାଇ ବି ଖୁରାନିଆ ସୂଚନା ଦେଇଛନ୍ତି । ଜବତ ସାମଗ୍ରୀ ମଧ୍ୟରେ ୨୬ଟି ବ୍ୟାଗ ଏବଂ ବହୁ ପରିମାଣର ଗୋଳାବାରୁଦ ରହିଥିବା ସେ କହିଛନ୍ତି। ଖୁରାନିଆ ଗଣମାଧ୍ୟମକୁ କହିଛନ୍ତି ସୁରକ୍ଷା ବଳ ସତର୍କ ରହିଛନ୍ତି। ସୁରକ୍ଷାବଳଙ୍କ ମାଓ ବିରୋଧୀ ଅଭିଯାନ ଯୋଗୁ ମାଓ କାର୍ଯ୍ୟକଳାପ କମିବାରେ  ଲାଗିଛି।

ଏଥିସହ ମାଓବାଦୀଙ୍କୁ ହିଂସାର ପଥ ଛାଡି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ସେ ଅପିଲ୍ କରିଛନ୍ତି ।ଏବେ ସରକାର ଆତ୍ମସମର୍ପଣ କରୁଥିବା ମାଓବାଦୀଙ୍କୁ ମୁଖ୍ୟ ଧାରାରେ ସାମିଲ କରିବାକୁ ସେମାନଙ୍କ ପାଇଁ ଅନେକ ଯୋଜନା ପ୍ରଣୟନ କରିଛନ୍ତି । ତେଣୁ ମାଓବାଦୀମାନେ ହିଂସାକୁ ଛାଡିଦେବା ଆବଶ୍ୟକ।

Leave A Reply

Your email address will not be published.