1 min read

ସାଇବର ଠକଙ୍କ ଆକାଉଣ୍ଟରୁ ଫେରିଲା ୨୪.୬ ଲକ୍ଷ: ଫେରିପାଇଲେ ମେଘାଳୟର ୨ ଯୁବତୀ

ଭୁବନେଶ୍ୱର ୨୧-୧୨-୨୦୨୪ ( ପିପିଏସ ) : କମିସନରେଟ୍‌ ପୁଲିସର ସାଇବର ଥାନାକୁ ମିଳିଛି ବଡ଼ ସଫଳତା। ସାଇବର ଠକ ରୢାକେଟ୍‌ର ମାଷ୍ଟରମାଇଣ୍ଡ୍‌କୁ ଧରିବା ସମ୍ଭବ ହୋଇ ନଥିଲେ ମଧ୍ୟ ଲୁଟ୍‌ର ଶିକାର ହୋଇଥିବା ଯୁବତୀଙ୍କୁ ୨୪ ଲକ୍ଷ ୬୦ ହଜାର ଟଙ୍କା ଫେରାଇବାକୁ ସକ୍ଷମ ହୋଇଛି ପୁଲିସ। ମାଷ୍ଟରମାଇଣ୍ଡ୍‌କୁ ଗିରଫ କରିବାକୁ ଉଦ୍ୟମ ଜାରି ରହିଛି। ଭୁବନେଶ୍ବର ଏମ୍‌ସରେ ଚାକିରି କରିଥିବା ମେଘାଳୟର ୨ ଯୁବତୀ ୨୦୨୩ ଅକ୍ଟୋବର ମାସରେ ଏହି ଠକାମିର ଶିକାର ହୋଇଥିଲେ। […]

1 min read

ପୁରୁଣା ଗାଡ଼ି ବିକ୍ରି ଉପରେ ଲାଗିବ ୧୮% ଜିଏସଟି

ନୂଆଦିଲ୍ଲୀ/ଭୁବନେଶ୍ୱର ୨୧-୧୨-୨୦୨୪ ( ପିପିଏସ ) : ଯଦି ଆପଣ ନିଜର ପୁରୁଣା କାରକୁ ବିକ୍ରି କରି ସେହି ଟଙ୍କାରେ ନୂଆ କାର୍ କିଣିବାକୁ ଚିନ୍ତା କରୁଛନ୍ତି, ତେବେ ଆପଣଙ୍କ ପାଇଁ ଚିନ୍ତାର ଖବର ଆସିଛି, କାରଣ ସରକାର ପୁରୁଣା ଗାଡି ବିକ୍ରି ଉପରେ ଜିଏସଟି ହାର ୧୮%କୁ ବୃଦ୍ଧି କରିଛନ୍ତି। ଶନିବାର ରାଜସ୍ଥାନର ଜୟସେଲମେରରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୫୫ ତମ ଜିଏସଟି ପରିଷଦ ବୈଠକରେ ଏ ନେଇ ନିଷ୍ପତ୍ତି ନିଆଯାଇଛି।  […]

1 min read

 ଭାରତୀୟ ପ୍ରଧାନମନ୍ତ୍ରୀଙ୍କୁ କୁଏତ ଆସିବାକୁ ୪୦ ବର୍ଷ ଲାଗିଗଲା : ମୋଦୀ

ନୂଆଦିଲ୍ଲୀ/ଭୁବନେଶ୍ୱର ୨୧-୧୨-୨୦୨୪ ( ପିପିଏସ ) : କୁଏତର କ୍ୟାନଭାସରେ ଭାରତୀୟତାର ରଙ୍ଗ ରହିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ସହରର ଶେଖ୍ ସାଦ୍ ଅଲ୍ ଅବଦୁଲ୍ଲା ଇନ୍ଡୋର ସ୍ପୋର୍ଟସ୍ କମ୍ପ୍ଲେକ୍ସରେ ଆୟୋଜିତ କମ୍ୟୁନିଟି ଇଭେଣ୍ଟ ‘ହାଲା ମୋଦୀ’ରେ ଭାରତୀୟମାନଙ୍କୁ ସମ୍ବୋଧିତ କରି ସେ କହିଛନ୍ତି, ମୁଁ ଅଢ଼େଇ ଘଣ୍ଟା ପୂର୍ବରୁ ଏଠାରେ ପହଞ୍ଚିଛି। ଆପଣମାନଙ୍କୁ ଦେଖିଲେ ଲାଗୁଛି ଏଠାରେ ଏକ ମିନି ଭାରତ ସୃଷ୍ଟି ହୋଇଛି । ଭାରତର କୋଣ ଅନୁକୋଣରୁ ଭିନ୍ନ ଭିନ୍ନ […]

