September 2024
ସ୍ତ୍ରୀ ଓ ନବଜାତକୁ ହସ୍ପିଟାଲରୁ ଡିସଚାର୍ଜ କରିବା ପାଇଁ ଦୁଇବର୍ଷର ପୁଅକୁ କଲେ ବିକ୍ରି
ନୂଆଦିଲ୍ଲୀ/ଭୁବନେଶ୍ୱର,୦୯-୦୯-୨୦୨୪(ପିପିଏସ) : ଉତ୍ତରପ୍ରଦେଶର କୁଶୀନଗର ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀ ଓ ନବଜାତକୁ ହସ୍ପିଟାଲରୁ ଡିସଚାର୍ଜ କରିବା ପାଇଁ ନିଜର ଦୁଇବର୍ଷର ପୁଅକୁ ବିକ୍ରି କରି ଦେଇଥିଲେ। ଏହି ଘଟଣା ସାମ୍ନାକୁ ଆସିବା ପରେ ପୁଲିସ ବିକ୍ରି ହୋଇଥିବା ପୁଅକୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି।ଏହି ଘଟଣାକୁ ନେଇ ପୁଲିସ ଅଧିକାରୀ ସନ୍ତୋଷ କୁମାର ମିଶ୍ରା କହିଛନ୍ତି,‘ବରୱା ପଟ୍ଟିରେ ବସବାସ କରୁଥିବା ହରିଶ ପଟେଲ ସ୍ତ୍ରୀଙ୍କ ପ୍ରସବ […]
ସମବେତ ପ୍ରାର୍ଥନାର ନୂତନ ଧାରା ସୃଷ୍ଟି କରିବ ଗଣେଶ ମହୋତ୍ସବ:ଭର୍ତ୍ତୃହରି ମହାତାବ
କଟକ/୦୯-୦୯-୨୦୨୪(ପିପିଏସ): ଆମ ସମାଜରେ ଉତ୍ସବର ସର୍ବଦା ଆବଶ୍ୟକତା ରହିଛି। ଉତ୍ସବ ଉତ୍ସାହ ଯୋଗାଇବା ସହ ନିଜ ସାମର୍ଥ୍ୟଙ୍କୁ ଆବିଷ୍କାର କରିଥାଏ ଓ ଏକାଠି ହେବାର ସୁଯୋଗ ସୃଷ୍ଟି କରେ କଟକ-ଭୁବନେଶ୍ବର ଦୈତନଗରୀ ଗଣେଶ ପୂଜା କମିଟି ପକ୍ଷରୁ ଉପର ବାଲିଯାତ୍ରା ପଡ଼ିଆରେ ଆୟୋଜିତ ୩୧ତମ ଗଣେଶ ମହୋତ୍ସବର ଉଦ୍ଘାଟନୀ ସମାରୋହ ଗଣତନ୍ତ୍ରରେ ଏକାଠି ହେବା ଗୁରୁତ୍ବପୂର୍ଣ୍ଣ। ସଂପ୍ରତି ଅନେକ କ୍ଷେତ୍ରରେ ରାଜନେତାଙ୍କ ପାଇଁ ମାଟି ଅପେକ୍ଷା ପାର୍ଟି ଅଧିକ ଗୁରୁତ୍ବ ବହନ କରୁଥିବା ବେଳେ ନାଗରିକ ସମାଜର […]
ଏମ୍ସ ଚିକିତ୍ସକଙ୍କ ସଫଳତା, ଏକ୍ମୋ ସହାୟତାରେ ମହିଳାଙ୍କ ଜୀବନ ବଞ୍ଚାଇଲେ
