ଜଗତସିଂହପୁର ରେ କଞ୍ଚା ପରିବା ଆକାଶ ଛୁଆଁ।
ଜଗତ ସିଂହପୁର,୧୭-୧୦-୨୦୨୪ (ପିପିଏସ) : ଉପକୂଳ ଅଞ୍ଚଳର ଏହି ଜିଲ୍ଲା ଟି ଏକ କୃଷି ଭିତ୍ତିକ ଜିଲ୍ଲା ।ଆବଶ୍ୟକତା ଅନୁଯାୟୀ କଞ୍ଚା ପରିବା ଉତ୍ପାଦନ କ୍ଷେତ୍ରରେ ଆତ୍ମ ନିର୍ଭର ଶିଳ ହୋଇଥିଲେ ମଧ୍ୟ ସାମୟିକ ଭାବରେ ବାହାର ରାଜ୍ୟରୁ ଆମଦାନୀ କରିଥାଏ।ମୁଖ୍ୟତଃ ଆଳୁ କଖାରୁ ବାହାର ବଜାରରୁ ଆଣିବାକୁ ପଡ଼ିଥାଏ।ଜିଲ୍ଲା ମୁଖ୍ୟ ଦପ୍ତର ନିକଟବର୍ତ୍ତୀ ତିନୋଟି ସ୍ଥାନରେ ପରିବା ମିଳିଥାଏ।ପ୍ରଥମଟି ସୋମନାଥ ହାଟ,ଦ୍ୱିତୀୟ ସାନ ବଜାର ଓ ଗାନ୍ଧୀ ଛକ।ଏହା।ବ୍ୟତୀତ ସାନ ବଜାର ଟାଉନ ହଲ ଛକ ପରିବା ରେଟ ସ୍ଵତନ୍ତ୍ର ,ବାଇଗଣ କେ.ଜି ପ୍ରତି ୧୦୦ରୁ୧୨୦ ସାରୁ ୮୦ ଟଙ୍କା ଟମାଟୋ ୮୦ ରୁ୧୦୦ ବିମ୍ ୮୦ ଟଙ୍କା ଯେଉଁ ପରିବା ସୋମନାଥ ହାଟରେ ୭୦ ସେଇ ପରିବା ଟାଉନ ହଲ ଛକ ରେ ୧୦୦ ତେଣୁ ସାଧାରଣରେ ଚର୍ଚ୍ଚା।ହେଉଛି ଏଇଟା ଭି.ଆଇ.ପି ମାର୍କେଟ,ଯିଏ ଯେତେ ରେଟ୍ କହି ବିକି ପାରିଲା ସେ ସେତେ ଲାଭବାନ।ମୂଲିଆ ଟିଏ ମୁଲ ଟିଏ ଆଣିଲେ ପରିବାକୁ ନିଅଣ୍ଟ ପରିବାର ଚଳାଇବା ଅସମ୍ଭବ ହୋଇ ପଡ଼ିଲାଣି ପିଲା ପାଠ ପଢ଼ିବ କିପରି ?କେହି ଯଦି ରୋଗରେ ପଡ଼ିଯାଏ ତାର ଔଷଧ ଖର୍ଚ୍ଚ ଆସିବ କୁଆଡୁ ଏପରି ଅନେକ କଥା।ସେଥିପାଇଁ ଲୋକେ ଖୋଜୁଛନ୍ତି ଏହାର ସମାଧାନ କେଉଁଠି ଓ କେବେ?