ଆଜିର ରାଶିଫଳ
ମେଷ: ଆଜିର କର୍ମକ୍ଷେତ୍ରରେ ଆଶା ନିଶ୍ଚିତ ପୂରଣ ହୋଇପାରିବ ଏବଂ ଆର୍ଥିକ ଅଭିବୃଦ୍ଧି ସହ ସମ୍ମାନିତ ହେବେ। ଭୁଲ ବୁଝାମଣା କାରଣରୁ ଆତ୍ମୀୟଙ୍କ ସହ ମନୋମାଳିନ୍ୟ ହୋଇପାରେ। ଆନୁଷ୍ଠାନିକ କାମ, ସଭାସମିତି ଓ ବାଣିଜ୍ୟ, ବ୍ୟବସାୟ ପୂର୍ବବତ୍ ଚାଲିବ। କଠୋର ପରିଶ୍ରମ ସାଙ୍ଗକୁ ଅନିଦ୍ରାଜନିତ ପୀଡ଼ା ଅନୁଭବ କରିପାରନ୍ତି। ଯାତ୍ରାରେ କୌଣସି ଜିନିଷ ସାଙ୍ଗରେ ନେବାକୁ ଭୁଲି ମନସ୍ତାପ କରିବେ। ପରିସ୍ଥିତିବଶତଃ ଇଚ୍ଛା ନଥାଇ ମଧ୍ୟ କଷ୍ଟାନ୍ତ ହେବାକୁ ପଡ଼ିବାରୁ ଦୁଃଖ ପ୍ରକାଶ କରିବେ। ସ୍ଥଗିତ କାମକୁ ପଡ଼ୋଶୀଙ୍କ ସହାୟତାରେ ସମ୍ପନ୍ନ କରିବାର ସୁଯୋଗ ଜୁଟିପାରେ।
ବୃଷ: ପାରିବାରିକ କ୍ଷେତ୍ରରେ ବୁଝାମଣାରେ କାମ କଲେ ଉପକୃତ ହେବେ। ଶିଳ୍ପ, ବ୍ୟବସାୟ ଓ ପରିବହନରେ କାମ ହାସଲ କରିବା କଷ୍ଟକର ହୋଇପାରେ। ଆଜିର ଅନୁକୂଳ ଗ୍ରହ ସ୍ଥିତି ପ୍ରଭାବରୁ ଦିନଟି ଭଲରେ ଅତିବାହିତ ହେବ। ବନ୍ଧୁମିଳନ, ନୂତନ ସମ୍ପର୍କ, ଉତ୍ସାହପ୍ରଦ ଆୟୋଜନ ଯୋଗୁଁ ବନ୍ଧୁମାନଙ୍କ ଦ୍ୱାରା ପ୍ରଶଂସିତ ହେବେ। ବିତର୍କର ସମାଧାନ ସୁଖୀନ ହୋଇପାରେ।
ମିଥୁନ: କୌଣସି ଅଭାବ ନଥାଇ ମଧ୍ୟ ନୈରାଶ୍ୟ ମଧ୍ୟରେ ସମୟ କଟାଇବେ। ଆଜି ଯେମିତି ଚାହୁଁଛନ୍ତି ଠିକ୍ ସେହିଭଳି କାମ ସମ୍ପନ୍ନ ହେବାରେ ମଘାର କୌଣସି ଅସୁବିଧା ରହିବ ନାହିଁ। ସହକର୍ମୀଙ୍କ ସହ ତିକ୍ତତା ସୃଷ୍ଟି ହୋଇପାରେ। ପାରିବାରିକ ସମସ୍ୟାଜନିତ ଅଶାନ୍ତି ସ୍ଥାୟୀ ଅବସ୍ଥାରେ ରହିଯିବ। ଚେଷ୍ଟା କରୁଥିବା କାମ ସକାଶେ ସୁବିଧା ସୁଯୋଗ ସହକର୍ମୀ କିମ୍ବା ପଡ଼ୋଶୀଙ୍କଠାରୁ ପାଇପାରିବେ। ସାହିତ୍ୟ, କଳା ଓ ରଚନାମୂଳକ କାମରେ ଉଚ୍ଚ ପ୍ରଶଂସା ମଧ୍ୟ ମିଳିବ।
