ଭୁବନେଶ୍ୱର,୨୭-୦୮-୨୪ (ପିପିଏସ) : ପଶ୍ଚିମବଙ୍ଗ ସାଗରଦୀପଠାରୁ ୧୬୨ କି.ମି. ଦୂରରେ ରବିବାର ରାତିରେ ଏକ ପଣ୍ୟବାହୀ ଜାହାଜ ଏମ୍ଭି ଆଇଟିଟି ପୁମା କୌଣସି କାରଣବଶତଃ ସମୁଦ୍ରରେ ବୁଡ଼ି ଯାଇଛି । ଖବରପାଇ ଭାରତୀୟ ତଟରକ୍ଷୀ ବାହିନୀ ପାଟ୍ରୋଲିଂ ଜାହାଜ ସାରଙ୍ଗ ଓ ଅମୋଘପହଞ୍ଚି ୧୧ ଜଣ ନାବିକଙ୍କୁ ଉଦ୍ଧାର କରିଛନ୍ତି । ସେମାନଙ୍କୁ ନେଇ ଅମୋଘ ଜାହାଜରେ ପାରାଦୀପ ଅଭିମୁଖେ ଆସୁଛନ୍ତି । ମଙ୍ଗଳବାର ମଧ୍ୟାହ୍ନରେ ପାରାଦୀପରେ ପହଞ୍ଚତ୍ବେ ବୋଲି ଜଣାପଡିଛି । ପରେ ତଟରକ୍ଷୀ ବାହିନୀ ପକ୍ଷରୁ ସମ୍ପୂର୍ଣ୍ଣ ସୂଚନା ଦିଆଯବ ବୋଲି ସୂଚନା ମିଳିଛି। ଉକ୍ତ ଜାହାଜ କୋଲକାତା ବନ୍ଦରରୁ ପୋର୍ଟବ୍ଲେୟାର ଅଭିମୁଖେ ଯାଉଥିଲା । ସମୁଦ୍ରରେ ବୁଡ଼ିଯିବା ଫଳରେ ଜାହାଜର କ୍ୟାପଟେନ ତଟରକ୍ଷୀ ବାହିନୀ ମୁଖ୍ୟାଳୟକୁ ସୂଚନା ଦେଇଥିଲେ । ଯେଉଁ ନାବିକମାନେ ସମୁଦ୍ର ପାଣିରେ ଭାସୁଥିଲେ, ସେମାନେ ନାଲି ରଙ୍ଗର ବାଣ ପାଣିରେ ପକାଇଥିଲେ। ଏହାକୁ ତଟରକ୍ଷୀ ବାହିନୀ ଡୋନିୟର ଏୟାରକ୍ରାଫ୍ଟ ଠାବ କରିଥିଲା । ପରେ ଦୁଇ ପାଟ୍ରୋଲିଂ ଜାହାଜର ଯବାନମାନେ ପହଞ୍ଚି ଅକ୍ଳାନ୍ତ ପରିଶ୍ରମ କରି ରାତିରେ ୧୧ ଜଣଙ୍କୁ ଉଦ୍ଧାର କରିଛନ୍ତି ।