September 2024
ଶୁଭମୁକ୍ତି ଅପେକ୍ଷାରେ ଓଡ଼ିଆ ଚଳଚିତ୍ର “ମହାକାଳ “
ଭୁବନେଶ୍ୱର/ ୧୦-୦୯-୨୦୨୪ (ପିପିଏସ): ଖୁବ ଶୀଘ୍ର ମୁକ୍ତିଲାଭ କରିବାକୁ ଯାଉଛି ଓଡ଼ିଆ ଫିଲ୍ମ ‘ମହାକାଳ’ । ଦେଭ୍ସ ଏଣ୍ଟରଟେଣ୍ଟମେଣ୍ଟ ବ୍ୟାନରରେ ନିର୍ମିତ ଏହି ଫିଲ୍ମରେ ନାୟକ ଭୂମିକାରେ ଦେଭ୍ ନଜର ଆସିବେ । ଫିଲ୍ମର ପ୍ରଯୋଜନା ଏବଂ ନିର୍ଦ୍ଦେଶନା ଭାର ମଧ୍ୟ ଦେଭ୍ ସମ୍ଭାଳିଛନ୍ତି । କାହାଣୀ, ଡାଇଲଗ୍ ଦାୟିତ୍ବ ନେଇଛନ୍ତି ଭରଦ୍ବାଜ ପଣ୍ଡା । ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଗୁଡଲି ରଥ ।ଫିଲ୍ମର କାହାଣୀ ଜଙ୍ଗଲପୋଡି ଉପରେ ପର୍ଯ୍ୟବେସିତ । ଏଥିରେ ପରିବେଶ ସୁରକ୍ଷା ନେଇ […]
୧୫ରୁ ଓଡ଼ିଶାକୁ ଆଉ ୩ଟି ବନ୍ଦେ ଭାରତ ଟ୍ରେନ
ଭୁବନେଶ୍ୱର/ ୧୦-୦୯-୨୦୨୪ (ପିପିଏସ): ପୂର୍ବ ତଟ ରେଳବାଇର ମହାପ୍ରବନ୍ଧକ ଶ୍ରୀ ପରମେଶ୍ୱର ଫୁଙ୍କୱାଲ ବିଧାନସଭା କାର୍ଯ୍ୟାଳୟ ପ୍ରକୋଷ୍ଠଠାରେ କେନ୍ଦ୍ର ରେଳ ମନ୍ତ୍ରାଳୟ ପକ୍ଷ ରୁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ଆଗାମୀ ୧୫ତାରିଖରେ ଯଶସ୍ବୀ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ହେଉଥିବା ବନ୍ଦେ ଭାରତ ଟ୍ରେନ ଶୁଭାରମ୍ଭ ସମାରୋହରେ ଯୋଗ ଦେବା ପାଇଁ ନିମନ୍ତ୍ରଣ କରିଛନ୍ତି। କେନ୍ଦ୍ର ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଏଥିପାଇଁ ସ୍ୱତନ୍ତ୍ର ନିମନ୍ତ୍ରଣ ପତ୍ର ଓ […]
ଡେଙ୍ଗୁ ଭୟରେ ସକାଳୁ ଫାଙ୍କା ପଡୁଛି ପାର୍କ
