1 min read

ଲଘୁଚାପ ବର୍ଷାରେ ବେହାଲ କୋରାପୁଟ : ୩ ପଞ୍ଚାୟତ ଜଳବନ୍ଦୀ, ଭୁଶୁଡ଼ିଲା ୧୦ରୁ ଅଧିକ ଘର

କୋରାପୁଟ/ଭୁବନେଶ୍ୱର,୦୮-୦୯-୨୦୨୪(ପିପିଏସ) : କୋରାପୁଟ ଜିଲା କୁନ୍ଦୁରା ବ୍ଲକ ଲଘୁଚାପ ଜନିତ ବର୍ଷାରେ ୩ ପଞ୍ଚାୟତ ଜଳବନ୍ଦୀ ଘେରରେ ରହିଛି। କୁନ୍ଦୁରା ବ୍ଲକ ସୀମାନ୍ତରେ ରହିଥିବା ୩ ପଞ୍ଚାୟତ ଘୁମର,ମସିଗାଁ ଏବଂ ଦିଗାପୁର ବିରି ଏବଂ କୋଲାବ ନଦୀ ଉଛୁଳିବା ଯୋଗୁ ଜଳବନ୍ଦୀ ହୋଇଛି। ଏହା ଜାଣିବା ପରେ କୋଟପାଡ଼ ବିଧାୟକ ରୂପୁ ଭତ୍ରା ଜଳ ବନ୍ଦୀ ଅଞ୍ଚଳକୁ ଯାଇ ଘଟଣାର ଅନୁଧ୍ୟାନ କରୁଛନ୍ତି। ବର୍ଷା ତୁହାକୁ ତୁହା ଲାଗି ରହିଥିବା ବେଳେ ପ୍ରାୟ ୮୦୦ ଏକର ଜମିରେ […]

1 min read

ପ୍ୟାରିସ୍‌ ପାରାଅଲିମ୍ପିକ୍ସ : ଭାରତକୁ ଆଉ ଏକ ସ୍ୱର୍ଣ୍ଣ

ନୂଆଦିଲ୍ଲୀ/ଭୁବନେଶ୍ୱର,୦୮-୦୯-୨୦୨୪(ପିପିଏସ) : ପ୍ୟାରିସ ପାରାଅଲିମ୍ପିକ୍ସରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣ ପଦକ ମିଳିଛି । ଜାଭେଲିନରେ ନବଦୀପ ସିଂହଙ୍କ ସିଲଭର୍ ଗୋଲ୍ଡ ମେଡାଲ୍‌ରେ ବଦଳିଛି। ଡିସକ୍ୱାଲିଫାଏ ହେଲେ ପୂର୍ବରୁ ସ୍ୱର୍ଣ୍ଣ ଜିତିଥିବା ଇରାନର ସାଦେଘ ବେତ୍ ସୟାହ। ବିବାଦୀୟ ପତାକା ପ୍ରଦର୍ଶନ କରିବାରୁ ଅଯୋଗ୍ୟ ଘୋଷିତ ହୋଇଛନ୍ତି ସାଦେଘ। ଏହାପରେ ପୁରୁଷ ଜାଭେଲିନ୍ ଥ୍ରୋ F41 ଫାଇନାଲରେ ୨ୟ ସ୍ଥାନରେ ଥିବା ନବଦୀପଙ୍କ ରୌପ୍ୟ ପଦକ ସ୍ୱର୍ଣ୍ଣକୁ ପରିବର୍ତ୍ତିତ ହୋଇଛି। ଫାଇନାଲରେ ତୃତୀୟ ଥ୍ରୋରେ ବ୍ୟକ୍ତିଗତ ସର୍ବଶ୍ରେଷ୍ଠ […]

1 min read

ଟ୍ରକ୍‌କୁ ପିଟିଲା ୧୦୮ ଆମ୍ବୁଲାନ୍ସ, : ସହାୟକ ମୃତ, ଡ୍ରାଇଭର ସମେତ ୨ଗୁରୁତର

ଯାଜପୁର/ଭୁବନେଶ୍ୱର,୦୮-୦୯-୨୦୨୪(ପିପିଏସ) : ଟ୍ରକ୍ ପଛରେ ପିଟି ହେଲା ୧୦୮ ଆମ୍ବୁଲାନ୍ସ । ଫଳରେ ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ରଥିଆ ନିକଟରେ ଘଟିଛି ଏହି ଭୟଙ୍କର ଦୁର୍ଘଟଣା । ଆମ୍ବୁଲାନ୍ସଟି କେନ୍ଦୁଝର ଜିଲ୍ଲା ଆନନ୍ଦପୁରରୁ ରୋଗୀଙ୍କୁ ନେଇ କଟକ ଶିଶୁ ଭବନରେ ଛାଡିଥିଲା । ଏହାପରେ ଗାଡ଼ିଟି ଫେରୁଥିବା ବେଳେ ରଥିଆ ନିକଟରେ ଏହି ଦୁର୍ଘଟଣା ହୋଇଛି। ଦ୍ରୁତ ଗତିରେ ଥିବା […]

