1 min read

ହିଂସାତ୍ମକ ହୋଇପଡ଼ିଛନ୍ତି ମାଓବାଦୀ

ପ୍ରଜାକୋର୍ଟରେ ଶିକ୍ଷକଙ୍କୁ ଦୋଷୀ ସାବ୍ୟସ୍ତ କରି ମାଓବାଦୀମାନେ ଶିକ୍ଷାଦୂତଙ୍କୁ ପିଟି ପିଟି ହତ୍ୟା କରିଛନ୍ତି। ମାଲକାନଗିରି/ଭୁବନେଶ୍ୱର ୧୫-୦୯-୨୦୨୪(ପିପିଏସ): ପଡ଼ୋଶୀ ଛତିଶଗଡ଼ରେ ଏବେ ମାଓବାଦୀ ହିଂସାତ୍ମକ ହୋଇପଡ଼ିଛନ୍ତି। ଲୋକଙ୍କୁ ଭୟଭୀତ କରିବା ଏବଂ ପୁଲିସକୁ ହଇରାଣରେ ପକାଇବାକୁ ମାଓବାଦୀ ଏବଂ ଲୋକଙ୍କୁ ଧରି ହତ୍ୟା କରିବା ପରେ ପୁଲିସ ଇନଫର୍ମର କହୁଛନ୍ତି। ଏହି କ୍ରମରେ ମାଲକାନଗିରି ଛତିଶଗଡ଼ ସୀମାନ୍ତ ସୁକୁମା ଜିଲ୍ଲାରେ ଜଣେ ଶିକ୍ଷାଦୂତଙ୍କୁ ହତ୍ୟା କରିଛନ୍ତି ମାଓବାଦୀ। ମୃତ ଶିକ୍ଷାଦୂତ ହେଉଛନ୍ତି ଦୁଧି ଅର୍ଜୁନ। ଦୁଧି ଅର୍ଜନଙ୍କ […]

1 min read

ବୋମାମାଡ଼ ମାମଲାରେ ୮ ଗିରଫ: ସୁପାରି ନେଇଥିଲା ଚନ୍ଦନପୁର ଗ୍ୟାଙ୍ଗ୍‌

ଭୁବନେଶ୍ୱର ୧୫-୦୯-୨୦୨୪(ପିପିଏସ): ନୂଆପଲ୍ଲୀ ଥାନା କେଶରୀ ଏନ୍‌କ୍ଲେଭ୍‌ ଓ ଇନ୍‌ଫୋଭ୍ୟାଲି ଥାନା କାଞ୍ଚନ ପ୍ଲାଜା ନିକଟରେ ହୋଇଥିବା ବୋମାମାଡ଼ ମାମଲାରେ କମିସନରେଟ୍‌ ପୁଲିସ ୮ଜଣଙ୍କୁ ଗିରଫ କରିଛି। ଏହି ୨ ମାମଲାର ମାଷ୍ଟରମାଇଣ୍ଡ ତଥା ଜମି ମାଫିଆ ବସନ୍ତ ମହାପାତ୍ର ସମେତ ସୁପାରି ନେଇ ଅପରାଧ ଘଟାଉଥିବା ପୁରୀ ଚନ୍ଦନପୁରର ଏକ ୭ଜଣିଆ କୁଖ୍ୟାତ ଗ୍ୟାଙ୍ଗ୍‌କୁ କୋର୍ଟ ଚାଲାଣ କରାଯାଇଛି। ସେମାନେ ହେଲେ ମାଷ୍ଟର ଅର୍ଗାନାଇଜର୍‌ ପୁରୀ ଉତ୍ତରାକଣର ଦୀପକ ପ୍ରଧାନ, ଚନ୍ଦନପୁରର ଜଣାଶୁଣା ବୋମା କାରିଗର […]

