November 2024
ମହର୍ଷିରେ ଛାତ୍ର ଅଶାନ୍ତି, ଅନିର୍ଦ୍ଧିଷ୍ଟକାଳ ପର୍ଯ୍ୟନ୍ତ କଲେଜ ବନ୍ଦ
ଭୁବନେଶ୍ୱର ୧୧-୧୧-୨୦୨୪(ପିପିଏସ ) : ମହର୍ଷି କଲେଜରେ ଛାତ୍ର ଅଶାନ୍ତି ଦେଖାଦେଇଛି। କ୍ୟାମ୍ପସରେ ଛାତ୍ର ଅଶାନ୍ତି ଲାଗି ରହିଥିବାରୁ ଆଜି କଲେଜକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ବନ୍ଦ ଘୋଷଣା କରାଯାଇଛି। ଆବଶ୍ୟକସ୍ଥଳେ ଛୁଟି ଅବଧି ବଢ଼ାଯିବ ବୋଲି ଉପାଧ୍ୟକ୍ଷ ସୂଚନା ଦେଇଛନ୍ତି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛି।ଆଜି ମହର୍ଷି କଲେଜରେ ଦୁଇଗୋଷ୍ଠୀ ଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳ ଦେଖାଦେଇଥିଲା। ଏହି ଗଣ୍ଡଗୋଳ ଉଗ୍ରରୂପ ଧାରଣ କରିଥିବାବେଳେ ଦୁଇଗୋଷ୍ଠୀ ଛାତ୍ର ଆକ୍ରମଣ ଓ ପ୍ରତିଆକ୍ରମଣ […]
ଝାଡ଼ଖଣ୍ଡରେ ଏଥର ଇଣ୍ଡିଆ ମେଣ୍ଟ ସରକାର ଗଢିବ: ମହମ୍ମଦ ମୋକିମ
ଭୁବନେଶ୍ୱର ୧୧-୧୧-୨୦୨୪(ପିପିଏସ ) : ଝାଡ଼ଖଣ୍ଡରେ ଏଥର ଇଣ୍ଡିଆ ମେଣ୍ଟ ସରକାର କରିବ। ଏନେଇ ଦୃଢୋକ୍ତି ପ୍ରକାଶ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ମହମ୍ମଦ ମୋକିମ। ଝାଡ଼ଖଣ୍ଡର ବିଭିନ୍ନ ଅଞ୍ଚଳରେ ନିର୍ବାଚନ ପ୍ରଚାର କରି କଟକ ଫେରିବାପରେ ଏହା କହିଛନ୍ତି ମୋକିମ। ବିଜେପି ସେଠାରେ ଦଳର ସ୍ଥିତି ନେଇ ବିବ୍ରତ ଏବଂ ସେଥିପାଇଁ ନିର୍ବାଚନ ଠିକ୍ ପୂର୍ବରୁ ଇଡିକୁ ସେଠାରେ ଲଗାଇଛି। ତେବେ ପ୍ରଚାର ବେଳେ ଏଥର କଂଗ୍ରେସ ଓ ଇଣ୍ଡି ମେଣ୍ଟ ପ୍ରତି ଝାଡ଼ଖଣ୍ଡ ଭୋଟରଙ୍କ […]
ପୀଡ଼ିତ ପରିବାରକୁ ନ୍ୟାୟ ଦାବିରେ ରାଜରାସ୍ତା ବନ୍ଦ
ବାଙ୍ଗିରିପୋଷି ଅଞ୍ଚଳରେ ଗ୍ରାମବାସୀ ଶୁଦ୍ଧିକ୍ରିୟା କରିବା ପାଇଁ ଦେଉ ନଥିବାରୁ ଆଦିବାସୀ ସାଙ୍ଗେଲ ଅଭିଯାନ ତରଫରୁ ସୋମବାର ଜାତୀୟ ରାଜପଥ ୪୯ ବନ୍ଦ କରାଯାଇଛି। ଫଳରେ ଜାତୀୟ ରାଜପଥରେ ଯାତାୟତ ପ୍ରଭାବିତ ହୋଇଛି। ବାଙ୍ଗିରିପୋଷି/ଭୁବନେଶ୍ୱର ୧୧-୧୧-୨୦୨୪(ପିପିଏସ ) : ମୟୂରଭଂଜ ଜିଲ୍ଲା ବାଙ୍ଗିରିପୋଷି ଅଞ୍ଚଳରେ ଗ୍ରାମବାସୀ ଶୁଦ୍ଧିକ୍ରିୟା କରିବା ପାଇଁ ଦେଉ ନଥିବାରୁ ଆଦିବାସୀ ସାଙ୍ଗେଲ ଅଭିଯାନ ତରଫରୁ ସୋମବାର ଜାତୀୟ ରାଜପଥ ୪୯ ବନ୍ଦ କରାଯାଇଛି। ଫଳରେ ଜାତୀୟ ରାଜପଥରେ ଯାତାୟତ ପ୍ରଭାବିତ ହୋଇଛି। ରିପୋର୍ଟ […]
ବିଭିନ୍ନ ଖବରକାଗଜରେ ମୋଦୀଙ୍କ ‘ଏକ୍ ହେ ତୋ ସେଫ୍ ହେ’ ସ୍ଲୋଗାନ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ଏକ୍ ହେ ତୋ ସେଫ୍ ହେ’ ସ୍ଲୋଗାନ ସୋମବାର ଦିନ ମହାରାଷ୍ଟ୍ରର ବିଭିନ୍ନ ଖବରକାଗଜରେ ପ୍ରକାଶ ପାଇଛି। ଏହି ସ୍ଲୋଗନ୍ ଜରିଆରେ ବିଜେପି ତାହାର ବିଧାନସଭା ନିର୍ବାଚନ ପ୍ରଚାରକୁ ବୃଦ୍ଧି କରିଛି। ନୂଆଦିଲ୍ଳୀ/ଭୁବନେଶ୍ୱର ୧୧-୧୧-୨୦୨୪(ପିପିଏସ ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ଏକ୍ ହେ ତୋ ସେଫ୍ ହେ’ ସ୍ଲୋଗାନ ସୋମବାର ଦିନ ମହାରାଷ୍ଟ୍ରର ବିଭିନ୍ନ ଖବରକାଗଜରେ ପ୍ରକାଶ ପାଇଛି। ଏହି ସ୍ଲୋଗନ୍ ଜରିଆରେ ବିଜେପି ତାହାର ବିଧାନସଭା ନିର୍ବାଚନ ପ୍ରଚାରକୁ ବୃଦ୍ଧି […]
ନିମ୍ନମାନର ରାଜରାସ୍ତା: ବର୍ଷକରେ ଉଠିଲା ପିଚୁ
ରାଣୀଗଡ଼ରୁ ବାଲିପୁଜାରୀପୁଟ ପର୍ଯ୍ୟନ୍ତ ୨କିଲୋମିଟର ରାସ୍ତା। ଏଥି ପାଇଁ ୫୦ଲକ୍ଷ ଟଙ୍କା ଖର୍ଚ୍ଚ ବି କରାଯାଇଥିଲା। ଅଦିନିଆ ବର୍ଷାରେ ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡ଼ିଛି। କୋରାପୁଟ/ଭୁବନେଶ୍ୱର ୧୧-୧୧-୨୦୨୪(ପିପିଏସ ) : ପୂର୍ତ୍ତବିଭାଗ ପକ୍ଷରୁ ମାତ୍ର ବର୍ଷକ ତଳେ ପୁନଃରୁଦ୍ଧାର ହୋଇଥିଲା ରାଣୀଗଡ଼ରୁ ବାଲିପୁଜାରୀପୁଟ ପର୍ଯ୍ୟନ୍ତ ୨କିଲୋମିଟର ରାସ୍ତା। ଏଥି ପାଇଁ ୫୦ଲକ୍ଷ ଟଙ୍କା ଖର୍ଚ୍ଚ ବି କରାଯାଇଥିଲା। ଅଦିନିଆ ବର୍ଷାରେ ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ରାସ୍ତାରେ ଦିଆଯାଇଥିବା ପିଚୁ ଓ ଚିପସ୍ ଓ ବଜୁରୀ ସବୁ […]
କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଧାରଣା
କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ଧାରଣା ଦେଇଛନ୍ତି। ସୁନାବେଡ଼ାରେ ଥିବା ମୁଖ୍ୟ କ୍ୟାମ୍ପସର ଫାଟକ ନିକଟରେ ଧାରଣାରେ ବସିଛନ୍ତି ଛାତ୍ରଛାତ୍ରୀ। ହଷ୍ଟେଲରେ ନିମ୍ନମାନର ଖାଇବା, ପାଣି ସମସ୍ୟା ଏଵଂ ହଷ୍ଟେଲ ଠିକ୍ ପରିଚାଳିତ ହେଉନଥିବା ଅଭିଯୋଗରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଜୟପୁର/ଭୁବନେଶ୍ୱର ୧୧-୧୧-୨୦୨୪(ପିପିଏସ ) : କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ଧାରଣା ଦେଇଛନ୍ତି। ସୁନାବେଡ଼ାରେ ଥିବା ମୁଖ୍ୟ କ୍ୟାମ୍ପସର ଫାଟକ ନିକଟରେ ଧାରଣାରେ ବସିଛନ୍ତି ଛାତ୍ରଛାତ୍ରୀ। ହଷ୍ଟେଲରେ ନିମ୍ନମାନର ଖାଇବା, ପାଣି ସମସ୍ୟା ଏଵଂ ହଷ୍ଟେଲ ଠିକ୍ […]
କୁହୁଡ଼ିର ବଳୟ ଭିତରେ ଜି ଉଦୟଗିରି; ପାରଦ ୧୪ଡିଗ୍ରି ରେକର୍ଡ
ଘୁ.ଉଦୟଗିରି/ଭୁବନେଶ୍ୱର ୧୧-୧୧-୨୦୨୪(ପିପିଏସ ) : ଚଳିତ ବର୍ଷ ଶୀତ ଏକ ପ୍ରକାର ଲୁଚକାଳି ଖେଳ ଖେଳୁଛି। ସହରର ତାପମାତ୍ରା ବଢୁଛି-ଖସୁଛି। ଶୀତର ପ୍ରକୋପ ସେତେ ମାତ୍ରାରେ ଅନୁଭବ ହୋଇନଥିଲେ ମଧ୍ୟ ଗତ ଦୁଇଦିନ ଭିତରେ ତାପମାତ୍ରା ତଳକୁ ଖସି ଆଜି ୧୪ ଡିଗ୍ରି ଥିବା ସୂଚନା ମିଳିଛି। ଲଗାତାର ସ୍ଥାନୀୟ ସହରର ତାପମାତ୍ରା ଖସିବାରେ ଲାଗିବା ସହ ଥଣ୍ଡା ବଢ଼ିବାରେ ଲାଗିଛି। ଦିନକୁ ଦିନ ପାରଦ ଖସୁଛି ଓ ଥଣ୍ଡା ବଢୁଛି।କୁହୁଡ଼ିର ବଳୟ ଭିତରେ ସାରା ଅଞ୍ଚଳ […]
ଅନାହାରରେ ସାତଭାୟାର ୮୦୦ ଗୋରୁ: ଚାରିଆଡ଼େ ଲୁଣିପାଣି, ଖାଇବାକୁ ଖାଦ୍ୟ ନାହିଁ
ବଙ୍ଗୋପସାଗର କୂଳ ସାତଭାୟାର ପୁରୁଣା ଜନବସତି ଅଞ୍ଚଳରେ ପଶୁଙ୍କ ପାଇଁ ଭୟଙ୍କର ଖାଦ୍ୟାଭାବ ଦେଖାଦେଇଛି। ସେଠାରେ ୮୦୦ରୁ ଅଧିକ ଗାଈ, ବାଛୁରୀ ଓ ଷଣ୍ଢ ଅନାହାରରେ ଅଛନ୍ତି। ନା’ ଖାଇବାକୁ ପାଉଛନ୍ତି ନା’ ପିଇବାକୁ ପାଣି ମିଳୁଛି। ରାଜନଗର/ଭୁବନେଶ୍ୱର ୧୧-୧୧-୨୦୨୪(ପିପିଏସ ) : ବଙ୍ଗୋପସାଗର କୂଳ ସାତଭାୟାର ପୁରୁଣା ଜନବସତି ଅଞ୍ଚଳରେ ପଶୁଙ୍କ ପାଇଁ ଭୟଙ୍କର ଖାଦ୍ୟାଭାବ ଦେଖାଦେଇଛି। ସେଠାରେ ୮୦୦ରୁ ଅଧିକ ଗାଈ, ବାଛୁରୀ ଓ ଷଣ୍ଢ ଅନାହାରରେ ଅଛନ୍ତି। ନା’ ଖାଇବାକୁ ପାଉଛନ୍ତି ନା’ […]
ଓଡ଼ିଶା ନର୍ସିଙ୍ଗ କ୍ୟାଡରର ଡ୍ରେସ କୋଡ୍ ପରିବର୍ତ୍ତନ
ସେବାକ୍ଷେତ୍ରରେ ଓଡ଼ିଆ ଅସ୍ମିତାର ଝଲକ ଭୁବନେଶ୍ୱର ୧୧-୧୧-୨୦୨୪(ପିପିଏସ ) : ଏଣିକି ଓଡ଼ିଶାର ସେବା କ୍ଷେତ୍ରରେ ବି ଦେଖିବାକୁ ମିଳିବ ଓଡ଼ିଆ ଅସ୍ମିତାର ଝଲକ। ଏନେଇ ପୂର୍ବରୁ ନର୍ସିଂ ସଂଘ ଦାବି କରି ଆସୁଥିବାବେଳେ ଏବେ ଏହି ଦାବି ପୂରଣ ହୋଇଛି। ଏନେଇ ସହମତି ପ୍ରଦାନ କରିଛି ରାଜ୍ୟ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ।ଓଡ଼ିଶା ନର୍ସିଙ୍ଗ କ୍ୟାଡରର ଡ୍ରେସ କୋଡ୍ ପରିବର୍ତ୍ତନ ହେଲା। ଏବେ ନର୍ସିଂ ଅଫିସରଙ୍କ ୟୁନିଫର୍ମରେ ବି ସମ୍ବଲପୁରୀ ଡିଜାଇନ୍ ରହିବ। ଏବେ ସମ୍ପୂର୍ଣ୍ଣ […]
କଟକ ଗଣଦୁଷ୍କର୍ମ ଘଟଣା: ସପ୍ତମ ଅଭିଯୁକ୍ତ ପିଛାରେ ପୁଲିସ
କଟକର ଜଣେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ସପ୍ତମ ଅଭିଯୁକ୍ତର ପତ୍ତା ମିଳୁନାହିଁ। ଏହି ଅଭିଯୁକ୍ତକୁ ଧରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଆରମ୍ଭ କରିଛି। ଅନ୍ୟପଟେ ଗିରଫ ୬ ଅଭିଯୁକ୍ତଙ୍କ ଠାରୁ ଜବତ କଟକ, ୧୧-୧୧-୨୦୨୪(ପିପିଏସ ) : କଟକର ଜଣେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ସପ୍ତମ ଅଭିଯୁକ୍ତର ପତ୍ତା ମିଳୁନାହିଁ। ଏହି ଅଭିଯୁକ୍ତକୁ ଧରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଆରମ୍ଭ କରିଛି। ଅନ୍ୟପଟେ ଗିରଫ ୬ ଅଭିଯୁକ୍ତଙ୍କ ଠାରୁ […]
