ଭିଜିଲାନ୍ସ ପଞ୍ଝାରେ କନିଷ୍ଠ ରାଜସ୍ବ ସହାୟକ

ବୌଦ୍ଧ ,୨୧-୮-୨୪ (ପିପିଏସ ) : ବୌଦ୍ଧ ଜିଲାପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ କନିଷ୍ଠ ରାଜସ୍ବ ସହାୟକ (ଜେଆରଏ) ଚୌଧୁରୀ ପପୁନ କୁମାର ଦାଶ ୨୫ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ଜିଲା ସଂଗ୍ରହାଳୟରେ ଏକ ଆକ୍ୱାରିୟମ୍ ପ୍ରୋଜେକ୍ଟର ବକେୟା ବିଲ୍ ପାସ କରାଇ ଦେବା ପାଇଁ ଆକ୍ବାରିୟମ ବ୍ୟବସାୟୀଙ୍କ ଠାରୁ ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡିଥିଲେ । ଏହି ମାମଲାରେ ବ୍ରହ୍ମପୁର ଭିଜିଲାନ୍ସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ପୁପୁନଙ୍କ କାର୍ଯ୍ୟାଳୟ, ସରକାରୀ ବାସଭବନ ଓ ପୌତୃକ ଘରେ ଚଢ଼ଉ ଜାରି ରଖିଛି।

Leave A Reply

Your email address will not be published.