ଅନ୍ତର୍ଜାତୀୟ
ସୁନୀତାଙ୍କୁ ଛାଡ଼ି ମହାକାଶରୁ ଫେରିଲା ବୋଇଂ ଷ୍ଟାରଲାଇନର
ନୂଆଦିଲ୍ଲୀ/ଭୁବନେଶ୍ୱର,୦୭-୦୯-୨୦୨୪(ପିପିଏସ) : ଶେଷରେ ସୁନୀତା ଓ୍ବିଲିୟମ୍ସଙ୍କୁ ମହାକାଶରେ ଛାଡ଼ି ପୃଥିବୀ ପୃଷ୍ଠକୁ ଫେରିଛି ବୋଇଂ ଷ୍ଟାରଲାଇନର କ୍ୟାପସୁଲ। ଶନିବାର ନ୍ୟୁ ମେକ୍ସିକୋର ହ୍ବାଇଟ୍ ସ୍ୟାଣ୍ଡ୍ସ ମିଜାଇଲ ରେଞ୍ଜରେ କ୍ୟାପସୁଲ୍ ସଫଳତାର ସହିତ ଅବତରଣ କରିଛି । ଫଳରେ ନାସା ମହାକାଶଚାରୀ ସୁନୀତା ଓ୍ବିଲିୟମ୍ସ ଏବଂ ବୁଚ୍ ଓ୍ବିଲମୋର ଆସନ୍ତାବର୍ଷ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସଏସ)ରେ ରହିବେ । ଏଲନ ମସ୍କଙ୍କ ସ୍ପେସ୍ଏକ୍ସ(spaceX) ସ୍ପେଶକ୍ରାଫ୍ଟ ଜରିଆରେ ସେମାନଙ୍କୁ ଫେରାଇ ଅଣାଯିବ। ବୋଇଂ ଷ୍ଟାରଲାଇନର ଆଇଏସଏସ ଛାଡ଼ିବା ପରେ […]
ସାଉଦି ଆରବରେ ଫସିଲେ ଓଡ଼ିଆ ଶ୍ରମିକ : ଉଦ୍ଧାର ଲାଗି ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ
ଭୁବନେଶ୍ୱର ୦୭-୦୯-୨୦୨୪(ପିପିଏସ) : ପେଟ ପାଟଣା ପାଇଁ କାମ କରିବାକୁ ସାଉଦି ଆରବରେ ପଳାଇଥିଲେ। ଏକ ଘରୋଇ କମ୍ପାନୀରେ ପାଣି ପାଇପରେ କାମ କରୁଥିଲେ। କିଛି ଦିନ କମ୍ପାନୀରେ କାମ କରିବା ପରେ ଏବେ କମ୍ପାନୀ କାମ ଦେଉନାହିଁ କି ସେମାନଙ୍କୁ ଦରମା ମଧ୍ୟ ଦେଉନାହିଁ। ଶ୍ରମିକମାନେ ଘରକୁ ଫେରିବାକୁ ସେମାନଙ୍କ ପାଖର ଆର୍ଥିକ ସମ୍ବଳ ନାହିଁ। ଏପରି ସ୍ଥିତିରେ ଏବେ ହାତରେ ଟଙ୍କା ନ ଥିବାରୁ ଅତି ଦୟନୀୟ ଭାବେ ଜୀବନ କାଟୁଛନ୍ତି ଓଡ଼ିଆ ଶ୍ରମିକ। […]
ପ୍ୟାରିସ ପାରାଲିମ୍ପିକ୍ସ : ୬ଷ୍ଠ ଦିନରେ ଭାରତ ଆଣିଲା ୫ ପଦକ