1 min read

ଦେଶରେ ଜନଗଣନା ପାଇଁ ପ୍ରସ୍ତୁତି ଆରମ୍ଭ

ନୂଆଦିଲ୍ଲୀ/ଭୁବନେଶ୍ୱର ୧୫-୦୯-୨୦୨୪(ପିପିଏସ): ଜନଗଣନା ପାଇଁ ସରକାର ପ୍ରସ୍ତୁତି ଆରମ୍ଭ କରିଥିଲେ ମଧ୍ୟ ଏହି ପ୍ରକ୍ରିୟାରେ ଜାତି ସମ୍ବନ୍ଧୀୟ ସ୍ତମ୍ଭକୁ ଅନ୍ତର୍ଭୁକ୍ତ କରିବା ନେଇ ଏପର୍ଯ୍ୟନ୍ତ ନିଷ୍ପତ୍ତି ନିଆଯାଇନାହିଁ। ସୂତ୍ରରୁ ରବିବାର ଏହି ସୂଚନା ଦିଆଯାଇଛି। ନାମ ଗୋପନ ରଖିବା ସର୍ତ୍ତରେ ଏକ ସୂତ୍ରରୁ ପ୍ରକାଶ ଯେ ଖୁବଶୀଘ୍ର ଦେଶରେ ଜନଗଣନା କରାଯିବ। ଭାରତରେ ୧୮୮୧ ମସିହାରୁ ପ୍ରତି ୧୦ ବର୍ଷରେ ଜନଗଣନା କରାଯାଉଛି । ଶେଷ ଥର ପାଇଁ ୨୦୧୧ରେ ଜନଗଣନା ହୋଇଥିଲା । ଏହି କ୍ରମରେ […]

1 min read

ନକଲି ନଡିଆ ତେଲ ଫ୍ୟାକ୍ଟ୍ରିରେ ଚଢଉ : ବିପୁଳ କଞ୍ଚାମାଲ ଜବତ

ବ୍ରହ୍ମପୁର/ଭୁବନେଶ୍ୱର ୧୫-୦୯-୨୦୨୪(ପିପିଏସ) : ବଡବଜାର ଥାନା ଅନ୍ତର୍ଗତ ଶାସ୍ତ୍ରୀନଗର ୪ର୍ଥ ଲାଇନରେ ଥିବା ଏକ ନକଲି ନଡ଼ିଆ ତେଲ ଓ ରାଶି ତେଲ ଫ୍ୟାକ୍ଟ୍ରି ରେ ପୁଲିସ ପକ୍ଷରୁ ଚଢଉ କରାଯାଇଛି l ସେଠାରୁ ବିଭିନ୍ନ କମ୍ପାନୀ ନାଁକୁ ନକଲ କରି ପ୍ରସ୍ତୁତ ହୋଇଥିବା ନକଲି ନଡିଆ ତେଲ ବୋତଲ ଓ ପାଉଚ ଜବତ କରାଯାଇଛି l ସେହିପରି ସେଠାରୁ ତେଲ ପ୍ରସ୍ତୁତ ପାଇଁ ରଖାଯାଇଥିବା କଞ୍ଚାମାଲ ଓ ମେସିନ ମଧ୍ୟ ଜବତ ହୋଇଛି l ଏହି […]

1 min read

ଶୁଣିଲାନି ପ୍ରଶାସନ, ଡ୍ରେନ ମରାମତି କଲେ ମହିଳା

କଲ୍ୟାଣସିଂହପୁର /ଭୁବନେଶ୍ୱର ୧୫-୦୯-୨୦୨୪(ପିପିଏସ): ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଳକ ମାଝୀଗୁଡା ପଞ୍ଚାୟତର ଇନ୍ଦିରା କଲୋନୀ ସାହିର ମହିଳା ପୁରୁଷ ମିଶି ଡ୍ରେନ ମରାମତି କରିଥିବା ଦେଖିବାକୁ ମିଳିଛି। ଅଳ୍ପ ବର୍ଷା ହେଲେ ସାହି ମଝିରେ ପାଣି ଜମୁଥିବାରୁ ବାରମ୍ବାର ପଞ୍ଚାୟତକୁ ଜଣେଇ ଗୁହାରି କରିଥିଲେ ମଧ୍ୟ ଡ୍ରେନ ମରାମତି ପାଇଁ ଦୃଷ୍ଟି ଦେଇ ନ ଥିଲେ।ସାହି ମଝିରେ ପାଣି ଜମି ବହୁତ ଦୁର୍ଗନ୍ଧ ହେବା ସହ ମଶାମାଛି ବଂଶ ବିସ୍ତାର ହୋଇଥିଲା। ମଶାମାଛିଙ୍କ ପ୍ରଭାବରେ ସାହିର ବହୁତ […]

