ପାଣ୍ଡିଆନଙ୍କ ଶଳା କହି ଲକ୍ଷାଧିକ ଟଙ୍କା ଠକେଇ : ଜଣେ ଗିରଫ
1 min read

ପାଣ୍ଡିଆନଙ୍କ ଶଳା କହି ଲକ୍ଷାଧିକ ଟଙ୍କା ଠକେଇ : ଜଣେ ଗିରଫ

  • ଫେରାର ୨ ଜଣଙ୍କ ମଧ୍ୟରେ ଅଛନ୍ତି ବିଜେଡି ନେତ୍ରୀ
  • କେନ୍ଦ୍ରାପଡ଼ାରୁ ମାଲକାନଗିରି ପର୍ଯ୍ୟନ୍ତ ଲମ୍ବିଛି ଚେର

ଭିକେ ପାଣ୍ଡିଆନଙ୍କ ଶଳା ପରିଚୟ ଦେଇ ଚାକିରି କରାଇ ଦେବା ନାଁରେ ଲକ୍ଷାଧିକ ଟଙ୍କା ଠକେଇ। କେନ୍ଦ୍ରାପଡ଼ାରୁ ମାଲକାନଗିରି ପର୍ଯ୍ୟନ୍ତ ଲମ୍ବିଛି ଏହି ଠକେଇର ଚେର। ଆଉ ଏଭଳି ଠକେଇ ଅଭିଯୋଗରେ କେନ୍ଦ୍ରାପଡ଼ାର ରମେଶ ରାଉତଙ୍କୁ ଭୁବନେଶ୍ୱରରୁ ଗିରଫ କରିଛି ପୁଲିସ।

ଗିରଫ ରମେଶ ରାଉତ ନିଜକୁ ଭିକେ ପାଣ୍ଡିଆନଙ୍କ ଶଳା କହି ବିଭିନ୍ନ ଲୋକଙ୍କ ଠାରୁ ଲକ୍ଷାଧିକ ଟଙ୍କା ଠକିଥିବା ଅଭିଯୋଗ ହୋଇଛି। ରମେଶଙ୍କ ସହ ଆଉ ୨ ଜଣ ଏହି ରାକେଟରେ ସଂପୃକ୍ତ ଥିବା ନେଇ ଏତଲା ଦିଆଯାଇଛି। ସେମାନଙ୍କ ମଧ୍ୟରେ ରହିଛନ୍ତି ମାଲକାନଗିରି ଜିଲ୍ଲା ମାଥିଲିର ଜୋନ-୩ର ବିଜେଡି ଜିଲ୍ଲା ପରିଷଦ ସଭ୍ୟ ସସ୍ମିତା ମାଝୀ। ସେ ଫେରାର ହୋଇଯାଇଥିବା ବେଳେ ମାମଲାର ତଦନ୍ତ ଚାଲିଥିବାରୁ କିଛି କହିବାକୁ ମନା କରିଦେଇଛି ମାଲକାନଗିରି ପୁଲିସ।

ଚାକିରି ନାଁରେ ରମେଶ ରାଉତ, ସସ୍ମିତା ମାଝୀ ଓ ସେମାନଙ୍କର ଅନ୍ୟ ଜଣେ ସହଯୋଗୀ ଠକେଇ କରିଥିବା ନେଇ ମାଥିଲି ଥାନାରେ ଏକାଧିକ ମାମଲା ରୁଜୁ ହୋଇଛି। କାର୍ତ୍ତିକ ରାୟ ନାମକ ଜଣେ ବ୍ୟକ୍ତିଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ତାଙ୍କ ଠାରୁ ୨୬ ଲକ୍ଷ ୨୦ ହଜାର ଟଙ୍କା ଠକି ନେଇଥିବା ବେଳେ ମାଧବ କୁମାରଙ୍କୁ ପିଇଓ ଚାକିରି କରାଇ ଦେବା ନାଁରେ ୧୦ ଲକ୍ଷ ୧୦ ହଜାର ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ଏହି ରାକେଟ କେବଳ ମାଲକାନଗିରିରେ ନୁହେଁ, କୋରାପୁଟରୁ କେନ୍ଦ୍ରାପଡ଼ା ପର୍ଯ୍ୟନ୍ତ ଲମ୍ବିଛି।

Leave a Reply

Your email address will not be published. Required fields are marked *