October 2024
ସେଞ୍ଚୁରି ମାରିଲା ଟମାଟୋ:ହନ୍ତସନ୍ତ ଖାଉଟି
ଟମାଟୋ ଦର ସେଞ୍ଚୁରି ମାରିଛି। ଚାରି ପାଞ୍ଚ ଦିନ ତଳେ ଏହା କେଜି ପିଛା ୬୦ ଟଙ୍କାରେ ବିକ୍ରି ହେଉଥିଲା। କିନ୍ତୁ ହଠାତ୍ ଏହା ୧୦୦ ଟଙ୍କାରେ ପହଞ୍ଚିଛି। ଦେଶରେ ବର୍ଷା ଯୋଗୁଁ ଟମାଟୋ ଯୋଗାଣ ଓଡ଼ିଶାକୁ ବାଧାପ୍ରାପ୍ତ ହୋଇଛି। ୧୦୦୦ ଟଙ୍କାରେ ବ୍ୟାଗ୍ ଭର୍ତ୍ତି ହେଉନି ଭୁବନେଶ୍ୱର, ୦୭-୧୦-୨୦୨୪ (ପିପିଏସ) : ଟମାଟୋ ଦର ସେଞ୍ଚୁରି ମାରିଛି। ଚାରି ପାଞ୍ଚ ଦିନ ତଳେ ଏହା କେଜି ପିଛା ୬୦ ଟଙ୍କାରେ ବିକ୍ରି ହେଉଥିଲା। କିନ୍ତୁ ହଠାତ୍ […]
ସାମାନ୍ୟ ବଚସାରୁ ହତ୍ୟା
ଭୁଜାଲିରେ ହାଣି ହତ୍ୟା ଅଭିଯୋଗ। ସୁନ୍ଦରଗଡ଼ ସଦର ଥାନା ରତନପୁର ଗାଁ ରାସ୍ତା ମନୋଜ ସା ଓରଫ ପାଣ୍ଡୁକୁ ହତ୍ୟା କରିଛନ୍ତି ଗାଁର ଦୁଇ ଭାଇ ବିଜୟ ମହାନନ୍ଦିଆ ଏବଂ ଡୁଲାମଣି ମହାନନ୍ଦିଆ। ସୁନ୍ଦରଗଡ଼/ଭୁବନେଶ୍ୱର, ୦୭-୧୦-୨୦୨୪ (ପିପିଏସ) : ଗାଁ ଦାଣ୍ଡରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହତ୍ୟା। ଭୁଜାଲିରେ ହାଣି ହତ୍ୟା ଅଭିଯୋଗ। ସୁନ୍ଦରଗଡ଼ ସଦର ଥାନା ରତନପୁର ଗାଁ ରାସ୍ତା ମନୋଜ ସା ଓରଫ ପାଣ୍ଡୁକୁ ହତ୍ୟା କରିଛନ୍ତି ଗାଁର ଦୁଇ ଭାଇ ବିଜୟ ମହାନନ୍ଦିଆ […]
ବସ୍ ଧର୍ମଘଟ ଡାକରା ପ୍ରତ୍ୟାହୃତ
ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଓ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶା ଘରୋଇ ବସ ମାଲିକ ସଂଘର ବୈଠକ ପରେ ବସ୍ ବନ୍ଦ ଡାକରା ପ୍ରତ୍ୟାହୃତ ହୋଇଛି। ଏନେଇ ଉଭୟ ସଂଘ ପକ୍ଷରୁ ସୂଚନା ଦିଆଯାଇଛି। ଭୁବନେଶ୍ୱର, ୦୭-୧୦-୨୦୨୪ (ପିପିଏସ) : ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଓ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶା ଘରୋଇ ବସ ମାଲିକ ସଂଘର ବୈଠକ ପରେ ବସ୍ ବନ୍ଦ ଡାକରା ପ୍ରତ୍ୟାହୃତ ହୋଇଛି। ଏନେଇ ଉଭୟ ସଂଘ […]
ପାର୍ବଣରେ ସୁରକ୍ଷା ଚିନ୍ତା, ସବୁଠି କଡ଼ା ଯାଞ୍ଚ