ଭୁବନେଶ୍ୱର/ ୧୦-୦୯-୨୦୨୪ (ପିପିଏସ): ସକାଳୁ ସକାଳୁ ନିଦ ଭାଙ୍ଗିଲାମାତ୍ରେ ନିତ୍ୟକର୍ମ ସାରି ପ୍ରାତଃଭ୍ରମଣରେ ଯାଉଥିବା ଅଧାରୁ ଅଧିକ ଭୁବନେଶ୍ବରିଆ ଏବେ ଡେଙ୍ଗୁମଶା ଭୟରେ ସକାଳ ୮ଟା ପରେ ଘରୁ ବାହାରୁଛନ୍ତି। ବିଶେଷ କରି ବୃଦ୍ଧ ଓ ମହିଳାମାନେ ରାଜଧାନୀର ବିଭିନ୍ନ ପାର୍କକୁ ଯିବା ସମୟ ପରିବର୍ତନ କରିଛନ୍ତି। ଶତକଡ଼ା ୬୦ଭାଗ ଲୋକ ସକାଳ ୮ଟା ପରେ ପାର୍କକୁ ଯାଉଥିବାର ଦେଖିବାକୁ ମିଳୁଛି। ତେଣୁ ଫରେଷ୍ଟ ପାର୍କ, ମଧୁସୂଦନ ପାର୍କ, ଇନ୍ଦରା ଗାନ୍ଧୀ ପାର୍କ, ନିଳାଦ୍ରୀ ବିହାର ପାର୍କ, […]
୩ ଭଉଣୀଙ୍କୁ ଘୋଷାଡ଼ି ନେଲା କାର୍: ଜଣେ ମୃତ
ନିଜ ଘର ସମ୍ମୁଖରେ ଥିବା ପିଣ୍ଡାରେ ତିନି ଭଉଣୀ (ବୋଲେଶ୍ବରୀ ମାଝୀ, ପ୍ରତିମା ମାଝୀ ଓ ଦେମତି ମଝୀ) କଥାବାର୍ତ୍ତା ହେଉଥିଲେ। ଏହି ସମୟରେ ସୁରେଶଙ୍କ କାର ୩ ଜଣଙ୍କୁ ଘୋଷାଡି ନେଇଥିଲା। ପାଟଣାଗଡ଼/ଭୁବନେଶ୍ୱର/ ୧୦-୦୯-୨୦୨୪ (ପିପିଏସ): ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ବେଲପଡା ବ୍ଲକ ନୁନହାଡ ଗ୍ରାମରେ ନିଜ ଘର ଅଗଣାରେ ଛିଡା ହୋଇଥିବା ବେଳେ ୩ ଜଣକୁ ଏକ କାର୍ ଘୋଷାଡି ନେଇଛି। ଏହି ଅଭାବନୀୟ ଦୁର୍ଘଟଣାରେ ଜଣକର ମୃତ୍ୟୁ ଘଟିଥିବା ଜଣାପଡିଛି। ଘଟଣା […]
ସଶକ୍ତ ହେଉଛନ୍ତି ଟସର ଚାଷୀ
ଟସର ଚାଷ କରି ବାର୍ଷିକ ୧ରୁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିପାରୁଛନ୍ତି। ୧୦ରୁ ୧୫ ଦିନ ପରେ ଚାଷୀ ଗଛରୁ ଖୋସା ସଂଗ୍ରହ କରି ଟିଆରସିଏସକୁ ବିକ୍ରି କରିଥାନ୍ତି। କେନ୍ଦୁଝର/ଭୁବନେଶ୍ୱର,୧୦-୦୯-୨୦୨୪(ପିପିଏସ): ଟସର ହେଉଛି ଏକ ଲାଭଜନକ ଚାଷ। ଆଦିବାସୀ ବହୁଳ କେନ୍ଦୁଝର ଜିଲ୍ଲାରେ ଏହି ଚାଷକୁ ପ୍ରୋତ୍ସାହନ ଦିଆଯାଇ ଚାଷୀମାନଙ୍କ ଜୀବିକାକୁ ସୁଦୃଢ଼ କରାଯାଉଛି। ରାଜ୍ୟ ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଅଧୀନେର ଥିବା ବୟନ ଓ ହସ୍ତତନ୍ତ ନିର୍ଦ୍ଦେଶାଳୟ ସହଯୋଗରେ ଏହି କାର୍ଯ୍ୟକ୍ରମ କରାଯାଉଛି। […]
