ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗ : ୮ଟି ଯାଗାରେ ଚଢ଼ାଉ

ଢେଙ୍କାନାଳ/କଟକ,୨୨ -୮-୨୪ (ପିପିଏସ ) : ଭିଜିଲାନ୍ସ ପଞ୍ଝାରେ ରେଞ୍ଜର l ଢେଙ୍କାନାଳ ସଦର ରେଞ୍ଜର ବିଭୁଦାନନ୍ଦ ମିଶ୍ରଙ୍କ ଢେଙ୍କାନାଳ ସହର ସ୍ଥିତ କାଲଟାକ୍ସ ରତନ ବଜାର ଅଞ୍ଚଳରେ ଥିବା ବାସଭବନ ଓ କୁଞ୍ଜକାନ୍ତଠାରେ ଥିବା ସଦର ରେଞ୍ଜ କାର୍ଯ୍ୟାଳୟରେ ଗୁରୁବାର ସକାଳେ ଭିଜିଲାନ୍ସ ଚଢ଼ାଉ ହୋଇଛି। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢ଼ାଉ ହୋଇଛି। ଢେଙ୍କାନାଳ ସମେତ କଟକ ଓ ଭୁବନେଶ୍ୱରର ୮ଟି ଯାଗାରେ ଏହି ଚଢ଼ାଉ ହୋଇଛି ।

ଢେଙ୍କାନାଳ ସହର ରତନ ବଜାର ଠାରେ ପ୍ଲଟ ନମ୍ବର ୩୧୬ / ୬୦୩୪ ରେ ଥିବା ୩ ମହଲା ଘର ଓ ଫ୍ଲଟ ନମ୍ବର ୩୧୬ / ୬୫୪୦/ ୧୦୬୩୮ ରେ ଥିବା ୨ ମହଲା ଘର, କଟକ ଜିଲା ଆଠଗଡ଼ ଥାନା ଅନ୍ତର୍ଗତ ରାହାଁଗୋଳ ଠାରେ ଥିବା ଫାର୍ମ ହାଉସ, ଭୁବନେଶ୍ୱର ରସୁଲଗଡ଼ସ୍ଥିତ ବ୍ରିନ୍ଦା ବାସେରା ଜିଜିପି କଲୋନି ଠାରେ ଥିବା ୨୦୧ ନମ୍ବର ଫ୍ଲାଟ, ଆଠଗଡ ବୀରକିଶୋରପୁରଠାରେ ଥିବା ପୈତୃକ ଘର, ଢେଙ୍କାନାଳ ସହରରେ ଥିବା ସମ୍ପର୍କୀୟଙ୍କ ଘର, ତେଙ୍କାନାଳ ଠାରେ ଥିବା ତାଙ୍କର ସରକାରୀ ବାସଭବନ ଉପରେ ଚଢ଼ାଉ ଜାରି ରହିଛି ।

ସୂଚନାଯୋଗ୍ୟ, ବିଭୁଦାନନ୍ଦଙ୍କ ନାଁରେ ଆୟ ବର୍ହିଭୂତ ସଂପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଥିଲା। ଅଭିଯୋଗ ଆଧାରରେ ଭିଜିଲାନ୍ସ ଏହି ଚଡାଉ କରୁଛି। ଓଡ଼ିଶା ଭିଜିଲାନ୍ସର ୭ ଡିଏସ୍‌ପି, ଜଣେ ଆସିଷ୍ଟାଣ୍ଟ କମାଣ୍ଡେଣ୍ଟ, ୬ ଇନ୍ସପେକ୍ଟର, ୬ ଏଏସଆଇ, ଅନ୍ୟ ଅଧିକାରୀଙ୍କୁ ନେଇ କଟକ ସ୍ବତନ୍ତ୍ର ଜଜ ଭିଜିଲାନ୍ସ ଙ୍କ ସର୍ଚ୍ଚ ୱାରେଣ୍ଟ ଆଧାରରେ ଏହି ଚଢ଼ାଉ ହୋଇଛି।

Leave A Reply

Your email address will not be published.