ପ୍ରଜାତନ୍ତ୍ର ନ୍ୟୁଜ୍

ପ୍ରଜାତନ୍ତ୍ର ପ୍ରଚାର ସମିତି ପକ୍ଷରୁ ଏକ ନିରପେକ୍ଷ ନ୍ୟୁଜ୍ ପୋର୍ଟାଲ୍

Advertisement

ପ୍ରକାଶ ପାଇଲା +2 ପ୍ରଥମ ମେରିଟ୍ ଲିଷ୍ଟ

ଭୁବନେଶ୍ୱର, ୮|୭ : ଓଡ଼ିଶାର +2 (Higher Secondary) ନାମଲେଖା ପାଇଁ SAMS Odisha ପକ୍ଷରୁ ପ୍ରଥମ ମେରିଟ୍ ଲିଷ୍ଟ ଆଜି ଅଧିକାରିକ ଭାବେ ପ୍ରକାଶ କରାଯାଇଛି। ଯେଉଁ ଛାତ୍ରଛାତ୍ରୀମାନେ Class 11 ଆଡମିଶନ ପାଇଁ ଅନଲାଇନ୍ ଆବେଦନ କରିଥିଲେ, ସେମାନେ ବର୍ତ୍ତମାନ ନିଜର ଆଲଟମେଣ୍ଟ (Selection Status) ଯାଞ୍ଚ କରିବା ସହିତ Intimation Letter ଡାଉନଲୋଡ୍ କରିପାରିବେ। ଏଥିସହ କଲେଜ୍‌ଭିତ୍ତିକ Cut-off Marks ମଧ୍ୟ ଦେଖିପାରିବେ।

କିପରି ଯାଞ୍ଚ କରିବେ Selection Status?

  • SAMS Odisha ର ଅଧିକାରିକ ପୋର୍ଟାଲକୁ ଯାଆନ୍ତୁ।
  • Higher Secondary School (+2) ବିକଳ୍ପରେ କ୍ଲିକ୍ କରନ୍ତୁ।
  • Barcode Number, Registered Mobile Number ଓ ଆବଶ୍ୟକ ବିବରଣୀ ଦେଇ ଲଗ୍‌ଇନ୍ କରନ୍ତୁ।
  • ନିଜର Selection Status ଦେଖନ୍ତୁ ଏବଂ Intimation Letter ଡାଉନଲୋଡ୍ କରନ୍ତୁ।

ଆଡମିଶନ ସମୟରେ Intimation Letter ଓ ଆବଶ୍ୟକ ଦଲିଲପତ୍ର ସହିତ ନିର୍ଦ୍ଧାରିତ କଲେଜରେ ରିପୋର୍ଟ କରିବାକୁ ପ୍ରାର୍ଥୀମାନଙ୍କୁ ପରାମର୍ଶ ଦିଆଯାଇଛି। ମେରିଟ୍ ଲିଷ୍ଟ ଓ ଆଡମିଶନ ସମ୍ବନ୍ଧୀୟ ସମସ୍ତ ଅପଡେଟ୍ କେବଳ ଅଧିକାରିକ SAMS ପୋର୍ଟାଲରେ ଉପଲବ୍ଧ ରହିବ।

Leave a Reply

Your email address will not be published. Required fields are marked *