ଅସୁରକ୍ଷିତ ଯୌନ ସମ୍ପର୍କ ଯୋଗୁ ବଢୁଛି ମଙ୍କିପକ୍ସ ସଂକ୍ରମଣ
ନୂଆଦିଲ୍ଲୀ/ଭୁବନେଶ୍ୱର,୧୦-୦୯-୨୦୨୪(ପିପିଏସ): ଭାରତ ସରକାର ନିଶ୍ଚିତ କରିଛନ୍ତି ଯେ ଦେଶରେ ମଙ୍କିପକ୍ସର ଏକ ନୂଆ ମାମଲା ଚିହ୍ନଟ ହୋଇଛି। କିନ୍ତୁ, ଏହା ମଧ୍ୟ କୁହାଯାଇଛି ଯେ ଏହା ଏକ ପୃଥକ ମାମଲା। ତେବେ ଏହି ଭୁତାଣୁର ଷ୍ଟ୍ରେନ୍ ବିଶ୍ବସ୍ବାସ୍ଥ୍ୟ ସଂଗଠନ ବିଶ୍ବସ୍ତରରେ ଜନସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଥିବା ଭୁତାଣୁଠାରୁ ଭିନ୍ନ ରହିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ଏହା ଭ୍ରମଣ ସମ୍ବନ୍ଧୀୟ ସଂକ୍ରମଣର ଏକ ମାମଲା। ଆକ୍ରାନ୍ତ ବ୍ୟକ୍ତି ମଙ୍କିପକ୍ସ ବ୍ୟାପିଥିବା […]
ସ୍ମିତାରାଣୀ ହତ୍ୟାକାଣ୍ଡ ଫାଇଲ୍ ଖୋଲିବ: ମନ୍ତ୍ରୀ
ଯାଜପୁର/ଭୁବନେଶ୍ୱର,୧୦-୦୯-୨୦୨୪(ପିପିଏସ): ଧର୍ମଶାଳା ବ୍ଲକ୍ ହରିଦାସପୁର ପଞ୍ଚାୟତର ବହୁଚର୍ଚ୍ଚିତ ପିଇଓ ସ୍ମିତାରାଣୀ ବିଶ୍ବାଳଙ୍କ ହତ୍ୟାକାଣ୍ଡ ଫାଇଲ୍ ପୁଣି ଖୋଲିବ। ଆଜି ଏହି ପ୍ରସଙ୍ଗରେ କିଛି ବିଜେପି ନେତା ଆଇନମନ୍ତ୍ରୀଙ୍କୁ ଭେଟି ଏହାର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି। ମନ୍ତ୍ରୀ ମଧ୍ୟ ଏହି ଘଟଣାର ତଦନ୍ତ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ମନ୍ତ୍ରୀଙ୍କ ପ୍ରତିଶ୍ରୁତି ପରେ ଏବେ ଏହି ଘଟଣାରେ ସଂପୃକ୍ତ ଅଭିଯୁକ୍ତଙ୍କ ମନରେ ଛନକା ପଶିଛି। ଆଜି ବିଜେପିର ଓବିସି ମୋର୍ଚ୍ଚା ସଂଯୋଜକ ରାକେଶ ନାୟକ, ଜିଲ୍ଲା ଓବିସି […]
ନନ୍ଦନବିହାର ଅବହେଳିତ କାହିଁକି ?
