October 2024
ଓଡିଶାକୁ ଫେରିବ ପୋସ୍କୋ : ସାଂସଦ ବିଭୁ ତରାଇ
ଭୁବନେଶ୍ୱର, ୩୦-୧୦-୨୦୨୪ (ପିପିଏସ ) : ଜେଏସଡବ୍ଲୁ ସହ ମିଶି ପୋସ୍କୋ ବୃହତ୍ ପ୍ରକଳ୍ପ ସ୍ଥାପନ କରିବାକୁ ଆଗ୍ରହ ପ୍ରକାଶ କରିଥିବା ସୂଚନା ମିଳିଛି। ଏନେଇ ଜଗତସିଂପୁର ସାଂସଦ ବିଭୁ ତରାଇ କହିଛନ୍ତି, ସ୍ଥିର ସରକାର ରହିଲେ ଶିଳ୍ପପତିଙ୍କ ଆସ୍ଥା ବଢେ। ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଆସିଥିବାରୁ ଶିଳ୍ପପତିଙ୍କ ଭରସା ବଢ଼ିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶିଳ୍ପ କ୍ଷେତ୍ରକୁ ଗୁରୁତ୍ଵ ଦେଉଛନ୍ତି। ରାଜ୍ୟ ସରକାର ବି ଶିଳ୍ପ କ୍ଷେତ୍ରକୁ ଅଗ୍ରାଧିକାର ଦେଉଛନ୍ତି। ସାଂସଦ ବିଭୁ ତରାଇ କହିଛନ୍ତି, […]
ଏସସିବିର ଏମ୍ସପ୍ଲସ ନିର୍ମାଣକୁ ନେଇ ପ୍ରଶ୍ନ ଉଠାଇଲେ ବିଧାୟିକା ସୋଫିଆ ଫିର୍ଦୋସ
କଟକ,୩୦-୧୦-୨୦୨୪ (ପିପିଏସ ) : ଏସସିବି ମେଡିକାଲର ନବନିର୍ମାଣ ବା ଏମ୍ସପ୍ଲସକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବାରବାଟୀ-କଟକ ବିଧାୟିକା ସୋଫିଆ ଫିର୍ଦୋସ। ଆସନ୍ତାବର୍ଷ ଡିସେମ୍ବର ମାସରେ ଏହାକୁ ଉଦଘାଟନ କରିବାକୁ ଲକ୍ଷ୍ୟ ରଖାଯାଇଥିବାବେଳେ ନିର୍ମାଣ କାର୍ଯ୍ୟ ବହୁତ ମନ୍ଥର ଗତିର ଚାଲିଛି ବୋଲି କହିଛନ୍ତି ବିଧାୟିକା। ଏପର୍ଯ୍ୟନ୍ତ ମାତ୍ର ୩୦ରୁ ୩୫ ପ୍ରତିଶତ କାର୍ଯ୍ୟ ହିଁ ଶେଷ ହୋଇଛି ବୋଲି କହିବା ସହ ମାତ୍ର ଗୋଟିଏ ବର୍ଷ ମଧ୍ୟରେ ୭୦ ପ୍ରତିଶତ କାର୍ଯ୍ୟ କିପରି ଶେଷ କରାଯିବ […]
ଓଏଏସ ସ୍ତରରେ ବଦଳି, ମନୋରଞ୍ଜନ ସାହୁ ହେଲେ ଭୁବନେଶ୍ବର ଉପଜିଲାପାଳ