1 min read

ମାଓବାଦୀଙ୍କ ବର୍ବର କାଣ୍ଡ : ଶିକ୍ଷା ଦୂତଙ୍କୁ ପିଟି ପିଟି ମାରିଦେଲେ

ସୁକମା/ଭୁବନେଶ୍ୱର ୧୫-୦୯-୨୦୨୪(ପିପିଏସ) : ଓଡ଼ିଶା ସୀମାନ୍ତରେ ନକ୍ସଲଙ୍କ ବର୍ବରତା। ଛତିଶଗଡ଼ ସୁକମାରେ ଜଣେ ଶିକ୍ଷା ଦୂତଙ୍କୁ ହତ୍ୟା କରିଛନ୍ତି ନକ୍ସଲ। ମୃତ ଶିକ୍ଷା ଦୂତଙ୍କ ନାଁ ଦୁଧି ଅର୍ଜୁନ। ତାଙ୍କୁ ନକ୍ସଲମାନେ ପିଟିପିଟି ହତ୍ୟା କରିଛନ୍ତି । ସ୍ଥାନୀୟ ଶିକ୍ଷିତ ଯୁବକଙ୍କୁ ଶିକ୍ଷା ଦୂତ ନିଯୁକ୍ତ କରିଛନ୍ତି ଛଡିଶଗଡ଼ ରାଜ୍ୟ ସରକାର। ବନ୍ଦ ସ୍କୁଲ ଚାଲୁ କରିବା ଓ ପିଲାଙ୍କୁ ବୁଝାସୁଝା କରି ସ୍କୁଲ ଆଣିଥା’ନ୍ତି ଶିକ୍ଷା ଦୂତ। ସୁକମାରେ ନକ୍ସଲଙ୍କ ଭୟରେ ବନ୍ଦ ଥିବା ସ୍କୁଲ […]

1 min read

ମୁଖ୍ୟମନ୍ତ୍ରୀଙ୍କ ସହ ଓସ୍‌ଜା ପ୍ରତିନିଧିଙ୍କ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା

ଓଡ଼ିଶାରେ କାର୍ଯ୍ୟରତ କ୍ରୀଡ଼ା ସାମ୍ବାଦିକଙ୍କୁ ନେଇ ଗଠିତ ରାଜ୍ୟ ସଂଘ ଓସ୍‌ଜା (ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ)ର ଏକ ପ୍ରତିନିଧି ମଣ୍ଡଳି ଶନିବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ଶୁଭେଚ୍ଛା ଜଣାଇବା ସହ ବିଭିନ୍ନ ଦାବି ବିଷୟରେ ଆଲୋଚନା କରିଛନ୍ତି। ଭୁବନେଶ୍ୱର ୧୫-୦୯-୨୦୨୪(ପିପିଏସ): ଓଡ଼ିଶାରେ କାର୍ଯ୍ୟରତ କ୍ରୀଡ଼ା ସାମ୍ବାଦିକଙ୍କୁ ନେଇ ଗଠିତ ରାଜ୍ୟ ସଂଘ ଓସ୍‌ଜା (ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ)ର ଏକ ପ୍ରତିନିଧି ମଣ୍ଡଳି ଶନିବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ […]

