ରାହୁଲ ଗାନ୍ଧୀଙ୍କୁ ସୁପ୍ରିମକୋର୍ଟଙ୍କ କଡ଼ା ଭର୍ତ୍ସନା
ନୂଆଦିଲ୍ଲୀ: ଏସଆଇରକୁ ନେଇ ବିରୋଧିଙ୍କ ଚାଲିଛି ଆନ୍ଦୋଳନ। ଏହାକୁ ନେଇ ଇଣ୍ଡି ମେଣ୍ଟ ସହ ଅନ୍ୟ ଦଳ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରୁଛି। ଏହାକୁ ନେଇ ନିକଟରେ ରାହୁଲ ଗାନ୍ଧୀ ଏବଂ ବିରୋଧି ଦଳ ନେତାମାନେ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଶୋଭାଯାତ୍ରା ବାହାର କରିଥିଲେ। ଏବେ ଏହାକୁ ନେଇ ରାହୁଲ ଗାନ୍ଧୀଙ୍କୁ କଡା ଭର୍ତ୍ସନା କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ପ୍ରଧାନ ବିଚାରପତି ସିଜେଆଇ ସୂର୍ଯ୍ୟକାନ୍ତ କହିଛନ୍ତି, ଏଭଳି ନୁହେଁ ସେ ବାସ୍ତବିକତା କ’ଣ ତାହା ଜାଣିନାହାନ୍ତି। ସେ କହିଛନ୍ତି, କେହି ବି ନ୍ୟାୟପାଳିକାକୁ ଡରାଇ କିମ୍ବା ଧମକାଇ ପାରିବେନି।’

ସିଜେଆଇ ସୂର୍ଯ୍ୟକାନ୍ତ କହିଛନ୍ତି, ଆମେ କୌଣସି ଉଚ୍ଚ ମହଲାରେ ବସିଥିବା ବ୍ୟକ୍ତି ନୁହେଁ। ଆମକୁ ଜଣା ଅଛି ବାହାରେ କ’ଣ ବୟାନ ଦେଉଛନ୍ତି ଆଉ କୋର୍ଟରେ କ’ଣ କହୁଛନ୍ତି। ଆମକୁ ସବୁ ଜଣାଅଛି। ଚିଫ୍ ଜଷ୍ଟିସ୍ ରାହୁଲ ଗାନ୍ଧୀଙ୍କ ପକ୍ଷରୁ କୋର୍ଟରେ ହାଜର ହୋଇଥିବା ଓକିଲ କପିଲ ସିବଲ୍ କହିଛନ୍ତି, ନୋଟିସ୍ ଜାରି କରିବାର ଅର୍ଥ ଏହା ନୁହେଁ ଯେ, ଆମେ କୌଣସି ଜିନିଷକୁ ନିନ୍ଦା କରୁଛୁ। କିନ୍ତୁ ଏହା ପୂର୍ବରୁ ଏକ ଆପତ୍ତି ରହିଛି। ଆମେ ପରବର୍ତ୍ତୀ ଶୁଣାଣିର ତାରିଖ ଉପରେ ଆବେଦନକାରୀଙ୍କ ଭିତରୁ ଜଣଙ୍କୁ ତାଙ୍କ ବ୍ୟବହାର ବିଷୟରେ ପଚାରିବାକୁ ଚାହିଁବୁ।’ ଉଲ୍ଲେଖନୀୟ ଯେ, ରାହୁଲ ଗାନ୍ଧୀ ଓ ବିରୋଧି ଦଳଙ୍କର ଅନ୍ୟ ନେତାମାନେ ୧୨ ଅକ୍ଟୋବରରେ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଶୋଭାଯାତ୍ରା ବାହାର କରିଥିଲେ। ସେ ନିର୍ବାଚନ କମିଶନ୍ଙ୍କ ଦ୍ବାରା ଚଳାଯାଇଥିବା ଏସଆଇଆର ପକ୍ରିୟାକୁ ଚ୍ୟାଲେଞ୍ଜ ଦେଇ ନିଜର ଆବେଦନପତ୍ର ପ୍ରଦାନ କରିଥିଲେ। ଏହା ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ ଦାଖଲ କରାଯାଇଥିଲା।
