ପ୍ରମୁଖ ଖବର
ବିଜେପିରେ ମିଶିଲେ ଜୟପୁର ବ୍ଲକ ଅଧ୍ୟକ୍ଷା
ବିଜେଡି ଛାଡ଼ି ଜୟପୁର ବ୍ଲକ ଅଧ୍ୟକ୍ଷା ତିଳୋତ୍ତମା ମୁଦୁଲି ଆଜି ବିଜେପିରେ ବିଧିବଦ୍ଧ ଭାବେ ଯୋଗ ଦେଇଛନ୍ତି। ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ଦଳରେ ସାମିଲ ହୋଇଛନ୍ତି। ଭୁବନେଶ୍ୱର ୧୬-୧୨-୨୦୨୪ (ପିପିଏସ) : ବିଜେଡି ଛାଡ଼ି ଜୟପୁର ବ୍ଲକ ଅଧ୍ୟକ୍ଷା ତିଳୋତ୍ତମା ମୁଦୁଲି ଆଜି ବିଜେପିରେ ବିଧିବଦ୍ଧ ଭାବେ ଯୋଗ ଦେଇଛନ୍ତି। ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ଦଳରେ ସାମିଲ ହୋଇଛନ୍ତି। ତାଙ୍କ ସହ୧୪ ସରପଞ୍ଚ, […]
ସାରାରାଜ୍ୟରେ ଶୀତର ଲହରୀ
ଓଡ଼ିଶାରେ ପ୍ରବଳ ଥଣ୍ଡା, ୧୦ ଡିଗ୍ରି ତଳେ ରହିଛି ରାଜ୍ୟର ୧୧ ସହର ସାରା ରାଜ୍ୟରେ ଶୀତର ଲହରି, ଥଣ୍ଡାରେ ଥରହର ସାରା ଓଡ଼ିଶା । ଆଜି ୧୦ ଡିଗ୍ରି ତଳେ ରହିଛି ରାଜ୍ୟର ୧୧ ସହର । ଝାରୁସୁଗୁଡ଼ାରେ ୭.୧ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଛି । ରାଉରକେଲାରେ ୫.୭ ଡିଗ୍ରି ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି । ଭୁବନେଶ୍ୱର ୧୬-୧୨-୨୦୨୪ (ପିପିଏସ) : ସାରା ରାଜ୍ୟରେ ଶୀତର ଲହରି, ଥଣ୍ଡାରେ ଥରହର ସାରା ଓଡ଼ିଶା […]
ରାଜଧାନୀରେ ଅଙ୍ଗନବାଡ଼ି କର୍ମୀ ଓ ସହାୟିକାଙ୍କ ଗଣଧାରଣା
ସରକାରୀ ମାନ୍ୟତା ସାଙ୍ଗକୁ ଦରମା ବୃଦ୍ଧି ଦାବିରେ ଲୋୟର ପିଏମଜିରେ ଅଙ୍ଗନବାଡ଼ି କର୍ମୀମାନେ ଗଣଧାରଣା ଦେଇଛନ୍ତି । ହଜାର ହଜାର ଅଙ୍ଗନବାଡ଼ି କର୍ମୀ ଓ ସହାୟିକା ଏକାଠି ହୋଇଛନ୍ତି । ସେମାନେ ବହିଷ୍କାର ହୋଇଥିବା କର୍ମୀଙ୍କୁ ପୁନଃନିଯୁକ୍ତି ଲାଗି ବି ଦାବି କରିଛନ୍ତି। ଭୁବନେଶ୍ୱର ୧୬-୧୨-୨୦୨୪ (ପିପିଏସ) : ସରକାରୀ ମାନ୍ୟତା ସାଙ୍ଗକୁ ଦରମା ବୃଦ୍ଧି ଦାବିରେ ଲୋୟର ପିଏମଜିରେ ଅଙ୍ଗନବାଡ଼ି କର୍ମୀମାନେ ଗଣଧାରଣା ଦେଇଛନ୍ତି । ହଜାର ହଜାର ଅଙ୍ଗନବାଡ଼ି କର୍ମୀ ଓ ସହାୟିକା ଏକାଠି […]
ନ୍ୟାୟ ପାଇଁ ଥାନାରେ ଧାରଣା
ସନ୍ଦେହ ଘେରରେ ପିସିଆର ଡ୍ରାଇଭର ମୃତ୍ୟୁ ଘଟଣା ! ପାରାଦୀପ,୧୬-୧୨-୨୦୨୪ (ପିପିଏସ) : ପାରାଦୀପ ଆଦର୍ଶ ଥାନାରେ ପିସିଆର୍ ଡ୍ରାଇଭର ଭାବେ କାର୍ଯ୍ୟ କରିଥିବା ସୁକେଶ ମଣ୍ଡଳଙ୍କ ମୃତ୍ୟୁକୁ ୫ ମାସ ପୁରି ଥିବା ଏବଂ ଏହା ଏକ ସୁପର କଳ୍ପିତ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଥିବା ବେଳେ ଏହି ଘଟଣାରେ ସଠିକ ତଦନ୍ତ ଓ ସଂପୃକ୍ତ ଅଭିଯୁକ୍ତଙ୍କୁ ଏପର୍ଯ୍ୟନ୍ତ ଗିରଫ କରାଯାଇ ପାରିନି । ଏହି ଘଟଣାର ପର୍ଦାଫାଶ କରିବା ସହ ସଂପୃକ୍ତ ଅଭିଯୁକ୍ତଙ୍କ ଗିରଫ […]
