ଓଡ଼ିଶା ନର୍ସିଙ୍ଗ କ୍ୟାଡରର ଡ୍ରେସ କୋଡ୍ ପରିବର୍ତ୍ତନ
1 min read

ଓଡ଼ିଶା ନର୍ସିଙ୍ଗ କ୍ୟାଡରର ଡ୍ରେସ କୋଡ୍ ପରିବର୍ତ୍ତନ

ଭୁବନେଶ୍ୱର ୧୧-୧୧-୨୦୨୪(ପିପିଏସ ) : ଏଣିକି ଓଡ଼ିଶାର ସେବା କ୍ଷେତ୍ରରେ ବି ଦେଖିବାକୁ ମିଳିବ ଓଡ଼ିଆ ଅସ୍ମିତାର ଝଲକ। ଏନେଇ ପୂର୍ବରୁ ନର୍ସିଂ ସଂଘ ଦାବି କରି ଆସୁଥିବାବେଳେ ଏବେ ଏହି ଦାବି ପୂରଣ ହୋଇଛି। ଏନେଇ ସହମତି ପ୍ରଦାନ କରିଛି ରାଜ୍ୟ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ  ବିଭାଗ।ଓଡ଼ିଶା ନର୍ସିଙ୍ଗ କ୍ୟାଡରର ଡ୍ରେସ କୋଡ୍ ପରିବର୍ତ୍ତନ ହେଲା। ଏବେ ନର୍ସିଂ ଅଫିସରଙ୍କ ୟୁନିଫର୍ମରେ ବି ସମ୍ବଲପୁରୀ ଡିଜାଇନ୍ ରହିବ। ଏବେ ସମ୍ପୂର୍ଣ୍ଣ ଧଳା ବଦଳରେ ଧଳା ଡ୍ରେସ୍ ବା ଓଭରକୋଟରେ ସମ୍ବଲପୁରୀ ଛିଟ ଦେଖିବାକୁ ମିଳିବ। ଡିଏନଏସ୍, ଏନଏସ୍ ଅଧିକାରୀଙ୍କ ୟୁନିଫର୍ମ କୋଲାରରେ ସମ୍ବଲପୁରୀ ଡିଜାଇନ୍ ରହିବ।  ନର୍ସମାନେ ସମ୍ବଲପୁରୀ ଛିଟ ଥିବା ନୂଆ ରଙ୍ଗ ଓ ନୂଆ ଡିଜାଇନର ଡ୍ରେସ୍ ପିନ୍ଧିବେ ନର୍ସ। ଏମାନେ ଲାଭେନଣ୍ଡର୍ ବା ହାଲୁକା ବାଇଗଣୀ ରଙ୍ଗର ଡ୍ରେସ୍ ପିନ୍ଧିବେ। ଉଭୟ ପୁରୁଷ ଓ ମହିଳା ନର୍ସମାନଙ୍କ କ୍ଷେତ୍ରରେ ଏହା ପ୍ରଯୁଜ୍ୟ।  ଏଣେ ଆସିଷ୍ଟାଣ୍ଟ୍ ନର୍ସିଂ ସୁପରିଟେଣ୍ଡଣ୍ଟ୍ ମାନଙ୍କୁ ସାୟନ୍ ବ୍ଲୁ ଅର୍ଥାତ ଲାଇଟ୍ ନୀଳ ରଙ୍ଗର ଡ୍ରେସ୍ ପିନ୍ଧିବାକୁ ପଡ଼ିବ। ତେଣେ ଡେପୁଟି ନର୍ସିଂ ସୁପରିଣ୍ଟେଣ୍ଡେଣ୍ଟମାନେ ଧଳା ଶାଢ଼ୀ ଓ ଡ୍ରେସ୍ ପିନ୍ଧିବେ। ସେମାନଙ୍କ ପାଇଁ ଉଦ୍ଦିଷ୍ଟ  ଆପ୍ରୋନ କଲାରରେ ସମ୍ବଲପୁରୀ ଛିଟ ଦେଖିବାକୁ ମିଳିବ।

Leave a Reply

Your email address will not be published. Required fields are marked *