ଜୟା ଅମିତାଭଙ୍କ ସହ ଭେଟ କରାଇ ନଦେବାରୁ ଲୁଚିଲୁଚି ହସ୍ପିଟାଲ ଯାଇଥିଲେ ରେଖା
1 min read

ଜୟା ଅମିତାଭଙ୍କ ସହ ଭେଟ କରାଇ ନଦେବାରୁ ଲୁଚିଲୁଚି ହସ୍ପିଟାଲ ଯାଇଥିଲେ ରେଖା

ନୂଆଦିଲ୍ଲୀ/ଭୁବନେଶ୍ୱର ୧୧-୧୦-୨୦୨୪ ( ପିପିଏସ) : ୭୦ ଦଶକରୁ ନେଇ ଏଯାବତ ରେଖା ଏବଂ ଅମିତାଭ ବଚ୍ଚନଙ୍କ ପ୍ରେମ କାହାଣୀ ଚର୍ଚ୍ଚାରେ ରହି ଆସିଛି। ଯଦିଓ ସେମାନଙ୍କର ପ୍ରେମ ସଫଳ ହୋଇପାରିବ ନାହିଁ ତଥାପି ସେମାନଙ୍କ ସମ୍ପର୍କ ଆଜି ବି ଆଲୋଚନା ହୋଇଥାଏ।ରେଖା ଓ ଅମିତାଭଙ୍କ ପ୍ରେମ ସମୟରେ ଅନେକ ଘଟଣା ଘଟିଛି। ଯେତେବେଳେ ଜୟା ଅମିତାଭଙ୍କ ଜୀବନକୁ ଆସିଥିଲେ ସେ ରେଖା ଏବଂ ଅମିତାଭ ବଚ୍ଚନଙ୍କ ସାକ୍ଷାତରେ କଟକଣା ଲଗାଇ ଦେଇଥିଲେ।  ଏହି ସମୟରେ ରେଖା ବିଗ୍ ବିଙ୍କୁ ଭେଟିବା ପାଇଁ ଲୁଚିଲୁଚି ଡାକ୍ତରଖାନା ଯାଇଥିଲେ। 

ଜୟ ବଚ୍ଚନ ଅମିତାଭ ବଚ୍ଚନ ଏବଂ ରେଖାଙ୍କ ସହ ଫିଲ୍ମ ‘ସିଲସିଲା’ରେ ନଜର ଆସିଥିଲେ। ଏହି ଚଳଚ୍ଚିତ୍ରର ସୁଟିଂ ପୂର୍ବରୁ ଜୟ ଅମିତାଭ ଏବଂ ରେଖାଙ୍କ ସମ୍ପର୍କ ବିଷୟରେ ଜାଣିଥିଲେ।  ୟଶ ଚୋପ୍ରା ୧୯୮୦ ମସିହାରେ ଚଳଚ୍ଚିତ୍ର ‘ସିଲସିଲା’ ନିର୍ମାଣ କରୁଥିବା ବେଳେ ଅମିତାଭଙ୍କୁ ଏହି ଚଳଚ୍ଚିତ୍ର ପାଇଁ ଜୟାଙ୍କୁ ରାଜି କରାଇବାକୁ  କହିଥିଲେ।  ବିଗ୍ ବି ଜୟାଙ୍କୁ  ‘ସିଲସିଲା’ କରିବାକୁ ରାଜି କରାଇ ଦେଇଥିଲେ। କିନ୍ତୁ  ଜୟା ଗୋଟେ ସର୍ତ୍ତ ରଖିଥିଲେ। ଏହାଥିଲା ଏହି ସିନେମା ପରେ ଅମିତାଭ କେବେବି ରେଖାଙ୍କ ସହ କାମ କରିବେ ନାହିଁ ।

ଅମିତାଭ ବଚ୍ଚନ ବି ଜୟାଙ୍କ କଥା ରକ୍ଷା କରି ରେଖାଠାରୁ ଧୀରେଧୀରେ ଦୂରେଇ ଯିବାକୁ ଲାଗିଥିଲେ। ଫିଲ୍ମ ‘ସିଲସିଲା’ ପରେ ସେ ରେଖାଙ୍କ ସହ ଆଉ କୌଣସି ସିନେମାରେ କାମ କରି ନଥିଲେ।  ୧୯୮୩ ମସିହାରେ ‘କୁଲି’ର ସୁଟିଂ ସେଟରେ ଅମିତାଭ ବଚ୍ଚନ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଯେଉଁ କାରଣରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି ହେବାକୁ ପଡ଼ିଥିଲା। ଏହି ଖବର ରେଖା ପାଇବା ପରେ ସେ ଆଉ ଧୌର୍ଯ୍ୟ ଧରି ରହି ପାରି ନଥିଲେ। କାରଣ ଅମିତ‌ାଭଙ୍କ ଅବସ୍ଥା ଗୁରୁତର ଥିଲା। ଅମିତାଭଙ୍କୁ ଦେଖା କରିବାକୁ ରେଖା ହସ୍ପିଟାଲ ଯାଇଥିଲେ। କିନ୍ତୁ ସେଠାରେ ଜୟା ରେଖାଙ୍କୁ ଅମିତାଭଙ୍କ ସହ ଭେଟ କରିବାକୁ ଦେଇ ନଥିଲେ।

 ଏହାପରେ ରେଖାଦିନେ ସକାଳୁ ଲୁଚିଲୁଚି ଅମିତାଭଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ଯାଇ ପହଞ୍ଚିଯାଇଥିଲେ। ସେଠାରେ ତାଙ୍କ ଅବସ୍ଥା ଦେଖି କାନ୍ଦିକାନ୍ଦି ହସ୍ପିଟାଲରୁ ଫେରି ମନ୍ଦିରରେ ପହଞ୍ଚି ବିଗବିଙ୍କ ଆରୋଗ୍ୟ କାମନା କରିଥିଲେ।

Leave a Reply

Your email address will not be published. Required fields are marked *