ଭୁବନେଶ୍ୱର ୨୮-୧୦-୨୦୨୪ (ପିପିଏସ) : ରାଜ୍ୟ ସରକାରଙ୍କ ପକ୍ଷରୁ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ) ସ୍ତରରେ ଛୋଟ ଧରଣର ଅଦଳବଦଳ କରାଯାଇଛି। ଶୈଳେନ୍ଦ୍ର କୁମାର ଜେନା ମିଶନ ଶକ୍ତି ଯୁଗ୍ମ ସଚିବ ହୋଇଥିବାବେଳେ ମମତା ବାରିକଙ୍କୁ ଓଡ଼ିଶା ଜୀବିକା ମିଶନ ଯୁଗ୍ମ ସଚିବ ଭାବେ ଅବସ୍ଥାପିତ କରାଯାଇଛି। ବିନୋଦ କୁମାର ଜେନା ପର୍ଯ୍ୟଟନ ବିଭାଗ ଯୁଗ୍ମ ସଚିବ ଏବଂ ଗୋପୀନାଥ କୁଅଁରଙ୍କୁ ମହିଳା ଓ ଶିଶୁ ବିକାଶ ଯୁଗ୍ମ ସଚିବ ଦାୟିତ୍ବ ଦିଆଯାଇଛି। ଅପରପକ୍ଷରେ ମନୋରଞ୍ଜନ ସାହୁଙ୍କୁ ଭୁବନେଶ୍ବର […]
ବଢ଼ିଚାଲିଛି ଝାରପଡ଼ା ଜେଲ୍ ବିଭ୍ରାଟ
ତଦନ୍ତ ରିପୋର୍ଟ ଉପରେ ଡିଜିଙ୍କ ତନାଘନା ଗ୍ୟାଙ୍ଗ୍ଵାର୍, କଏଦୀ ମୃତ୍ୟୁ, ସେଲ୍ ଭିତରେ ସ୍ମାର୍ଟଫୋନ୍ରେ ଭିଡିଓ ସୁଟ୍, ଜେଲର୍ ଓ ୱାର୍ଡରଙ୍କୁ କଏଦୀଙ୍କ ଆକ୍ରମଣ ଭଳି ବିଭ୍ରାଟ ସବୁକୁ ଝାରପଡ଼ା ଜେଲ୍ କର୍ତ୍ତୃପକ୍ଷ ଅଡ଼ୁଆରେ। ଦିନକୁ ଦିନ ବିଭିନ୍ନ ପ୍ରକାରର ନୂଆନୂଆ ବିଭ୍ରାଟ ଦେଖିବାକୁ ମିଳିଛି। ଭୁବନେଶ୍ୱର ୨୮-୧୦-୨୦୨୪ (ପିପିଏସ) : ଗ୍ୟାଙ୍ଗ୍ଵାର୍, କଏଦୀ ମୃତ୍ୟୁ, ସେଲ୍ ଭିତରେ ସ୍ମାର୍ଟଫୋନ୍ରେ ଭିଡିଓ ସୁଟ୍, ଜେଲର୍ ଓ ୱାର୍ଡରଙ୍କୁ କଏଦୀଙ୍କ ଆକ୍ରମଣ ଭଳି ବିଭ୍ରାଟ ସବୁକୁ ଝାରପଡ଼ା ଜେଲ୍ […]
ବାତ୍ୟା ପରେ ବାତ୍ୟା ଯାଉଛି: ସୁଲୋଚନାଙ୍କ ମୁଣ୍ଡ ଉପରୁ ହଟୁନି ଜରିପାଲ
ବାତ୍ୟା ପରେ ବାତ୍ୟା ଯାଉଛି। ମାତ୍ର ବୃଦ୍ଧା ସୁଲୋଚନାଙ୍କ ମୁଣ୍ଡ ଉପରୁ ଜରିପାଲ ଯିବା ନାଁ ଧରୁନି। ବାତ୍ୟା ଆସିବା ବେଳେ ତାଙ୍କୁ ପ୍ରଶାସନ ନେଇ ବାତ୍ୟା ଆଶ୍ରୟସ୍ଥଳୀ, ସ୍କୁଲ୍ କୋଠା କିମ୍ବା କ୍ଲବ୍ ଘରକୁ ନେଇ ଆଶ୍ରୟ ଦେଉଛି। ଭୁବନେଶ୍ୱର ୨୮-୧୦-୨୦୨୪ (ପିପିଏସ) : ବାତ୍ୟା ପରେ ବାତ୍ୟା ଯାଉଛି। ମାତ୍ର ବୃଦ୍ଧା ସୁଲୋଚନାଙ୍କ ମୁଣ୍ଡ ଉପରୁ ଜରିପାଲ ଯିବା ନାଁ ଧରୁନି। ବାତ୍ୟା ଆସିବା ବେଳେ ତାଙ୍କୁ ପ୍ରଶାସନ ନେଇ ବାତ୍ୟା ଆଶ୍ରୟସ୍ଥଳୀ, ସ୍କୁଲ୍ […]