1 min read

କୂଳ ଜଗିଛି ହେନ୍ତାଳବଣ

ବାଲେଶ୍ୱର/ଭୁବନେଶ୍ୱର ୧୫-୦୯-୨୦୨୪(ପିପିଏସ): ଅସ୍ବାଭାବିକ ଭାବେ ଜଳବାୟୁ ପରିବର୍ତ୍ତନ ହେଉଛି। ସମୁଦ୍ରର ଜଳସ୍ତର ବଢ଼ିବାରେ ଲାଗିଛି। ଜୁଆର ବାଲେଶ୍ବର ଜିଲ୍ଲା ଉପକୂଳସ୍ଥ ଜନବସତି ଆଡ଼କୁ ମାଡ଼ି ଆସୁଛି। ଏହି ବିପଦର ମୁକାବିଲା ପାଇଁ ଅଧିକରୁ ଅଧିକ ହେନ୍ତାଳବଣ ସୃଷ୍ଟିର ଅବଶ୍ୟକତା ଅଛି। ହେଲେ ଯେଉଁ ବଣ ଅଛି, ତାହା ଦିନକୁ ଦିନ ଛିଡ଼ିବାରେ ଲାଗିଛି। ଫଳରେ ଲୋକମାନେ ଚିନ୍ତାରେ ପଡ଼ିଛନ୍ତି। ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ୍ ବରିପଦା ପଞ୍ଚାୟତ ଅନ୍ତର୍ଗତ ମହାରୁଦ୍ରପୁର ଓ ଅଟାସପୁର, କଲ୍ୟାଣୀ ପଞ୍ଚାୟତ ଅନ୍ତର୍ଗତ […]

1 min read

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ କେଜ୍ରୱାଲ୍‌

ନୂଆଦିଲ୍ଲୀ/ଭୁବନେଶ୍ୱର ୧୫-୦୯-୨୦୨୪(ପିପିଏସ): ମଦ ନୀତି ମାମଲାରେ ତିହାର ଜେଲରୁ ମୁକ୍ତ ହେବାର ୨ ଦିନ ପରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ରବିବାର ଘୋଷଣା କରିଛନ୍ତି ଯେ ସେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଇସ୍ତଫା ଦେବେ। କେଜ୍ରିୱାଲ୍‌ ଗୁରୁତ୍ୱାରୋପ କରିଛନ୍ତି ଯେ ଆମ୍ ଆଦମୀ ପାର୍ଟି (ଆପ୍‌)ର ଭବିଷ୍ୟତ ବର୍ତ୍ତମାନ ଜନସାଧାରଣଙ୍କ ହାତରେ। ମଦ ନୀତି ମାମଲାରେ ତିହାର ଜେଲରୁ ମୁକ୍ତ ହେବାର ୨ ଦିନ ପରେ ଦିଲ୍ଳୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଘୋଷଣା କରିଛନ୍ତି ଯେ ସେ […]

1 min read

ନକଲି ମୋବିଲ୍‌ କାରଖାନା ଠାବ: ଇଞ୍ଜିନ୍‌ ଅଏଲ୍‌, ଲେବୁଲ୍‌, ବୋତଲ ଜବତ

ରାଉରକେଲା/ଭୁବନେଶ୍ୱର, ୧୫-୦୯-୨୦୨୪(ପିପିଏସ): ନାଲାରୋଡ୍‌ ରାଜା ଷ୍ଟ୍ରିଟ୍‌ରୁ ପୁଣି  ନକଲି ମୋବିଲ୍‌(ଇଞ୍ଜିନ ଅଏଲ) କାରଖାନା ଠାବ ହୋଇଛି। ପ୍ଲାଣ୍ଟସାଇଟ୍‌ ପୁଲିସ କାରଖାନାରେ ଚଢ଼ଉକରି ବିପୁଳ ପରିମାଣର ଖାଲି ବୋତଲ, ଠିପି, ବାର୍‌କୋଡ୍‌, ନାମୀଦାମୀ କମ୍ପାନୀର ଲେବୁଲ୍‌, ନକଲି  ଅଏଲ୍‌ ଜାର୍‌ ଆଦି ଜବତ କରିଛି।ଚଢ଼ଉ ପରେ କାରଖାନା ମାଲିକ ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ଘଟଣାସ୍ଥଳରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜବତ ହୋଇଥିବା ଜଣାପଡ଼ିଛି। କେତେଦିନ ଧରି ନକଲି କାରଖାନା ଚାଲୁଥିଲା? କେଉଁକେଉଁ ଅଞ୍ଚଳକୁ ଏସବୁ ନକଲି ସାମଗ୍ରୀ ଚାଲାଣ […]