1 min read

ଚାଷୀଙ୍କୁ ନୂଆଁଖାଇ ଭେଟି : ଆରମ୍ଭ ହେବ ସିଏମ କିଷାନ ଯୋଜନା

ଭୁବନେଶ୍ୱର,୦୮-୦୯-୨୦୨୪(ପିପିଏସ) : ପଶ୍ଚିମ ଓଡ଼ିଶାର କୃଷି ଭିତ୍ତିକ ଗଣପର୍ବ ନୂଆଁଖାଇ ଅବସରରେ ଚାଷୀଙ୍କୁ ଭେଟି ଦେଇଛନ୍ତି ରାଜ୍ୟ ସରକାର । ଆଜି ନୂଆଁଖାଇରୁ ଆରମ୍ଭ ହେବାକୁ ଯାଉଛି ସିଏମ କିଷାନ ଯୋଜନା। ଏହି ଯୋଜନାରେ ଚାଷୀ ପାଇବେ ୪ ହଜାର ଟଙ୍କାର ଆର୍ଥିକ ସହାୟତା। ଆଜି ଅପରାହ୍ନରେ ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଖରିଫ ଓ ରବି ଋତୁ ପୂର୍ବରୁ ଯୋଗ୍ୟ ହିତାଧିକାରୀଙ୍କୁ ଦୁଇଟି କିସ୍ତିରେ ଏହି ଟଙ୍କା ମିଳିବ। […]

1 min read

ଏମ୍‌ଭିଆଇଙ୍କୁ ବାନ୍ଧିଲା ଭିଜିଲାନ୍ସ : କାଲି ୧ ଲକ୍ଷ ୩୨ ହଜାର ଟଙ୍କା ସହିତ ଧରାପଡ଼ିଥିଲେ

ଭୁବନେଶ୍ୱର,୦୮-୦୯-୨୦୨୪(ପିପିଏସ) : ବନ୍ଧା ହେଲେ ଭିଜିଲାନ୍ସ ଜାଲରେ ପଡ଼ିଥିବା ନୂଆପଡ଼ା MVI ବିଜୟ କୁମାର ବେହୁରିଆ । ଗତକାଲି ନୂଆପଡ଼ାରୁ ଭୁବନେଶ୍ୱର ଅଭିମୁଖେ ଆସୁଥିବା ବିଜୟଙ୍କ ଗାଡ଼ିରୁ ୧ ଲକ୍ଷ ୩୨ ହଜାର ଟଙ୍କା ଜବତ କରିଥିଲା ଭିଜିଲାନ୍ସ । ଏହି ଟଙ୍କା କେଉଁଠୁ ଆଣିଲେ ତାହାର ସନ୍ତୋଷଜନକ ଉତ୍ତର ନ ଦେଇ ପାରିବାରୁ ଭିଜିଲାନ୍ସ ତାଙ୍କୁ ବାନ୍ଧିଥିବା ଜଣାଯାଇଛି। ବିଜୟ ଗତକାଲି ନୂଆପଡ଼ାରୁ ଭୁବନେଶ୍ୱର ଆସୁଥିବା ବେଳେ ସାଙ୍ଗରେ ମୋଟା ଅଙ୍କର ଟଙ୍କା ଆଣୁଥିବା ଭିଜିଲାନ୍ସ […]

1 min read

ଅବପାତରେ ପରିଣତ ହେଲା ସୁଦୃଶ୍ୟ ଲଘୁଚାପ : ୧୧ ଯାଏ ପ୍ରବଳ ବର୍ଷିବ

ଭୁବନେଶ୍ୱର,୦୮-୦୯-୨୦୨୪(ପିପିଏସ) : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତରେ ପରିଣତ ହୋଇଛି। ଏହା ଘନୀଭୂତ ହୋଇ ଉତ୍ତରପଶ୍ଚିମ ଆଡ଼କୁ ମୁହାଁଇବ। ଉତ୍ତର ପଶ୍ଚିମକୁ ଗତି କରି ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ମୁହାଁଇବ । ୨୪ ଘଣ୍ଟାରେ ଗଭୀର ଅବପାତରେ ପରିଣତ ହେବା ସମ୍ଭାବନା ରହିଛି। ଏହା ପ୍ରଭାବରେ ବର୍ଷା ଜାରି ରହିଛି। ୧୧ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ତେବେ ରବିବାର […]