ଭୁବନେଶ୍ୱର/୦୯-୦୯-୨୦୨୪(ପିପିଏସ) : ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଅତ୍ୟାଧୁନିକ ଜ୍ଞାନକୌଶଳର ସଫଳ ପ୍ରୟୋଗ ତଥା ଉତ୍ସର୍ଗୀକୃତ ଭାବନାର ଉଲ୍ଲେଖନୀୟ ପ୍ରଦର୍ଶନ କରିଛି ଏମ୍ସ ଭୁବନେଶ୍ୱର। ଅତ୍ୟାଧୁନିକ ଏକ୍ମୋ ଥେରାପି ପ୍ରୟୋଗ କରି ଗୁରୁତର ହୋଇପଡ଼ିଥିବା ଜଣେ ମହିଳାଙ୍କ ବଞ୍ଚାଇବାରେ ସଫଳତା ହାସଲ କରିଛନ୍ତି ଏହି ଜାତୀୟ ସ୍ବାସ୍ଥ୍ୟ ପ୍ରତିଷ୍ଠାନର ଡାକ୍ତରୀ ଦଳ। କୋଭିଡ୍ ସମୟରେ ଚର୍ଚ୍ଚାକୁ ଆସିଥିବା ଏହି ଏକ୍ମୋ ଥେରାପିର ପ୍ରୟୋଗ ସଫଳତାର ସହିତ ଅଣକୋଭିଡ୍ ରୋଗୀଙ୍କ କ୍ଷେତ୍ରରେ କରାଯାଇଛି। ଯାହାକି ଏମ୍ସ ଭୁବନେଶ୍ୱର ପାଇଁ ବିଶେଷ ସମ୍ମାନ […]
ସ୍ବର୍ଣ୍ଣ ଜିତିଲେ ଇନକମ ଟ୍ୟାକ୍ସ ଇନ୍ସପେକ୍ଟର
ନୂଆଦିଲ୍ଲୀ/ଭୁବନେଶ୍ୱର,୦୯-୦୯-୨୦୨୪(ପିପିଏସ) : ପ୍ୟାରିସ ପାରା ଅଲିମ୍ପିକ୍ସ ୨୦୨୪ରେ ଭାରତୀୟ ଖେଳାଳିଙ୍କ ଦମଦାର ପ୍ରଦର୍ଶନ ଜାରି ରହିଛି। ଭାରତ ଏ ପର୍ଯ୍ୟନ୍ତ ୭ ସ୍ଵର୍ଣ୍ଣ, ୯ ରୌପ୍ୟ ଓ ୧୩ କାଂସ୍ୟ ପଦକ ଜିତି ସାରିଛି। ଅର୍ଥାତ ପାରାଅଲିମ୍ପିକ୍ସ ୨୦୨୪ରେ ଭାରତର ପଦକ ସଂଖ୍ୟା ୨୯କୁ ବୃଦ୍ଧି ପାଇଛି। ଭାରତ ଚଳିତ ପାରା ଅଲିମ୍ପିକ୍ସରେ ପଦକ ତାଲିକାରେ ୧୬ମ ସ୍ଥାନରେ ରହିଛି। ଯାହା ଆମ ଦେଶ ପାଇଁ ଗୌରବର ବିଷୟ। ଗତଶନିବାର ପୁରୁଷ ଜାଭେଲିନ ପ୍ରତିଯୋଗିତାି ଫାଇନାଲ୍ରେ ନବଦୀପ ସିଂହ […]
ଗେଣ୍ଡାଳିଆଙ୍କ ପ୍ରଜନନ ସ୍ଥଳ ବଂଶଧାରା କୂଳ : କ୍ରମାଗତ ହ୍ରାସ ପାଉଛି ପକ୍ଷୀଙ୍କ ସଂଖ୍ୟା
ରାୟଗଡ଼ା/ଭୁବନେଶ୍ୱର,୦୯-୦୯-୨୦୨୪(ପିପିଏସ) : ମୌସୁମୀ ଆସିବା ପୂର୍ବରୁ ଦଳ ଦଳ ହୋଇ ବିଦେଶାଗତ (ସାଇବେରିଆ) ଗେଣ୍ଡାଳିଆ ପକ୍ଷୀଙ୍କ ସୁଅ ଛୁଟେ। ୩ରୁ ୪ମାସ ପର୍ଯ୍ୟନ୍ତ ଅବସ୍ଥାନ ପରେ ଘରକୁ ବାହୁଡ଼ି ଯାଅନ୍ତି। ଗୁଣପୁର ବ୍ଲକ ବଂଶଧାରା