ପାଳନ ହେଉନି ଏନ୍ଜିଟିଙ୍କ ନିର୍ଦ୍ଦେଶନାମା
ବର୍ଜ୍ୟବସ୍ତୁରେ ପୋତା ହେଉଛି ବାଲିଯାତ୍ରା ପଡ଼ିଆ ଓ ନଦୀଶଯ୍ୟା ମହାନଦୀ ଓ କାଠଯୋଡି ନଦୀ ଶଯ୍ୟା ସୁରକ୍ଷା ପାଇଁ ଜାତୀୟ ଗ୍ରିନ୍ ଟ୍ରିବ୍ୟୁନାଲ୍(ଏନ୍ଜିଟି)ଙ୍କ ନିର୍ଦ୍ଦେଶର ଖୋଲା ଉଲ୍ଲଂଘନ ହେଉଛି। ନଦୀଶଯ୍ୟା ଓ ବାଲିଯାତ୍ରା ପଡ଼ିଆରେ କୁଢ଼କୁଢ଼ କଂକ୍ରିଟ୍ ଆବର୍ଜନା ଗଦାଇ ଦିଆଯାଉଛି। କଟକ/୨୮-୧୦-୨୦୨୪ (ପିପିଏସ) : ମହାନଦୀ ଓ କାଠଯୋଡି ନଦୀ ଶଯ୍ୟା ସୁରକ୍ଷା ପାଇଁ ଜାତୀୟ ଗ୍ରିନ୍ ଟ୍ରିବ୍ୟୁନାଲ୍(ଏନ୍ଜିଟି)ଙ୍କ ନିର୍ଦ୍ଦେଶର ଖୋଲା ଉଲ୍ଲଂଘନ ହେଉଛି। ନଦୀଶଯ୍ୟା ଓ ବାଲିଯାତ୍ରା ପଡ଼ିଆରେ କୁଢ଼କୁଢ଼ କଂକ୍ରିଟ୍ ଆବର୍ଜନା ଗଦାଇ […]
କର୍ମଚାରୀଙ୍କ ଆନ୍ଦୋଳନ: ସମ୍ବଲପୁରରେ ଆଜି ଗଡ଼ୁନି ମୋ ବସ୍
ସମ୍ବଲପୁରରେ ଆଜି ଗଡ଼ୁନି ମୋ ବସ୍। ଠିକା କଂପାନିର ଅଧିକାରୀଙ୍କ ମନମୁଖୀ ପ୍ରତିବାଦରେ ମୋ ବସ୍ କର୍ମଚାରୀଙ୍କ ଆନ୍ଦୋଳନ ଯୋଗୁ ଗାଡ଼ି ଚଳାଚଳ ବ୍ୟାହତ ହୋଇଛି। ମୋ ବସ୍ କର୍ମଚାରୀଙ୍କ ଆନ୍ଦୋଳନ ଫଳରେ ଯାତ୍ରୀମାନେ ହଇରାଣ ହରକତ ହେଉଥିବା ପରିଲକ୍ଷିତ ହେଉଛି। ସମ୍ବଲପୁର/ଭୁବନେଶ୍ୱର ୨୮-୧୦-୨୦୨୪ (ପିପିଏସ) : ସମ୍ବଲପୁରରେ ଆଜି ଗଡ଼ୁନି ମୋ ବସ୍। ଠିକା କଂପାନିର ଅଧିକାରୀଙ୍କ ମନମୁଖୀ ପ୍ରତିବାଦରେ ମୋ ବସ୍ କର୍ମଚାରୀଙ୍କ ଆନ୍ଦୋଳନ ଯୋଗୁ ଗାଡ଼ି ଚଳାଚଳ ବ୍ୟାହତ ହୋଇଛି। ସୂଚନା ଅନୁଯାୟୀ, […]
ବାଲିଯାତ୍ରା ଉଦ୍ଘାଟନୀ ଉତ୍ସବକୁ ଆସିବେ ପ୍ରଧାନମନ୍ତ୍ରୀ!
