ବାରିପଦା (ପିପିଏସ୍): ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶକ୍ରମେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ , ବାରିପଦା ମିଳିତ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ଡ଼କ୍ଟର ବି.ଆର.ଆମ୍ବେଦକର ଜୟନ୍ତୀ, ୨୦୨୫ ପାଳନ ଉପଲକ୍ଷେ ଜିଲ୍ଲାସ୍ତରୀୟ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଅଛି l ଜିଲ୍ଲାର ବିଭିନ୍ନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ଉଚ୍ଚ ବିଦ୍ୟାଳୟ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ମହାବିଦ୍ୟାଳୟ,ଓଡିଶା ଆଦର୍ଶ ବିଦ୍ୟାଳୟ, କେନ୍ଦ୍ରୀୟ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଏଥିରେ ଅଂଶ ଗ୍ରହଣ କରିଥିଲେ l ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସ୍ତରୀୟ ରେ ଓଏଭି, ଠାକୁରମୁଣ୍ଡା ର ଅଷ୍ଟମ ଶ୍ରେଣୀର ଛାତ୍ରୀ ଅନୁଷ୍କା ପଲେଇ , ଓଏଭି, ଶୁଳିଆପଦା ର ଅଷ୍ଟମ ଶ୍ରେଣୀର ଛାତ୍ରୀ ଉଶାଷୀ ମହାନ୍ତ, କେନ୍ଦ୍ରୀୟ ବିଦ୍ୟାଳୟ, ବାରିପଦା -୧ ର ସପ୍ତମ ଶ୍ରେଣୀର ଛାତ୍ରୀ ଦିବ୍ୟାସିନୀ ପ୍ରଧାନ ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ହୋଇଛନ୍ତି l ସେହିପରି ଉଚ୍ଚ ବିଦ୍ୟାଳୟ ସ୍ତରୀୟ ରେ ଓଏଭି, ଗରୁଡ଼ବସା, ବେତନଟୀ ର ନବମ ଶ୍ରେଣୀର ଛାତ୍ରୀ ଜାହ୍ନବୀ ପଢିଆରୀ , ଓଏଭି, ରାଣୀଭୋଳ, ବାରିପଦା ର ଦଶମ ଶ୍ରେଣୀର ଛାତ୍ର ଅରୁଜ୍ୟୋତି ପ୍ରଧାନ ,ଓଏଭି, ମୋରଡା ର ଦଶମ ଶ୍ରେଣୀ ର ଛାତ୍ରୀ ଶ୍ରେୟାସୀ ବାରିକ ଓ କେନ୍ଦ୍ରୀୟ ବିଦ୍ୟାଳୟ, ବାରିପଦା-୧ ର ନବମ ଶ୍ରେଣୀର ଛାତ୍ର ବ୍ରିଜ ମୋହନ ଦେ ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ଓ ଯୁଗ୍ମ ତୃତୀୟ ହୋଇଛନ୍ତି l ସେହିପରି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସ୍ତରୀୟରେ ଓଏଭି, ଠାକୁରମୁଣ୍ଡା ର ଦ୍ୱାଦଶ ଶ୍ରେଣୀ ର ଛାତ୍ରୀ ତନୁଜା ମହାନ୍ତ ,ମହାରାଜା ପୂର୍ଣ୍ଣ ଚନ୍ଦ୍ର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବାରିପଦା ର ଦ୍ୱାଦଶ ଶ୍ରେଣୀର ଛାତ୍ରୀ ଚନ୍ଦ୍ରଲେଖା ମାରିଙ୍ଗାନ୍ତି ,ଓଏଭି, ବଡ଼ସାହିର ଦ୍ୱାଦଶ ଶ୍ରେଣୀର ଛାତ୍ର ନିରାକର ରାଉତ ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ହୋଇଛନ୍ତି l