ନଦୀ ଅବବାହିକାରେ ପ୍ରତିବର୍ଷ ନିର୍ଦ୍ଦିଷ୍ଟ ସମୟରେ ବିଦେଶାଗତ ପକ୍ଷୀଙ୍କ କଳରବ ଯୋଗୁଁ ଭାଲେରୀ ଅଞ୍ଚଳ ଚିଲିକାର ଭ୍ରମ ସୃଷ୍ଟି କରୁଛି। କିନ୍ତୁ ପରିବର୍ତ୍ତିତ ପରିସ୍ଥିତି ଯୋଗୁଁ ବିଦେଶୀ ପକ୍ଷୀଙ୍କ ସଂଖ୍ୟା କ୍ରମାଗତ ହ୍ରାସ ପାଉଛି । ଭଲେରୀ ଗାଁକୁ ପ୍ରଜନନ କେନ୍ଦ୍ରରେ […]
ବୀମା ପ୍ରିମିୟମ ଉପରେ ଲାଗୁ ଜିଏସଟି କମିବ
ନୂଆଦିଲ୍ଲୀ/ଭୁବନେଶ୍ୱର,୦୯-୦୯-୨୦୨୪(ପିପିଏସ) : ସୋମବାର କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ବସିଥିବା ଜିଏସଟି କାଉନସିଲ ବୈଠକରେ ନିଆଯାଇଛି ବଡ ନିଷ୍ପତ୍ତି । ବୀମା ପ୍ରିମୟମ ଉପରେ ଲାଗୁ ୧୮% ଦ୍ରବ୍ୟ ଓ ସେବା ଟିକସ (ଜିଏସଟି) ହାର ହ୍ରାସ କରିବାକୁ ବୈଠକରେ ସହମତି ହୋଇଛି । କେତେ କମିବ ତାହା ପରବର୍ତ୍ତି ବୈଠକରେ ନିଷ୍ପତ୍ତି ନିଆଯିବ ।ଦିଲ୍ଲୀରେ ଅନୁଷ୍ଠିତ ଏହି ବୈଠକରେ ଯୋଗ ଦେଇଥିବା ପଞ୍ଜାବର ଅର୍ଥମନ୍ତ୍ରୀ ହରପାଲ ସିଂ ଚିମା କହିଛନ୍ତି ଯେ ସ୍ୱାସ୍ଥ୍ୟ ଏବଂ […]
ଲଗାଣ ବର୍ଷାରେ ମାଲକାନଗିରି ଜିଲ୍ଲାର ସ୍ଥିତି ସଙ୍ଗିନ
ଗତ ଦୁଇ ଦିନ ଧରି ଲଗାଣ ବର୍ଷାରେ ମାଲକାନଗିରି ଜିଲ୍ଲାର ସ୍ଥିତି ସଙ୍ଗିନ ହୋଇପଡିଛି। ବୁଡିଛି ଜାତୀୟ ରାଜପଥର ସମସ୍ତ ପୋଲ। ପୋଲ ଉପରେ ୮ରୁ ୧୦ ଫୁଟର ପାଣି ବୋହୁଛି। ମାଲକାନଗିରି ଜିଲ୍ଲାର ସମସ୍ତ ବ୍ଲକକୁ ଯାତାୟତ ଠପ ହୋଇଯାଇଛି । ମାଲକାନଗିରି/ଭୁବନେଶ୍ୱର,୦୯-୦୯-୨୦୨୪(ପିପିଏସ) : ଗତ ଦୁଇ ଦିନ ଧରି ଲଗାଣ ବର୍ଷାରେ ମାଲକାନଗିରି ଜିଲ୍ଲାର ସ୍ଥିତି ସଙ୍ଗିନ ହୋଇପଡିଛି। ବୁଡିଛି ଜାତୀୟ ରାଜପଥର ସମସ୍ତ ପୋଲ। ପୋଲ ଉପରେ ୮ରୁ ୧୦ ଫୁଟର ପାଣି […]
ଅନଲାଇନ ପେମେଣ୍ଟ୍ ଉପରେ ଲାଗିବ ୧୮% ଜିଏସଟି !
