1 min read

ଅଦିନିଆ ବର୍ଷାକୁ ପ୍ରାକୃତିକ ବିପର୍ଯ୍ୟୟ ଘୋଷଣା

ଫସଲ ବୀମା କରିନଥିବା ଚାଷୀଙ୍କୁ ମିଳିବ ୨୯୧.୫୯ କୋଟି ଟଙ୍କାର ସହାୟତା ଭୁବନେଶ୍ୱର ୦୩-୦୧-୨୦୨୫(ପିପିଏସ) : କୃଷି ଓଡ଼ିଶା କାର୍ଯ୍ୟକ୍ରମରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ଼ ଘୋଷଣା କରିଛନ୍ତି। ଏଥିରେ ଅଦିନିଆ ବର୍ଷାକୁ ପ୍ରାକୃତିକ ବିପର୍ଯ୍ୟୟ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ସେ କହିଛନ୍ତି, ଏଣିକି ଅଦିନିଆ ବର୍ଷାରେ ଫସଲ କ୍ଷତିଗ୍ରସ୍ତ ହେଲେ କ୍ଷତିଗ୍ରସ୍ତ ଚାଷୀଙ୍କୁ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନାର ରିଲିଫ୍‌ ପାଣ୍ଠିରୁ ସହାୟତା ଦିଆଯିବ। ୩୩ ପ୍ରତିଶତରୁ ଅଧିକ ଫସଲ ନଷ୍ଟ ହୋଇଥିଲେ […]

1 min read

କଲବଲ କରିବ ଶୀତ

ରାଜ୍ୟରେ ଶୀତଲହରୀ ଜାରି: ଦୁଇ ଦିନ ପରେ ପାରା ୩ଡିଗ୍ରି କମିବା ସମ୍ଭାବନା ଭୁବନେଶ୍ୱର ୦୩-୦୧-୨୦୨୫(ପିପିଏସ) : ବିଗତ କିଛି ଦିନ ହେଲା ପୂରା ଦେଶରେ ଶୀତର ପ୍ରଭାବ ଅନୁଭୂତ ହୋଇଛି। ଏଥିରୁ ଓଡ଼ିଶା ମଧ୍ୟ ବାଦ୍‌ ପଡ଼ିନାହିଁ। ସଂଜ ନଇଁଲେ ଶୀତ ବାଘ ଭଳି ମାଡ଼ିବସୁଛି। ବରିଷ୍ଠ ନାଗରିକ ଓ ପଶୁପକ୍ଷୀଙ୍କୁ ଶୀତ କଲବଲ କରୁଛି। ରାଜ୍ୟରେ ଶୀତଲହରୀ ଆହୁରି କିଛି ଦିନ ଯାଏଁ ଜାରି ରହିବ। କିନ୍ତୁ ଦୁଇ ଦିନ ପରେ ପାଣିପାଗରେ ସାମାନ୍ୟ […]

1 min read

ବରଗଡରେ ମହାରାଜା କଂସଙ୍କ ରାଜୁତି ଆରମ୍ଭ

ବରଗଡ଼/ଭୁବନେଶ୍ୱର ୦୩-୦୧-୨୦୨୫(ପିପିଏସ) : ବିଶ୍ବପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଶୁକ୍ରବାର ଠାରୁ ଆରମ୍ଭ ହୋଇଯାଇଛି। ଧନୁଯାତ୍ରା ମହୋତ୍ସବ ସମିତି ପକ୍ଷରୁ ଆୟୋଜିତ ଏହି ମହୋତ୍ସବ ହାଟପଦାସ୍ଥିତ ରାଜଦରବାରରେ ଉଦ୍‌ଘାଟନ ‌ହୋଇଛି। ଏଥି ସହିତ ୧୧ ଦିନ ଚାଲିବାକୁ ଥିବା ଧନୁଯାତ୍ରାରେ ମହାରାଜ କଂସଙ୍କ ରାଜୁତି ଆରମ୍ଭ ହୋଇଯାଇଛି। ଦ୍ବାପରଯୁଗରେ ଭଗବାନ କୃଷ୍ଣ କରିଥିବା ଲୀଳାଖେଳାକୁ ଆଧାର କରି ପୌରାଣିକ କଥାବସ୍ତୁ ଉପରେ ବରଗଡ଼କୁ ମଥୁରାନଗରୀ ଭାବେ ଉପସ୍ଥାପନା କରାଯାଇଛି। ସେହିପରି ଅମ୍ବାପାଲି ଗୋପପୁରରେ ପରିଣତ ହୋଇଛି। ଆସନ୍ତା ୧୩ […]