କର୍କଟ: ଦୈହିକ ସୁସ୍ଥତା, ଆର୍ଥିକ ଉନ୍ନତି, ସମସ୍ୟାମୁକ୍ତ ପାରିବାରିକ ଜୀବନ ମଧ୍ୟରେ ଦିନଟି ଉପଭୋଗ୍ୟ ରହିବ। ଆତ୍ମୀୟଙ୍କ ସ୍ୱାସ୍ଥ୍ୟ ସମସ୍ୟାରେ ବିଚଳିତ ଅନୁଭବ କରିବେ। ଆଲୋଚନା କ୍ଷେତ୍ରରେ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣାଇ ନେବେ। ଆଜି ପ୍ରତ୍ୟେକ କାମ ନିର୍ବିଘ୍ନରେ ସମାପନ ହେବା ସହ ଆଶା ଓ ଅଭିଳାଷ ପୂରଣ ହେବ। ନୂଆ ଯୋଜନାକୁ ବାସ୍ତବ ରୂପ ଦେବାର ଯୋଜନା କଲେ ସଫଳ ହେବେ।
ସିଂହ: ଆନୁଷ୍ଠାନିକ କ୍ଷେତ୍ରରେ ପ୍ରଶଂସିତ ହୋଇପାରନ୍ତି। ଭୁଲ ବୁଝାମଣାଜନିତ ପାରିବାରିକ ସମସ୍ୟାର ସମାଧାନ ହୋଇପାରେ। ଆନୁଷ୍ଠାନିକ କିମ୍ବା ସାଂସ୍କୃତିକ ଉତ୍ସବ ନିମନ୍ତେ ଅନୁରୋଧପତ୍ର ପାଇ ଆନନ୍ଦିତ ହେବେ। ବ୍ୟବସାୟ ବହୁମୁଖୀ ଆକାର ଧାରଣ କରି ଲାଭବାନ ହେବେ। ପରିସ୍ଥିତିର ବିଷମତା କାରଣରୁ ମଉଳିଯାଇଥିବା ଆଶା କଅଁଳି ଉଠିପାରେ। ଯାତ୍ରା ସମୟରେ ସତର୍କତା ଅଭାବରୁ ଆଘାତ ଲାଗିବା ସୂଚନା ରହିଛି।
କନ୍ୟା: କୌଣସି ଅଜଣା ବ୍ୟକ୍ତି ଦ୍ୱାରା ତର୍କବିତର୍କ କିମ୍ବା ହଇରାଣ ହରକତ ହେବାକୁ ପଡ଼ିପାରେ। ଆନୁଷଙ୍ଗିକ ସାହାଯ୍ୟ ସହଯୋଗ ଲାଭକରି ଅଟକିଥିବା କାମ ଆରମ୍ଭ କରିବାକୁ ମନ ବଳାଇବେ। ଖଳଲୋକଙ୍କ ସହ ଯୁକ୍ତିତର୍କ କରି ଅଶାନ୍ତିତ ହୋଇପାରନ୍ତି। ସ୍ତ୍ରୀଙ୍କ ସାହାଯ୍ୟ ଓ ଦୂରଦର୍ଶିତା ଗୁଣରୁ ମନୋବଳ ବୃଦ୍ଧି ପାଇବ। ଆଜି ହିତୈଷୀ ବନ୍ଧୁଙ୍କ ପରାମର୍ଶରେ କୌଣସି ନୂତନ କାର୍ଯ୍ୟରେ ହାତ ଦେବାକୁ ସ୍ଥିର କରିବେ। ସାମାଜିକ ସ୍ତରରେ ଗଠନମୂଳକ କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ।
ତୁଳା: କର୍ମକ୍ଷେତ୍ରରେ ଉଚ୍ଚ ପ୍ରଶଂସା ସହ ଆର୍ଥିକ ସଫଳତା ମିଳିପାରେ। ଅଫିସ୍ରେ ସହକର୍ମୀଙ୍କ ସହଯୋଗରେ ଜଟିଳ କାମ ସହଜ ହେବ। ପରିବାରରେ ଛୋଟ ମତଭେଦକୁ ବଡ଼ କରିବାରୁ ଦୂରେଇ ରୁହନ୍ତୁ। ବନ୍ଧୁଙ୍କଠାରୁ ମିଳୁଥିବା ପରାମର୍ଶ ଆପଣଙ୍କୁ ନୂଆ ଦିଗ ଦେଇପାରେ। ଯାତ୍ରାରେ ଯୋଜନାରେ ସାମାନ୍ୟ ପରିବର୍ତ୍ତନ ହୋଇପାରେ।
ବିଛା: କାର୍ଯ୍ୟକ୍ଷେତ୍ରରେ ଦାୟିତ୍ୱ ବଢ଼ିପାରେ ଏବଂ ନୂତନ ସୁଯୋଗ ମିଳିବ। ଆର୍ଥିକ ଦିଗରେ ଅପ୍ରତ୍ୟାଶିତ ଲାଭର ସମ୍ଭାବନା ରହିଛି। ପରିବାରରେ ଜଣେ ସଦସ୍ୟଙ୍କ ନିଷ୍ପତ୍ତି ନେଇ ଆଲୋଚନା ହୋଇପାରେ। ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ରୁହନ୍ତୁ। ଦୀର୍ଘଦିନର ଏକ କାମ ଆଜି ଶେଷ କରିପାରିବେ।
ଧନୁ: ନୂତନ କାମ ଆରମ୍ଭ ପାଇଁ ଦିନଟି ଅନୁକୂଳ ରହିବ। ବ୍ୟବସାୟରେ ନୂଆ ଗ୍ରାହକ ଯୋଡ଼ିହୋଇପାରନ୍ତି। ଆର୍ଥିକ ଯୋଜନାରେ ସତର୍କତା ଆବଶ୍ୟକ। ବନ୍ଧୁଙ୍କ ସହ ମିଳିତ ଭାବେ କୌଣସି କାମ କଲେ ଭଲ ଫଳ ମିଳିପାରେ। ଯାତ୍ରା ସମ୍ପର୍କିତ ଯୋଜନା ସଫଳ ହେବ।
ମକର: କାର୍ଯ୍ୟକ୍ଷେତ୍ରରେ ପରିଶ୍ରମର ଉଚିତ ଫଳ ପାଇବେ। ଅଧିକାରୀଙ୍କ ପ୍ରଶଂସା ମିଳିପାରେ। ଆର୍ଥିକ କାରବାରରେ ସାବଧାନ ରହିବା ଭଲ। ପାରିବାରିକ ପରିବେଶରେ ଶାନ୍ତି ରହିବ। ପୁରୁଣା ବନ୍ଧୁଙ୍କ ସହ ଯୋଗାଯୋଗ ହୋଇ ଖୁସି ମିଳିପାରେ। ନୂଆ ଦାୟିତ୍ୱ ଗ୍ରହଣ କରିବାର ସୁଯୋଗ ଆସିପାରେ।
କୁମ୍ଭ: ଆଜି ଆପଣଙ୍କ ଯୋଜନା ଅନୁସାରେ କାମ ଆଗକୁ ବଢ଼ିବ। ଚାକିରି କ୍ଷେତ୍ରରେ ନୂଆ ସୁଯୋଗ ମିଳିପାରେ। ପରିବାରର କାହାରି ସଫଳତା ଆପଣଙ୍କୁ ଆନନ୍ଦ ଦେବ। ସ୍ୱାସ୍ଥ୍ୟରେ ସାମାନ୍ୟ ଅସୁବିଧା ଅନୁଭବ ହୋଇପାରେ। ସୃଜନଶୀଳ କାମ ପାଇଁ ପ୍ରଶଂସା ମିଳିବ।
ମୀନ: ଆଜି ମାନସିକ ଶାନ୍ତି ସହ କାମ କରିବାର ସୁଯୋଗ ମିଳିବ। ଆର୍ଥିକ ଦିଗରେ ସ୍ଥିତି ସୁଧୁରିବ। ପରିବାରରେ ଆନନ୍ଦର ପରିବେଶ ରହିବ। ଦୀର୍ଘଦିନର ଏକ ଇଚ୍ଛା ପୂରଣ ହୋଇପାରେ। ଯାତ୍ରା କିମ୍ବା ନୂତନ ସମ୍ପର୍କ ଆପଣଙ୍କ ପାଇଁ ଲାଭଦାୟକ ହେବ।