1 min read

ଆଉରଙ୍ଗଜେବଙ୍କ ପରିବାର ଲୋକ ଏବେ ରିକ୍ସା ଚଳାଉଛନ୍ତି: ଯୋଗୀ

ନୂଆଦିଲ୍ଲୀ/ଭୁବନେଶ୍ୱର ୨୧-୧୨-୨୦୨୪ ( ପିପିଏସ ) : ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଯୋଧ୍ୟା ଧାମର ଆଶ୍ରାଫି ଭବନ ଆଶ୍ରମରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ସମାବେଶକୁ ସମ୍ବୋଧିତ କରି କହିଛନ୍ତି ଯେ ସନାତନ ଧର୍ମ ହେଉଛି ଭାରତର ରାଷ୍ଟ୍ରୀୟ ଧର୍ମ ଏବଂ ଏହାକୁ ସୁରକ୍ଷିତ ରଖିବା ଆମ ସମସ୍ତଙ୍କର କର୍ତ୍ତବ୍ୟ। ଧର୍ମ ଏବଂ ସଂସ୍କୃତି ମାଧ୍ୟମରେ ସମାଜରେ ସକରାତ୍ମକତା ଏବଂ ଶାନ୍ତି ବିସ୍ତାର ହୋଇଛି ବୋଲି ସେ […]

1 min read

ଜାନୁଆରିରେ ୨୦ଲକ୍ଷଙ୍କୁ ସୁଭଦ୍ରା ଟଙ୍କା

ଭୁବନେଶ୍ୱର ୨୧-୧୨-୨୦୨୪ ( ପିପିଏସ ) : ରାଜ୍ୟ ସରକାରଙ୍କ ବହୁ ପ୍ରତୀକ୍ଷିତ ’ସୁଭଦ୍ରା ଯୋଜନା’ର ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ପାଇବା ପାଇଁ ଆବେଦନକାରୀମାନେ ଅପେକ୍ଷାରେ ଅଛନ୍ତି। ଅପେକ୍ଷାରତ ଅବେଦନକାରୀଙ୍କୁ କେବେ ଟଙ୍କା ମିଳିବ ସେନେଇ ଯଦିଓ ବିଦ୍ଧିବଦ୍ଧ ଭାବେ ତାରିଖ ଘୋଷଣା ହୋଇନାହିଁ, ସମ୍ଭବତଃ ଏହା ଆଗାମୀ ଜାନୁଆରିରେ ମିଳିବ ବୋଲି ଆଶା କରାଯାଉଛି। ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବଡ଼ ଅପ୍‌ଡେଟ୍‌ ଦେଇଛନ୍ତି। ରାଜ୍ୟ ସରକାର […]

1 min read

ଆହୁରି ମହଙ୍ଗା ହେବ ବିଜୁଳି

ଓଇଆର୍‌ସିକୁ ଗ୍ରିଡ୍‌କୋର ପ୍ରସ୍ତାବ ଭୁବନେଶ୍ୱର ୨୧-୧୨-୨୦୨୪ ( ପିପିଏସ ) : ମାଡ଼ି ଆସୁଛି ମହଙ୍ଗା‌ ଯୁଗ। ବିଜୁଳି ପାଇଁ ଗଣିବାକୁ ପଡ଼ିବ ଅଧିକ ଟଙ୍କା। ୨୦୨୫-୨୬ରେ ବିଦ୍ୟୁତ୍‌ ପାଇକାରୀ ମୂଲ୍ୟ ୟୁନିଟ୍‌ ପିଛା ୫୪ ପଇସା ବୃଦ୍ଧି ପାଇ ୩ ଟଙ୍କା ୮୨ ପଇସା ହେବାର ଆଶଙ୍କା ଦେଖାଦେଇଛି। ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ (ଓଇଆର୍‌ସି) ନିକଟରେ ଗ୍ରିଡ୍‌କୋ ଦାଖଲ କରାଯାଇଥିବା ବାର୍ଷିକ ରାଜସ୍ବୂ ଆବଶ୍ୟକତା ଦରଖାସ୍ତରେ ବିଦ୍ୟୁତ୍‌ ଶୁଳ୍କ ବଢ଼ାଇବାକୁ ପ୍ରସ୍ତାବ ଦିଆଯାଇଛି। ୨୦୨୩-୨୪ରେ […]