ନୂଆଦିଲ୍ଲୀ/ଭୁବନେଶ୍ୱର,୦୪-୦୯-୨୪(ପିପିଏସ) : ପ୍ୟାରିସ ପାରାଅଲିମ୍ପିକ୍ସରେ ଜାରି ରହିଛି ମେଡାଲ ବର୍ଷା। ଚମକୁଛନ୍ତି ଭାରତୀୟ ପାରା ଆଥଲେଟ୍। ଷଷ୍ଟ ଦିନରେ ଭାରତକୁ ମିଳିଛି ୫ଟି ପଦକ। ଏହାକୁ ମିଶାଇ ଭାରତର ମୋଟ ପଦକ ସଂଖ୍ୟା ୨୦ରେ ପହଞ୍ଚିଛି। ଷଷ୍ଠ ଦିନରେ ଜାଭଲିନ୍, ହାଇଜମ୍ପ ଓ ୪୦୦ ମିଟର ଦୌଡରୁ ୨ଟି ରୌପ୍ୟ ଓ ୩ କାଂସ୍ୟ ସହ ୫ ପଦକ ହାତେଇଛି ଭାରତ। ପ୍ରଥମେ ଦୀପ୍ତି ଜୀବନଜୀ ୪୦୦ ମିଟର ଦୌଡ଼ରେ ଫାଇନାଲରେ ଦେଶ ପାଇଁ ଏହି ସଫଳତା […]
ପ୍ୟାରିସ ପାରାଲିମ୍ପିକ୍ସ : ଭାରତ ପାଇଁ ବ୍ରୋଞ୍ଜ ଆଣିଲେ ଦୀପ୍ତି
ନୂଆଦିଲ୍ଲୀ/ଭୁବନେଶ୍ୱର,୦୪-୦୯-୨୪(ପିପିଏସ) : ପାରା ଅଲିମ୍ପିକ୍ସର ଦୌଡ଼ କୁଦରୁ ଭାରତକୁ ଆଉ ଏକ ବ୍ରୋଞ୍ଜ ପଦକ ମିଳିଛି । ଭାରତର ଦୀପ୍ତି ଜୀବନଜୀ ୪୦୦ ମିଟର ଟି୨୦ ଫାଇନାଲରେ ଦେଶ ପାଇଁ ଏହି ସଫଳତା ଆଣିଛନ୍ତି। ସେ ୫୫.୮୨ ସେକେଣ୍ଡରେ ୪୦୦ ମିଟର ଦୂରତା ଅତିକ୍ରମ କରି ତୃତୀୟ ସ୍ଥାନରେ ରହିବାକୁ ସକ୍ଷମ ହୋଇଛନ୍ତି। ଏହି ଇଭେଣ୍ଟରେ ୟୁକ୍ରେନର ଶୁଲିଆର ସ୍ୱର୍ଣ୍ଣ ଓ ତୁର୍କୀର ଆୟସେଲ ଓଣ୍ଡେର l ଦୀପ୍ତିଙ୍କ ଠାରୁ ଭାରତ ସ୍ୱର୍ଣ୍ଣ ପଦକର ଆଶା ରଖିଥିଲେ […]
ପ୍ୟାରିସ ପାରାଲିମ୍ପିକ୍ସ, ଭାରତକୁ ମିଳିଲା ଆଉ ଏକ ରୌପ୍ୟ : ୨୧ରେ ପହଁଚିଲା ପଦକ ସଂଖ୍ୟା
ନୂଆଦିଲ୍ଲୀ/ଭୁବନେଶ୍ୱର,୦୪-୦୯-୨୪(ପିପିଏସ) : ପ୍ୟାରିସ ପାରାଲିମ୍ପିକ୍ସରେ ବଢିଲା ଭାରତର ଆଉ ଏକ ପଦକ ସଂଖ୍ୟା। ସଟ ପୁଟ୍ (F46) ଇଭେଣ୍ଟରେ ଭାରତକୁ ରୌପ୍ୟ ପଦକ ମିଳିଛି। ବିଶ୍ୱ ଚାମ୍ପିଅନ୍ ସଚିନ ଖିଲାରୀ ଏହି ସଫଳତା ଭେଟି ଦେଇଛନ୍ତି। ସଟ୍ ପୁଟରେ ରୌପ୍ୟ ସହ ଭାରତର ପଦକ ସଂଖ୍ୟା ୨୧ରେ ପହଞ୍ଚିଛି। ଗତକାଲି ଇଭେଣ୍ଟର ଷଷ୍ଠ ଦିନରେ ଭାରତକୁ ପାଞ୍ଚଟି ପଦକ ମିଳିଥିଲା। ଏହି ପଦକ ସହ ଟୋକିଓ ୨୦୨୦ ପାରାଲିମ୍ପିକ ଗେମ୍ସ ଇତିହାସରେ ଭାରତ ପ୍ରଥମ ଥର ପାଇଁ […]
ଶୁଟିଂରେ ବ୍ରୋଞ୍ଜ ପଦକ ଜିତିଲେ ରୁବିନା : ଭାରତର ପଦକ ସଂଖ୍ୟା ୪ ବୃଦ୍ଧି
ନୂଆଦିଲ୍ଲୀ/ଭୁବନେଶ୍ୱର,୩୧-୦୮-୨୪(ପିପିଏସ) : ପ୍ୟାରିସ ପାରା ଅଲିମ୍ପିକ୍ସରେ ଆଜି ଭାରତ ପାଇଁ ୧୦ ମିଟର ଏୟାର ପିସ୍ତଲ (ଏସ୍ଏଚ୍ ୧) ରେ ପଦକ ଜିତିଛନ୍ତି ରୁବିନା ଫ୍ରାନ୍ସିସ। ସେ ଏହି ଇଭେଣ୍ଟରେ ଦେଶ ପାଇଁ ବ୍ରୋଞ୍ଜ ପଦକ କବଜା କରିଛନ୍ତି । ଏଥିସହ ଶୁଟିଂରେ ଭାରତର ପଦକ ସଂଖ୍ୟା ୪ ଓ ମୋଟ ଉପରେ ପାରା ଅଲିମ୍ପିକ୍ସରେ ପଦକ ସଂଖ୍ୟା ୫କୁ ବୃଦ୍ଧି ପାଇଛି। ରୁବିନା ୧୦ ମିଟର ଏୟାର ପିସ୍ତଲ (ଏସଏଚ୍ ୧)ରେ ଆରମ୍ଭରୁ ଦମ ଦେଖାଇ […]
ସ୍ୱର୍ଣ୍ଣ ପଦକ ସହ ପାରାଲିମ୍ପିକ୍ସରେ ପଦକ ଖାତା ଖୋଲିଲା ଭାରତ : ଶୁଟିଂରେ ସ୍ୱର୍ଣ୍ଣ ଓ ବ୍ରୋଞ୍ଜ
ନୂଆଦିଲ୍ଲୀ/ଭୁବନେଶ୍ୱର,୩୦-୦୮-୨୪(ପିପିଏସ) : ସ୍ୱର୍ଣ୍ଣ ପଦକ ସହ ପ୍ୟାରିସ ପାରାଲିମ୍ପିକ୍ସ ଯାତ୍ରା ଆରମ୍ଭ କରିଛି ଭାରତ। ଇଭେଣ୍ଟର ଦ୍ୱିତୀୟ ଦିନରେ ଭାରତକୁ ମିଳିଛି ଦୁଇଟି ପଦକ। ମହିଳା ଶୁଟିଂ ପ୍ରତିଯୋଗିତାରେ ଗୋଟିଏ ସ୍ୱର୍ଣ୍ଣ ଏବଂ ଗୋଟିଏ ବ୍ରୋଞ୍ଜ ଜିତିଛି ଭାରତ। ଅବନୀ ଲେଖରା ସ୍ୱର୍ଣ୍ଣ ଜିତି ଥିବାବେଳେ ମୋନା ଅଗ୍ରୱାଲ ବ୍ରୋଞ୍ଜ ବିଜୟୀ ହୋଇଛନ୍ତି। ମହିଳା 10 ମିଟର ଏୟାର ରାଇଫଲ SH1 ଇଭେଣ୍ଟରେ ଉଭୟ ଶୁଟର ପଦକ ହାସଲ କରିଛନ୍ତି। ଟୋକିଓ ପାରାଲିମ୍ପିକ୍ସରେ ମଧ୍ୟ ସ୍ୱର୍ଣ୍ଣ ଜିତିଥିଲେ […]