ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ବିରୋଧରେ ଗୋ’ସୁରକ୍ଷା ସମିତିର ରଣହୁଙ୍କାର : ସାମ୍ବାଦିକ ସମ୍ମିଳନୀରେ ଦେଲେ ଚେତାବନୀ
1 min read

ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ବିରୋଧରେ ଗୋ’ସୁରକ୍ଷା ସମିତିର ରଣହୁଙ୍କାର : ସାମ୍ବାଦିକ ସମ୍ମିଳନୀରେ ଦେଲେ ଚେତାବନୀ

ଭଦ୍ରକ,୨୧-୮-୨୪ (ପିପିଏସ ) : ଭଦ୍ରକ ଏକ ସମ୍ବେଦନଶୀଳ ଉପକୂଳବର୍ତ୍ତି ଜିଲା ହୋଇଥିବାବେଳେ ଏଠାରେ ଅନେକ ବାଂଲାଦେଶୀ ବସବାସ କରୁଥିବାର ଦେଖିବାକୁ ମିଳିଛି । ଇତି ମଧ୍ୟରେ ବାଂଲାଦେଶରେ ଦେଖାଦେଇଥିବା ରାଜନୈତିକ ଅସ୍ଥିରତାକୁ ନେଇ ସେଠାରୁ ଭାରତକୁ ପଶିଆସୁଥିବା ବହୁ ବାଂଲାଦେଶୀ ଓଡ଼ିଶାମୁହାଁ ହୋଇଛନ୍ତି । ସେମାନେ ବିଶେଷଭାବେ ପଶ୍ଚିମବଙ୍ଗ ଦେଇ ବାଲେଶ୍ୱର ଓ ଭଦ୍ରକ ଭଳି ସମୁଦ୍ର ଉପକୂଳବର୍ତୀ ଅଂଚଳକୁ ନିଜର ବିପଦମୁକ୍ତ ସ୍ଥାନ ବୋଲି ବାଛି ନେଇଛନ୍ତି । ଏହି ଘଟଣାକୁ ନେଇ ଭଦ୍ରକ ଗୋ’ସୁରକ୍ଷା ସମିତିର ଏକ ଗୁରୁତ୍ୱପୂର୍ଣ୍ଣ ସାମ୍ବାଦିକ ସମ୍ମିଳନୀ କୋର୍କରା ସ୍ଥିତ କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି । ଗୋ’ସୁରକ୍ଷା ସମିତିର ଅପୂର୍ବ ରଂଜନ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ସମିତିର ଉପଦେଷ୍ଟା ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ ଓ ପରାମର୍ଶଦାତା ତଥା ଉଚ୍ଚ ନ୍ୟାୟାଳୟର ଆଇନ୍‌ଜୀବୀ ସୁରେଶ କୁମାର ପଣ୍ଡା ତୀବ୍ର ପ୍ରତିକ୍ରିୟା ରଖି ଦିନକୁ ଦିନ ଭଦ୍ରକ ଜିଲାରେ ବାଂଲାଦେଶୀଙ୍କ ପ୍ରବେଶ ବୃଦ୍ଧି ପାଉଥିବାରୁ ଏହାକୁ ରୋକିବା ଲାଗି ଜିଲା ପ୍ରଶାସନ ଓ ସରକାରଙ୍କ ପାଖରେ ଦୃଢ ଦାବି ରଖିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ସମିତି ପକ୍ଷରୁ ଭଦ୍ରକ ଜିଲା ଧାମରା ବନ୍ଦର ଠାରୁ ସହର ପର୍ଯ୍ୟନ୍ତ କାୟା ବିସ୍ତାର କରିଥିବା ଭାରତୀୟ ଆଧାରକାର୍ଡ ଧାରୀ ସମସ୍ତ ବାଂଲାଦେଶୀଙ୍କ ପୂର୍ବ ପରିଚୟ ପରୀକ୍ଷା ନିରୀକ୍ଷା କରିବା ସହ ସରକାର ଅନୁପ୍ରବେଶକାରୀଙ୍କ ଆଧାର କାର୍ଡ ଯାଞ୍ଚ କରି ତାଙ୍କ ନିଜ ଦେଶକୁ ହସ୍ତାନ୍ତର କରିବାର ଦାବି ରଖିଥିଲେ । ଅନେକ ସମୟରେ ଏହି ବାଂଲାଦେଶୀଙ୍କୁ ଦେଇ ଖଣ୍ଡଯୁଦ୍ଧ ପରିଲକ୍ଷିତ ହେଉଥିବାବେଳେ ଏହି ଅନୁପ୍ରବେଶକାରୀଙ୍କ ଆଧାରକାର୍ଡ ନମ୍ବର ଅନେକ ଆଧାର କାର୍ଡ ସହ ସମାନ ଥିବାର ଦେଖିବାକୁ ମିଳୁଥିବାରୁ ଏଥିରେ ମୃତ ବ୍ୟକ୍ତିଙ୍କ ନାମ ଜାଲିଆତି ଭାବେ ଚଢିଥିବାର ଅଭିଯୋଗ ଆଣିଥିଲେ ଗୋ’ସୁରକ୍ଷା ସମିତିର ଅପୂର୍ବ ରଂଜନ ବେହେରା । ଶେଷରେ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ ଏହି ଅନୁପ୍ରବେଶକାରୀଙ୍କ ଆଧାରକାର୍ଡ ଯାଂଚ ପାଇଁ ସରକାରଙ୍କୁ ନିବେଦନ କରିଥିବାବେଳେ ଏହା ତୁରନ୍ତ କାର୍ଯ୍ୟକାରୀ ନହେଲେ ଆଗାମୀ ଦିନରେ ହିନ୍ଦୁ ସମାଜ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛନ୍ତି କର୍ମକର୍ତ୍ତା ମାନେ ।

Leave a Reply

Your email address will not be published. Required fields are marked *