ବିସ୍ଫୋରକ ସହ ୧୩ ନକ୍ସଲ ଗିରଫ
ସୀମାନ୍ତ ଛତିଶଗଡର ସୁକମା ପୁଲିସକୁ ମିଳିଛି ବଡ ସଫଳତା। ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିବା ପାଇଁ ବିସ୍ଫୋରକ ନେଉଥିବା ୧୩ ଜଣ ନକ୍ସଲଙ୍କୁ ପୁଲିସ ଗିରଫ କରିବାରେ ସଫଳତା ହାସଲ କରିଛି। ମାଲକାନଗିରି/ଭୁବନେଶ୍ୱର ୧୬-୧୨-୨୦୨୪ (ପିପିଏସ) : ସୀମାନ୍ତ ଛତିଶଗଡର ସୁକମା ପୁଲିସକୁ ମିଳିଛି ବଡ ସଫଳତା। ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିବା ପାଇଁ ବିସ୍ଫୋରକ ନେଉଥିବା ୧୩ ଜଣ ନକ୍ସଲଙ୍କୁ ପୁଲିସ ଗିରଫ କରିବାରେ ସଫଳତା ହାସଲ କରିଛି। ଚିନ୍ତଲନାର ଥାନା ଅଂଚଳର ନକ୍ସଲମାନେ ବୋଲି ପୁଲିସ କହିଛି। […]
ଭୁବନେଶ୍ୱରରେ ପ୍ରତିଷ୍ଠା ହେବ କମ୍ପ୍ରେସଡ ବାୟୋଗ୍ୟାସ ପ୍ଲାଣ୍ଟ
ବର୍ଜ୍ୟବସ୍ତୁରୁ ପ୍ରସ୍ତୁତ ହେବ ଗ୍ୟାସ। ଏନେଇ ଭୁବନେଶ୍ୱରରେ ପ୍ରତିଷ୍ଠା ହେବ କମ୍ପ୍ରେସଡ ବାୟୋଗ୍ୟାସ ପ୍ଲାଣ୍ଟ। ଏହାଦ୍ୱାରା ଓଦା ଓ ପରିବା ବର୍ଜ୍ୟବସ୍ତୁର ପ୍ରକ୍ରିୟାକରଣରୁ ପ୍ରସ୍ତୁତ ହେବ ସିଏନଜି ଗ୍ୟାସ। ଭୁବନେଶ୍ୱର ୧୬-୧୨-୨୦୨୪ (ପିପିଏସ) : ବର୍ଜ୍ୟବସ୍ତୁରୁ ପ୍ରସ୍ତୁତ ହେବ ଗ୍ୟାସ। ଏନେଇ ଭୁବନେଶ୍ୱରରେ ପ୍ରତିଷ୍ଠା ହେବ କମ୍ପ୍ରେସଡ ବାୟୋଗ୍ୟାସ ପ୍ଲାଣ୍ଟ। ଏହାଦ୍ୱାରା ଓଦା ଓ ପରିବା ବର୍ଜ୍ୟବସ୍ତୁର ପ୍ରକ୍ରିୟାକରଣରୁ ପ୍ରସ୍ତୁତ ହେବ ସିଏନଜି ଗ୍ୟାସ। ଭୁବନେଶ୍ୱରର କେଶୁରା ପାଖ ମେହେରପାଲିରେ ଏହି ପ୍ଲାଣ୍ଟ ପ୍ରସ୍ତୁତ ହେବାକୁ ଥିବାବେଳେ […]
ପୁଣି ଆରମ୍ଭ ହେଲା ଅଭିଯୋଗ ଶୁଣାଣି: ଲୋକଙ୍କ ମୁଖ୍ୟମନ୍ତ୍ରୀ ଶୁଣିଲେ ଅଭିଯୋଗ
ଲୋକଙ୍କ ମୁଖ୍ୟମନ୍ତ୍ରୀଙ୍କ ଲୋକଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମର ଆଜି ଥିଲା ଷଷ୍ଠ ପାଳି। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଦାୟିତ୍ୱ ନେବା ପରଠାରୁ ସବୁ ସମୟରେ ସାଧାରଣ ଲୋକଙ୍କୁ ଭେଟିବା, ସେମାନଙ୍କ ସୁଖଦୁଃଖ ଶୁଣିବା ସହିତ ସେମାନଙ୍କ ସମସ୍ୟାର ସମାଧାନ ଉପରେ ଗୁରୁତ୍ୱ ଦେଇ ଆସିଛନ୍ତି। ଭୁବନେଶ୍ୱର ୧୬-୧୨-୨୦୨୪ (ପିପିଏସ) : ଲୋକଙ୍କ ମୁଖ୍ୟମନ୍ତ୍ରୀଙ୍କ ଲୋକଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମର ଆଜି ଥିଲା ଷଷ୍ଠ ପାଳି। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଦାୟିତ୍ୱ ନେବା […]