ରାଉରକେଲା/ଭୁବନେଶ୍ୱର, ୦୭-୧୦-୨୦୨୪ (ପିପିଏସ) : ପାର୍ବଣରେ ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବାକୁ ରାଉରକେଲା ପୁଲିସ, ଅବକାରୀ ପୁଲିସ ତତ୍ପର ହୋଇଉଠିଛି। ରାଉରକେଲା ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ଉ, ଯାଞ୍ଚ କରାଯାଉଛି। ଗାଡ଼ି ଯାଞ୍ଚକୁ କଡ଼ା କରାଯାଇଥିବାବେଳେ ଚୋରି, ଛିନ୍ତାଇ ରୋକିବାକୁ ବିଭିନ୍ନ ସ୍ଥାନରେ ପୁଲିସ ମୁତୟନ ଅଛନ୍ତି। ଏହାସହ ରେଳ ଷ୍ଟେସନ, ବସଷ୍ଟାଣ୍ଡ୍ରେ କଡ଼ା ପହରା ଦିଆଯାଉଛି। ରେଳ ଷ୍ଟେସନରେ ବୁଲିଲା ସନ୍ଧାନୀ କୁକୁର ଆଗାମୀ ପର୍ବ ସମୟରେ ଯାତ୍ରୀମାନଙ୍କ ସୁରକ୍ଷିତ ଯାତ୍ରା ସୁନିଶ୍ଚିତ କରିବାକୁ ଆର୍ପିଏଫ୍ […]
ମଣ୍ଡପରେ ପୂଜା ପାଇବେ ମହାବୀର
ନୂଆପଲ୍ଲୀର ଶ୍ରୀଶ୍ରୀ ମହାବୀର ପୂଜା କମିଟି ପକ୍ଷରୁ ଦଶହରାରେ ମା’ ଦୂର୍ଗାଙ୍କ ବଦଳରେ ପୂଜା ପାଆନ୍ତି ସଙ୍କଟମୋଚନ ମହାବୀର। ୧୫ବର୍ଷରେ ପହଞ୍ଚିଥିବା ଏହି ପୂଜା ପାଇଁ ଏଥର ୧୦ଲକ୍ଷ ଟଙ୍କାର ବ୍ୟୟବରାଦ ରହିଛି ଭସାଣିରେ କେବଳ ପାରମ୍ପରିକ ବାଦ୍ୟ ଭୁବନେଶ୍ୱର, ୦୭-୧୦-୨୦୨୪ (ପିପିଏସ) : ନୂଆପଲ୍ଲୀର ଶ୍ରୀଶ୍ରୀ ମହାବୀର ପୂଜା କମିଟି ପକ୍ଷରୁ ଦଶହରାରେ ମା’ ଦୂର୍ଗାଙ୍କ ବଦଳରେ ପୂଜା ପାଆନ୍ତି ସଙ୍କଟମୋଚନ ମହାବୀର। ୧୫ବର୍ଷରେ ପହଞ୍ଚିଥିବା ଏହି ପୂଜା ପାଇଁ ଏଥର ୧୦ଲକ୍ଷ ଟଙ୍କାର ବ୍ୟୟବରାଦ […]
ଆଜି ‘ସୁଭଦ୍ରା’ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପରୀକ୍ଷାମୂଳକ ଭାବେ ପଠାଗଲା ୧ଟଙ୍କା
ଭୁବନେଶ୍ୱର, ୦୭-୧୦-୨୦୨୪ (ପିପିଏସ) : ଆଜି ସୁଭଦ୍ରା ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆସିଲା ୧ଟଙ୍କା। ୯ ତାରିଖରେ ପ୍ରଥମ କିସ୍ତି ଦିଆଯିବା ଆଗରୁ ଆଜି ପରୀକ୍ଷାମୂଳକ ଭାବେ ଯୋଗ୍ୟ ହିତାଧିକାରୀଙ୍କ ଖାତାକୁ ୧ଟଙ୍କା ଲେଖାଏଁ ପଠାଯିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କିଛି ସମୟ ଆଗରୁ ସୂଚନା ଦେଥିଲେ। ସେ କହିଛନ୍ତି,ଯେଉଁମାନେ ଦ୍ୱିତୀୟ ପର୍ଯ୍ୟାୟ ‘ସୁଭଦ୍ରା’ ଟଙ୍କା ପାଇବେ ସେମାନଙ୍କୁ ଖାତାକୁ ଏହି ଟଙ୍କା ଯିବ। ଆଗାମୀ ୯ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବାରିପଦାରେ […]
ଆସନ୍ତା ୧୦ରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ
ଭୁବନେଶ୍ୱର, ୦୭-୧୦-୨୦୨୪ (ପିପିଏସ) : ଆସନ୍ତା ଅକ୍ଟୋବର ୧୦ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ଅଭୟାରଣ୍ୟ ଖୋଲାଯିବ | କ୍ଷେତ୍ର ନିର୍ଦ୍ଦେଶକ ଡ.ପ୍ରକାଶଚାନ୍ଦ ଗୋଗିନାନୀ ଆଜି ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ଏହି ସୂଚନା ଦେଇଛନ୍ତି | ଉଲ୍ଲେଖ ଥାଉ କି ଜୁନ୍ ୧୨ ତାରିଖରୁ ଶିମିଳିପାଳ ଅଭୟାରଣ୍ୟ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିଥିଲା । ବର୍ଷାଦିନ ଥିବାରୁ ଏହା ପର୍ଯ୍ୟଟକଙ୍କ ପାଇଁ ବନ୍ଦ କରାଯାଇଥିଲା | ଆଉ ଆସନ୍ତା ୧୦ ତାରିଖରୁ ଏହା ଖୋଲାଯିବ | ତେବେ […]
କେନ୍ଦୁଝର ଢେଙ୍କିକୋଟରେ ବଡ ଦୁର୍ଘଟଣା
ଟ୍ରଲର ଧକ୍କାରେ ତିନି ଯୁବକଙ୍କର ମୃତ୍ୟୁ ଘଟଗାଁ/ଭୁବନେଶ୍ୱର, ୦୭-୧୦-୨୦୨୪ (ପିପିଏସ) : କେନ୍ଦୁଝର ଜିଲ୍ଲା ଢେଂକିକୋଟ ଗୋଦାବରୀ ହୋଟେଲ ନିକଟରେ ବାଇକକୁ ପିଟିଲା ଟ୍ରଲର | ଆଉ ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ଦୁଇ ଜଣକର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଆହତଙ୍କର ଘଟଗାଁ ଡାକ୍ତରଖାନାରେ ମୃତ୍ୟୁ ହୋଇଯାଇଛି l ମୃତକମାନେ ଢେଂକିକୋଟରୁ ଘଟଗାଁ ଆଡକୁ ଆସୁଥିବାବେଳେ ଟ୍ରଲରଟି କେନ୍ଦୁଝର ଆଡକୁ ଯାଉଥିଲା | ତେବେ ଏହି ରାସ୍ତା ୱାନୱେ ହୋଇଥିବାରୁ ଦୁର୍ଘଟଣା ଘଟିଥିଲା | ଢେଂକିକୋଟରେ ଓବରବ୍ରିଜ […]
ଦୁଇ ମହିଳା ସାମାଜିକ କର୍ମୀ ହାତାହାତି
ଭୁବନେଶ୍ୱର, ୦୭-୧୦-୨୦୨୪ (ପିପିଏସ) : ସୋସିଆଲ ମିଡିଆରେ ପୋଷ୍ଟକୁ ନେଇ ଜୟଦେବଭବନ ପାର୍କିଂରେ ଦୁଇ ମହିଳା ସାମାଜିକ କର୍ମୀ ଶୁଭଲକ୍ଷ୍ମୀ ରାଉତ ଓ ମୋନାଲିସା ମଲ୍ଲିକ ହାତାହାତି ହୋଇଛନ୍ତି। ଏନେଇ ଉଭୟ ପକ୍ଷରୁ କ୍ୟାପିଟାଲ ଥାନାରେ ମାମଲା ରୁଜୁ ହୋଇଛି। ସୂଚନାନୁସାରେ ଅପରାହ୍ନରେ ଜଣେ ମହିଳା ସମାଜସେବୀ ଜୟଦେବଭବନ ପାର୍କିଂରେ ଗଣମାଧ୍ୟମକୁ ବାଇଟ୍ ଦେଉଥିବା ବେଳେ ଅନ୍ୟ ଜଣେ ସମାଜସେବୀ ସେଠାରେ ପହଞ୍ଚିଥିଲେ। ବାଇଟ୍ ଦେବାକୁ ତାଙ୍କୁ ମନା କରିଥିଲେ। ସୋସିଆଲ ମିଡିଆରେ ପୋଷ୍ଟକୁ ନେଇ ଆଜି […]
ପରିବା ମାର୍କେଟରେ ନିଆଁ
ତାଳଚେର/ଭୁବନେଶ୍ୱର ୦୬-୧୦-୨୦୨୪ (ପିପିଏସ) : ଏବେ ଓଡ଼ିଶା କାହିଁକି ବିଭିନ୍ନ ରାଜ୍ୟରେ ପରିବା ଦର ଆକାଶ ଛୁଆଁ , ସତେ ଯେମିତି ପରିବା ସ୍ଵର୍ଗରୁ ଚାଷ ହୋଇ ଆସୁଛି , ପରିବା କଳାବଜାରୀ ଏତେ ବଢ଼ିଛି ଯାହାକୁ ଛୁଇଁବ ୫୦,୬୦, ଟମାଟୋ କେଜି ୧୦୦ , ବାଇଗଣ କେଜି ୬୦, ଆଳୁରେ ମାତ୍ର ୧୦ ଟଙ୍କା ମାଇନସ୍ କେଜି ୪୦ , ଲଙ୍କା ୧୦୦ ଟଙ୍କା ଭାଉ ଚାଲିଛି ,ଭେଣ୍ଡି ,ଝୁଡଙ୍ଗ କେଜି ୫୦ , ପାଞ୍ଚ […]