ଭୁବନେଶ୍ୱର/୧୦-୦୯-୨୦୨୪(ପିପିଏସ): ବର୍ଷା ଜଳ ଯନ୍ତ୍ରଣାରୁ ଆଜି ପର୍ଯ୍ୟନ୍ତ ମୁକୁଳିପାରି ନାହାନ୍ତି। ଏଣେ ଅସ୍ତବ୍ୟସ୍ତ କଲାଣି ଅଳିଆ ଯନ୍ତ୍ରଣା। ଦିନେ କି ସପ୍ତାହେ ନୁହେଁ, ବର୍ଷ ବର୍ଷ ଧରି ଅଳିଆ ଆବର୍ଜନା ଦୁର୍ଗନ୍ଧରେ ଘାଣ୍ଟି ହେଉଛନ୍ତି। ପ୍ରଶାସନକୁ ଯେତେ ନିବେଦନ କଲେ ମଧ୍ୟ କେହି ଶୁଣୁନାହାନ୍ତି। ଜନପ୍ରତିନିଧିଙ୍କ ପାଖରେ ଏମାନଙ୍କ ଦୁର୍ଗନ୍ଧ ପହଞ୍ଚୁ ନାହିଁ କି ଅଳିଆ ଆବର୍ଜନା ଗଦା କରୁଥିବା ବିଏମ୍ସିର ଏଥିପ୍ରତି ନିଘା ନାହିଁ। ସ୍ଥିତି ଏମିତି ହେଲାଣି ଯେ ଅଳିଆ ଗଦା ନିକଟରେ ରହିଥିବା […]
ପାର୍ବଣ ଆରମ୍ଭରୁ ଅନ୍ଧାରରେ ଝୁଣ୍ଟୁଛନ୍ତି ଉପକଣ୍ଠବାସୀ
ଭୁବନେଶ୍ୱର,୧୦-୦୯-୨୦୨୪(ପିପିଏସ) : ପାର୍ବଣ ଆସିଗଲାଣି। ସଦ୍ୟ ଗଣେଶ ପୂଜା ସରିଥିବାବେଳେ ଆଉ କିଛିଦିନରେ ଦଶହରା ପାଇଁ ସହର ଉତ୍ସବମୁଖର ହୋଇ ଉଠିବ। ଦଶହରା ପାଇଁ ଲୋକଙ୍କ ଗହଳି ଯେତିକି ବଢ଼ିବ, ଅସାମାଜିକ ତତ୍ତ୍ବଙ୍କର ଆତଙ୍କ ବି ସେତିକି ବଢ଼ିବ। ହେଲେ ସମ୍ପ୍ରସାରିତ ସହର ଆଉ ଉପକଣ୍ଠର ରାସ୍ତାଗୁଡିକରେ ଏବେ ଅନ୍ଧାର ରାଜୁତି କରୁଛି। ଅନ୍ଧାର ଯୋଗୁଁ ସଞ୍ଜ ନଇଁଲେ ଲୋକେ ଘରୁ ଗୋଡ଼ କାଢ଼ିବାକୁ ଭୟ କରୁଥିବା ବେଳେ ଅପରାଧୀମାନେ ଆତଙ୍କ ରଚୁଛନ୍ତି। ଆଲୋକ ବ୍ୟବସ୍ଥା ନ […]
ବନ୍ୟାଞ୍ଚଳକୁ ଚିକିତ୍ସା ପାଇଁ ଟ୍ରାକ୍ଟର ଯୋଗେ ଗଲେ ଡାକ୍ତରୀ ଟିମ୍
ମାଲକାନଗିରି/ଭୁବନେଶ୍ୱର,୧୦-୦୯-୨୦୨୪(ପିପିଏସ) : ମାଲକାନଗିରି ଜିଲ୍ଲାରେ ଲଗାଣ ବର୍ଷା ବନ୍ୟା ପରିସ୍ଥିତି ସୃଷ୍ଟି କରିବା ସହ ଚାରିଆଡେ ଜଳମଗ୍ନ ହୋଇଯାଇଛି। ଏଥିରେ ବିଶେଷ ଭାବେ ମାଲକାନଗିରି, ମାଥିଲି, କାଲିମେଳା ଏବଂ ପଡ଼ିଆ ବ୍ଲକ କ୍ଷତିଗ୍ରସ୍ତ ହୋଇଛି। ମାଥିଲି ବ୍ଲକର ଟେମରୁପାଲ୍ଲୀ ଅଂଚଳରେ ବନ୍ୟା ଜଳ ବଢିଯିବାରୁ ସେହି ଅଂଚଳରେ ରୋଗରେ ଯନ୍ତ୍ରଣା ପାଉଥିବା ଲୋକେ ମେଡିକାଲ ଆସିପାରୁନଥିଲେ। ଏହି ଖବର କ୍ୟାଙ୍ଗ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରର ଡାକ୍ତର ଶୁଣିବା ପରେ ତୁରନ୍ତ ସେହି ଅଂଚଳକୁ ଗସ୍ତ କରିବାକୁ ମନସ୍ଥ […]