ଖେଳ ପଡିଆକୁ ନେଇ ରାଜନୀତି, ଧାରଣାରେ ବସିଲେ କର୍ପୋରେଟର
କଟକ,୧୬-୧୨-୨୦୨୪ (ପିପିଏସ) : ସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ କର୍ପୋରେଟର ଧାରଣା ଦେଇଛନ୍ତି । କଟକ ଯୋବ୍ରା ପୌର ସରକାରୀ ଉଚ୍ଚ ବିଦ୍ୟାଳୟରେ ବ୍ୟାପକ ଅର୍ଥ ହେରଫେର, ଅଭିଭାବକଙ୍କୁ ଦୁର୍ବ୍ୟବହାର ଅଭିଯୋଗ ପ୍ରତିବାଦରେ ପ୍ରଧାନ ଶିକ୍ଷୟିତ୍ରୀ ଅଫିସ ସମ୍ମୁଖରେ ଧାରଣରେ ବସିରହିଲେ ୪୧ ନମ୍ବର ୱାର୍ଡ କର୍ପୋରେଟର ସ୍ଵର୍ଣପ୍ରଭା ପସାୟତଙ୍କ ସହ ପୁରାତନ ଛାତ୍ର। ପୂର୍ବତନ ଛାତ୍ର ଓ ସ୍ଥାନୀୟ ପିଲାଙ୍କୁ ବିଦ୍ୟାଳୟ ଖେଳ ପଡ଼ିଆ ମନା କରିବା, ବନ୍ଧୁ ମିଳନ ପାଇଁ ପ୍ରଧାନ ଶିକ୍ଷୟିତ୍ରୀ […]
ବାଲିମେଳା ଗସ୍ତରେ ଉପ ମୁଖ୍ୟମନ୍ତ୍ରୀ
ନୂତନ ଛାତ୍ରାବାସର କଲେ ଉଦଘାଟନ, ଜଳ ବିଦ୍ୟୁତ କେନ୍ଦ୍ରର ସମୀକ୍ଷା ବୈଠକରେ ଦେଲେ ଯୋଗ ମାଲକାନଗିରି/ଭୁବନେଶ୍ୱର ୧୬-୧୨-୨୦୨୪ (ପିପିଏସ) : ମାଲକାନଗିରି ଜିଲ୍ଲା ବାଲିମେଳା ଏନଏସି ଗସ୍ତରେ ଆଜି ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଆସିଥିଲେ। ସହରର ଗୋପବନ୍ଧୁ ଛକ ନିକଟରେ ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ ଙ୍କ ସମେତ ବିଜେପି ଦଳୀୟ କର୍ମକର୍ତ୍ତା ପହଞ୍ଚି ଫୁଲତୋଳା ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ପରେ ଦଳୀୟ କର୍ମକର୍ତ୍ତା ବିଶାଳ ପଦଯାତ୍ରା ମାଧ୍ୟମରେ ଆଦିବାସୀ ବାଦ୍ୟ ର […]
ମାଲକାନଗିରି ଜିଲ୍ଲାରେ ଆରମ୍ଭ ହେଲା ଧାନ ମଣ୍ଡି ।
ଉଦ୍ଘାଟନ କଲେ ଉପମୁଖ୍ୟମନ୍ତ୍ରୀ ମାଲକାନଗିରି/ଭୁବନେଶ୍ୱର ୧୬-୧୨-୨୦୨୪ (ପିପିଏସ) : ମାଲକାନଗିରି ଜିଲ୍ଲାରେ ଖୋଲିଲା ଧାନ ମଣ୍ଡି । ଧାନ ମଣ୍ଡିକୁ ଉଦଘାଟନ କରିଛନ୍ତି ଉପ ମୁଖ୍ଯମନ୍ତ୍ରୀ ତଥା କୃଷି ମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ। ଚଳିତ ବର୍ଷ ମାଲକାନଗିରି ଜିଲ୍ଲାରୁ 9 ଲକ୍ଷ 24 ହଜାର କୁଇଣ୍ଟାଲ ଧାନ କିଣିବା ଲାଗି ରାଜ୍ୟ ସରକାର ସ୍ଥିର କରିଛନ୍ତି । ହେଲେ ପୂର୍ବପରି ଚାଷୀଙ୍କୁ ଆଉ ଓଦା ଧାନ କହି କଟନି ଛଟନି କରି ପାରିବେ ନାହିଁ ମିଲର […]