ଲଘୁଚାପ ବର୍ଷାରେ ବେହାଲ କୋରାପୁଟ : ୩ ପଞ୍ଚାୟତ ଜଳବନ୍ଦୀ, ଭୁଶୁଡ଼ିଲା ୧୦ରୁ ଅଧିକ ଘର
1 min read

ଲଘୁଚାପ ବର୍ଷାରେ ବେହାଲ କୋରାପୁଟ : ୩ ପଞ୍ଚାୟତ ଜଳବନ୍ଦୀ, ଭୁଶୁଡ଼ିଲା ୧୦ରୁ ଅଧିକ ଘର

କୋରାପୁଟ/ଭୁବନେଶ୍ୱର,୦୮-୦୯-୨୦୨୪(ପିପିଏସ) : କୋରାପୁଟ ଜିଲା କୁନ୍ଦୁରା ବ୍ଲକ ଲଘୁଚାପ ଜନିତ ବର୍ଷାରେ ୩ ପଞ୍ଚାୟତ ଜଳବନ୍ଦୀ ଘେରରେ ରହିଛି। କୁନ୍ଦୁରା ବ୍ଲକ ସୀମାନ୍ତରେ ରହିଥିବା ୩ ପଞ୍ଚାୟତ ଘୁମର,ମସିଗାଁ ଏବଂ ଦିଗାପୁର ବିରି ଏବଂ କୋଲାବ ନଦୀ ଉଛୁଳିବା ଯୋଗୁ ଜଳବନ୍ଦୀ ହୋଇଛି।

ଏହା ଜାଣିବା ପରେ କୋଟପାଡ଼ ବିଧାୟକ ରୂପୁ ଭତ୍ରା ଜଳ ବନ୍ଦୀ ଅଞ୍ଚଳକୁ ଯାଇ ଘଟଣାର ଅନୁଧ୍ୟାନ କରୁଛନ୍ତି। ବର୍ଷା ତୁହାକୁ ତୁହା ଲାଗି ରହିଥିବା ବେଳେ ପ୍ରାୟ ୮୦୦ ଏକର ଜମିରେ ବର୍ଷା ଜଳ ଭର୍ତ୍ତି ହୋଇରହିଛି। ଯାହାକୁ ନେଇ ଚିନ୍ତାରେ ଚାଷୀକୁଳ। ଦିଗାପୁର ନିକଟରେ ରହିଥିବା ବିରି ନଦୀରେ ବ୍ରିଜ୍‌ ଉପରେ ପାଣି ରହିଥିବା ଏବଂ ଘସରଡ଼ା ନିକଟସ୍ଥ କୋଲାବ ନଦୀରେ ପାଣି ବ୍ରିଜ୍‌ ଉପରେ ରହିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।

ଘଟଣା ସ୍ଥଳରେ କୁନ୍ଦୁରା ତହସିଲଦାର ବିନୋଦ ଚନ୍ଦ୍ର ନାୟକ ପହଞ୍ଚିଛନ୍ତି। ଦିଗାପୁର ଗ୍ରାମର ୧୦ଟି ଘର ଲଗାଣ ବର୍ଷାରେ ଭୁଶୁଡ଼ି ପଡ଼ିବାରୁ ପଞ୍ଚାୟତ ଗୃହକୁ ତହସିଲଦାର ଉପସ୍ଥିତ ରହି ସମସ୍ତଙ୍କୁ ସ୍ଥାନାନ୍ତର କରିଛନ୍ତି।

Leave a Reply

Your email address will not be published. Required fields are marked *