ଝାଡ଼ଖଣ୍ଡରେ ଏଥର ଇଣ୍ଡିଆ ମେଣ୍ଟ ସରକାର ଗଢିବ: ମହମ୍ମଦ ମୋକିମ
1 min read

ଝାଡ଼ଖଣ୍ଡରେ ଏଥର ଇଣ୍ଡିଆ ମେଣ୍ଟ ସରକାର ଗଢିବ: ମହମ୍ମଦ ମୋକିମ

ଭୁବନେଶ୍ୱର ୧୧-୧୧-୨୦୨୪(ପିପିଏସ ) : ଝାଡ଼ଖଣ୍ଡରେ ଏଥର ଇଣ୍ଡିଆ ମେଣ୍ଟ ସରକାର କରିବ। ଏନେଇ ଦୃଢୋକ୍ତି ପ୍ରକାଶ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ମହମ୍ମଦ ମୋକିମ। ଝାଡ଼ଖଣ୍ଡର ବିଭିନ୍ନ ଅଞ୍ଚଳରେ ନିର୍ବାଚନ ପ୍ରଚାର କରି କଟକ ଫେରିବାପରେ ଏହା କହିଛନ୍ତି ମୋକିମ। ବିଜେପି ସେଠାରେ ଦଳର ସ୍ଥିତି ନେଇ ବିବ୍ରତ ଏବଂ ସେଥିପାଇଁ ନିର୍ବାଚନ ଠିକ୍ ପୂର୍ବରୁ ଇଡିକୁ ସେଠାରେ ଲଗାଇଛି। ତେବେ ପ୍ରଚାର ବେଳେ ଏଥର କଂଗ୍ରେସ ଓ ଇଣ୍ଡି ମେଣ୍ଟ ପ୍ରତି ଝାଡ଼ଖଣ୍ଡ ଭୋଟରଙ୍କ ସମର୍ଥନ ରହିଥିବା ସେ ଅନୁଭବ କରିଥିବା କହିବା ସହ ଓଡ଼ିଶାରେ ବିଜେପିର ଚାରି ମାସର ସରକାର ଅମଳରେ ଆମ୍ବ ଟାକୁଆ ଖାଇ ଜନଜାତି ଲୋକ ମୃତ୍ୟୁବରଣ କରିଥିବାରୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ସେଠାକୁ ପ୍ରଚାରକୁ ଗଲେ ଝାଡ଼ଖଣ୍ଡରେ ସମାନ ଅବସ୍ଥା ହେବ ବୋଲି ମଧ୍ୟ କହିଛନ୍ତି ମୋକିମ। ଅନ୍ୟ ପକ୍ଷରେ ଓଡ଼ିଶା ରାଜ୍ୟପାଳଙ୍କ ପୁଅଙ୍କ କାଣ୍ଡ କାରଖାନାର ପ୍ରଭାବ ଝାଡ଼ଖଣ୍ଡ ନିର୍ବାଚନ ଉପରେ ପଡ଼ିବ ବୋଲି ମହମ୍ମଦ ମୋକିମ କହିଛନ୍ତି।

Leave a Reply

Your email address will not be published. Required fields are marked *