ନୂଆଦିଲ୍ଲୀ/ଭୁବନେଶ୍ୱର,୦୯-୦୯-୨୦୨୪(ପିପିଏସ) : ସୋମବାର ଅନୁଷ୍ଠିତ ଜିଏସଟି କାଉନସିଲ ବୈଠକରେ ଡେବିଟ୍ ଓ କ୍ରେଡିଟ୍ କାର୍ଡ ତଥା ଅନଲାଇନ ପେମେଣ୍ଟକୁ ନେଇ ବଡ ନିଷ୍ପତ୍ତି ନିଆଯାଇଛି । ଗଣମାଧ୍ୟମ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ୨୦୦୦ ଟଙ୍କାରୁ କମ୍ କ୍ରେଡିଟ୍ କାର୍ଡ, ଡେବିଟ୍ କାର୍ଡ କାରବାର ଉପରେ ଆଦାୟ ହେଉଥିବା ମର୍ଚ୍ଚାଣ୍ଟ ଫି ଉପରେ ଏବେ ୧୮ ପ୍ରତିଶତ ଜିଏସଟି ଆଦାୟ କରାଯିବ। ପେମେଣ୍ଟ ଗେଟୱେ ଉପରେ ବି ଏହା ଲାଗୁ ହେବ। ଅର୍ଥାତ୍ ପେମେଣ୍ଟ ଏଗ୍ରିଗେଟରମାନେ ଆଦାୟ କରୁଥିବା […]
ବର୍ଷାରେ ବେହାଲ ଜନଜୀବନ…
ଲାଞ୍ଜିଗଡ଼/ଭୁବନେଶ୍ୱର,୦୯-୦୯-୨୦୨୪(ପିପିଏସ) : ରବିବାରଠାରୁ ଆରମ୍ଭ ହୋଇଥିବା ଲଗାଣ ବର୍ଷା ଛାଡିବାର ନାଁ ଧରୁନି। ୨୪ ଘଣ୍ଟାରୁ ଅଧିକ ସମୟ ଧରି ହେଉଥିବା ଲଘୁଚାପଜନିତ ଲଗାଣ ବର୍ଷାରେ କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଅଞ୍ଚଳରେ ଜନଜୀବନ ବେହାଲ ହୋଇପଡ଼ିଛି। ବିଭିନ୍ନ ଖାଲୁଆ ସ୍ଥାନଗୁଡ଼ିକରେ ପାଣି ଜମିବା ସହିତ ଘରଗୁଡିକରେ ମଧ୍ୟ ବର୍ଷା ପାଣି ପଶିଯାଇଥିବା ଦେଖିବାକୁ ମିଳିଛି। ବ୍ଲକର ବାତେଲିମା ପଞ୍ଚାୟତ ଚଣାଲିମା ଗାଁରେ ବର୍ଷାପାଣି ପଶିଯିବାରୁ ଲୋକେ ସଂପୂର୍ଣ୍ଣ ଭାବେ ଜଳବନ୍ଦୀ ହୋଇ ରହିଛନ୍ତି। ଲୋକଙ୍କ ଘରେ […]
ପ୍ରଥମ ସନ୍ଦିଗ୍ଧ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ପରେ, ସମସ୍ତ ରାଜ୍ୟକୁ ମାର୍ଗଦର୍ଶିକା ଜାରି କଲା କେନ୍ଦ୍ର
ନୂଆଦିଲ୍ଲୀ/ଭୁବନେଶ୍ୱର,୦୯-୦୯-୨୦୨୪(ପିପିଏସ) : ଦେଶରେ ପ୍ରଥମ ସନ୍ଦିଗ୍ଧ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହେବା ପରେ କେନ୍ଦ୍ର ସରକାରଙ୍କ ଚେତା ପଶିଛି । ୧୫ ଦିନ ତଳେ ପଡ଼ୋଶୀ ପାକିସ୍ତାନରେ ଏକାଧିକ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ହେଁ ଭାରତ ସରକାରଙ୍କ ପକ୍ଷରୁ କୌଣସି ଆଗୁଆ ପଦକ୍ଷେପ ନିଆଯାଇ ନ ଥିଲା। ଏବେ ସନ୍ଦିଗ୍ଧ ଆକ୍ରାନ୍ତ ଚିହ୍ନଟ ହେବା ପରେ କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ ସତର୍କ କରାଇବା ସହିତ ମାର୍ଗଦର୍ଶିକା ଜାରି କରିଛି। […]