1 min read

ରାଜ୍ୟ ବଜେଟ୍‌ ପାଇଁ ଜନସାଧାରଣ ଦେଇପାରିବେ ମତାମତ: ଅର୍ଥ ବିଭାଗ

ରାଜ୍ୟ ସରକାରଙ୍କ ଅର୍ଥ ବିଭାଗ ଜନସାଧାରଣଙ୍କଠାରୁ ଆରମ୍ଭ କରି ବିଭିନ୍ନ ସଂଗଠନ ଓ ସଂସ୍ଥାଠୁ ମତାମତ ଲୋଡ଼ିଛି। କେଉଁ କ୍ଷେତ୍ର ପାଇଁ ବଜେଟ୍‌ କିଭଳି ହେବା ଦରକାର ସର୍ବସାଧାରଣ ମତାମତ ଦେଇପାରିବେ। ଏହି ମତାମତ ଚଳିତମାସ ୩୧ତାରିଖ ପର୍ଯ୍ୟନ୍ତ ପଠାଇ ପାରିବେ। ଭୁବନେଶ୍ୱର ୦୩-୦୧-୨୦୨୫(ପିପିଏସ) : ଆର୍ଥିକ ବର୍ଷ ୨୦୨୪-୨୫ ସରିସରି ଆସୁଥିବା ‌ବେଳେ ଆଗାମୀ ଆର୍ଥିକ ବର୍ଷ ପାଇଁ ରାଜ୍ୟ ସରକାର ପ୍ରାକ୍‌ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ରାଜ୍ୟର ବିକାଶ ପାଇଁ କେଉଁ ବିଭାଗକୁ କେତେ […]

1 min read

ପୁରୀ ବିମାନବନ୍ଦରକୁ ଶୀଘ୍ର ମଞ୍ଜୁରି: ଆରମ୍ଭ ହେବ ଜମି ଅଧିଗ୍ରହଣ

ଖୁବ୍‌ଶୀଘ୍ର ପୂରଣ ହେବାକୁ ଯାଉଛି ଓଡ଼ିଶାର ନୂଆ ଅନ୍ତର୍ଜାତୀୟ ବିମାନବନ୍ଦର ସ୍ବପ୍ନ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କ୍ଷେତ୍ର ପୁରୀରେ ତିଆରି ହେବାକୁ ଥିବା ବିମାନବନ୍ଦରକୁ ଖୁବ୍‌ଶୀଘ୍ର ନୀତିଗତ ମଞ୍ଜୁରି ମିଳିବ। ଭୁବନେଶ୍ୱର ୦୩-୦୧-୨୦୨୫(ପିପିଏସ) : ଖୁବ୍‌ଶୀଘ୍ର ପୂରଣ ହେବାକୁ ଯାଉଛି ଓଡ଼ିଶାର ନୂଆ ଅନ୍ତର୍ଜାତୀୟ ବିମାନବନ୍ଦର ସ୍ବପ୍ନ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କ୍ଷେତ୍ର ପୁରୀରେ ତିଆରି ହେବାକୁ ଥିବା ବିମାନବନ୍ଦରକୁ ଖୁବ୍‌ଶୀଘ୍ର ନୀତିଗତ ମଞ୍ଜୁରି ମିଳିବ। କେନ୍ଦ୍ର ସରକାର ଦେଶର ତିନିଟି ନୂଆ ବିମାନବନ୍ଦର କାର୍ଯ୍ୟ ଆଗକୁ ବଢ଼ାଇବା ଲାଗି […]