1 min read

ନୂଆଁଖାଇରେ ଅଘଟଣ : ପୋଖରୀରେ ବୁଡ଼ି ନାବାଳିକା ମୃତ

ସମ୍ବଲପୁର/ଭୁବନେଶ୍ୱର,୦୮-୦୯-୨୦୨୪(ପିପିଏସ) : ଘରେ ଚାଲିଥିଲା ନୂଆଁଖାଇ ପ୍ରସ୍ତୁତି। ଭଳିକି ଭଳି ପିଠାପଣା ପ୍ରସ୍ତୁତ ହେଉଥିବା ବେଳେ ନୂଆ ଡ୍ରେସ୍‌ ବି କିଣା ହୋଇଥିଲା । ଘରେ ବନ୍ଧୁବାନ୍ଧକଙ୍କ ଭିଡ଼ ବି ଜମିଥିଲା । ହେଲେ ହସଖୁସିରେ ଉଛୁଳି ଉଠୁଥିବା ଘର ହଠାତ୍‌ କାନ୍ଦବୋବାଳିରେ ଫାଟି ପଡ଼ୁଛି । ନୁଆଁଖାଇର ଆନନ୍ଦଉଲ୍ଲାସରେ ସାମିଲ ହେବା ପାଇଁ ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନାବାଳିକା । ମାତ୍ର ଘଟିଗଲା ଅଘଟଣ । ଆଉ ଫେରିଲେନି ନାବାଳିକା । ପରିବାର ଲୋକେ ପୋଖରୀରୁ […]

1 min read

ଉତ୍ସବ ମୁଖର ପଶ୍ଚିମ ଓଡ଼ିଶା : ମା’ ସମଲେଶ୍ୱରୀଙ୍କ ସମେତ ବିଭିନ୍ନ ମନ୍ଦିରରେ ଲାଗି ହେଲା ନବାନ୍ନ

ସମ୍ବଲପୁର/ଭୁବନେଶ୍ୱର,୦୮-୦୯-୨୦୨୪(ପିପିଏସ) : ଆଜି ଉତ୍ସବ ମୁଖର ହୋଇ ପଡ଼ିଛି ପଶ୍ଚିମ ଓଡ଼ିଶା । ଦୁଲୁକୁଛି ମନ୍ଦିର ପରିସର । ପୂର୍ବ ନିର୍ଦ୍ଧାରିତ ସମୟରେ ସମ୍ବଲପୁରର ମା’ ସମଲେଶ୍ୱରୀ ଓ ବଲାଙ୍ଗିରର ମାଆ ପାଟଣେଶ୍ୱରୀଙ୍କ ସମେତ ବିଭିନ୍ନ ମନ୍ଦିର ନିକଟରେ ଲାଗି ହୋଇଛି ନବାନ୍ନ । ପ୍ରଥମ ଶସ୍ୟକୁ ଇଷ୍ଟ ଦେବୀଙ୍କ ନିକଟରେ ଅର୍ପଣ କରିବାର ପରମ୍ପରାକୁ କୁହାଯାଇଥାଏ ନୂଆଖାଁଇ । ମା’ ନିକଟରେ ଅର୍ପଣ କରାଯାଉଥିବା ଚାଉଳକୁ ପଶୁପକ୍ଷୀ ବି ଅଇଁଠା କରି ନ ଥାନ୍ତି । […]

1 min read

ବ୍ୟକ୍ତିଗତ ତଥା ବୃତ୍ତିଗତ ଅଭିବୃଦ୍ଧିରେ ମହିଳାଙ୍କୁ ଶସକ୍ତ କରିବା ସୁଭଦ୍ରା ଯୋଜନାର ମୂଳ ଲକ୍ଷ୍ୟ : ସାଂସଦ

କଟକ,୦୮-୦୯-୨୦୨୪(ପିପିଏସ) : ମହିଳାମାନଙ୍କୁ ଆର୍ଥିକ ଭାବେ ସଶକ୍ତ ତଥା ସ୍ୱାବଲମ୍ବୀ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ଆରମ୍ଭ କରିଥିବା ଯୁଗାନ୍ତକାରୀ ସୁଭଦ୍ରା ଯୋଜନା ସମ୍ପର୍କରେ ମହିଳାମାନଙ୍କୁ ସଚେତେନ କରିବା ନିମନ୍ତେ ଶନିବାର କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ସୁଭଦ୍ରା ସଚେତନତା ରଥର ଶୁଭାରମ୍ଭ କରାଯାଇଛି । ଜିଲ୍ଲା ସମାଜ ମଙ୍ଗଳ ବିଭାଗ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ କଟକ ଲୋକସଭା ସାଂସଦ ଭର୍ତ୍ତୃହରି ମହତାବ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସୁଭଦ୍ରା ଯୋଜନାର ମୂଳ ଲକ୍ଷ ସମ୍ପର୍କରେ […]

1 min read

ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୦୭-୦୯-୨୦୨୪(ପିପିଏସ) : ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି, ରାଜ୍ୟ ବାହାରେ ଥିବା ମହିଳା ବି ଏବେ ସୁଭଦ୍ରା ଯୋଜନାର ଲାଭ ପାଇପାରିବେ। ମହିଳାମାନଙ୍କୁ ସଚେତନ କରିବା ସକାଶେ ସୁଭଦ୍ରା ସଚେତନତା ରଥ ସାରା ଓଡ଼ିଶାରେ ବୁଲିବ । ଭୁବନେଶ୍ୱର ଗାନ୍ଧୀ ମାର୍ଗରେ ଶନିବାର ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ […]