September 2024
ଆଜି ରାଜ୍ୟ କ୍ୟାବିନେଟ୍ ବୈଠକ
ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବରେ ଲାଗିପାରେ ମୋହର ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ବସିବାର କାର୍ଯ୍ୟକ୍ରମ ରହିଛି । ଅପରାହ୍ନ ୫ଟା ସମୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ବୈଠକରେ ୪ଟି ପ୍ରସ୍ତାବରେ ମୋହର ଲାଗିବାର ଆଶା ଥିବା କୁହାଯାଉଛି । ସାଧାରଣ ବଣ୍ଟନ ବ୍ୟବସ୍ଥା ସମ୍ପର୍କିତ ସଂଶୋଧନ ପ୍ରସ୍ତାବ ସହ ଆଇନ ବିଭାଗର ଦୁଇଟି ପ୍ରସ୍ତାବ କ୍ୟାବିନେଟରେ ଉପସ୍ଥାପିତ ହେବ ବୋଲି କୁହାଯାଉଛି।
ପୁଲିସଙ୍କ ଆଚରଣ-ଉଚ୍ଚାରଣ ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବାରୋପ
ସପ୍ତାହକ ମଧ୍ୟରେ ମହିଳା ହିଂସା ତଥ୍ୟ ଲୋଡିଲେ ଭୁବନେଶ୍ୱର, ୨୮-୦୯-୨୦୨୪(ପିପିଏସ) : ଜିଲ୍ଲାପାଳ ଓ ଏସ୍ପିଙ୍କ ମିଳିତ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମ୍ବୋଧିତ କରି କହିଛନ୍ତି ମୋ ରାଜ୍ୟର ପୁଲିସ ବିଭାଗଠାରୁ ଅତ୍ୟନ୍ତ ଉଚ୍ଚକୋଟୀର ସେବା ମୁଁ ଆଶା କରୁଛି। ଯାହାଦ୍ବାରା ଆଗାମୀ ଦିନରେ ମୁଁ ଗର୍ବର ସହିତ କହିପାରିବି ଯେ, ଓଡ଼ିଶାର ପୁଲିସ ବିଭାଗ ଦିନ ରାତି ୨୪ ଘଣ୍ଟା ଡ୍ୟୁଟିରେ ରହିଛନ୍ତି। ଲୋକସେବା ଭବନରେ ଅନୁଷ୍ଠିତ ହୋଇଥିବା ଏହି ସମ୍ମିଳନୀରେ ଉପସ୍ଥିତ […]
୪୮ ଘଣ୍ଟା ପାଇଁ ଇଣ୍ଟରନେଟ୍ ବନ୍ଦ
ଭଦ୍ରକ/ଭୁବନେଶ୍ୱର, ୨୮-୦୯-୨୦୨୪(ପିପିଏସ) : ସୋସିଆଲ ମିଡିଆରେ ଏକ ପୋଷ୍ଟକୁ ନେଇ ଶୁକ୍ରବାର ଅପରାହ୍ନରେ ଭଦ୍ରକ ସହରର ସନ୍ଥିଆଠାରେ ତୁମୁଳକାଣ୍ଡ ଘଟିଥିଲା। ଉତ୍ତ୍ୟକ୍ତ ଲୋକେ ପୁଲିସ ଉପରକୁ ପଥରମାଡ଼ କରିଥିଲେ। ଫଳରେ ୨ ପୁଲିସ ଅଧିକାରୀ ଆହତ ହୋଇଥିଲେ। ଘଟଣାସ୍ଥଳକୁ ଯାଇଥିବା ତହସିଲଦାରଙ୍କ ଗାଡ଼ିକୁ ଉତ୍ତ୍ୟକ୍ତ ଲୋକେ ଲୋକେ ଭାଙ୍ଗି ଦେଇଥିଲେ । ସ୍ଥିତି ଅଣାୟତ୍ତ ହେବାରୁ ପୁଲିସ ପକ୍ଷରୁ ଲାଠିଚାର୍ଜ କରାଯାଇଥିଲା। ଏହି ହିଂସାକୁ ନେଇ ସହରରେ ୪୮ ଘଣ୍ଟା ପର୍ଯ୍ୟନ୍ତ ଇଣ୍ଟେନେଟ ସେବାକୁ ବନ୍ଦ କରାଯାଇଛି। […]
ରାଉରକେଲା ଷ୍ଟିଲ୍ପ୍ଲାଣ୍ଟରେ ବିସ୍ଫୋରଣ: ୫ ଶ୍ରମିକ ଗୁରୁତର
ରାଉରକେଲା/ଭୁବନେଶ୍ୱର, ୨୮-୦୯-୨୦୨୪(ପିପିଏସ) : ରାଉରକେଲା ଷ୍ଟିଲ୍ପ୍ଲାଣ୍ଟରେ ଶନିବାର ବଡ଼ଧରଣର ବିସ୍ଫୋରଣ ଘଟିଛି । ଷ୍ଟିଲ୍ପ୍ଲାଣ୍ଟର ଏସ୍ଏମ୍ଏସ୍- ୧ ୟୁନିଟରେ ବିସ୍ଫୋରଣ ଘଟିଥିବା କୁହାଯାଉଛି । ଏହି ଘଟଣାରେ ୫ ଶ୍ରମିକ ଗୁରୁତର ଆହତ ହୋଇଥିବା କୁହାଯାଉଛି । ଗୁରୁତର ଆହତ ହୋଇଥିବା ଶ୍ରମିକଙ୍କୁ ଉଦ୍ଧାର କରି ରାଉରକେଲା ଆଇଜିଏଚ୍ ମେଡିକାଲରେ ଭର୍ତ୍ତି କରାଯାଇଛି । ଷ୍ଟିଲ୍ପ୍ଲାଣ୍ଟର ଏସ୍ଏମ୍ଏସ୍- ୧ ୟୁନିଟରେ କିଭିଳି ବିସ୍ଫୋରଣ ଘଟିଲା ତାହାର କାରଣ ଅସ୍ପଷ୍ଟ ରହିଛି
ନର୍ସିଂ ସଂଘ ଆନ୍ଦୋଳନ ଜାରି
ଏସ୍ସିବିରେ ଜେନେରାଲ୍ ଓଟି ବନ୍ଦ,କ୍ୟାପିଟାଲ ହସ୍ପିଟାଲ ଜାରି କଲା ନିର୍ଦ୍ଦେଶନାମା ଭୁବନେଶ୍ବର/କଟକ,୨୮-୦୯-୨୦୨୪(ପିପିଏସ) : ଶନିବାରଠୁ ନର୍ସିଂ ସଂଘର ଅହୋରାତ୍ର କାର୍ଯ୍ୟବନ୍ଦ ଆନ୍ଦୋଳନ । ୧୦ ଦଫା ଦାବିରେ ଅଟଳ ନର୍ସିଂ ଅଫିସର । ରୋଗୀ ସେବା ଗୁରୁତର ପ୍ରଭାବିତ । ରାଜ୍ୟରେ ନର୍ସିଂ ଅଫିସରଙ୍କ ଆନ୍ଦୋଳନ ଚତୁର୍ଥ ଦିନରେ ପହଞ୍ଚିଛି। ୧୫ ହଜାରରୁ ଅଧିକ ନର୍ସିଂ କର୍ମଚାରୀ ଏଥିରେ ସାମିଲ ହୋଇଛନ୍ତି । ଫଳରେ ରାଜ୍ୟର ସମସ୍ତ ମେଡିକାଲ କଲେଜ ହସପିଟାଲ୍ ଓ ଜିଲ୍ଲା ଡାକ୍ତରଖାନାରେ ସ୍ବାସ୍ଥ୍ୟସେବା […]
ଶ୍ରୀମନ୍ଦିର ରୋଷଘର ଘିଅ ସହ ଯାଞ୍ଚ ହେବ ଅବଢ଼ାର ମାନ
ସୁପକାର ସେବକଙ୍କ ମତ ଅମୁଣିଆ ଯାଞ୍ଚ ଠିକ୍ । ମହାପ୍ରସାଦ ମାନ ପରୀକ୍ଷଣକୁ ଦର୍ଶାଇଲେ ଶାସ୍ତ୍ର ବିରୋଧୀ । ଭୁବନେଶ୍ୱର ୨୭-୦୯-୨୦୨୪(ପିପିଏସ) : ଶ୍ରୀମନ୍ଦିରରେ ମହାପ୍ରସାଦର ହେବ ମାନ ଯାଞ୍ଚ । ରୋଷ ଘରକୁ ଯାଉଥିବା ସାମଗ୍ରୀ ହେଉ କି ସେଠୁ ବାହାରୁଥିବା ଅବଢ଼ା, ସବୁର ହେବ ମାନ ପରୀକ୍ଷଣ। ଆଜି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଦେଇଛନ୍ତି ଏ ସୂଚନା। ମନ୍ତ୍ରୀ କହିଛନ୍ତି-ଜଗନ୍ନାଥ ମନ୍ଦିରରେ ମହାପ୍ରସାଦର ମାନ ଯାଞ୍ଚ ପାଇଁ ନିଯୁକ୍ତ ହେବେ ଫୁଡ୍ ଇନ୍ସପେକ୍ଟର। ଏଥିପାଇଁ […]
ନର୍ସିଂ ଆନ୍ଦୋଳନ ବଢ଼ାଇଲାଣି ଚିନ୍ତା ! ସ୍ୱାସ୍ଥ୍ୟସେବା ଠପ୍, ରୋଗୀ ହୀନସ୍ତା
ଆଜି ସିରିଞ୍ଜ ଛାଡ୍, କାଲିଠୁ ଅହୋରାତ୍ର ଧାରଣା ଚେତାବନୀ । ନର୍ସ ସଂଘକୁ ଆନ୍ଦୋଳନରୁ ଓହରିବାକୁ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଅପିଲ୍ । ଭୁବନେଶ୍ୱର ୨୭-୦୯-୨୦୨୪(ପିପିଏସ) : ମେଡ଼ିକାଲରେ ଦୟନୀୟ ହେଲାଣି ରୋଗୀଙ୍କ ଅବସ୍ଥା । ହିମୋଗ୍ଲୋବିନ୍ କମିଯାଇଥିବା କାହା ପିଲାକୁ ଦିଆଯାଇପାରୁନି ରକ୍ତ ତ ଆଉ କାହାର ଡେଙ୍ଗୁ ଆକ୍ରାନ୍ତ ପିଲାର ଚିକିତ୍ସା ପାଇଁ ସଂଗୃହିତ ହୋଇପାରୁନି ଆବଶ୍ୟକୀୟ ନମୂନା । ଆଜିକୁ ୩ ଦିନ ହେଲା ନର୍ସିଂ ଅଫିସରଙ୍କ ଆନ୍ଦୋଳନ ଯୋଗୁ ପ୍ରଭାବିତ ହେଲାଣି ସ୍ୱାସ୍ଥ୍ୟସେବା। ପୂର୍ବରୁ […]
ବିଷ ବଳୟରେ ତାଳଚେର
ଦେଶର ଆର୍ଥିକ ବିକାଶରେ ତାଳଚେରର ରହିଛି ଗୁରୁତ୍ବପୂର୍ଣ୍ଣ ଭୂମିକା। ଦେଶ ସ୍ବାଧୀନତା ଲାଭ କରିବା ପୂର୍ବରୁ ତାଳଚେରରେ କୋଇଲା ଖଣିର ସନ୍ଧାନ ମିଳିଥିଲା। ଏଥିରୁ ମିଳୁଥିବା ବିପୁଳ ରାଜସ୍ବ ଦେଶର ଆର୍ଥିକ ସମ୍ବଳ ବୃଦ୍ଧି