1 min read

୩୮ ତମ ସ୍ୱଧୀନତାସଂଗ୍ରାମୀ ଦିବସ ମାହୋତ୍ସବ

‘ସ୍ୱଧୀନତାସଂଗ୍ରାମକୁ ଦିଶା ଦେଖାଉଥିଲେ ମହତାବ ‘ ଉତ୍କଳକେଶରୀ ଡକ୍ଟର ହରେକୃଷ୍ଣ ମହତାବଙ୍କର ସ୍ୱାଧୀନତା ଆନ୍ଦୋଳନରୁ ଆରମ୍ଭକରି ନବଓଡ଼ିଶା ନିର୍ମାଣରେ ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ ଥିଲା । ସେ ସ୍ୱାଧୀନ ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ ଓ ପ୍ରଥମ ମୁଖ୍ୟମନ୍ତ୍ରୀ ଥିଲେ । ତାଙ୍କ ୧୨୫ତମ ଜନ୍ମବାର୍ଷିକୀକୁ ଏଥର ଦେଶବ୍ୟାପୀ ପାଳନ କରାଯାଉଛି । ଗୃହମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ରାଷ୍ଟ୍ରୀୟ କମିଟି ଗଠିତ ହୋଇଛି ଏବଂ ରାଜ୍ୟରେ ମଧ୍ୟ ସରକାର ବିଭିନ୍ନ କାର୍ଯ୍ୟକ୍ରମ କରୁଛନ୍ତି । ମହତାବଙ୍କ ସ୍ମୃତିରେ ଏକ […]

1 min read

ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ବଦଳିଲେ

ମୁଖ୍ୟମନ୍ତ୍ରୀ ‌ମୋହନ ଚରଣ ମାଝୀଙ୍କ ବ୍ୟକ୍ତିଗତ ସଚିବ ବଦଳିଛନ୍ତି। ଏହି ପଦବୀ‌ରେ କାର୍ଯ୍ୟ କରୁଥିବା ଅରିନ୍ଦମ ଡାକୁଆଙ୍କୁ ବଦଳି କରାଯାଇଛି। ଅରିନ୍ଦମ ହେଉଛନ୍ତି ୨୦୧୧ ବ୍ୟାଚ୍ ଆଇଏଏସ୍ ଅଫିସର ଭୁବନେଶ୍ୱର ୦୨-୦୧-୨୦୨୫(ପିପିଏସ ) : ମୁଖ୍ୟମନ୍ତ୍ରୀ ‌ମୋହନ ଚରଣ ମାଝୀଙ୍କ ବ୍ୟକ୍ତିଗତ ସଚିବ ବଦଳିଛନ୍ତି। ଏହି ପଦବୀ‌ରେ କାର୍ଯ୍ୟ କରୁଥିବା ଅରିନ୍ଦମ ଡାକୁଆଙ୍କୁ ବଦଳି କରାଯାଇଛି। ଅରିନ୍ଦମ ହେଉଛନ୍ତି ୨୦୧୧ ବ୍ୟାଚ୍ ଆଇଏଏସ୍ ଅଫିସର। ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ପଦରୁ ବଦଳି କରାଯାଇଛି।ତେବେ କାହିଁକି ତାଙ୍କୁ […]

1 min read

ଜନ୍ମମୃତ୍ୟୁ ପ୍ରମାଣପତ୍ର ପାଇଁ ୪ ହଜାର ଟଙ୍କା ଲାଞ୍ଚ

କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ସୁପରଭାଇଜର ଲକ୍ଷ୍ମୀ ନାରାୟଣ ମହାରଣା ଗୁରୁବାର ଜନ୍ମମୃତ୍ୟୁ ପ୍ରମାଣପତ୍ର ପ୍ରଦାନ ନିମନ୍ତେ ୪ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଭବାନୀପାଟଣା/ଭୁବନେଶ୍ୱର ୦୨-୦୧-୨୦୨୫(ପିପିଏସ ) :   କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ସୁପରଭାଇଜର ଲକ୍ଷ୍ମୀ ନାରାୟଣ ମହାରଣା ଗୁରୁବାର ଜନ୍ମମୃତ୍ୟୁ ପ୍ରମାଣପତ୍ର ପ୍ରଦାନ ନିମନ୍ତେ ୪ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ସୂଚନା […]

1 min read

ଓଡ଼ିଶାରେ ପହଞ୍ଚିଲା ପ୍ରଥମ ଡବଲ ଡେକର ବସ୍‌

ଓଡ଼ିଶାରେ ପ୍ରଥମ ଇଲେକ୍ଟ୍ରି ଡବଲ ଡେକର ବସ୍‌ ପହଞ୍ଚିଛି। ବସ୍‌ଟି ଆନ୍ଧ୍ରପ୍ରଦେଶ ବର୍ଡର ଅତିକ୍ରମ କରି ବ୍ରହ୍ମପୁରରେ ପହଞ୍ଚିଛି। ପ୍ରବାସୀ ଭାରତୀୟ ଦିବସ ଉପଲକ୍ଷେ ମହାରାଷ୍ଟ୍ରରୁ ୫ଟି ଇଲେକ୍ଟ୍ରି ଡବଲ ଡେକର ଓଡ଼ିଶା ଅଭିମୁଖେ ବାହାରିଥିଲା। ଡିସେମ୍ବର ୨୮ ତାରିଖରେ ଦୁଇଟି ବସ୍‌ ବାହାରିଥିଲା ଭୁବନେଶ୍ୱର ୦୨-୦୧-୨୦୨୫(ପିପିଏସ ) : ଓଡ଼ିଶାରେ ପ୍ରଥମ ଇଲେକ୍ଟ୍ରି ଡବଲ ଡେକର ବସ୍‌ ପହଞ୍ଚିଛି। ବସ୍‌ଟି ଆନ୍ଧ୍ରପ୍ରଦେଶ ବର୍ଡର ଅତିକ୍ରମ କରି ବ୍ରହ୍ମପୁରରେ ପହଞ୍ଚିଛି। ଏହି ବସ୍‌ରେ  ଓଡ଼ିଶାର କଳା, ସଂସ୍କୃତିର […]

1 min read

ସ୍ବାଧୀନତା ସଂଗ୍ରାମୀଙ୍କ ଭତ୍ତା ୧୦ ହଜାର ଟଙ୍କାକୁ ବୃଦ୍ଧି କଲେ ସରକାର

ସ୍ୱାଧୀନତା ସଂଗ୍ରାମୀ ଦିବସ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବଡ଼ ଘୋଷଣା କରିଛନ୍ତି। ସ୍ୱାଧୀନତା ସଂଗ୍ରାମୀଙ୍କୁ ଯଥୋଚିତ ସମ୍ମାନ ଦେବା ପାଇଁ ଅନେକ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର। କାରାବରଣ କରିଥିବା ସବୁ ସ୍ଵାଧୀନତା ସଂଗ୍ରାମୀମାନଙ୍କର ପେନସନକୁ ୧୦ହଜାରରୁ ୨୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ଭୁବନେଶ୍ୱର ୦୨-୦୧-୨୦୨୫(ପିପିଏସ ) : ସ୍ୱାଧୀନତା ସଂଗ୍ରାମୀ ଦିବସ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବଡ଼ ଘୋଷଣା କରିଛନ୍ତି। ସ୍ୱାଧୀନତା ସଂଗ୍ରାମୀଙ୍କୁ ଯଥୋଚିତ ସମ୍ମାନ ଦେବା ପାଇଁ ଅନେକ ପଦକ୍ଷେପ […]