1 min read

ଆସନ୍ତାକାଲିଠାରୁ କମିବ ବର୍ଷା, ୪୮ ଘଣ୍ଟା ରହିବ ଘନକୁହୁଡ଼ି

ଭୁବନେଶ୍ୱର ୨୧-୧୨-୨୦୨୪ ( ପିପିଏସ ) : ଆଗାମୀ ୨୪ ଘଣ୍ଟା ପର୍ଯ୍ୟନ୍ତ ଉପକୂଳବର୍ତ୍ତି ଜିଲ୍ଲାଗୁଡ଼ିକରେ ଅନେକ ସ୍ଥାନରେ ହଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଏହା ସହ ଏହାର ଆଖପାଖ ଅଞ୍ଚଳରେ ମଧ୍ୟ ବିକ୍ଷିପ୍ତ ବର୍ଷା ରହିବ। ଅଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ଆଜିପ୍ରାୟତଃକମିଯିବମୟୂରଭଞ୍ଜ, ବାଲେଶ୍ଵର, ଭଦ୍ରକ, କେନ୍ଦ୍ରାପଡ଼ା,ଜଗତସିଂପୁର,ଗଞ୍ଜାମ,ଗଜପତି, ରାୟଗଡ଼ା, ଯାଜପୁର, କଳାହାଣ୍ଡି,କନ୍ଧମାଳ , ଢେଙ୍କାନାଳ,ଖୋର୍ଦ୍ଧା,କଟକ,ଝାରସୁଗୁଡ଼ା ଜିଲ୍ଲାରେ ଅଧିକ ବର୍ଷା ରହିବ। ମାଲକାନଗିରି,ନୂଆପଡ଼ା, ବଲାଙ୍ଗିର, ନବରଙ୍ଗପୁର,ବରଗଡ଼, ସୋନପୁରରେ ଆଜି କମିପରେ ବର୍ଷା। ଆଜି ଅନେକ ସ୍ଥାନରେ ବର୍ଷା ରହିବ। କିନ୍ତୁ ଆସନ୍ତାକାଲିଠୁଁବହୁ ପରିମାଣରେ କମିବ ବର୍ଷା। ଏନେଇ ସୂଚନା ଦେଇଛନ୍ତି […]

1 min read

ଧାନ ନଷ୍ଟ ହେଲେ ଦିଆଯିବ କ୍ଷତିପୂରଣ: ସମବାୟ ମନ୍ତ୍ରୀ

ଭୁବନେଶ୍ୱର ୨୧-୧୨-୨୦୨୪ ( ପିପିଏସ ) : ଧାନ ନଷ୍ଟ ହେଲେ ଦିଆଯିବ କ୍ଷତିପୂରଣ। ଏନେଇ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ସୂଚନା ଦେଇଛନ୍ତି। ବଙ୍ଗୋପସାଗରରେ ସକ୍ରିୟ ଅବପାତ ପାଇଁ ରାଜ୍ୟରେ ୨ ଦିନ ଧରି ବର୍ଷା ଜାରି ରହିଥିବା ହେତୁ ଚାଷୀ ଚିନ୍ତାରେ ଅଛନ୍ତି। ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତଙ୍କ ଏହି ଘୋଷଣା ଚାଷୀଙ୍କ ମନରେ ନୂଆ ଆଶାର ସଞ୍ଚାର କରିବ। ଧାନ ନଷ୍ଟ ହେଲେ କ୍ଷତିପୂରଣ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି । ମଣ୍ଡିରେ […]

1 min read

୩୭୮ ଗ୍ରାମ ବ୍ରାଉନ ସୁଗାର ଜବତ, ୨ ଅଭିଯୁକ୍ତ ଗିରଫ

ପିପିଲି/ଭୁବନେଶ୍ୱର ୨୧-୧୨-୨୦୨୪ ( ପିପିଏସ ) : ରାଉରକେଲାରୁ ପୁରୀକୁ ବ୍ରାଉନ ସୁଗାର ନେଇ ଆସୁଥିବା ବେଳେ ପୁରୀ ଅବକାରୀ ବିଭାଗ ଏକ କାର୍ ସହିତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିବାର ସୂଚନା ମିଳିଛି। ଉଭୟଙ୍କ ଜାମିନ ନାମଞ୍ଜୁର ହେବା ପରେ ପୁରୀ କାରାଗାରକୁ ପଠାଇ ଦିଆଯାଇଛି। ଦୁଇ ଅଭିଯୁକ୍ତ ହେଲେ ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ମୁସଲିମପଡ଼ାର ଇମାମ୍ ଅହମ୍ମଦ ରାଜା(୨୭) ଏବଂ ରାଉଲକେଲା ପ୍ଲାଣ୍ଟସାଇଟ ଅଞ୍ଚଳର ମହମ୍ମଦ ଆବୁ ତଲହା(୨୯)। ଉଭୟଙ୍କଠାରୁ ୩୭୮ ଗ୍ରାମ ବ୍ରାଉନ ସୁଗାର ଜବତ […]

1 min read

ଭଦ୍ରକରେ ବୟନ ପାର୍କ ପ୍ରତିଷ୍ଠା

 ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ ଭଦ୍ରକ/ଭୁବନେଶ୍ୱର ୨୧-୧୨-୨୦୨୪ ( ପିପିଏସ ) : ଭଦ୍ରକରେ ବୟନ ପାର୍କ ପ୍ରତିଷ୍ଠା ପାଇଁ  ୪ ହଜାର ୩ ଶହ ୮୨ କୋଟି ଟଙ୍କା ବିନିଯୋଗ କରିବାକୁ ଇଣ୍ଡିଆନ୍ ଅଏଲ୍ ଅନୁମୋଦନ କରିଥିବା ହେତୁ ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ତୈଳ ଓ ପ୍ରାକୃତିକ ଗ୍ୟାସ୍ ବିଭାଗ ମନ୍ତ୍ରୀ ହରଦୀପ ସିଂପୁରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହାଛଡ଼ା ଇଣ୍ଡିଆନ୍ ଅଏଲ୍ କୁ ବି ଧନ୍ୟବାଦ ଦେଇଛନ୍ତି […]