ଐତିହାସିକ କଟକ ବାଲିଯାତ୍ରା ଉଦ୍ଘାଟନୀ ଉତ୍ସବକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସିବା ନେଇ ଚର୍ଚ୍ଚା ଜୋର୍ ଧରିଛି। ପ୍ରାଶାସନିକ ସ୍ତରରେ ବି ଏଥିପାଇଁ ଏକପ୍ରକାର ପ୍ରସ୍ତୁତି ଆରମ୍ଭ ହୋଇଥିବା ଶୁଣିବାକୁ ମିଳୁଛି। କଟକ ,୨୮-୧୦-୨୦୨୪ (ପିପିଏସ) : ଐତିହାସିକ କଟକ ବାଲିଯାତ୍ରା ଉଦ୍ଘାଟନୀ ଉତ୍ସବକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସିବା ନେଇ ଚର୍ଚ୍ଚା ଜୋର୍ ଧରିଛି। ପ୍ରାଶାସନିକ ସ୍ତରରେ ବି ଏଥିପାଇଁ ଏକପ୍ରକାର ପ୍ରସ୍ତୁତି ଆରମ୍ଭ ହୋଇଥିବା ଶୁଣିବାକୁ ମିଳୁଛି। ନଭେମ୍ବର ୧୫ରେ ପ୍ରଧାନମନ୍ତ୍ରୀ ରାଉରକେଲା ଗସ୍ତରେ […]
୨ କିମି ବୋହିଲେ ମୃତ ଗର୍ଭବତୀଙ୍କ ଶବ
ଗାଁ’କୁ ଆସିପାରିଲାନି ଆମ୍ବୁଲାନ୍ସ ମୋହନା/ଭୁବନେଶ୍ୱର ୨୮-୧୦-୨୦୨୪ (ପିପିଏସ) : ଗଜପତି ଜିଲ୍ଲା ମୋହନା ବ୍ଲକ୍ ଡମ୍ବଗୁଡ଼ା ପଞ୍ଚାୟତ ନିଲଡ଼ିକିଲିଆ ଗ୍ରାମକୁ ଭଲ ରାସ୍ତା ନଥିବାରୁ ଗ୍ରାମବାସୀ ପ୍ରତିଦିନ ସମସ୍ୟା ଭୋଗୁଛନ୍ତି। ଏପରିକି ଗ୍ରାମକୁ ଜରୁରୀକାଳୀନ ସମୟରେ ଆମ୍ବୁଲାନ୍ସଟିଏ ମଧ୍ୟ ଆସିପାରୁନାହିଁ। ଗତକାଲି ଗ୍ରାମକୁ ଆମ୍ବୁଲାନ୍ସ ଆସି ପାରି ନଥିବାରୁ ଗ୍ରାମବାସୀ ଜଣେ ଗର୍ଭବତୀଙ୍କ ଶବକୁ ୨ କିଲୋମିଟର କାନ୍ଧରେ ବୋହିଥିଲେ। ବଳରାମ ମଳିକଙ୍କ ପତ୍ନୀ ମମିତା ମଳିକ ୬ ମାସର ଗର୍ଭବତୀ ଥିବା ବେଳେ ସେ ହଠାତ୍ […]
କମୁଛି ମାଟି ଦୀପର ଚାହିଦା:ଚିନ୍ତାରେ କୁମ୍ଭାର ପରିବାର
ଝରିଗାଁ/ଭୁବନେଶ୍ୱର ୨୮-୧୦-୨୦୨୪ (ପିପିଏସ) : ଦିନ ଥିଲା ମାଟି ସାମଗ୍ରୀ ବିକ୍ରି କରି ବେଶ ଦୁଇ ପଇସା ରୋଜଗାର କରୁଥିଲେ କୁମ୍ଭାର ସମ୍ପ୍ରଦାୟର ଲୋକେ।କିନ୍ତୁ ସଂପ୍ରତି ପ୍ଲାଷ୍ଟିକ, ଷ୍ଟିଲ, ଭଳି ଘରୋଇ ଉପକରଣ ମିଳିବା ପରେ ମାଟି ସାମଗ୍ରୀର ଚାହିଦା ଆଶାତୀତ ଭାବେ କମି ଯାଇଛି। କେବଳ ପୂଜାପାର୍ବଣ, ଯାନିଯାତ୍ରା, ବିବାହ ଓ ବ୍ରତରେ ଖୋଜା ପଡ଼ିଥାଏ ମାଟି ତିଆରି ଦୀପ, ହାଣ୍ଡି ଇତ୍ୟାଦି। ତେଣୁ ଏହି କୌଳିକ ବୃତ୍ତି ଆପଣାଇ ପରିବାର ଚଳାଇବା କୁମ୍ଭାର ପରିବାର […]