କରୁଛି। ତାଳଚେର/ଭୁବନେଶ୍ୱର ୨୭-୦୯-୨୦୨୪(ପିପିଏସ) : ଦେଶର ଆର୍ଥିକ ବିକାଶରେ ତାଳଚେରର ରହିଛି ଗୁରୁତ୍ବପୂର୍ଣ୍ଣ ଭୂମିକା। ଦେଶ ସ୍ବାଧୀନତା ଲାଭ କରିବା ପୂର୍ବରୁ ତାଳଚେରରେ କୋଇଲା ଖଣିର ସନ୍ଧାନ ମିଳିଥିଲା। ଏଥିରୁ ମିଳୁଥିବା ବିପୁଳ ରାଜସ୍ବ ଦେଶର ଆର୍ଥିକ ସମ୍ବଳ ବୃଦ୍ଧି କରୁଛି। […]
ଏଥର ମା’ଙ୍କ ପାଇଁ ୧୦୦ କୋଟିର ଅଳଙ୍କାର
କଟକ,୨୭-୦୯-୨୦୨୪(ପିପିଏସ) : ଏଥର କଟକ ଦଶହରାରେ ପୂଜାମଣ୍ଡପଗୁଡ଼ିକରେ ପାଖାପାଖି ୧୦୦ କୋଟି ଟଙ୍କାର ରୁପା ଓ ସୁନା ଅଳଙ୍କାରରେ ସଜେଇ ହେବେ ମା’। ବିଭିନ୍ନ କାରଣରୁ ଏଥର ଅଗ୍ନି ନିରାପତ୍ତା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିବାକୁ ନିଷ୍ପତ୍ତି ନିଆଯାଇଛି। ପ୍ରତ୍ୟେକ ପୂଜା ମଣ୍ଡପରେ ଅଗ୍ନିଶମ ବିଭାଗ ପକ୍ଷରୁ ଧାର୍ଯ୍ୟ ଅଗ୍ନି ନିରାପତ୍ତା ବ୍ୟବସ୍ଥା ସୁନିଶ୍ଚିତ କରାଯିବ। ଅଗ୍ନିଶମ ଗାଡ଼ି ଯିବା ଆସିବା ସହଜ କରିବା ପାଇଁ ତୋରଣର ଉଚ୍ଚତା ବି ସ୍ଥିର କରାଯାଇଛି। ଅଗ୍ନିକାଣ୍ଡ ଘଟିଲେ ଯେଭଳି […]
ଭରତପୁର ଥାନା ମାମଲା: ସତ କାଢ଼ିବ ସାଇଣ୍ଟିଫିକ୍ ଟେଷ୍ଟ
ଭୁବନେଶ୍ୱର ୨୭-୦୯-୨୦୨୪(ପିପିଏସ) : ସତରେ ସେଦିନ ରାତିରେ ଭରତପୁର ଥାନାରେ ଘଟିଥିଲା କ’ଣ? ରାତି ଅଧରେ ଅଭିଯୋଗ କରିବାକୁ ଆସିଥିବା ଜଣେ ଯୁବତୀ ଓ ସାଙ୍ଗରେ ଥିବା ଭାରତୀୟ ସେନାର କ୍ୟାପ୍ଟେନ୍ଙ୍କୁ ପୁଲିସ ନିର୍ଯାତନା ଦେଲା ଏବଂ ପୀଡ଼ିତାଙ୍କୁ କୋର୍ଟ ଚାଲାଣ କରିଥିଲା। କ୍ୟାପ୍ଟେନ୍ଙ୍କୁ ନୋଟିସ୍ ଦେଇ ଛାଡ଼ିଥିଲେ ହେଁ କିଛି ସମୟ ପାଇଁ ତାଙ୍କୁ ପୁଲିସ ଥାନା ହାଜତରେ ରଖିଥିବା ଅଭିଯୋଗ ହୋଇଛି। ଏହି ମାମଲାରେ ଓଡ଼ିଶା ହାଇକୋର୍ଟ କ୍ଷୁବ୍ଧ ହୋଇଥିବା ବେଳେ ଭାରତୀୟ ସେନା […]